ଜି.ଉଦୟଗିରି ଏନ୍‌ଏସିର ବିଭିନ୍ନ ବୁଥରେ ବିଳମ୍ବରେ ମତଦାନ

ଜି.ଉଦୟଗିରି,୧୮ା୪(ଡି.ଏନ୍‌.ଏ.) : ଜି. ଉଦୟଗିରି ଓ କନ୍ଧମାଳ ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହେବାକୁ ଥିବାବେଳେ ବିଳମ୍ବରେ ମତଦାନ ହୋଇଛି। ଜି.ଉଦୟଗିରି ଏନଏସିର ହାଟପଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୬ ନଂ ମଡେଲ ବୁଥ୍‌ରେ ୧ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଛି। ଏଜେଣ୍ଟମାନେ ବିଳମ୍ବରେ ଆସିବାରୁ ମତଦାନରେ ଅଧଘଣ୍ଟା ବିଳମ୍ବ ହୋଇଥିଲା। ପୁଣି ମେସିନରେ ତୃଟି ଯୋଗୁ ଅଧଘଣ୍ଟା ବିଳମ୍ବ ହୋଇଥିଲା। ସେହିପରି ହାତୀଶାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୭୦ ନଂ ବୁଥ୍‌ରେ ମଧ୍ୟ ୧ ଘଣ୍ଟା ବିଳମ୍ବରେ ମତଦାନ ଆରମ୍ଭ ହୋଇଥିଲା। ସେଠାରେ ମଧ୍ୟ ଏଜେଣ୍ଟମାନେ ଆସିବାରେ ବିଳମ୍ବ ଯୋଗୁ ମତଦାନ ବିଳମ୍ବ ହୋଇଥିଲା। ବିଭିନ୍ନ ବୁଥ୍‌ରେ ସ୍ବେଚ୍ଛାସେବୀମାନେ ବୟସ୍କ ଓ ଦିବ୍ୟାଙ୍ଗମାନଙ୍କୁ ନେଇ ମତଦାନ କରାଉଥିଲେ । ଜି.ଉଦୟଗିରି ଏନଏସିର ୭ଟି ଯାକ ମତଦାନ କେନ୍ଦ୍ରରେ ଭୋଟ ଦେବା ପାଇଁ ଭିଡ଼ ଲାଗି ରହିଥିଲା । ସୂଚନା ଅନୁଯାୟୀ, ଜି.ଉଦୟଗିରି ବିଧାନସଭା ନିର୍ବାଚନମଣ୍ଡଳୀର ସମୁଦାୟ ୨୫୧ଟି ବୁଥ ମଧ୍ୟରୁ ଜିଉଦୟଗିରି ବ୍ଲକ ଓ ଏନଏସିରେ ୪୦ ଟି ମତଦାନ କେନ୍ଦ୍ର ଖୋଲା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବତୀଙ୍କୁ ବଟିକା ଦେଇ ବଳାତ୍କାର: ବନ୍ଧାହେଲେ ଆଶ୍ରମର ରଙ୍ଗିଲା ବାବା

ଭୁବନେଶ୍ୱର,୭।୧୨: ବନ୍ଧା ହେଲେ ଆତ୍ମଘୋଷିତ ବାବା ପ୍ରଫୁଲ୍ଲ। ଯୁବତୀଙ୍କୁ ନିଶା ବଟିକା ଦେଇ ବଳାତ୍କାର ଅଭିଯୋଗରେ ରଙ୍ଗିଲା ବାବା ଚାରମାଳ ଥାନା ଅଞ୍ଚଳର ଜଣେ ଅବିବାହିତ...

ଉପବାସରେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର,୭।୧୨: ଉପବାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ। ପୂଜାପଣ୍ଡା ନିଯୋଗ ଓ ବଡୁ ନିଯୋଗ ମଧ୍ୟରେ ମହାପ୍ରଭୁଙ୍କ ଅଧିବାସ ପୂଜାକୁ ନେଇ ମତ ପାର୍ଥକ୍ୟ ପାଇଁ ଆଜି...

ଜାଣନ୍ତୁ ୩ ବର୍ଷରେ ଜଗାକୁ ଶ୍ରଦ୍ଧାାଳୁ ଦେଇଛନ୍ତି କେତେ କୋଟି, ହୁଣ୍ଡିରେ…

ପୁରୀ,୭।୧୨: ଦାନ ସୂତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କୁ ୩ ବର୍ଷରେ ମିଳିଛି ୧୧୩ କୋଟି। ମହାପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରୁ କେତେ ଟଙ୍କା ଆଦାୟ ହେଉଛି ଏ ନେଇ...

ମଧ୍ୟାହ୍ନଭୋଜନ ଖାଇ ୨୫ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ, ବାସି ଭାତକୁ ବାସି ଡାଲି କହିଲେ…

ଦାରିଙ୍ଗବାଡ଼ି,୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡ଼ ଅଘଟଣ ଘଟିଛି। ଶନିବାର ମଧ୍ୟାହ୍ନଭୋଜନ ଖାଇବା ପରେ ପ୍ରଥମେ ୬...

କ୍ୱାର୍ଟର୍ସରୁ ଜବତ ୧୪ ଲକ୍ଷ ୭୧ ହଜାର ଟଙ୍କା କେଉଁଠୁ ଆସିଲା? ସନ୍ତୋଷଜନକ ଉତ୍ତର ଦେଇ ନ ପାରି ଏସିଏଫ….

ସମ୍ବଲପୁର,୭।୧୨: ଏସିଏଫଙ୍କୁ ବାନ୍ଧିଲା ପୋଲିସ । ଗିରଫ ହେଲେ ସମ୍ବଲପୁର ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ଏସିଏଫ୍‌ ରେବତୀ ରମଣ ଯୋଶୀ । ତାଙ୍କୁ ଶନିବାର ଭିଜିଲାନ୍ସ...

ଆସୁଛି ବଡ଼ ବର୍ଷା! ଏସବୁ ଜିଲାକୁ ଆଲର୍ଟ

ଭୁବନେଶ୍ୱର,୭।୧୨: ପୁଣି ସୃଷ୍ଟି ହୋଇପାରେ ଲଘୁଚାପ। ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି)। କେନ୍ଦ୍ରୀୟ-ଦକ୍ଷିଣ ବଙ୍ଗୋପସାଗରରେ ଡିସେମ୍ବର ୭ ତାରିଖରେ ପୁଣି...

ମୟୂରଭଞ୍ଜକୁ ୩ ରେଳ ପ୍ରକଳ୍ପ ଭେଟି ଦେଲେ ସରକାର

ମୟୂରଭଞ୍ଜ,୭ା୧୨: ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା-ନ୍ୟୁଜାମଶୋଳା ପ୍ରକଳ୍ପ-ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର...

କମିବ ତାପମାତ୍ରା, ବଢ଼ିବ ଶୀତ

ଭୁବନେଶ୍ୱର,୭ା୧୨: ରାଜ୍ୟରେ ତାପମାତ୍ରା କମିବ। ଆଜିଠାରୁ ଅର୍ଥାତ୍‌ ଶନିବାରଠାରୁ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସହିତ ଥଣ୍ଡା ମଧ୍ୟ ବଢ଼ିବ ବୋଲି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri