Posted inରାଜ୍ୟ

ଜିଲା କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା: ‘ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ’

ଢେଙ୍କାନାଳ ଅଫିସ, ୨୪।୭: ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ଢେଙ୍କାନାଳ ଜିଲା କଂଗ୍ରେସ ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଜିଲା କମିଟି ପକ୍ଷରୁ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ଯାଏ ଦଳୀୟ କାର୍ଯ୍ୟକର୍ତ୍ତା ଶାନ୍ତିପୂର୍ଣ୍ଣ ଭାବେ ଧାରଣାରେ ବସି ପ୍ରତିବାଦ କରିଥିଲେ।
ଦୀର୍ଘ ୧୯ବର୍ଷ ହେଲା ରାଜ୍ୟର ଶାସନ ଡୋରି ବିଜେଡି ସରକାର ହାତରେ ରହିଛି। ହେଲେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସରକାର ଯେମିତି ଭୁଲିଯାଇଛନ୍ତି। ରାଜ୍ୟରେ ଶିଶୁ, ନାବାଳିକା, କେହି ସୁରକ୍ଷିତ ନାହାନ୍ତି। ବଳାତ୍କାର, ଗଣବଳାତ୍କାର, ଅପହରଣ ଭଳି ସମ୍ବେଦନଶୀଳ ଘଟଣା ବଢ଼ିଚାଲିଛି। ପ୍ରତିଦିନ ରାଜ୍ୟରେ ୬ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି। ୨୦୧୭-୧୮ ବର୍ଷରେ ୨୨୦୦ଜଣ ବଳାତ୍କାରର ଶିକାର ହୋଇଥିବାବେଳେ ଚଳିତବର୍ଷ ଏହି ସଂଖ୍ୟା ୨୫୦୦ରେ ପହଞ୍ଚତ୍ଲାଣି। ସେହିପରି ୫୦୨ ଶିଶୁ ନିଖୋଜ ହେବା ଚିନ୍ତାର ବିଷୟ। ଏସବୁ ଘଟଣାର ନିରାକରଣ ଦିଗରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ସାରା ଓଡ଼ିଶାରେ ପ୍ରତିବାଦର ସ୍ବର ଉଠିବ ବୋଲି ଉପସ୍ଥିତି ନେତୃବୃନ୍ଦ ଚେତାବନୀ ଦେଇଛନ୍ତି।
ଜିଲା ସଭାପତି ସୁରେଶଚନ୍ଦ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଧାରଣାରେ ଜିଲା କାର୍ଯ୍ୟକାରୀ ସଭାପତି ସରୋଜ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ବିପ୍ରବର ସାହୁ, ତ୍ରିନାଥ ବେହେରା, ମମତାଞ୍ଜଳି ବେହେରା, ତୁଷାରକାନ୍ତ ନାୟକ ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଏହି ଅବସରରେ କଂଗ୍ରେସ ପ୍ରତିନିଧି ଦଳ ମୁଖ୍ୟନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି କ୍ୟାବିନେଟ୍‌

ଭୁବନେଶ୍ୱର ୧୫।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଏହି ବୈଠକ ଭିଡିଓ...

ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ପୁରୀ ଅଫିସ,୧ା୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପ୍ରଭୁ ସୁଦର୍ଶନ ରଥାରୂଢ଼...

ଏବେବି କ୍ଷତିପୂରଣ ପାଇନାହାନ୍ତି ହୀରାକୁଦ ବିସ୍ଥାପିତ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ହୀରାକୁଦ ବନ୍ଧ ନିର୍ମାଣ ହେବାର ୭୦ ବର୍ଷ ପରେ ମଧ୍ୟ ବିସ୍ଥାପିତଙ୍କୁ ଏଯାଏ କ୍ଷତିପୂରଣ ମିଳିନାହିଁ। ସେମାନେ ରହୁଥିବା ପଡ଼ା ଗ୍ରାମକୁ ଏ...

କୋଭିଡ୍‌ରେ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୪।୨(ବ୍ୟୁରୋ): କୋଭିଡ୍‌ ସମୟରେ ରାଜ୍ୟ ବାହାରୁ ୧୦ ଲକ୍ଷ ୭ ହଜାର ୩୩୦ ପ୍ରବାସୀ ଶ୍ରମିକ ଓଡ଼ିଶାକୁ ଫେରିଥିଲେ। ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୫୩୫...

ନୂତନ, ସଶକ୍ତ ଓଡ଼ିଶା ଗଠନ ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୮।୨(ବ୍ୟୁରୋ): ଲୋକ କୈନ୍ଦ୍ରିକ ଶାସନ ହେଉଛି ଗଣତନ୍ତ୍ରର ମୁଖ୍ୟ ଆକର୍ଷଣ। ଓଡ଼ିଶାବାସୀଙ୍କ ଲଗାତର ଭରସା ମୋ ସରକାରକୁ ଭଲ କାମ କରିବାକୁ ପ୍ରେରଣା ଏବଂ ଶକ୍ତି...

ଠିକା ସ୍ବାସ୍ଥ୍ୟ କର୍ମଚାରୀ, ଆଶା କର୍ମୀଙ୍କୁ ମିଳିବ ଅଧିକ ଟଙ୍କା

ଭୁବନେଶ୍ୱର,୨୯।୪(ବ୍ୟୁରୋ): କୋଭିଡ୍‌ ଡ୍ୟୁଟିରେ ଥିବା ଠିକା ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ଇନ୍‌ସେନଟିଭ୍‌ ମିଳିବ। ଆଉଟ୍‌ ସୋର୍ସ କର୍ମଚାରୀଙ୍କୁ ମାସକର ଦରମା ଅଧିକ ମିଳିବ ବୋଲି ଘୋଷଣା କରାଯାଇଛି।...

ଆଜି ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର, ୧୭ା୬(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ମ ପାଳିର ଦ୍ୱିତୀୟ ଥର ମନ୍ତ୍ରିମଣ୍ଡଳ ଗଠନ କରିସାରିଛନ୍ତି। ଇତିମଧ୍ୟରେ ସବୁ ମନ୍ତ୍ରୀ ଦାୟିତ୍ୱ ନେଇ ସାରିଥିବାବେଳେ ଶୁକ୍ରବାର ପ୍ରଥମ...

‘ଗାନ୍ଧୀ ଶାନ୍ତିକେନ୍ଦ୍ର’କୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: କହିଲେ ‘ଅହିଂସା ଭାରତୀୟତାର ପରିଚୟ’

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରିଠାରେ ଶନିବାର ଗାନ୍ଧି ଶାନ୍ତିକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି। ୫...

Advertisement
Archives

Model This Week