Posted inଜାତୀୟ

ଜେଟଲୀଙ୍କ ଓ୍ବାର୍ଡ ଭିତରକୁ ଯିବାକୁ କାହାକୁ ଅନୁମତି ଦେଉ ନାହାଁନ୍ତି ଡାକ୍ତର

ନୂଆଦିଲ୍ଲୀ,୧୯।୮: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କର ଦିଲ୍ଲୀସ୍ଥିତ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ୍‌ ସାଇନସେସ୍‌(ଏମ୍ସ)ରେ ଚିକିତ୍ସା ଚାଲିଥିବା ବେଳେ ଏବେ ସେ ସଙ୍କଟାପନ୍ନ ଅବସ୍ଥାରେ ଅଛନ୍ତି। ସେ ଚିକିତ୍ସିତ ହେଉଥିବା ଓ୍ବାର୍ଡ ବାହାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ତାଙ୍କ ସହ କାହାକୁ ମିଶିବାକୁ ଦିଆଯାଉ ନାହିଁ। ଯେଉଁମାନେ ସେଠାକୁ ଯାଉଛନ୍ତି ସେମାନେ କେବଳ ଓ୍ବାର୍ଡ ବାହାରେ ଜେଟଲୀଙ୍କ ପରିବାର ସଦସ୍ୟଙ୍କ ସହ ମିଶି ଫେରି ଆସୁଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଅଗଷ୍ଟ ୯ ତାରିଖରେ ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାକୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଏହାପରେ ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଲାଇଫ୍‌ ସପୋର୍ଟରେ ରଖାଯାଇଥିଲା। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଅନ୍ୟ ଭାଜପା ନେତାମାନେ ଏମ୍ସ ପହଞ୍ଚିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେ ୩୧ ପୂର୍ବରୁ ଦିନକୁ ହେବ ଲକ୍ଷେ କରୋନା ଟେଷ୍ଟ

ନୂଆଦିଲ୍ଲୀ,୧୪।୫: କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ଲାଗି ଭାରତରେ ସନ୍ଦିଗ୍ଧଙ୍କ ନମୁନା ପରୀକ୍ଷା ଜାରି ରହିଛି। ଆସନ୍ତା ମେ ୩୧ ପୂର୍ବରୁ ଦିନକୁ ଲକ୍ଷେ କରୋନା...

ସରକାରୀ ବାବୁଙ୍କ କାମର ସମୀକ୍ଷା କରିବେ ମୋଦି ସରକାର…

ନୂଆଦିଲ୍ଲୀ,୨୭।୭: ଏଣିକି ସରକାରୀ ବାବୁଙ୍କ କାମର ସମୀକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରଙ୍କ ପକ୍ଷରୁ କରାଯିବ। ଖରାପ ପ୍ରଦର୍ଶନ କରିଥିବା ସରକାରୀ ବାବୁଙ୍କୁ ସମୟ ପୂର୍ବରୁ...

ପାଲିଙ୍କିରେ ବୁହାହେଲେ ବାବୁ

ଜମ୍ମୁ,୨୫ା୭(ପି.ଟି.): ଜମ୍ମୁ-କଶ୍ମୀରର ରାମବନ ଜିଲାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ପାଲିଙ୍କିରେ ବୋହି ଛତା ଘୋଡ଼ାଇ ନିଆଯାଉଛି। ଏହି ଫଟୋ ବୁଧବାର ସୋସିଆଲ ମିଡିଆରେ ଭାଇରାଲ ହୋଇଛି।...

ଜମାଟ ବାନ୍ଧିଲା ଡାଲ୍‌ ହ୍ରଦ ପାଣି

ଶ୍ରୀନଗର,୧୧।୧: ଜମ୍ମୁ-କଶ୍ମୀରରେ ତୁଷାର ପାତ ଲାଗି ରହିଛି। ଏହାଯୋଗୁ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରୀ ତଳକୁ ଖସି ଯାଇଛି। ଫଳରେ ଶ୍ରୀନଗରର ଡାଲ୍‌ ହ୍ରଦର ପାଣି...

ଦିଲ୍ଲୀ ଜାତୀୟ ରାଜଧାନୀ ହୋଇଥିବାରୁ ନିୟନ୍ତ୍ରଣ ଆବଶ୍ୟକ: କେନ୍ଦ୍ର

ନୂଆଦିଲ୍ଲୀ,୨୮ା୪: ଦିଲ୍ଲୀର ନିର୍ବାଚିତ ସରକାରଙ୍କ ନିଷ୍ପତ୍ତିଗୁଡ଼ିକୁ କାର୍ଯ୍ୟକାରୀ କରାଇବାକୁ ନ ଦେବା ପାଇଁ ଉପରାଜ୍ୟପାଳ (ଏଲ୍‌ଜି)ଙ୍କୁ କେନ୍ଦ୍ର ବ୍ୟବହାର କରୁଥିବା ଅଭିଯୋଗ ଆଣି ଆମ୍‌ ଆଦ୍‌ମୀ...

ଯୁବତୀଙ୍କ ସହ ବନ୍ଧୁତା ରଖିବାରୁ ଦଳିତ ଯୁବକଙ୍କୁ ଲଣ୍ଡା କରି ନିର୍ଯାତନା

ଜବଲପୁର, ୧।୬: ଯୁବତୀଙ୍କ ସହ ବନ୍ଧୁତା ରଖିବା କାରଣରୁ ୨୦ ବର୍ଷୀୟ ଦଳିତ ଯୁବକ ଓ ତାଙ୍କ ସାଙ୍ଗକୁ ଅର୍ଦ୍ଧ ଲଣ୍ଡା କରି ନିର୍ଯାତନା ଦିଆଯାଇଛି।...

ମାରାଥନ୍‌ ଦୌଡ଼ ଆୟୋଜିତ କଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ, ୯।୮: ଅଗଷ୍ଟ ୯ ସୋମବାର କ୍ରାନ୍ତି ଦିବସରେ ଦିଲ୍ଲୀ ସରକାର ଅମୃତ ଉତ୍ସବ ପାଳନ କରିଛନ୍ତି। ଏହି ଅବସରରେ ସରକାରଙ୍କ ପକ୍ଷରୁ ଏକ ମାରାଥନ...

ବିନା ଟିକାରେ ବିମାନ ଉଡ଼ାଇବାକୁ ମନା କଲେ ପାଇଲଟ୍‌

ନୂଆଦିଲ୍ଲୀ,୪।୫ : ତୁରନ୍ତ କୋଭିଡ୍‌ ଟିକା ନ ଦେଲେ ବିମାନ ଉଡ଼ାଇବାକୁ ମନା କରି ଦେଇଛନ୍ତି ଏୟାର ଇଣ୍ଡିଆ (ଏଆଇ) ପାଇଲଟ୍‌ମାନେ। ଗତ ଏକ ବର୍ଷ...

Advertisement
Archives

Model This Week