ଜେଏସ୍‌ପିଏଲ୍‌ର ବ୍ୟାପକ ପ୍ରସ୍ତୁତି

ଅନୁଗୋଳ ଅଫିସ, ୨୫।୩- କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ପକ୍ଷରୁ ଅନୁଗୋଳସ୍ଥିତ ଇସ୍ପାତ କାରଖାନା ସମେତ ଏହାର ସମସ୍ତ କାରଖାନାରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଜିଲା ପ୍ରଶାସନ ଅନୁମୋଦନ କ୍ରମେ ସର୍ବନିମ୍ନ ଆବଶ୍ୟକ କର୍ମଚାରୀଙ୍କ ଦ୍ୱାରା ଏହି ଇସ୍ପାତ କାରଖାନା ପରିଚାଳିତ ହେଉଥିବାବେଳେ ମାତ୍ରାଧିକ କର୍ମଚାରୀଙ୍କୁ ଘରେ ରହି କାର୍ଯ୍ୟ କରିବା ପାଇଁ କୁହାଯାଇଛି।
ଜେଏସ୍‌ପିଏଲ୍‌ ପକ୍ଷରୁ କୁହାଯାଇଛି ଯେ, ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଦ୍ୱାରା କର୍ମଚାରୀମାନଙ୍କ ସ୍ବାସ୍ଥ୍ୟ ନିରୀକ୍ଷଣ କରାଯାଉଛି। କାରଖାନାର ସମସ୍ତ କର୍ମଚାରୀ, ସେମାନଙ୍କ ପରିବାର ଓ ସ୍ଥାନୀୟ ଲୋକମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନେବା ସହିତ କରୋନା ଭୂତାଣୁ ସଂକ୍ରମଣ ପ୍ରତିରୋଧ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଜେଏସ୍‌ପିଏଲ୍‌ ଅଧ୍ୟକ୍ଷ ନବୀନ ଜିନ୍ଦଲ ନିର୍ଦ୍ଦେଶ ଦେଇଛନ୍ତି। ପାଶ୍ୱବର୍ତ୍ତୀ ଗ୍ରାମରେ ଥିବା ସ୍ବୟଂ ସହାୟିକା ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କୁ ମାସ୍କ ତିଆରି ପାଇଁ ଜେଏସ୍‌ପିଏଲ ସହାୟତା ପ୍ରଦାନ କରୁଛି। ଅଲ୍‌ଟ୍ରାଭାଓଲେଟ ଉପଚାର ପରେ ଉକ୍ତ ମାସ୍କ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ବ୍ୟବହାର ପାଇଁ ଦିଆଯାଉଛି। ଅନୁଗୋଳ ଇସ୍ପାତ କାରଖାନା ସହ କମ୍ପାନୀର ଅନ୍ୟ କାରଖାନାରେ ରିସ୍କ ମ୍ୟାନେଜମେଣ୍ଟ ଗ୍ରୁପ୍‌ ଗଠନ କରାଯାଇଛି। କୌଣସି ସ୍ଥାନରେ ୭ରୁ ଅଧିକ ଲୋକଙ୍କ ଭିଡ କରିବାକୁ ଦିଆଯାଉ ନାହିଁ। ଟାଉନ୍‌ଶିପ୍‌ରେ ଲୋକମାନଙ୍କ ଚଳାଚଳ ଉପରେ ନଜର ରଖାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀର ଉପଲବ୍ଧତାକୁ ନିଶ୍ଚିତ କରାଯାଇଛି। ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ନିର୍ଦ୍ଦେଶକ୍ରମେ ସିଏସ୍‌ଆର୍‌ ବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସାମାଜିକ ଦୂରତା ରକ୍ଷା କରିବା, ନିୟମିତ ହାତ ଧୋଇବା ଓ ବ୍ୟକ୍ତିଗତ ସ୍ବଚ୍ଛତା ସମ୍ପର୍କରେ ଲୋକଙ୍କୁ ସଚେତନତା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ପା ଷ୍ଟାଇଲରେ ଚାଲାଣ କରୁଥିଲେ ଶାଳକାଠ, ମାଡିବସିଲା ବନ ବିଭାଗ, ତା’ପରେ…

କଲ୍ୟାଣସିଂହପୁର, ୯।୫( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ବନବିଭାଗର ବଡ଼ ଚଢ଼ାଉ। ଶିରିପୁର ନିକଟରେ ଚଢ଼ାଉ କରି ୮୦ ଖଣ୍ଡ ଶାଳ…

୨ ଦିନ ପରେ ଧାନକିଣା, ଚାଷୀଙ୍କୁ ମିଳିନି ଟୋକନ: ଖୋଲା ଆକାଶତଳେ ପଡ଼ିଛି ଧାନ

ବରଗଡ଼, ୯।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉମାତ୍ର ୨ଦିନ ପରେ ରବି ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଆସନ୍ତା ୧୧ତାରିଖରୁ ଜିଲାର ବରଗଡ଼, ଅତାବିରା, ପଦ୍ମପୁର ନିୟନ୍ତ୍ରିତ…

ହାନ୍ତା ଭାଇରସ୍‌ ସଂକ୍ରମିତ କ୍ରୁଜ୍‌ ଜାହାଜରେ ୨ ଭାରତୀୟ

ଲଣ୍ଡନ/ନୂଆଦିଲ୍ଲୀ,୯ା୫: ହାନ୍ତା ଭାଇରସ୍‌ ସଂକ୍ରମିତ ହୋଇଥିବା ଡଚ୍‌ର କ୍ରୁଜ୍‌ ଜାହାଜ ଏମ୍‌ଭି ହୋଣ୍ଡିଅସ୍‌ର କ୍ରିଉ ସଦସ୍ୟଙ୍କ ମଧ୍ୟରେ ଅନୂ୍ୟନ ୨ ଜଣ ଭାରତୀୟ ଥିବା ଜଣାପଡ଼ିଛି। ଜାହାଜରେ…

ବାଲିଅନ୍ତା ହତ୍ୟାକାଣ୍ଡକୁ ୨୪ଘଣ୍ଟା ନ ପୂରୁଣୁ ଆଉ ଏକ ହତ୍ୟା: ସାଙ୍ଗଙ୍କୁ ଲୁହା ରଡ୍‌ରେ ପିଟି ମାରିଦେଲେ…

ଭୁବନେଶ୍ୱର/ ବାଲିପାଟଣା, ୯।୫(ତ୍ରିନାଥ ମହାନ୍ତି/ ଅଭିମନ୍ୟୁ ନାୟକ): ବାଲିଅନ୍ତା ଥାନା ଅଧୀନ ରାମଚନ୍ଦ୍ରପୁର ପୋଲ ନିକଟରେ ଘଟିଥିବା ହତ୍ୟାକାଣ୍ଡକୁ ୨୪ଘଣ୍ଟା ନ ପୂରୁଣୁ ବାଲିପାଟଣା ଥାନା ବେଙ୍ଗବତୀ…

ପିଏମ୍‌ଏଓ୍ବାଇ-ୟୁ ୨.୦ ଗୃହ ନିର୍ମାଣରେ ଓଡ଼ିଶା ଦେଶରେ ଅଗ୍ରଣୀ

ଭୁବନେଶ୍ୱର, ୯ା୫(ବନ୍ଦନା ସେଠୀ): ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ (ପିଏମ୍‌ଏଓ୍ବାଇ-ୟୁ ୨.୦)’ ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନରେ ଓଡ଼ିଶା ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା…

ବୋଦାବଳି ପାଇଁ ରାସ୍ତାରୁ ହଟୁନିି ଗଛ

ପାଟଣା,୯ା୫(ବୀର କିଶୋର ଦାଶ): ପାଟଣା,୮ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପୂର୍ତ୍ତ ବିଭାଗ ତୁରୁମୁଙ୍ଗା ଚମ୍ପୁଆ କାଞ୍ଜିଆଶୁଳା ମୁଖ୍ୟରାସ୍ତାର ନେଉଳିପଶି ନିକଟରେ ଶୁକ୍ରବାର ସକାଳେ ଏକ ବିରାଟକାୟ ଠାକୁରାଣୀ…

ଦକ୍ଷିଣ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ:ଆଗାମୀ ୪ ଦିନ ବର୍ଷା, ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୮ା୫ (ବନ୍ଦନା ସେଠୀ) – ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ସମୁଦ୍ର ପତନଠାରୁ ଦେଢ କିଲୋମିଟର ଉଚ୍ଚ ଯାଏ ଘୂର୍ଣ୍ଣିବଳୟଟି ବ୍ୟାପିଛି। ଆଗାମୀ…

ଦିଗପହଣ୍ଡି ଓ ପାଟପୁର ଥାନାରେ ଜୁଭେଣ୍ଟିକା ସଚେତନତା

ଦିଗପହଣ୍ଡି,୮|୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଓ ପାଟପୁର ଥାନା ପରିସରରେ ଶୁକ୍ରବାର ମହିଳା ଓ ଶିଶୁଙ୍କ ପ୍ରତି ଅପରାଧ ନିରାକରଣ ସମ୍ପର୍କିତ ଜୁଭେଣ୍ଟିକା ସଚେତନତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri