ଜେରିଆଟିକ୍‌ ଓ୍ବାର୍ଡ ପାଲଟିଲା କରୋନା ଓ୍ବାର୍ଡ

ଅନୁଗୋଳ ଅଫିସ୍‌, ୧୭।୩

କରୋନା ମୁକାବିଲା ପାଇଁ ଅନୁଗୋଳ ପ୍ରଶାସନ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟର ଜେରିଆଟିକ୍‌ ୱାର୍ଡକୁ କରୋନା ୱାର୍ଡ ଭାବେ ସୋମବାର ଜିଲାପାଳ ମନୋଜ କୁମାର ମହାନ୍ତି ଓ ଉପଜିଲାପାଳ ବାସୁଦେବ ଶତପଥୀ ଘୋଷଣା କରିଛନ୍ତି। ଏଥିସହ ମା’ ଏବଂ ଶିଶୁ ଚିକିତ୍ସାଳୟର ୬ ମହଲାରେ ୨୦ଟି ଅନ୍ତରୀଣ ଶଯ୍ୟାର ବ୍ୟବସ୍ଥା କରାଯାଇଛି। ସେହିପରି ମୁଖ୍ୟ ଚିକିତ୍ସାଳୟ ସହ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର୍ରରେ ଭିତ୍ତିଭୂମିର ବିକାଶ ପାଇଁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯିବ ବୋଲି ଜିଲାପାଳ କହିଛନ୍ତି। ଅନ୍ୟପକ୍ଷରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାରେ ଥିବା ସମସ୍ତ ଘରୋଇ ମେଡିକାଲର ମୁଖ୍ୟଙ୍କୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଜିଲାର ପ୍ରତି ଘରୋଇ ମେଡିକାଲରେ କରୋନା କର୍ନର ଖୋଲିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
ବିଭିନ୍ନ ଘରୋଇ କ୍ଲିନିକ୍‌ରୁ ଆସିଥିବା କର୍ମକର୍ତ୍ତାମାନେ ସେମାନଙ୍କ କ୍ଲିନିକ୍‌ରେ କରୋନା କର୍ନର ଖୋଲିବା ସହ ସ୍ବତନ୍ତ୍ର ଅନ୍ତରୀଣ ଶଯ୍ୟା ରଖିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଥଣ୍ଡା, କାଶ ଓ ଛିଙ୍କରେ ଆକ୍ରାନ୍ତ ହୋଇ କ୍ଲିନିକକୁ ଆସିଥିବା ରୋଗୀଙ୍କୁ ସେମାନଙ୍କ ଯାତ୍ରା ବିବରଣୀ ଓ କେଉଁମାନଙ୍କ ସହ ମିଶିଛନ୍ତି ତାର ସବିଶେଷ ତଥ୍ୟ ସଂଗ୍ରହ କରିବାକୁ ଜିଲାପାଳ କହିଥିଲେ। ଏପରି କି କରୋନା ଭୂତାଣୁ ଥିବାର ସନ୍ଦେହ ହେଲେ ସେମାନଙ୍କୁ ଅନ୍ତରୀଣ ଶଯ୍ୟାରେ ରଖିବାକୁ କୁହାଯାଇଛି। ଯେଉଁମାନଙ୍କଠାରେ କରୋନା ଆକ୍ରାନ୍ତର କୌଣସି ଲକ୍ଷଣ ନାହିଁ ସେମାନେ ନିଜ ଘରେ ପୃଥକ କୋଠରୀରେ ୧୪ ଦିନ ରହିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା କରୁଥିବା ଡାକ୍ତର ଓ ସେମାନଙ୍କର ସହଯୋଗୀ ଆବଶ୍ୟକ ସୁରକ୍ଷା ଉପକରଣ ବ୍ୟବହାର କରି ଚିକିତ୍ସା କରିବାକୁ ଜିଲାପାଳ କହିଛନ୍ତି। ନର୍ସିଂହୋମଗୁଡ଼ିକର କରୋନା କର୍ନରରେ ୱାଶ୍‌ ବେସିନ, ହ୍ୟାଣ୍ଡ ସାନିଟାଇଜର ଓ ମାସ୍କ ମହଜୁଦ ରଖିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ନିୟମାବଳୀକୁ କଡ଼ାକଡ଼ି ପାଳନ କରି ସଂକ୍ରମଣ ସଂଖ୍ୟାକୁ ଶୂନରେ ରଖିବାକୁ ଜିଲାପାଳ ନର୍ସିଂହୋମ ମାଲିକମାନଙ୍କୁ କହିଛନ୍ତି। କରୋନା ଭୂତାଣୁ ବା କୋଭିଡ-୧୯ର ପରୀକ୍ଷା କୌଣସି ବେସରକାରୀ ଚିକିତ୍ସାଳୟରେ ହୋଇପାରିବ ନାହିଁ। ବିଭିନ୍ନ ଔଷଧ ଦୋକାନରେ ହ୍ୟାଣ୍ଡ ସାନିଟାଇଜର ଓ ମାସ୍କ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲେ ସମ୍ପୃକ୍ତ ଅଞ୍ଚଳର ତହସିଲଦାର, ବିଡିଓ ଓ ପୌରପାଳିକାର ନିର୍ବାହୀ ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। କ୍ଲିନିକଗୁଡିକର ଓପିଡିରେ କେତେ ଜଣ ଜ୍ୱର, କାଶ, ଛିଙ୍କରେ ଆକ୍ରାନ୍ତ ରୋଗୀ ପଞ୍ଜୀକରଣ କରୁଛନ୍ତି ତାର ତଥ୍ୟ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ, ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରତାପ କୁମାର ବେହେରା, ପିସିଆଣ୍ଡପିଏନ୍‌ଡିଟିର ପିଏ ପର୍ଶୁରାମ ପଣ୍ଡାଙ୍କ ସମେତ ବିଭିନ୍ନ ଘରୋଇ କ୍ଲିନିକର କର୍ମକର୍ତ୍ତାମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର,୧।୧(ବ୍ୟୁରୋ): ରାଜ୍ୟରେ ଶନିବାର କରୋନା ୨ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮ ହଜାର ୪୬୨କୁ ବୃଦ୍ଧି ପାଇଛି। କେବଳ...

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରୁ ୭୫ ମିଟର ଯାଏ ଉଚ୍ଛେଦ କାର୍ଯ୍ୟ ଆରମ୍ଭ: ସୁରକ୍ଷା କଡ଼ାକଡ଼ି

ପୁରୀ ଅଫିସ,୨୭।୮: ଶ୍ରୀମନ୍ଦିର ମେଘନାଦ ପ୍ରାଚୀରଠାରୁ ୭୫ ମିଟର ପରିଧି ମଧ୍ୟରେ ଥିବା ନିର୍ମାଣ ଉଚ୍ଛେଦ ମଙ୍ଗଳବାର ସକାଳ ୯ ଟା ୫୫ ମିନିଟ୍‌ରୁ ଆରମ୍ଭ...

ଆସନ୍ତା ୧୦ରେ ଓଡ଼ିଶା ଆସିବେ ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର,୨।୧୦(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୧୦ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ରାଷ୍ଟ୍ରପତି ହେବା ପରେ ସେ ପ୍ରଥମ ଥର ଲାଗି ଓଡ଼ିଶା ଆସୁଛନ୍ତି।...

ସରିଲା ରାଜ୍ୟ କ୍ୟାବିନେଟ ବୈଠକ: ୧୫ ପ୍ରସ୍ତାବକୁ ମୋହର

ଭୁବନେଶ୍ବର,୨୪।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ମୋଟ୍‌ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ ପାଇଁ ଓଡ଼ିଶା...

ନରସିଂହ ଚୌଧୁରୀ ସ୍ବୟଂଶାସିତ କଲେଜ: ଖାଲି ପଡ଼ିଛି ୫୦% ଅଧ୍ୟାପକ ପଦବୀ

ଯାଜପୁର ଅଫିସ,୧୨ା୧୦:  ଯାଜପୁର ଜିଲାରେ ଉଚ୍ଚଶିକ୍ଷାର ବିକାଶ ପାଇଁ ସ୍ଥାନୀୟ ରାଜନୈତିକ ନେତୃବର୍ଗ ଅନେକ ସମୟରେ ବଡ଼ ବଡ଼ ସ୍ବପ୍ନ ଦେଖାଇ ଚାଲିଛନ୍ତି । ନିକଟରେ...

ପରୀ ହତ୍ୟା ମାମଲାରେ ଜଣେ ଗିରଫ

ଭୁବନେଶ୍ୱର,୨୦।୧୨(ବ୍ୟୁରୋ)-ନୟାଗଡ ପରୀ ହତ୍ୟା ମାମଲାରେ ଏସ୍‌ଆଇଟି ରବିବାର ଜଣଙ୍କୁ ଗିରଫ କରିଛି। ଯଦୁପୁର ଗାଁରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଆସନ୍ତାକାଲି ଅଭିଯୁକ୍ତକୁ ସ୍ବତନ୍ତ୍ର ପକ୍ସୋ କୋର୍ଟରେ...

ପ୍ରେମିକା ଗର୍ଭବତୀ ଜାଣିବା ପରେ ପ୍ରେମିକ ଫେରାର

ଚଣ୍ଡିଖୋଲ,୨୩।୭(ଡି.ଏନ.ଏ): ପ୍ରେମ ସମ୍ପର୍କ। ବିବାହର ପ୍ରତିଶ୍ରୁତି। ଶାରୀରିକ ସମ୍ପର୍କ ପରେ ପ୍ରେମିକା ଗର୍ଭବତୀ। ପ୍ରେମିକାଙ୍କୁ ପ୍ରତାରଣା ଦେଇ ପ୍ରେମିକ ଫେରାର। ଏଭଳି ଅଭିଯୋଗ ହୋଇଛି ଯାଜପୁର...

ଏସ୍‌ଆଇ ନିଯୁକ୍ତି ବିଜ୍ଞପ୍ତି ଉପରେ ରହିତାଦେଶ

କଟକ ଅଫିସ,୧୧ା୨: ଓଡ଼ିଶା ପୋଲିସ ସବ୍‌ଇନ୍ସପେକ୍ଟର (ଏସ୍‌ଆଇ) ନିଯୁକ୍ତି ନେଇ ୨୦୨୧ ଜୁନ୍‌ ୨୨ତାରିଖରେ ପ୍ରକାଶିତ ବିଜ୍ଞପ୍ତି ଉପରେ ଓଡ଼ିଶା ହାଇକୋର୍ଟ ଅନ୍ତରୀଣ ରହିତାଦେଶ ଦେଇଛନ୍ତି।...

Advertisement
Archives

Model This Week