ଜେଏନ୍‌ୟୁରେ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଭିନ୍ନ ସଂଗଠନର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୮ା୧-ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ରୀଛାତ୍ର ଓ ଅଧ୍ୟାପିକାଅଧ୍ୟାପକଙ୍କ ଉପରେ ରବିବାର ହୋଇଥିବା ଆକ୍ରମଣକୁ ନେଇ ଏବେ ବିଭିନ୍ନ ସଂଗଠନ ରାସ୍ତାକୁ ଓହ୍ଲାଇବା ସହ ଘଟଣାର ତୀବ୍ର ନିନ୍ଦା କରିଛନ୍ତି। ସୋମବାର ଏ ନେଇ ଅଲ୍‌ ଇଣ୍ଡିଆ ଡିଏସ୍‌ଓ(ଡେମୋକ୍ରାଟିକ ଷ୍ଟୁଡେଣ୍ଟସ୍‌ ଅର୍ଗାନାଇଜେଶନ) ପକ୍ଷରୁ ଗଣ ବିକ୍ଷୋଭ ସହ ଘଟଣାକୁ ନିନ୍ଦା କରାଯାଇଥିଲା। ମଙ୍ଗଳବାର ପୁଣି ବିଭିନ୍ନ ଛାତ୍ର ସଂଗଠନ ଓ ଯୁବ ସଂଗଠନ ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ା ଜେଏନ୍‌ୟୁ ଭଳି ଏକ ଜାତୀୟସ୍ତରୀୟ ଗବେଷଣା ସମ୍ପନ୍ନ ବିଶ୍ୱବିଦ୍ୟାଳୟରେ ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ସଂଗଠନ ପକ୍ଷରୁ କୁହାଯିବା ସହ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। ଜେଏନ୍‌ୟୁ ଭଳି ଶିକ୍ଷାନୁଷ୍ଠାନ ମଧ୍ୟରେ ଛାତ୍ରୀଛାତ୍ର, ଅଧ୍ୟାପକଙ୍କୁ ଆକ୍ରମଣ ଘଟଣା ଭାରତର ସମଗ୍ର ଛାତ୍ରୀଛାତ୍ରଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାରେ ସମ୍ପୃକ୍ତ ଗୁଣ୍ଡାମାନେ ଛାତ୍ରୀଛାତ୍ରଙ୍କ ଉପରେ ଆକ୍ରମଣ କରିବା ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ସତ୍ତ୍ୱେ ଦୋଷୀଙ୍କୁ ଗିରଫ କରା ନ ଯିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ସଂଗଠନଗୁଡିକ ଅଭିଯୋଗ କରିଥିଲେ। ଏ ଦିଗରେ କେନ୍ଦ୍ର ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ସହ ଦୋଷୀଙ୍କୁ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ା ଏହି ବିକ୍ଷୋଭ ସମାବେଶରେ ସିପିଏମ୍‌ ନେତା ବସନ୍ତ ନନ୍ଦ, ଯୁଧିଷ୍ଠିର ବେହେରା, ଏଆଇୱାଇଏଫ(ଅଲ ଇଣ୍ଡିଆ ୟୁଥ ଫେଡେରେଶନ) ରାଜ୍ୟ ସମ୍ପାଦକ ପ୍ରଦୀପ ସେଠୀ, ଏଆଇଏସ୍‌ଏଫ (ଅଲ ଇଣ୍ଡିଆ ଷ୍ଟୁଡେଣ୍ଟ ଫେଡେରେଶନ) ଜିଲା ସମ୍ପାଦକ କାମଦେବ ନାହାକ, କୃଷ୍ଣଚନ୍ଦ୍ର ରାଉଳ, ବିଦ୍ୟୁତ ପ୍ରଭା ନାୟକ,ଏସ୍‌ଏଫ୍‌ଆଇ (ଷ୍ଟୁଡେଣ୍ଟ ଫେଡେରେଶନ ଅଫ ଇଣ୍ଡିଆ) ନେତା ସତ୍ୟନାରାୟଣ ନାୟକ, ଡିୱାଇଏଫଆଇ (ଡେମୋକ୍ରେଟିକ ୟୁଥ ଫେଡେରେଶନ) ଜିଲା ସମ୍ପାଦକ ଅଜିତ ପାଣିଗ୍ରାହୀ, ଗଣତାନ୍ତ୍ରିକ ମହିଳା ସମିତି ଜିଲା ସଭାନେତ୍ରୀ ଜୟନ୍ତୀବାଳା ମିଶ୍ର, ଏନ୍‌ଏସ୍‌ୟୁଆଇ (ନ୍ୟାଶନାଲ ଷ୍ଟୁଡେଣ୍ଟସ ୟୁନିୟନ ଅଫ ଇଣ୍ଡିଆ) ଜିଲା ସଭାପତି ବିଜୟ ରାଜ ପାଣିଗ୍ରାହୀ ପ୍ରମୁଖ ନେତୃତ୍ୱ ନେଇଥିଲେ ା ଅନ୍ୟମାନଙ୍କ ମଧ୍ୟରେ ଏଆଇ ଡିଏସ୍‌ଓ, ଏଆଇଡିୱାଇଓ, ଏଆଇଡିଡବ୍ଲୁ (ଅଲ ଇଣ୍ଡିଆ ଡେମୋକ୍ରେଟିକ ୱମେନ ଆସୋସିଏଶନ) ପ୍ରମୁଖ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଘୋଷଣା ହେଲା ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ, ଏହି ତାରିଖରୁ ବନ୍ଦ ରହିବ

କଟକ,୨୧।୫(ପ୍ରଭୁକଲ୍ୟାଣ ପାଲ୍): ଓଡ଼ିଶା ହାଇକୋର୍ଟରେ ଗ୍ରୀଷ୍ମ ଅବକାଶ । ମେ ୨୩ରୁ ଜୁନ୍ ୨୧ ତାରିଖ ପର୍ଯ୍ୟନ୍ତ ଗ୍ରୀଷ୍ମ ଅବକାଶ ରହିବ । ଜୁନ୍ ୨୨ ତାରିଖରେ…

ଭିଜିଲାନ୍ସ ଜାଲରେ ଟିଟିଲାଗଡ଼ ARCS ଅଫିସ୍‌ର ସିନିୟର୍ ଆସିଷ୍ଟାଣ୍ଟ, ବକେୟା ଦରମା କରାଇ ଦେବାକୁ ନେଉଥିଲେ ଲାଞ୍ଚ

ବଲାଙ୍ଗୀର,୨୧।୫(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ARCS ଅଫିସରେ ଭିଜଲାନ୍ସ ଚଢ଼ାଉ । ARCS ଅଫିସର ସିନିୟର୍ ଆସିଷ୍ଟାଣ୍ଟ ଅନିଲ୍ ପଣ୍ଡାଙ୍କୁ ଧରିଲା ବଲାଙ୍ଗୀର,ସୋନପୁର ଭିଜିଲାନ୍ସ…

୧୦୬ ଜଣଙ୍କୁ ମିଳିଲା ହଜିଲା ଫୋନ୍‌, ଏସ୍‌ପି କହିଲେ- ଏହି ପୋର୍ଟାଲ ମାଧ୍ୟମରେ ପାଇହେବ ଚୋରି ହୋଇଥିବା ମୋବାଇଲ

ବରଗଡ଼,୨୧।୫( ପ୍ରେମାନନ୍ଦ ଖମାରୀ): କିଏ ମୋବାଇଲ ହଜାଇ ଦେଇଥିଲେ ତ ଆଉ କାହାର ମୋବାଇଲ ଲୁଟ କିମ୍ବା ଚୋରି ହୋଇଥିଲା । ଦିନେ କି ଦୁଇଦିନ ନୁହେଁ,…

କେନ୍ଦୁଝରରେ କାଳବୈଶାଖୀ ତାଣ୍ଡବ, ଟେଣ୍ଟ ତଳେ ଚାପି ହୋଇ ୩ ମୃତ

କେନ୍ଦୁଝର,୨୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ୍ ଥାନା ଅନ୍ତର୍ଗତ ନରଣପୁରରେ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରଚଣ୍ଡ ପବନରେ ଟେଣ୍ଟ ଭୁଶୁଡ଼ିବାରୁ ଚାପି ହୋଇ ୩ଜଣଙ୍କ ମୃତ୍ୟୁ…

‘କିଶୋରୀମାନେ ପରିବାରର ବୋଝ ନୁହନ୍ତି’

ଛତ୍ରପୁର,୨୧ା୫(ଦିଲ୍ଲୀପ ସାମଲ): କିଶୋରୀମାନେ ପରିବାରର ବୋଝ ନୁହନ୍ତି। ସେମାନେ ଦେଶର ସ୍ବର୍ଣ୍ଣିମ ଭବିଷ୍ୟତ। ସେମାନଙ୍କୁ ସମସ୍ତ ପ୍ରକାର ସୁବିଧା-ସୁଯୋଗ ତା’ସହିତ ସୁରକ୍ଷା ଓ ସମ୍ମାନ ଯୋଗାଇଦେବା ଆମ…

ଗୋଟିଏ ମଞ୍ଚରେ ଏକାଠି ହୋଇପାରୁନାହାନ୍ତି କଂଗ୍ରେସ ନେତା

ଭଞ୍ଜନଗର,୨୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ କଂଗ୍ରେସର ସବୁ ନେତା ଏକାଠି ହୋଇ ପାରୁନାହାନ୍ତି ଗୋଟିଏ ମଞ୍ଚରେ। ଇତିମଧ୍ୟରେ ଭଞ୍ଜନଗର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା…

ଇଞ୍ଜିନିୟର ହେବା ଲକ୍ଷ୍ୟରେ ଶୁଭମ୍‌-କାର୍ତ୍ତିକେୟ, ଯୁକ୍ତ୨ ବିଜ୍ଞାନରେ ରଖିଛନ୍ତି…

ପୁରୁଷୋତ୍ତମପୁର,୨୧ା୫(ସବିତା ମିଶ୍ର): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ଛାତ୍ର…

ଯୁକ୍ତ ୨ ବିଜ୍ଞାନରେ ବିଘ୍ନେଶ ଚୌଧୁରୀ ଛତ୍ରପୁର ବ୍ଲକ ଟପ୍ପର, ମିଷ୍ଟାନ ବାଣ୍ଟି ଖୁସି ଜାହିର କଲେ ବିଦ୍ୟାର୍ଥୀ

ଛତ୍ରପୁର, ୨୧।୫(ଦିଲ୍ଲୀପ ସାମଲ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ( ସିଏଚଏସଇ ) ଦ୍ୱାରା +୨ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି l ଏହି ପରିପ୍ରେକ୍ଷୀରେ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri