Posted inଖେଳ

ଜୁନିୟର ବିଶ୍ୱ ଟ୍ରାକ୍‌ ସାଇକେଲିଂ: ଆଲବେନଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ,୧୬।୮(ପିଟି): ଭାରତୀୟ ସ୍ପ୍ରିଣ୍ଟ ସାଇକେଲିଂ ଦଳ ଜର୍ମାନୀର ଫ୍ରାଙ୍କଫର୍ଟଠାରେ ଚାଲିଥିବା ଜୁନିୟର ଟ୍ରାକ ସାଇକେଲିଂ ଚାମ୍ପିୟନଶିପ୍‌ରେ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବା ପରେ ଦେଶକୁ ଆଉ ଏକ ସଫଳତା ଆଣିଦେଇଛନ୍ତି ଇସୋ ଆଲବେନ। ପୁରୁଷ କେଇରିନ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ହାତେଇଛନ୍ତି। ୬ ଜଣ ସାଇକେଲ ଚାଳକଙ୍କ ମଧ୍ୟରେ ଅନୁଷ୍ଠିତ ଫାଇନାଲରେ ଆଲବେନ ଅଷ୍ଟ୍ରେଲିଆର ସାମ ଗାଲାଘର (ରୌପ୍ୟ) ଓ ଗ୍ରୀସର କୋନ୍‌ଷ୍ଟାଣ୍ଟିନୋ ଲିଭାନୋଜ (ଚାମ୍ପିୟନ)ଙ୍କ ପଛକୁ ରହିଥିଲେ। ଜୁନିୟର କେଇରିନ ଓ ସ୍ପ୍ରିଣ୍ଟ ବର୍ଗରେ ବିଶ୍ୱର ନଂ ୧ ସାଇକେଲିଷ୍ଟ ଆଲବେନ। ବୁଧବାର ବିଶ୍ୱସ୍ତରୀୟ ସାଇକେଲିଂ ଇଭେଣ୍ଟରେ ଭାରତ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲା। ଇସୋ, ରୋନାଲ୍ଡୋ ସିଂ ଓ ରଜିତ ସିଂଙ୍କୁ ନେଇ ଗଠିତ ଭାରତୀୟ ଦଳ ପୁରୁଷ ସ୍ପ୍ରିଣ୍ଟ ଇଭେଣ୍ଟରେ ଶୀର୍ଷ ସ୍ଥାନ ହାସଲ କରିଥିଲେ। ଠିକ୍‌ ବର୍ଷେ ତଳେ ଆଣ୍ଡାମାନ ନିକୋବର ସାଇକେଲିଷ୍ଟ ପ୍ରଥମ ଭାରତୀୟ ଭାବେ ବିଶ୍ୱ ସାଇକେଲିଂ ଚାମ୍ପିୟନଶିପ୍‌ରେ ପଦକ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପିଏସ୍‌ଏଲ୍‌ରୁ ଓହରିଲେ ଡୁପ୍ଲେସି

ଆବୁଧାବି, ୧୭।୬(ପି.ଟି.)-  ପାକିସ୍ତାନ ସୁପରଲିଗ୍‌ (ପିଏସ୍‌ଏଲ) ଅବସରରେ କନକ୍‌ସନ (ସଂଘାତ)ର ସମ୍ମୁଖୀନ ହୋଇଥିବା ପୂର୍ବତନ ଦକ୍ଷିଣ ଆଫ୍ରିକା ଅଧିନାୟକ ଫାଫ୍‌ ଡୁପ୍ଲେସି ପ୍ରତିଯୋଗିତାର ଅବଶିଷ୍ଟ ମ୍ୟାଚଗୁଡ଼ିକରୁ...

ଦୁଲୀପ ଟ୍ରଫି ମ୍ୟାଚରେ ନାଡ଼ା ଡୋପ୍‌ ଟେଷ୍ଟ ଆରମ୍ଭ କରିବ

ନୂଆଦିଲ୍ଲୀ,୧୮।୮(ପି.ଟି.)- ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା) ଆଗାମୀ ଦୁଲୀପ ଟ୍ରଫି ମ୍ୟାଚ୍‌ ଅବସରରେ ଭାରତୀୟ କ୍ରିକେଟରଙ୍କ ଡୋପ୍‌ ଟେଷ୍ଟ ଆରମ୍ଭ କରିବ। ବେଙ୍ଗାଲୁରୁରେ ଖେଳାଯିବାକୁ...

ମୁଖ୍ୟ କୋଚ୍‌ ପଦରେ ରହିଲେ ରଶ୍ମି : ଦୀପକ ବୋଲିଂ ଓ ଗୋପାଳ ଫିଲ୍ଡିଂ କୋଚ୍‌

ଭୁବନେଶ୍ୱର, ୨୮।୧୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ରାଜ୍ୟ ସିନିୟର ଦଳପାଇଁ କୋଚିଂ ଷ୍ଟାଫ୍‌ ନିଯୁକ୍ତ କରାଯାଇଛି। ରଶ୍ମିରଞ୍ଜନ ପରିଡ଼ା ମୁଖ୍ୟ କୋଚ୍‌...

୧୮ ବର୍ଷ ପରେ କ୍ରିକେଟ ରେକର୍ଡ ବୁକ୍‌ରେ ସ୍ଥାନ ପାଇଲେ ବ୍ୟାଟ୍ସମ୍ୟାନ

ଚାଟୋଗ୍ରାମ, ୭ା୨- ପଦାର୍ପଣକାରୀ ଓ୍ବେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନ କାଇଲ୍‌ ମାୟର୍ସ ଅପରାଜିତ ୨୧୦ ରନ୍‌ର ଇନିଂସ ଅବସରରେ ବହୁ ରେକର୍ଡର ଅଧିକାରୀ ହୋଇଛନ୍ତି। ୩୧୦ ବଲର ସମ୍ମୁଖୀନ...

ପିଙ୍କ୍‌ ବଲ ଟେଷ୍ଟ: ଟିକେଟ ଅର୍ଥ ଫେରାଇବ ସିଏବି

କୋଲକତା,୨୫।୧୧(ପି.ଟି.)- ସ୍ଥାନୀୟ ଇଡେନ ଗାର୍ଡେନ୍ସ ଗ୍ରାଉଣ୍ଡରେ ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଦିବାରାତ୍ର ଟେଷ୍ଟକୁ ଭାରତୀୟ ଦଳ ୩ ଦିନରୁ କମ୍‌ ସମୟରେ ଜିତି ନେଇଥିଲା। ମ୍ୟାଚ୍‌ର...

ବଲିଉଡ୍‌ ଗୀତରେ ନାଚିଲେ ଆମେରିକୀୟ ଟେନିସ ଷ୍ଟାର

ଓ୍ବାଶିଂଟନ,୨୨।୧୭- ଆମେରିକାନ ଟେନିସ ଖେଳାଳି ଆଲିସନ ରିସ୍କେ ସଭିଙ୍କୁ ଚକିତ କରିଦେଇଛନ୍ତି। ବିଶ୍ୱର ନଂ ମହିଳା ସିଙ୍ଗଲ୍ସ ଖେଳାଳି ଆଶଲେ ବାର୍ଟିଙ୍କୁ ଓ୍ବିମ୍ବେଲଡନ ଓପନରେ ହରାଇବା...

ଦଶନ୍ଧିର ସର୍ବଶ୍ରେଷ୍ଠ କ୍ରିକେଟର ହେଲେ କୋହଲି

ଲଣ୍ଡନ,୧୫।୪: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ୱିସଡେନ ଆଲମାନାକ ଦ୍ୱାରା ଦଶନ୍ଧିର ଶ୍ରେଷ୍ଠ ଏକଦିବସୀୟ କ୍ରିକେଟର ଭାବରେ ମନୋନୀତ ହୋଇଛନ୍ତି। ସେହିପରି କ୍ରମାଗତ...

ଜେନିଫର୍‌ ବ୍ରାଡିଙ୍କୁ ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ

ଲେକ୍ସିଙ୍ଗଟନ୍‌, ୧୮ା୮ (ଏପି)- ଆମେରିକାର ଜେନିଫର ବ୍ରାଡି ତାଙ୍କ କ୍ୟାରିୟରର ପ୍ରଥମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିଛନ୍ତି। ଏଠାରେ ଚାଲିଥିବା ଟପ୍‌ସିଡ୍‌ ଓପନ୍‌ ଟେନିସ ଟୁର୍ନାମେଣ୍ଟ...

Advertisement
Ten Cric Info


Archives

Model This Week