ମୋବାଇଲ୍‌ ଟର୍ଚ୍ଚରେ ଚିକିତ୍ସା

କାମାକ୍ଷାନଗର, ୧୭।୩(ଡି.ଏନ.ଏ.)

ଢେଙ୍କାନାଳ ଜିଲା କାମାକ୍ଷାନଗର ଚିକିତ୍ସାଳୟରୁ ସମସ୍ୟା ପିଛା ଛାଡୁନି। ଖାଲି ପଡ଼ିଥିବା ଡାକ୍ତର, ବିଶେଷଜ୍ଞ ପଦବୀ ସ୍ବାସ୍ଥ୍ୟସେବାକୁ ପ୍ରଭାବିତ କରୁଥିବାବେଳେ ଆନୁଷଙ୍ଗିକ ଭିତ୍ତିଭୂମିର ଅଭାବ ସମସ୍ୟାକୁ ବହୁଗୁଣିତ କରିଛି। ମରାମତି ନାମରେ ବୈଦ୍ୟୁତିକ ଉପକରଣ ବାହାର କରିଦିଆଯାଇଛି। ଫଳରେ ଦିନରେ ବି ସ୍ବାସ୍ଥ୍ୟକେନ୍ଦ୍ରର ଅନେକ ପ୍ରକୋଷ୍ଠରେ ଅନ୍ଧାର ରାଜୁତି କରୁଛି। ପରିସ୍ଥିତି ଏମିତି ହୋଇଛି ଯେ, ସକାଳ ବେଳା ବି ଟର୍ଚ୍ଚ ଲଗାଇ ଇଞ୍ଜେକ୍ସନ ଦେଉଛନ୍ତି ଫାର୍ମାସିଷ୍ଟ। ଏହାକୁ ନେଇ ରୋଗୀ, ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ସୋମବାର ଏବଂ ଗୁରୁବାର ଚିକିତ୍ସାଳୟରେ କୁକୁର କାମୁଡ଼ା ଇଞ୍ଜେକ୍ସନ ଦିଆଯାଇଥାଏ। ଫାର୍ମାସିଷ୍ଟ ୪୦ରୁ ଊର୍ଦ୍ଧ୍ୱ ରୋଗୀଙ୍କୁ ଇଞ୍ଜେକ୍ସନ ଦେଇଥାନ୍ତି। ତେବେ ସୋମବାର ବିଦ୍ୟୁତ୍‌ ସଂଯୋଗ ନ ଥିବାରୁ ଫାର୍ମାସିଷ୍ଟଙ୍କ ପ୍ରକୋଷ୍ଠ ଅନ୍ଧକାରମୟ ହୋଇପଡ଼ିଥିଲା। ଫଳରେ ରୋଗୀ ସମ୍ପର୍କୀୟଙ୍କ ମୋବାଇଲ ଟର୍ଚ୍ଚରେ ଫାର୍ମାସିଷ୍ଟ ଇଞ୍ଜେକ୍ସନ ଦେଉଥିବା ଦେଖିବାକୁ ମିଳିଥିଲା। ଏ ନେଇ ଫାର୍ମାସିଷ୍ଟ ଈଶ୍ୱର ଚନ୍ଦ୍ର ସାହୁ କୁହନ୍ତି, ମରାମତି ନାମରେ କାମାକ୍ଷାନଗର ଜିଇଡି କର୍ତ୍ତୃପକ୍ଷ ସ୍ବାସ୍ଥ୍ୟକେନ୍ଦ୍ରର ଏକାଧିକ ପ୍ରକୋଷ୍ଠରୁ ବିଦ୍ୟୁତ୍‌ ତାର, ବଲ୍‌ବ ହୋଲ୍‌ଡର ବାହାର କରିଦେଇଛନ୍ତି। ଫଳରେ ଏପରି ଅସୁବିଧା ଦେଖାଦେଇଛି। ଜିଇଡି କର୍ମଚାରୀଙ୍କୁ କହିଲେ କୌଣସି ସୁଫଳ ମିଳୁନାହିଁ । ବିଦ୍ୟୁତ୍‌ ଉପକରଣ ସଜାଡ଼ିବାକୁ ୨ଜଣ ଜିଇଡି କର୍ମଚାରୀଙ୍କୁ ଡକାଯାଇଥିଲା। ହେଲେ ସେମାନେ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ଯନ୍ତ୍ରୀଙ୍କ ଅସହଯୋଗ ଏବଂ ଇଛାଶକ୍ତି ଅଭାବରୁ ଏଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହେଉଛି।

ଏ ନେଇ ଜିଇଡି କନିଷ୍ଠ ଯନ୍ତ୍ରୀ ସ୍ମିତାପ୍ରଜ୍ଞା ରଥ କୁହନ୍ତି, ମରାମତି ଲାଗି ବଜେଟ କମ୍‌ ଥିଲା। ଠିକାଦାରଙ୍କ ସମସ୍ୟା ଥିବାରୁ କାମ ଶେଷ ହୋଇନାହିଁ। ଅଳ୍ପଦିନ ମଧ୍ୟରେ କାମ ଶେଷ କରିବାକୁ ଚେଷ୍ଟା କରାଯାଉଛି। ବୈଦ୍ୟୁତିକ ଉପକରଣ ସଜାଡ଼ିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ବଲ୍‌ବ ଲଗାଇବା ବ୍ୟବସ୍ଥା କରିବେ। ଡାକ୍ତରଖାନା ସୁପରେଣ୍ଟେଣ୍ଡେଣ୍ଟ ଡା. ରତ୍ନାକର ସାମଲ କୁହନ୍ତି, ଜିଇଡି ବିଭାଗ ଉପରେ ଭରସା କରି ବଲ୍‌ବ ଲଗାଯାଇ ପାରିନାହିଁ। ତୁରନ୍ତ ସମସ୍ୟା ସମାଧାନ କରିବାକୁ ଉଦ୍ୟମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀରେ ଚଉମୁହାଣି ଫେରିଘାଟ ଦିଗହରା: ଚାଳକଙ୍କ ସାହସିକତା ଯୋଗୁ ଯାତ୍ରୀ…

ମହାକାଳପଡ଼ା,୩୦ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ବରକନ୍ଧା ପଞ୍ଚାୟତ ସଂଲଗ୍ନ ମହାନଦୀ ଅପର ପାର୍ଶ୍ୱରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ଝଡ଼ ପଶ୍ଚିମ ଉତ୍ତର…

ପ୍ରଧାନମନ୍ତ୍ରୀଙ୍କ ପରାମର୍ଶକୁ ଜିଲା ପ୍ରଶାସନର ଗୁରୁତ୍ୱ, ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ବିତ କରିବା ନେଇ ବିଡିଓଙ୍କୁ…

ଦାରିଙ୍ଗବାଡ଼ି,୩୦ା୫(ଅରୁଣ ସାହୁ): ମଧ୍ୟପ୍ରାଚୀ ଯୁଦ୍ଧ ପାଇଁ ଦେଶରେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀର ଘୋର ଅଭାବ ଦେଖାଯାଇଛି। ଏହି ସଙ୍କଟ ଆଗକୁ…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ…

ଆଜି ସାରା ରାଜ୍ୟରେ ବର୍ଷିବ: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦ା୫(ବନ୍ଦନା ସେଠୀ):କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍‌ ରହିଛି। ଆସନ୍ତା ୬ଦିନ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି…

ଭିଡ଼ ନିୟନ୍ତ୍ରଣ ପାଇଁ ବିଭିନ୍ନ ଟ୍ରେନ୍‌ରେ ଅସ୍ଥାୟୀ ଭାବେ କୋଚ୍‌ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର, ୩୦।୫ (ବନ୍ଦନା ସେଠୀ): ଯାତ୍ରୀମାନଙ୍କୁ ଆରାମଦାୟକ ଭ୍ରମଣ ସୁବିଧା ଯୋଗାଇଦେବା ଏବଂ ବଢୁଥିବା ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରେଳପଥ ପକ୍ଷରୁ କେତେକ…

ଆଜିଠୁ ଓଡ଼ିଶାରେ ଏସ୍‌ଆଇଆର୍‌: ସାମାନ୍ୟ ତ୍ରୁଟି ଥିଲେ…

ଭୁବନେଶ୍ୱର,୩୦।୫ (ସୁନିତ୍‌ ମିଶ୍ର): ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁଯାୟୀ ରାଜ୍ୟରେ ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍‌ଆଇଆର୍‌)-୨୦୨୬ ଶନିବାରଠାରୁ ଆରମ୍ଭ ହେବ। ଆସନ୍ତା ଜୁନ୍‌ ୨୮ ପର୍ଯ୍ୟନ୍ତ ବିଏଲ୍‌ଓମାନେ ଘରକୁ ଘର…

ଗର୍ଭବତୀ ଓ ଶିଶୁଙ୍କ ସ୍ୱାସ୍ଥ୍ୟ ସହ ଖେଳ! ଛତୁଆରେ ପୋକ ସାଲୁବାଲୁ, ବରଗଡ଼ ଜିଲାପାଳଙ୍କୁ ଫେରାଦ ହେଲେ…

ବରଗଡ଼,୨୯।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ପୌରାଞ୍ଚଳରେ ନିମ୍ନମାନର ଛତୁଆ ବଣ୍ଟନ କରାଯାଉଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ପୌରାଞ୍ଚଳ ଅଧିନ ବିଭିନ୍ନ ୱାର୍ଡ଼ର ମହିଳାମାନେ ବରଗଡ଼…

ବଡବନ୍ଧ ପୁନଃରୁଦ୍ଧାର କାର୍ଯ୍ୟକୁ ନେଇ ରାଜନୈତିକ ଛକାପଞ୍ଝା: ନିର୍ବାହୀ ଅଧିକାରୀଙ୍କୁ …

ଦିଗପହଣ୍ଡି,୨୯|୫(ଅଶେଷ ନାଥ ମିଶ୍ର) :ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଐତିହ୍ୟ ସମ୍ପନ୍ନ ବଡବନ୍ଧ ପୋଖରୀ ପୁନଃରୁଦ୍ଧାର କାର୍ଯ୍ୟନେଇ ରାଜନୈତିକ ଛକାପଞ୍ଝା ଆରମ୍ଭ ହୋଇଯାଇଛି। ପୋଖରୀରୁ  ପଙ୍କ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri