ଜୀବନ ଯୁଦ୍ଧରେ ଜୀବିକା ପ୍ରଭାବିତ

ଭୁବନ, ୨୭।୩(ଡି.ଏନ.ଏ.):କରୋନା ମହାମାରୀ ଆତଙ୍କରେ ବିଶ୍ୱ ଥରହର। ଗଡୁଛି ହଜାର ହଜାର ମୁଣ୍ଡ। ଆକ୍ରାନ୍ତଙ୍କ ସଂଖ୍ୟା କଳିବା ଅସମ୍ଭବ। କେତେବେଳେ ଆଉ କେମିତି ଏହି ମାରାତ୍ମକ ଭାଇରସ୍‌ କାହାକୁ ଗ୍ରାସିବ ତାହାର ଜଣାପଡୁନାହିଁ। ଏକ ଅନିଶ୍ଚିତ ଭବିଷ୍ୟତ ଆଡ଼କୁ ସାରା ବିଶ୍ୱ ବଢୁଥିବାବେଳେ ସବୁଠାରୁ ବେଶି ପ୍ରଭାବିତ ହେଉଛନ୍ତି ଗରିବ, ଖଟିଖିଆ ଏବଂ କ୍ଷୁଦ୍ର ବ୍ୟବସାୟୀ ଗୋଷ୍ଠୀ। କହିବାକୁ ଗଲେ କରୋନା ସମସ୍ତଙ୍କ ମୁହଁରୁ ହସ ଛଡ଼ାଇ ନେଇଛି। ଏବେ କେବଳ ଗୋଟିଏ ଚିନ୍ତା ଦିନକୁ ଦି ଓଳି ଦାନା ଯୋଗାଡ଼ ହେବ କିପରି।
ବିମୁଦ୍ରୀକରଣ ପରେ ବୁଡ଼ିଯାଇଥିଲା ବେପାର। ଅଣ୍ଟା ସଳଖି ଛିଡ଼ା ହେବା ବେଳକୁ ଏବେ କରୋନା ମାଡ଼। ଖଟିଲେ ଖାଇବା ଲୋକ। ହାତ ବନ୍ଦ ତ ଭାତ ବି ବନ୍ଦ। ଲକ୍‌ଡାଉନ ପାଇଁ ଦୋକାନ ବଜାର ଖୋଲୁନାହିଁ। କାମ ବି ନାହିଁ। କେତେବେଳେ ସବୁ ପୁଣି ଠିକ୍‌ ହବ ତାହା କହିବା ମୁସ୍କିଲ। ହସ ହସ ମୁହଁରେ ଘରକୁ ଫେରିବି ତାହା ଭାବିବା ବେଳକୁ ଆଖିରେ ଲୁହ ଆସିଯାଉଛି ବୋଲି କହିଛନ୍ତି ଢେଙ୍କାନାଳ ଜିଲା ଭୁବନର କଂସା କାରିଗର ଛାୟାକାନ୍ତ ସାହୁ। କରୋନା ପାଇଁ ଏବେ ଭୁବନର ପ୍ରସିଦ୍ଧ କଂସା କାରିଗରି କାମ ଉପରେ ପଡ଼ିଛି ଚଡ଼କ। ପ୍ରଶାସନିକ କଟକଣା ଯୋଗୁ ଶାଳ ବନ୍ଦ ହୋଇଯାଇଛି। ତେଣୁ ଛାୟାକାନ୍ତଙ୍କ ପରି ଅନେକେ ହାତ ବାନ୍ଧି ବସିଛନ୍ତି।
ସମାନ କଥା ଦୋହରାଇଛନ୍ତି ପରିବା ବ୍ୟବସାୟୀ ହେମନ୍ତ ସାହୁ ଏବଂ ରବୀନ୍ଦ୍ର ସ୍ବାଇଁ। ମନ୍ଦାର ଗ୍ରାମରୁ ପରିବା ଆଣି ଭୁବନ ଅଞ୍ଚଳରେ ବ୍ୟବସାୟ କରନ୍ତି ରବୀନ୍ଦ୍ର। ଦୀର୍ଘ ୨୫ ବର୍ଷ ହେଲା ପରିବା ବେପାର ତାଙ୍କ ଜୀବିକା ପାଲଟିଛି। ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଭୟଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଲୋକମାନେ ଭୟଭୀତ ହୋଇ ବାହାରକୁ ଆସୁନାହାନ୍ତି। ଜମିରେ ଫସଲ ନଷ୍ଟ ହେଉଥିବାବେଳେ ବେପାର ବି ସେତେଟା ଭଲ ହେଉନାହିଁ। ଗଁା ଗଁା ବୁଲି ପରିବା ବିକିବାକୁ ପଡୁଛି। ଘରକୁ ପହଞ୍ଚତ୍ବା ବେଳକୁ ଖାଇବା ଖର୍ଚ୍ଚ ବି ଉଠୁନି। ମୁଣ୍ଡ ଉପରେ କରଜ ବଢୁଛି। ଏମିତି ଆଉ ସପ୍ତାହେ ଲାଗି ରହିଲେ ଦାନା ବି ମିଳିବନି ବୋଲି କହିଛନ୍ତି ରବୀନ୍ଦ୍ର। ହେମନ୍ତ କହିଛନ୍ତି, ଲୋକ ଆସୁନାହାନ୍ତି। ବିକିବାକୁ ଆଣିଥିବା ପରିବା ଘରକୁ ଫେରାଇ ନେବାକୁ ପଡୁଛି। ଏମିତି ବ୍ୟବସାୟ କରିବା ଅପେକ୍ଷା ଆଉ ନ ଆସିବାକୁ ଚିନ୍ତା କରୁଛି। କେବଳ କଂସା କାରିଗର କି ପରିବା ବ୍ୟବସାୟୀ ନୁହନ୍ତି ଅଞ୍ଚଳର ସମସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏବେ ଘାରିଛି ପେଟପାଟଣା ଚିନ୍ତା। କରୋନା ପାଇଁ ଆରମ୍ଭ ହୋଇଥିବା ଜୀବନ ଯୁଦ୍ଧରେ ଲଢ଼େଇରେ କେଉଁଠି ନା କେଉଁଠି ପ୍ରଭାବିତ ହୋଇଛି ଜୀବିକା, ଯାହା ଏବେ ଛାୟାକାନ୍ତ, ହେମନ୍ତ ଏବଂ ରବୀନ୍ଦ୍ରଙ୍କ ପରି ଅଞ୍ଚଳର ହଜାର ହଜାର ବ୍ୟବସାୟୀଙ୍କ ଆଖିରୁ ନିଦ ହଜାଇ ଦେଇଛି।
ଭୁବନରେ ଦୈନିକ ପରିବା ମାର୍କେଟକୁ ଯାଜପୁର ସମେତ ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନେ ପରିବା ବିକ୍ରି କରିବାକୁ ଆସିଥାନ୍ତି। କଟକଣା ପାଇଁ ବ୍ୟବସାୟ ଘାଟା ଆଶଙ୍କାରେ ହାତଗଣିତ ବ୍ୟବସାୟୀ ଆସୁଛନ୍ତି। ସେହିପରି ସକାଳୁ ଏବଂ ଅପରାହ୍ନରେ ଦୁଇ ପର୍ଯ୍ୟାୟରେ ତେଜରାତି, ମାଛ, ମାଂସ, ଅଣ୍ଡା ଓ ପରିବା ଦୋକାନ ଖୋଲା ରହୁଛି। ସମୟ କଟକଣା ଯୋଗୁ ବ୍ୟବସାୟରେ ମାନ୍ଦା ଉପୁଜିଥିବା ବ୍ୟବସାୟୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବ ତୋଟା ପାଚେରୀରେ ଲାଗିଥିଲା କରେଣ୍ଟ ତାର, ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ

​ସମ୍ବଲପୁର,୩।୬(ପ୍ରମୋଦ ବହିଦାର): ସମ୍ବଲପୁର ସଦର ରେଞ୍ଜ ଅନ୍ତର୍ଗତ ମାନେଶ୍ବରର ଝାଙ୍କରପାଲି ସେକ୍ସନ ଅଧୀନସ୍ଥ ବଦୁଆପାଲି ଗ୍ରାମରେ ବିଦ୍ଯୁତଘାତରେ ଏକ ମାଈ ହାତୀର ମୃତ୍ଯୁ ହୋଇଥିବା ଖବର ମିଳିଛି।…

ନାବାଳିକାଙ୍କୁ ନିଶା ଦେଇ ଚଳନ୍ତା କାରରେ ଗଣବଳାତ୍କାର, ପରେ କଲେ ଏଭଳି କାଣ୍ଡ

ଆସାମ ବିଶ୍ୱନାଥ ଜିଲାର ଚାଲିଆ ଚାପୋରିରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ୧୫ବର୍ଷୀୟା ନାବାଳିକାଙ୍କୁ ପାଞ୍ଚ ଜଣ ପୁରୁଷ…

ଧାନକଟା ମେଶିନରେ ଚାଲିଥିଲା କଫ୍ ସିରପ୍ ଚାଲାଣ, ଅତାବିରାରୁ ୨ ଗିରଫ

ଅତାବିରା,୩।୬(ଯୁଧିଷ୍ଠିର ମହାପାତ୍ର)-ବରଗଡ଼ ଜିଲା ଅଞ୍ଚଳରେ ଦିନକୁ ଦିନ କଫ୍ ସିରପ୍‌ କାରବାର ବଢ଼ିବାରେ ଲାଗିଛି । ମଙ୍ଗଳବାର ଅତାବିରା ଥାନା ପୋଲିସ ଏହି କାରବାରରେ ୨ ଅଭିଯୁକ୍ତଙ୍କୁ…

୬୧ବର୍ଷ ବୟସରେ ବର ସାଜିବେ ଆମିର, ଜୁଲାଇ ୫ରେ ତୃତୀୟ ବିବାହ…

ମୁମ୍ବାଇ: ପୁଣି ଥରେ ବିବାହ କରିବେ ବଲିଉଡର ‘ମିଷ୍ଟର ପରଫେକ୍ସନିଷ୍ଟ’। ୬୧ ବର୍ଷ ବୟସରେ ଆମିର ପୁଣି ଥରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ…

ଲାଞ୍ଜିଗଡ ଅଞ୍ଚଳରେ ଦାଦନ ଶ୍ରମିକର ମୃତ୍ୟୁ, ୩ଦିନ ପରେ ଗାଁକୁ ଫେରିଲା ଶବ

ଲାଞ୍ଜିଗଡ,୩।୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଦାଦନ ସମସ୍ୟା ବଢ଼ିବାରେ ଲାଗିଥିବା ବେଳେ ଅନେକ ସମୟରେ ରାଜ୍ୟ ବାହାରେ ଦାଦନଙ୍କ…

ଟଙ୍କା ବିବାଦରୁ ବୃଦ୍ଧଙ୍କୁ ଆକ୍ରମଣ; ବୁର୍ଲାରେ ମୃତ୍ୟୁ, ନ୍ୟାୟ ଦାବିରେ ଥାନା ଆଗରେ ଶବ ରଖି ବିକ୍ଷୋଭ

ଥୁଆମୂଳ ରାମପୁର,୩।୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବିରିକୋଟ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ମାତ୍ର ୫୦୦ ଟଙ୍କାର କରଜ…

ଜୁନ୍‌ ୯ରେ କ’ଣ କରିବେ ବିରାଟ କୋହଲି? ସାମ୍ନାକୁ ଆସିଲା ବଡ଼ ଖବର 

ନୂଆଦିଲ୍ଲୀ,୩।୬: ଆଇପିଏଲ ୨୦୨୬ର ରୋମାଞ୍ଚକର ସମାପ୍ତି ପରେ ଏବେ ପୁଣି ଥରେ ମଇଦାନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛି ଭାରତୀୟ କ୍ରିକେଟ ଦଳ । ଆସନ୍ତା ଜୁନ…

ଏହିଦିନ ଖୋଲିବ ହର୍ମୁଜ୍, ଇରାନ ସହିତ ପରମାଣୁ ଚୁକ୍ତି ସମ୍ପର୍କରେ ବଡ଼ ଗୁମର ଖୋଲିଲେ ଟ୍ରମ୍ପ

ଓ୍ବାଶିଂଟନ,୩।୬: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଚୁକ୍ତି ଏବଂ ହର୍ମୁଜ୍ ପ୍ରଣାଳୀ ଖୋଲିବା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ଟ୍ରମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri