ବାଲେଶ୍ୱର ଅଫିସ, ୪।୧୨: ବାଲେଶ୍ୱର ଜିଲାପାଳଙ୍କ ଅଫିସ୍ର ଦୁଇଟିଯାକ ମୁଖ୍ୟ ଫାଟକରେ ଜଣେ ଯୁବକ ଶନିବାର ଅପରାହ୍ନ ୨ଟାରେ ହଠାତ୍ ତାଲା ପକାଇଦେଇଥିଲେ। ଲୋକମାନେ ତାହା ଦେଖିଥିଲେ ମଧ୍ୟ କିଛି ବୁଝିବା ପୂର୍ବରୁ ସେ ସେଠାରୁ ପଳାଇଯାଇଥିଲେ। ଲୋକେ ତାଙ୍କୁ ଅଟକାଇ କାରଣ ପଚାରିବାରୁ ଖାରସାହାପୁର ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ନ ଥିବାରୁ କାହାରିକୁ ଜିଲାପାଳଙ୍କ ଅଫିସ୍ ବାହାରୁ ବାହାରିବାକୁ ଦେବେ ନାହଁି ବୋଲି ପ୍ରକାଶ କରିଥିଲେ। ଲୋକେ ତାଙ୍କୁ କାବୁ କରିବାକୁ ଉଦ୍ୟମ କରିବା ବେଳେ ସେ ନିଜ ସାଇକେଲ ଛାଡ଼ି ଦୌଡ଼ି ପଳାଇଥିଲେ। ଜିଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଜିଲା ଶିକ୍ଷାଧିକାରୀଙ୍କ ଅଫିସ୍, ପରିସଂଖ୍ୟାନ, ଟ୍ରେଜେରୀ, ଡିସିପିଓ, ଜରୁରୀକାଳୀନ ଅଫିସ୍ ଓ ଦୁଇଟି ଅତିରିକ୍ତ ଜିଲାପାଳଙ୍କ ଅଫିସ୍ ସହିତ ପରିବାର ଅଦାଲତର ଅଧିକାରୀ ଓ କର୍ମଚାରୀଙ୍କ ସମେତ ଉକ୍ତ ଅଫିସଗୁଡ଼ିକୁ ଆସିଥିବା ସାଧାରଣ ଲୋକମାନେ ପ୍ରାୟ ୧ଘଣ୍ଟା ଧରି ଅଟକି ରହିଥିଲେ। ଫାଟକରେ ତାଲା ପଡ଼ିବା ଯୋଗୁ କେହି ବାହାରକୁ ଯାଇପାରି ନ ଥିଲେ। ଉକ୍ତ ସମୟରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମଧ୍ୟାହ୍ନଭୋଜନ ପାଇଁ ବାସଭବନକୁ ଯାଉଥିବା ବେଳେ ଗେଟ୍ରେ ତାଲା ପଡ଼ିଥିବା ଦେଖି ସହଦେବଖୁଣ୍ଟା ପୋଲିସକୁ ଖବର ଦେଇଥିଲେ। ସସସ୍ତ ଅଫିସ୍ର କର୍ମଚାରୀ ଉଭୟ ଗେଟ୍ ନିକଟରେ ପହଞ୍ଚିଥିଲେ। ପରେ ଅତିରିକ୍ତ ଜିଲାପାଳଙ୍କ ପିଅନ ମୁଖ୍ୟ ଫାଟକରେ ତାଲା ଭାଙ୍ଗି ଫାଟକ ଖୋଲିଥିଲେ। ସହଦେବଖୁଣ୍ଟା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ଯୁବକ ଜଣକ ନିଶାଗ୍ରସ୍ତ ଅବସ୍ଥାରେ ଏଭଳି କାଣ୍ଡ ଘଟାଇଥିବା ଲୋକେ କହିଛନ୍ତି।
Posted inଆମ ଜିଲା ଖବର, ବାଲେଶ୍ୱର View All

୧ରୁ ବଟାନିକାଲ ଗାର୍ଡେନରେ ବଣଭୋଜି
ବାରଙ୍ଗ, ୨୭।୧୧ (ଡି.ଏନ୍.ଏ.): ଶୀତ ସହ ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନ ସ୍ଥଳକୁ ପର୍ଯ୍ୟଟକ ଯିବା ଆରମ୍ଭ ହୋଇଗଲାଣି। ଏହି...

ଯାଜପୁର ମ୍ୟୁନିସିପାଲିଟି: ୩.୫୯ ଲକ୍ଷ ଟଙ୍କା ଆତ୍ମସାତ୍
ଯାଜପୁର ଅଫିସ,୩୦।୭: ଯାଜପୁର ମ୍ୟୁନିସିପାଲିଟିରେ ହୋଲ୍ଡିଂ ଟ୍ୟାକ୍ସ, ପେନାଲ୍ଟି ଫି, ହାଉସ ରେଣ୍ଟ, ଟେଣ୍ଡର ପେପର ଇତ୍ୟାଦି କ୍ଷେତ୍ରରେ ଅର୍ଥ ଆଦାୟ କରାଯାଇ ୩,୫୯,୭୮୪ ଟଙ୍କା...
ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି ହତ୍ୟା
ଉଦଳା,୧୫ା୨(ଡ଼ି.ଏନ୍.ଏ.)- ତରକାରୀ ଦେବାରେ ବିଳମ୍ବ ହେବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଖଡିକାଶୁଳ ଗ୍ରାମର ଜଣେ ବ୍ୟକ୍ତି ଗୁରୁବାର ତାଙ୍କ ସ୍ତ୍ରୀଙ୍କୁ କାଠଫାଳିଆରେ ପିଟି...

ଶ୍ବଶୁର ଘର ଆସି ଆଉ ଫେରିଲେନି ଜ୍ୱାଇଁ
ପାଟଣା,୨୯।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଖଜିରାପାଟ ପଞ୍ଚାୟତ ଖୁଣ୍ଟାପିଙ୍ଗୁ ଗାଁ ନିକଟ ଏକ କାଜୁ ବଗିଚାରୁ ରବିବାର ଜଣେ ୫୫ ବର୍ଷୀୟ ବୃଦ୍ଧଙ୍କ ଝୁଲନ୍ତା...

କସ୍ତୁରବା ଗାନ୍ଧୀ ବିଦ୍ୟାଳୟରେ ମୃତ୍ୟୁ ଘଟଣା: ପ୍ରଧାନ ଓ୍ବାର୍ଡନ ନିଲମ୍ବିତ, ଶିକ୍ଷୟିତ୍ରୀ ବହିଷ୍କାର
ମୁନିଗୁଡ଼ା,୧୩।୭: ମୁନିଗୁଡ଼ା ଜିଲା ରାୟଗଡ଼ା ବ୍ଲକ ଅନ୍ତର୍ଗତ କୁମୁଡ଼ାବାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିଲା।...

ରାସ୍ତା ଅବରୋଧକରି ଗାଡ଼ି ଧୋଇବା ବେଳେ ପୋଲିସ ଚଢ଼ାଉ: ଗାଡି ଧୁଆ ଯନ୍ତ୍ର ଜବତ
ଯୋଡ଼ା, ୧୭।୯ (ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରଦେଇ ଯାଇଥିବା ୨ ନମ୍ବର ରାଜ୍ୟ ରାଜପଥ ଉପରେ ଭାରିଯାନ ରଖି ଧୋଉଥିବା ବେଳେ ପୋଲିସ ଚଢ଼ାଉକରି...

ରେଳ ଚାଳକ ପାଳିବେ କଳା ଦିବସ
କେନ୍ଦୁଝର,୧୪।୬(ସ୍ବ.ପ୍ର./ଡି.ଏନ.ଏ.)-ଭାରତୀୟ ରେଳର ରେଳ ଚାଳକ ଓ ସହ ଚାଳକ ମାନେ ନିଜ ଓ ନିଜ ପରିବାରକୁ ପଛରେ ପକାଇ କରୋନା ଯୁଦ୍ଧରେ ସାମିଲ ହୋଇଛନ୍ତି। ତାଲା...

୭ ଦିନରେ ପ୍ରସ୍ତୁତ ହେବ କଟକଚଣ୍ଡୀ ମନ୍ଦିରର ଉନ୍ନତୀକରଣ ନକ୍ସା
କଟକ ଅଫିସ,୨୨ା୪: କଟକଚଣ୍ଡୀ ମନ୍ଦିରର ଉନ୍ନତୀକରଣ ପାଇଁ ଆସନ୍ତା ୭ ଦିନ ମଧ୍ୟରେ ଏକ ନକ୍ସା ପ୍ରସ୍ତୁତ ହେବ। ପରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପାଇଁ...