Posted inଜାତୀୟ

ଜିନ୍ଦାବାଦ୍‌ ଭିଡ଼ରେ ମୁର୍ଦ୍ଦାବାଦ ସ୍ବର

ନୂଆଦିଲ୍ଲୀ,୨୧ା୩: ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଶୁକ୍ରବାର ଭୋର୍‌ ଠିକ୍‌ ୫ଟା ୩୦ରେ ଫାଶୀ ଖୁଣ୍ଟରେ ଝୁଲାଯିବା ମାତ୍ରେ ଦିଲ୍ଲୀର ତିହାର ଜେଲ୍‌ ବାହାରେ ଏକପ୍ରକାର ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା। ଦେଶର କୋଣ ଅନୁକୋଣରୁ ଆସି ରାତିରୁ ରାସ୍ତା ଉପରେ ଏକାଠି ହୋଇ ଉକ୍ତ ସମୟକୁ ଅପେକ୍ଷା କରିଥିବା ଶତାଧିକ ମହିଳା ପୁରୁଷ, ସାମାଜିକ କର୍ମୀ ଓ ଅନ୍ୟମାନେ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। କରୋନା ଭାଇରସ୍‌ ସଂକ୍ରମଣର ଭୟକୁ ଖାତିର ନ କରି ସେମାନେ ଉତ୍ସବ ମନାଇବା ଆରମ୍ଭ କରିଦେଇଥିଲେ। ‘ନିର୍ଭୟା ଜିନ୍ଦାବାଦ୍‌’ ଓ ’ଭାରତ ମାତା କି ଜୟ’ ଭଳି ଭଳିକି ଭଳି ସ୍ଲୋଗାନ ଦେବା ସହ ପରସ୍ପରକୁ ମିଠା ଖୁଆଇ ମିଳିଥିବା ବହୁ ପ୍ରତୀକ୍ଷିତ ନ୍ୟାୟକୁ ଭରପୂର ଉପଭୋଗ କରିଥିଲେ। ହେଲେ ଏହି ସମୟରେ ଜିନ୍ଦାବାଦ୍‌ର ଭିଡ଼ ଭିତରୁ ମୁର୍ଦ୍ଦାବାଦ୍‌ର ସ୍ବର ମଧ୍ୟ ଶୁଣିବାକୁ ମିଳିଥିଲା। କିନ୍ତୁ ଉକ୍ତ ସ୍ବର ଫାଶୀ ବିପକ୍ଷରେ କି ଦୋଷୀଙ୍କ ସପକ୍ଷରେ ନ ଥିଲା। ଏହା ଥିଲା ଆଇନର ଗଳାବାଟ ଦେଇ ଦୋଷୀଙ୍କୁ ଫାଶୀ ଖୁଣ୍ଟରୁ ଖସାଇବା ଓ ପୂରା ପ୍ରକ୍ରିୟାକୁ ବିଳମ୍ବିତ କରିବାକୁ ବାରମ୍ବାର କୋର୍ଟରେ ପିଟିଶନ ଦାଖଲ କରୁଥିବା ଦୋଷୀଙ୍କ ଓକିଲ ଏ.ପି. ସିଂହଙ୍କ ବିରୋଧରେ। ସେହିପରି ଜେଲ୍‌ ବାହାରେ ଉପସ୍ଥିତ ଶତାଧିକ ଜନତାଙ୍କ ମଧ୍ୟରୁ ଅନେକଙ୍କ ହାତରେ ଥିବା ପ୍ଲାକାର୍ଡ ଓ ପୋଷ୍ଟରରୁ ଏ.ପି.ସିଂହଙ୍କ କାର୍ଯ୍ୟକୁ ନେଇ ସେମାନେ କେତେ କ୍ଷୁବ୍ଧ ତାହାର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ସରକାରଙ୍କ ଶହେ ଦିନର ସଫଳତା ବଖାଣିବେ ୧୭ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶହେ ଦିନର ସଫଳତା ସମ୍ପର୍କରେ ୧୭ କେନ୍ଦ୍ରମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁଥିବା କାର୍ଯ୍ୟକ୍ରମରେ ବେଖାଣିବେ। ସେପ୍ଟେମ୍ବର...

ମହାରାଷ୍ଟ୍ର ବନ୍ଦ

ମୁମ୍ବାଇ,୧୧ ।୧୦: ଲଖିମପୁର ଖେରି ହିଂସା ଘଟଣାର ପ୍ରତିବାଦରେ ସୋମବାର ମହାରାଷ୍ଟ୍ର ବନ୍ଦ ଡାକରା ଦିଆଯାଇଛି । ଶାସକ ମହା ବିକାଶ ଅଘାଡି(ଏମ୍‌ବିଏ)ର ସହଯୋଗୀ ଦଳ...

ସାବଧାନ ! ଛୋଟପିଲା-ଯୁବବର୍ଗଙ୍କ ଉପରେ ମାଡ଼ି ଆସୁଛି ବିପଦ…

ନୂଆଦିଲ୍ଳୀ,୧୮।୪: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟକ ଛୋଟ ପିଲା ଏବଂ ଯୁବବର୍ଗ ଆକ୍ରାନ୍ତ ହେବା ଯୋଗୁ...

ଭାରତୀୟ ମୁଦ୍ରା ସର୍ବକାଳୀନ ସର୍ବନିମ୍ନ ସ୍ତରରେ, ଫେଡେରାଲ ରିଜର୍ଭ ନିଷ୍ପତ୍ତି ପରେ ୮୦.୪୫ ସ୍ତରରେ…

ନୂଆଦିଲ୍ଲୀ, ୨୨।୯ : ଭାରତୀୟ ମୁଦ୍ରା ସର୍ବକାଳୀନ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଗୁରୁବାର ଦିନ ଏହା ଆମେରିକୀୟ ଡଲାର ତୁଳନାରେ ୮୦.୨୮ସ୍ତରରେ ଖୋଲିଛି। ଏହାପୂର୍ବରୁ ବୁଧବାର...

ହିଣ୍ଡନ ଏୟାର ଫୋର୍ସ ଷ୍ଟେଶନରେ ପହଞ୍ଚିଲେ ୨୪ ଭାରତୀୟ

ନୂଆଦିଲ୍ଲୀ,୨୬ ।୮: ଆଫଗାନିସ୍ତାନ ତାଲିବାନ ହାତକୁ ଚାଲିଯିବା ପରେ ଏବେ ସେଠାରେ ଥିବା ଭାରତୀୟଙ୍କ ଘର ବାହୁଡା ଜାରି ରହିଛି । ଗୁରୁବାର ଆଫଗାନିସ୍ତାନରୁ ୨୪...

ସିଏଏ ହିଂସାରେ ମୃତ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ଦେବ ସମାଜବାଦୀ ପାର୍ଟି

ଲକ୍ଷ୍ନୌ,୫।୧: ସଂଶୋଧିତ ନାଗରିକତ୍ୱ ଆଇନ (ସିଏଏ) ହିଂସାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସାହାଯ୍ୟ ଦେବା ପାଇଁ ସମାଜବାଦୀ...

ଭଗବାନଙ୍କ ସୁପର କମ୍ପ୍ୟୁଟର ସ୍ଥିର କରୁଛି କରୋନା ଭାଇରସ ଦ୍ୱାରା କିଏ ସଂକ୍ରମିତ ହେବ କାହାର ମୃତ୍ୟୁ ହେବ: ଆସାମ ମନ୍ତ୍ରୀ

ଗୁଆହାଟି,୨୭ ।୮: ଆସାମର ମନ୍ତ୍ରୀ ଚନ୍ଦ୍ର ମୋହନ ପଟୋୱାରୀଙ୍କ ଜ୍ଞାନ ବୃଦ୍ଧି ହୋଇଛି । ଶୁକ୍ରବାର ସେ ଦାବି କରିଛନ୍ତି କରୋନା ଭାଇରସ ସଂକ୍ରମଣ ଓ...

୩୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୧୦।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁୁଛି। ଦୈନିକ...

Advertisement
Archives

Model This Week