ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ମୁଗାବେଙ୍କ ପରଲୋକ

ହାରାରେ, ୭ା୯(ପି.ଟି.): ଜିମ୍ବାଓ୍ବେର ପୂର୍ବତନ ରାଷ୍ଟ୍ରପତି ରବର୍ଟ ମୁଗାବେ(୯୫)ଙ୍କ ପରଲୋକ ହୋଇଯାଇଛି। ଏନେଇ ଦେଶର ରାଷ୍ଟ୍ରପତି ଇମର୍‌ସନ୍‌ ନାଙ୍ଗଗ୍ବା ଶୁକ୍ରବାର ଘୋଷଣା କରିଛନ୍ତି। ୧୯୮୦ରୁ ୨୦୧୭ ମଧ୍ୟରେ ମୁଗାବେ ଜିମ୍ବାଓ୍ବେକୁ ଦୃଢ ନେତୃତ୍ୱ ଦେବାରେ ସକ୍ଷମ ହୋଇଥିଲେ। ଦେଶବାସୀଙ୍କୁ ମୁକ୍ତ ଓ ସେମାନଙ୍କୁ ସଶକ୍ତ କରିବାରେ ମୁଗାବେଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ମୁକ୍ତି ଆନ୍ଦୋଳନର ଜଣେ ଯୋଦ୍ଧା ଭାବେ ସେ ସୁପରିଚିତ। ତାଙ୍କ ସଂଘର୍ଷମୟ ଜୀବନ ଓ ଦେଶ ପ୍ରତି ଭଲ ପାଇବାକୁ କେବେହେଲେ ଭୁଲି ହେବନାହିଁ ବୋଲି ରାଷ୍ଟ୍ରପତି ଇମର୍‌ସନ୍‌ ପ୍ରକାଶ କରିଛନ୍ତି। ୨୦୧୭ ନଭେମ୍ବର ପରଠାରୁ ସେ ମାନସିକ ଭାବେ ଦୁର୍ବଳ ହୋଇପଡ଼ିବା ସହ ସ୍ବାସ୍ଥ୍ୟଗତ ଅବନତି ପରିଲକ୍ଷିତ ହୋଇଥିଲା। ତାଙ୍କୁ ସିଙ୍ଗାପୁରସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ହଠାତ୍‌ ତାଙ୍କ ପରଲୋକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ମୁଗାବେ ଜଣେ ପୂର୍ବତନ ରାଜନୈତିକ ବନ୍ଦୀ ଥିବାବେଳେ ଜଣେ ଦକ୍ଷ ନେତାର ପରିଚୟ ଦେଇ ୧୯୮୦ ନିର୍ବାଚନରେ କ୍ଷମତାକୁ ଆସିଥିଲେ। ବର୍ଣ୍ଣ ବୈଷମ୍ୟବାଦ ଦୂର ସହ ଦେଶର ଶିକ୍ଷା, ସ୍ବାସ୍ଥ୍ୟ, ଆର୍ଥକ ବିକାଶ କ୍ଷେତ୍ରକୁ ପ୍ରଶସ୍ତ କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଥିଲେ। ଭୂସଂସ୍କାର ଆଇନ ପ୍ରଣୟନ, କୃଷି ବିକାଶ, ବିଦେଶୀ ପୁଞ୍ଜିଲଗାଣକୁ ସେ ଗୁରୂୁତ୍ୱ ଦେଇଆସିଥିଲେ। ତେବେ ନିର୍ବାଚନରେ ରିଗିଂ ଓ ମାନବାଧିକାର ଉଲ୍ଲଂଘନ ଭଳି ଅନେକ ଅଭିଯୋଗ ତାଙ୍କ ବିରୋଧରେ ଆସିଥିଲା। ଜଣେ ଦୃଢମନା, ଦକ୍ଷ ଶାସନ ପ୍ରଣାଳୀ ତାଙ୍କୁ ଆଫ୍ରିକାର ଜଣେ ମହାନ୍‌ ନେତାର ମାନ୍ୟତା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri