Posted inଜାତୀୟ

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପିଆଜ ବିକି ନିଆରା ପ୍ରତିବାଦ

ଆଗ୍ରା, ୧୦।୧୨: ବର୍ତ୍ତମାନ ମହଙ୍ଗା ବଜାରରେ ପିଆଜ ଦର ଶହେ ଟଙ୍କାରୁ ଟପିଛି। ପିଆଜର ମୂଲ୍ୟ ବୃଦ୍ଧି ହେବାରୁ ଏହାର ପ୍ରଭାବ ସିଧାସଳଖ ଗରିବ ଓ ମଧ୍ୟବିତ୍ତ ପରିବାରବର୍ଗଙ୍କ ଉପରେ ପଡୁଛି। ଆଗ୍ରାରେ ପିଆଜ କିଲୋ ପ୍ରତି ୮୦ରୁ ୧୦୦ଟଙ୍କାରେ ବିକ୍ରି କରାଯାଉଛି। ଦେଶରେ ଲଗାତାର ଭାବେ ବଢ଼ୁଥିବା ପିଆଜ ଦରକୁ ନେଇ ସୋମବାର ବରିଷ୍ଠ କଂଗ୍ରେସଜନ ସଂଘର୍ଷ ସମିତି ପକ୍ଷରୁ ନିଆରା ପ୍ରତିବାଦ କରାଯାଇଛି। ବରିଷ୍ଠ କଂଗ୍ରେସଜନ ସଂଘର୍ଷ ସମିତିର କିଛି କର୍ମକର୍ତ୍ତା ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଦରବୃଦ୍ଧିକୁ ନେଇ ନିଆରା ଢ଼ଙ୍ଗରେ ବିରୋଧ କରିବା ସହ ଏକ ପିଆଜ ଷ୍ଟଲ ଖୋଲିଥିଲେ। ସେଠାରେ ସେମାନେ ପିଆଜ କିଲୋ ପ୍ରତି ୨୫ଟଙ୍କାରେ ବିକ୍ରି କରିଥିଲେ। ଯାହାକୁ କିଣିବା ପାଇଁ ଲୋକଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି। ଏଥିସହ ସରକାର ତୁରନ୍ତ ଦରବୃଦ୍ଧି ହ୍ରାସ କରନ୍ତୁ ବୋଲି ଦଳ ପକ୍ଷରୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ବର୍ଷ ତଳେ ମୋଦିଙ୍କ ସହ ଯାଇଥିଲେ ଆମେରିକା ଏବେ ହେବେ କ୍ୟାବିନେଟ୍‌ ମନ୍ତ୍ରୀ

ନୂଆଦିଲ୍ଲୀ,୩୦।୫: ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ରେ ତେଲେଙ୍ଗାନାର ସିକନ୍ଦରାବାଦ ଲୋକ ସଭା ଆସନ ଏମ୍‌ପି ଜି.କିଶନ୍‌ ରେଡ୍ଡୀ ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କ ପାଖକୁ ଫୋନ୍‌ କଲ୍‌...

ପଶ୍ଚିମବଙ୍ଗ ଗଣବଳାତ୍କାର: ତଦନ୍ତରେ ଖୁସି ନାହାନ୍ତି ୨ ପୀଡ଼ିତା

ନୂଆଦିଲ୍ଲୀ,୧୫।୬: ମେ’ ୩ ତାରିଖରେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ୧୦୦ରୁ ୨୦୦ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସମର୍ଥକ ଘରକୁ ଚାରିଆଡ଼ୁ ଘେରି...

ଭଗବାନଙ୍କ ସୁପର କମ୍ପ୍ୟୁଟର ସ୍ଥିର କରୁଛି କରୋନା ଭାଇରସ ଦ୍ୱାରା କିଏ ସଂକ୍ରମିତ ହେବ କାହାର ମୃତ୍ୟୁ ହେବ: ଆସାମ ମନ୍ତ୍ରୀ

ଗୁଆହାଟି,୨୭ ।୮: ଆସାମର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରୀଙ୍କ ଜ୍ଞାନ ବୃଦ୍ଧି ହୋଇଛି । ଶୁକ୍ରବାର ସେ ଦାବି କରିଛନ୍ତି କରୋନା ଭାଇରସ ସଂକ୍ରମଣ ଓ...

କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିବେଦନ: ରବିବାର ଜନତା କର୍ଫ୍ୟୁ

ନୂଆଦିଲ୍ଲୀ,୨୦ା୩(ପି.ଟି.): ମହାମାରୀ କରୋନା ଭୂତାଣୁ ନେଇ ସୃଷ୍ଟ ସ୍ଥିତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୨ ତାରିଖ (ରବିବାର) ଦେଶରେ...

ସିଞ୍ଜୋ ଆବେଙ୍କ ବିୟୋଗରେ ଏକ ଦିନିଆ ରାଷ୍ଟ୍ରୀୟ ଶୋକ

ନୂଆଦିଲ୍ଲୀ,୮।୭: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶୁକ୍ରବାର ନାରା ସହରରେ ଏକ ନିର୍ବାଚନୀ ପ୍ରଚାର ସଭାରେ ଉଦ୍‌ବୋଧନ ଦେଉଥିବା ବେଳେ ଗୁଳି କରାଯାଇଥିଲା। ଚିକିତ୍ସିତ...

ଇ-ରିକ୍ସା ଚାଳକଙ୍କୁ ମିଳିବ ୫୦୦୦ ଟଙ୍କା କରୋନା ସହାୟତା

ନୂଆଦିଲ୍ଲୀ,୪।୫: ଭାରତରେ କରୋନା ସଂକ୍ରମିତ ତଥା ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ବହୁ ଲୋକ...

ରାଗିଲେ ଅମୃତା ଫଡନବିଶ

ମୁମ୍ବାଇ,୫।୯: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାନାଓ୍ବତ ବିଭିନ୍ନ ସମୟରେ ଆସୁଛନ୍ତି ଚର୍ଚ୍ଚାକୁ। ଏହି ମାମଲାକୁ...

୨ଟି ଚ୍ୟାନେଲ ବିରୋଧରେ ବଲିଉଡ୍‌ର ୩୮ ପ୍ରଡକ୍ସନ ହାଉସ୍‌ ହାଇକୋର୍ଟରେ ଦାଖଲ କଲେ ଅଭିଯୋଗପତ୍ର

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠାରୁ ତାଙ୍କ ପ୍ରଶଂସକମାନେ ବଲିଉଡ୍‌କୁ ଘେରି ଯାଇଛନ୍ତି। ଏମିତି କେତୋଟି ମିଡିଆ ହାଉସ୍‌ ରହିଛି, ଯାହାକି ବଲିଉଡ୍‌ର ଭାବମୂର୍ତ୍ତିକୁ...

Advertisement
Archives

Model This Week