ଜୀବନ ଯୁଦ୍ଧରେ ଜୀବିକା ପ୍ରଭାବିତ

ଭୁବନ, ୨୭।୩(ଡି.ଏନ.ଏ.):କରୋନା ମହାମାରୀ ଆତଙ୍କରେ ବିଶ୍ୱ ଥରହର। ଗଡୁଛି ହଜାର ହଜାର ମୁଣ୍ଡ। ଆକ୍ରାନ୍ତଙ୍କ ସଂଖ୍ୟା କଳିବା ଅସମ୍ଭବ। କେତେବେଳେ ଆଉ କେମିତି ଏହି ମାରାତ୍ମକ ଭାଇରସ୍‌ କାହାକୁ ଗ୍ରାସିବ ତାହାର ଜଣାପଡୁନାହିଁ। ଏକ ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ସାରା ବିଶ୍ୱ ବଢୁଥିବାବେଳେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଗରିବ, ଖଟିଖିଆ ଏବଂ କ୍ଷୁଦ୍ର ବ୍ୟବସାୟୀ ଗୋଷ୍ଠୀ। କହିବାକୁ ଗଲେ କରୋନା ସମସ୍ତଙ୍କ ମୁହଁରୁ ହସ ଛଡ଼ାଇ ନେଇଛି। ଏବେ କେବଳ ଗୋଟିଏ ଚିନ୍ତା ଦିନକୁ ଦି ଓଳି ଦାନା ଯୋଗାଡ଼ ହେବ କିପରି।
ବିମୁଦ୍ରୀକରଣ ପରେ ବୁଡ଼ିଯାଇଥିଲା ବେପାର। ଅଣ୍ଟା ସଳଖି ଛିଡ଼ା ହେବା ବେଳକୁ ଏବେ କରୋନା ମାଡ଼। ଖଟିଲେ ଖାଇବା ଲୋକ। ହାତ ବନ୍ଦ ତ ଭାତ ବି ବନ୍ଦ। ଲକ୍‌ଡାଉନ ପାଇଁ ଦୋକାନ ବଜାର ଖୋଲୁନାହିଁ। କାମ ବି ନାହିଁ। କେତେବେଳେ ସବୁ ପୁଣି ଠିକ୍‌ ହବ ତାହା କହିବା ମୁସ୍କିଲ। ହସ ହସ ମୁହଁରେ ଘରକୁ ଫେରିବି ତାହା ଭାବିବା ବେଳକୁ ଆଖିରେ ଲୁହ ଆସିଯାଉଛି ବୋଲି କହିଛନ୍ତି ଢେଙ୍କାନାଳ ଜିଲା ଭୁବନର କଂସା କାରିଗର ଛାୟାକାନ୍ତ ସାହୁ। କରୋନା ପାଇଁ ଏବେ ଭୁବନର ପ୍ରସିଦ୍ଧ କଂସା କାରିଗରି କାମ ଉପରେ ପଡ଼ିଛି ଚଡ଼କ। ପ୍ରଶାସନିକ କଟକଣା ଯୋଗୁ ଶାଳ ବନ୍ଦ ହୋଇଯାଇଛି। ତେଣୁ ଛାୟାକାନ୍ତଙ୍କ ପରି ଅନେକେ ହାତ ବାନ୍ଧି ବସିଛନ୍ତି।
ସମାନ କଥା ଦୋହରାଇଛନ୍ତି ପରିବା ବ୍ୟବସାୟୀ ହେମନ୍ତ ସାହୁ ଏବଂ ରବୀନ୍ଦ୍ର ସ୍ବାଇଁ। ମନ୍ଦାର ଗ୍ରାମରୁ ପରିବା ଆଣି ଭୁବନ ଅଞ୍ଚଳରେ ବ୍ୟବସାୟ କରନ୍ତି ରବୀନ୍ଦ୍ର। ଦୀର୍ଘ ୨୫ ବର୍ଷ ହେଲା ପରିବା ବେପାର ତାଙ୍କ ଜୀବିକା ପାଲଟିଛି। ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଭୟଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଲୋକମାନେ ଭୟଭୀତ ହୋଇ ବାହାରକୁ ଆସୁନାହାନ୍ତି। ଜମିରେ ଫସଲ ନଷ୍ଟ ହେଉଥିବାବେଳେ ବେପାର ବି ସେତେଟା ଭଲ ହେଉନାହିଁ। ଗଁା ଗଁା ବୁଲି ପରିବା ବିକିବାକୁ ପଡୁଛି। ଘରକୁ ପହଞ୍ଚତ୍ବା ବେଳକୁ ଖାଇବା ଖର୍ଚ୍ଚ ବି ଉଠୁନି। ମୁଣ୍ଡ ଉପରେ କରଜ ବଢୁଛି। ଏମିତି ଆଉ ସପ୍ତାହେ ଲାଗି ରହିଲେ ଦାନା ବି ମିଳିବନି ବୋଲି କହିଛନ୍ତି ରବୀନ୍ଦ୍ର। ହେମନ୍ତ କହିଛନ୍ତି, ଲୋକ ଆସୁନାହାନ୍ତି। ବିକିବାକୁ ଆଣିଥିବା ପରିବା ଘରକୁ ଫେରାଇ ନେବାକୁ ପଡୁଛି। ଏମିତି ବ୍ୟବସାୟ କରିବା ଅପେକ୍ଷା ଆଉ ନ ଆସିବାକୁ ଚିନ୍ତା କରୁଛି। କେବଳ କଂସା କାରିଗର କି ପରିବା ବ୍ୟବସାୟୀ ନୁହନ୍ତି ଅଞ୍ଚଳର ସମସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏବେ ଘାରିଛି ପେଟପାଟଣା ଚିନ୍ତା। କରୋନା ପାଇଁ ଆରମ୍ଭ ହୋଇଥିବା ଜୀବନ ଯୁଦ୍ଧରେ ଲଢ଼େଇରେ କେଉଁଠି ନା କେଉଁଠି ପ୍ରଭାବିତ ହୋଇଛି ଜୀବିକା, ଯାହା ଏବେ ଛାୟାକାନ୍ତ, ହେମନ୍ତ ଏବଂ ରବୀନ୍ଦ୍ରଙ୍କ ପରି ଅଞ୍ଚଳର ହଜାର ହଜାର ବ୍ୟବସାୟୀଙ୍କ ଆଖିରୁ ନିଦ ହଜାଇ ଦେଇଛି।
ଭୁବନରେ ଦୈନିକ ପରିବା ମାର୍କେଟକୁ ଯାଜପୁର ସମେତ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ପରିବା ବିକ୍ରି କରିବାକୁ ଆସିଥାନ୍ତି। କଟକଣା ପାଇଁ ବ୍ୟବସାୟ ଘାଟା ଆଶଙ୍କାରେ ହାତଗଣିତ ବ୍ୟବସାୟୀ ଆସୁଛନ୍ତି। ସେହିପରି ସକାଳୁ ଏବଂ ଅପରାହ୍ନରେ ଦୁଇ ପର୍ଯ୍ୟାୟରେ ତେଜରାତି, ମାଛ, ମାଂସ, ଅଣ୍ଡା ଓ ପରିବା ଦୋକାନ ଖୋଲା ରହୁଛି। ସମୟ କଟକଣା ଯୋଗୁ ବ୍ୟବସାୟରେ ମାନ୍ଦା ଉପୁଜିଥିବା ବ୍ୟବସାୟୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri