Posted inରାଜ୍ୟ

ଜିଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ: ଘରେ ପଶିଲା ପାଉଁଶ, କୋଇଲା ଗୁଣ୍ଡ

ବଅଁରପାଳ/କଣିହାଁ/ଛେଣ୍ଡିପଦା/ପବିତ୍ରନଗର/ପାଲଲହଡ଼ା, ୧ା୬(ଡି.ଏନ.ଏ.): ଅନୁଗୋଳ ଜିଲାର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ଜୋରଦାର ପବନ ଯୋଗୁ ଦୀର୍ଘ ସମୟ ଧରି ନାଲ୍‌କୋ, ଏନ୍‌ଟିପିସି ପାଉଁଶ ପୋଖରୀରୁ ପାଉଁଶ ଓ ଖଣି ଅଞ୍ଚଳରୁ କୋଇଲା ଗୁଣ୍ଡ ଉଡି ଅଞ୍ଚଳକୁ ପ୍ରଦୂଷିତ କରିଦେଇଥିଲା। ସେହିପରି ଅନେକ ସ୍ଥାନରେ ବହୁ ବଡ଼ ବଡ଼ ଗଛ ଡାଳ ଭାଙ୍ଗିବା ସହ ବହୁ ଚାଳ, ଆଜବେଷ୍ଟସ ଛପର ଉଡ଼ାଇ ନେଇଛି। ରାସ୍ତାଘାଟରେ ଗଛ ପଡିବା ସହ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗି ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି।
ବଅଁରପାଳ ଅଞ୍ଚଳରେ ଜୋରଦାର ପବନ ଯୋଗୁ ନାଲ୍‌କୋ ଆଶ୍‌ପଣ୍ଡରୁ ପ୍ରାୟ ଘଣ୍ଟାଏ ଧରି ପାଉଁଶ ଉଡ଼ିଥିଲା। ଏଥିଯୋଗୁ ରାସ୍ତାରେ ଯାତାୟାତ କରୁଥିବା ଲୋକେ ଅସୁବିଧା ଭୋଗିଥିଲେ। ସ୍ଥାନୀୟ ଲୋକଙ୍କ ଘର, କୂଅ, ପୋଖରୀ ଆଦିରେ ପାଉଁଶ ଉଡି ପଶି ଯାଇଥିଲା। ଆଶ୍‌ପଣ୍ଡ ନିକଟସ୍ଥ ବଳରାମ ପ୍ରସାଦ, କୁକୁଡ଼ାଙ୍ଗ, କୁରୁଡୋଲ, ଟେଣ୍ଟୋଲୋଇ, ଗିରାଙ୍ଗ, କୁଲାଡ଼, ନାଲ୍‌କୋ ୩ ମହଲା ଅଞ୍ଚଳରେ ବହୁମାତ୍ରାରେ ପାଉଁଶ ଗୁଣ୍ଡ ଉଡିଥିଲା। ନାଲ୍‌କୋ କାଣ୍ଡସରଠାରେ ରାସ୍ତାରେ ଯାଉଥିବା ଏକ ଅଟୋ ପବନରେ ଓଲଟି ପଡିଥିଲା। ନାଲ୍‌କୋ କଲୋନୀରେ ବହୁ ଗଛ ଭାଙ୍ଗି ରାସ୍ତାରେ ପଡିଥିଲା। କଲୋନୀର ରଜତ ବିଶ୍ୱାଳଙ୍କ କାର୍‌ ଉପରେ ଗଛ ଡାଳ ପଡିବାରୁ ଗାଡି ସମ୍ମୁଖ ଭାଗ ଭାଙ୍ଗି ଯାଇଛି। ସେହିପରି ୨ ଦିନ ହେଲା କଣିହାଁ ଅଞ୍ଚଳରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଏନ୍‌ଟିପିସି ଆଶ୍‌ପଣ୍ଡରୁ ପାଉଁଶ, କୋଇଲା ଗୁଣ୍ଡ ଉଡୁଥିବାରୁ କଣିହାଁ ଓ ରେଙ୍ଗାଳି ଥାନା ଅଞ୍ଚଳର ଲୋକେ ପ୍ରଦୂଷଣରେ ଅଥୟ ହୋଇଯାଇଛନ୍ତି। ଗୁରୁବାର ଝଡପବନରେ ଏଠାରେ ବହୁ ଲୋକେ କ୍ଷତିଗ୍ରସ୍ତ ହୋଇଥିବାବେଳେ ଶୁକ୍ରବାର ପୁଣି କାଳବୈଶାଖୀରେ ଅନେକ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତାରେ ପଡିଛି। ଲୋକଙ୍କ ଚାଳ ଛପର, ଆଜବେଷ୍ଟସ ଘର କ୍ଷତିଗ୍ରସ୍ତ ହୋଇଛି। ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ଖବରଲେଖା ହେବା ସୁଦ୍ଧା ପବନ ସହ ବର୍ଷା ଲାଗିରହିଛି। ଛେଣ୍ଡିପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ମଧ୍ୟ କାଳବୈଶାଖୀ ଯୋଗୁ ଅନେକ ଲୋକଙ୍କ ଚାଳ, ଆଜବେଷ୍ଟସ, ଟାଇଲ ଛପର ଆଦି ଉଡିଯାଇଛି। କେତେକ ସ୍ଥାନରେ ରାସ୍ତା ଉପରେ ବଡ ବଡ ଗଛ ମଧ୍ୟ ଭାଙ୍ଗି ପଡିରହିଛି। ଛେଣ୍ଡିପଦାରୁ ନାକିଟିଦେଉଳ ଯାଇଥିବା ନୂତନ ଜାତୀୟ ରାଜପଥର ଖମାର ଗ୍ରାମ ନିକଟରେ ଗଛ ପଡି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଫଳରେ ଉଭୟ ପାଶର୍‌ବରେ ଅନେକ ଗାଡ଼ିମୋଟର ଅଟକି ରହିଛି। ପାଟକମୁଣ୍ଡା, କମ୍ପସଲା, ସନ୍ତରାବନ୍ଧ, ବ୍ରାହ୍ମଣବିଲ ଆଦି ଅଞ୍ଚଳରେ ବିଶେଷ କ୍ଷୟକ୍ଷତି ଘଟିଛି। ବିଶେଷକରି ଆମ୍ବ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।
ପବିତ୍ରନଗରଠାରେ ମଧ୍ୟ ଗୁରୁବାର ପରି ଶୁକ୍ରବାର ସନ୍ଧ୍ୟାରେ ଝଡ଼ପବନ ଯୋଗୁ ଲୋକଙ୍କ ଦୁର୍ଦ୍ଦଶା ବଢିଛି। ଅଞ୍ଚଳରେ ପ୍ରାୟ ଦେଢଶହରୁ ଊର୍ଦ୍ଧ୍ୱ ଚାଳଛପର ଘର କ୍ଷତିଗ୍ରସ୍ତ ହୋଇଥିବା ରାଜସ୍ବ ବିଭାଗର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିପଡିବା ଯୋଗୁ ବିଦ୍ୟୁତ୍‌ ସରବରାହ ବନ୍ଦ ରହିଛି। ବିଭାଗର ବହୁ କର୍ମଚାରୀ ଫନୀ ପ୍ରଭାବିତ ଅଞ୍ଚଳରେ ଡେପୁଟେଶନରେ ଯାଇଥିବାରୁ ଏଠାରେ କାମ ସ୍ବାଭାବିକ ହୋଇପାରୁନାହିଁ। ଏ ନେଇ ପରାବିଲ ସେକ୍ସନ ରାଜସ୍ବ ନିରୀକ୍ଷକ କାର୍ତ୍ତିକ ସାହୁ କହିଛନ୍ତି, ଦେଢଶହରୁ ଊର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଛି। ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କୁ ପାଲ ଯୋଗାଇ ଦିଆଯାଇଛି। କ୍ଷୟକ୍ଷତି ଆକଳନ କରି ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ।
ସେହିପରି ପାଲଲହଡ଼ା ଉପଖଣ୍ଡରେ ଗୁରୁବାର କାଳବୈଶାଖୀ ଯୋଗୁ ୧୦ରୁ ଊର୍ଦ୍ଧ୍ୱ ଘର ସହ ବହୁ ଗଛ ଭାଙ୍ଗିଯାଇଛି। ପାଲଲହଡ଼ା ଓ ଖମାର ଅଞ୍ଚଳରେ ଗଛ ଓ ବିଦ୍ୟୁତ୍‌ ଖୁଣ୍ଟ ରାସ୍ତାରେ ପଡିଥିଲା। ସମ୍ପୂର୍ଣ୍ଣ ବ୍ଲକରେ ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା। ପାଲଲହଡ଼ା ମହାବିଦ୍ୟାଳୟ ଶ୍ରେଣୀଗୃହ ଛପର ଉଡିଯାଇଥିବାବେଳେ ଗଛ ପଡି ବ୍ୟାପକ କ୍ଷୟକ୍ଷତି ହୋଇଛି। ସେହିପରି ଖମାର ସମବାୟ ସମିତି କାର୍ଯ୍ୟାଳୟ ଉପରେ ଗଛ ପଡିବାରୁ କାର୍ଯ୍ୟାଳୟଟି ଭାଙ୍ଗିରୁଜି ଯାଇଛି। ପାଲଲହଡା ଦେଇ ଯାଇଥିବା ଦୁଇଟି ଜାତୀୟ ରାଜପଥ ଉପରେ ଗଛ ପଡିଯିବାରୁ କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ପୋଲିସ ପହଞ୍ଚି ଗଛକୁ ରାସ୍ତା ଉପରୁ ହଟାଇଥିଲା। ଖବରଲେଖା ହେବା ସୁଦ୍ଧା ଅନେକ ସ୍ଥାନରେ ବିଦ୍ୟୁତ୍‌ ସଂଯୋଗ ସ୍ବାଭାବିକ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?