ଜାଲ୍‌ ଶିକ୍ଷକଙ୍କୁ ଜିଲାପାଳଙ୍କ ଚେତାବନୀ: ଚାକିରି ଛାଡ଼ିଲେ ବି କାର୍ଯ୍ୟାନୁଷ୍ଠାନ

ବ୍ରହ୍ମପୁର ଅଫିସ୍‌,୨୨|୧୧- ଗଞ୍ଜାମ ଜିଲରେ ଶିକ୍ଷକ ନିଯୁକ୍ତି ସମୟରେ ଜାଲ ସାର୍ଟିଫିକେଟ୍‌ ଦେଇ ଚାକିରି କରିଥିବାରୁ ବର୍ତ୍ତମାନ ଅଡ଼ୁଆ ବଢ଼ିବାରେ ଲାଗିଛି। ପ୍ରତିଦିନ କେହି ନା କେହି ଧରାପଡ଼ୁଛନ୍ତି। ଅନ୍ୟପଟେ ଶିକ୍ଷା ବିଭାଗ ନିକଟରେ ଜାଲ୍‌ ସାର୍ଟିଫିକେଟ୍‌ଧାରୀ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ମଧ୍ୟ ବଢ଼ିବାରେ ଲାଗିଛି। ଏଯାଏ ୭୦ରୁ ଅଧିକ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ ହୋଇସାରିଲାଣି। ତେବେ କାର୍ଯ୍ୟାନୁଷ୍ଠାନ ଭୟରେ ନିୟମିତ ଇସ୍ତଫା ଦେଉଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି। କିନ୍ତୁ ଚାକିରି ଛାଡ଼ିଲେ ମଧ୍ୟ ସେମାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଚେତାବନୀ ଦେଇଛନ୍ତି।
ଶିକ୍ଷା ବିଭାଗ ନିକଟରେ ବିଭିନ୍ନ ସଂଗଠନ ପକ୍ଷରୁ ଜାଲ ସାର୍ଟିଫିକେଟ୍‌ଧାରୀ ଶିକ୍ଷକଙ୍କ ତାଲିକା ଦାଖଲ ହୋଇଛି। ନାଗରିକ ସୁରକ୍ଷା ଓ ଅଧିକାର ମଞ୍ଚ ଏବଂ ଅଲ୍‌ ଇଣ୍ଡିଆ ଫରୱାର୍ଡ଼ ବ୍ଲକ ପକ୍ଷରୁ ପ୍ରାୟ ୭୦ ଶିକ୍ଷକଙ୍କ ତାଲିକା ପ୍ରଦାନ କରାଯାଇଛି। ସେଥିରେ ବେଗୁନିଆପଡ଼ା, ଧରାକୋଟ, ଶେରଗଡ଼ ଏବଂ କବିସୂର୍ଯ୍ୟନଗର ବ୍ଲକରୁ ସର୍ବାଧିକ ରହିଛନ୍ତି। ଏଥି ମଧ୍ୟରେ ଧରାକୋଟ ବ୍ଲକରୁ ଦୁଇ ଦଫାରେ ୭ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ସମୟରେ ଜାଲ୍‌ ସାର୍ଟିଫିକେଟ୍‌ ଦାଖଲ କରିଥିବା ଯାଞ୍ଚ ବେଳେ ଦୃଷ୍ଟିକୁ ଆସିଥିଲା। ସେମାନଙ୍କ ବିରୋଧରେ ସମ୍ପୃକ୍ତ ଥାନାଗୁଡ଼ିକରେ ଏତଲା ଦିଆଯାଇଛି। ଅନ୍ୟ ବ୍ଲକରେ କଡ଼ାକଡ଼ି ଯାଞ୍ଚ ଚାଲିଛି। ଯେଉଁ ସବୁ ଶିକ୍ଷକଙ୍କ ବିରୋଧରେ ପୂର୍ବରୁ ଜାଲ୍‌ ସାର୍ଟିଫିକେଟ୍‌ ନେଇ ଅଭିଯୋଗ ହୋଇଥିଲା, କିମ୍ବା ଯେଉଁମାନଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍କରେ ପୂର୍ବରୁ ସୂଚନା ଅଧିକାର ଆଇନ୍‌ ବଳରେ ତଥ୍ୟ ମଗାଯାଇଥିଲା, ସେମାନଙ୍କ ସାର୍ଟିଫିକେଟ୍‌ ପ୍ରଥମେ ଯାଞ୍ଚ କରାଯାଉଛି। କାର୍ଯ୍ୟାନୁଷ୍ଠାନ ଏବଂ ଆପରାଧିକ ମାମଲା ରୁଜୁ ଭୟରେ ସେମାନେ ଚାକିରି ଛାଡ଼ୁଛନ୍ତି। ପ୍ରାୟ ୭ଜଣ ଏପର୍ଯ୍ୟନ୍ତ ଇସ୍ତଫା ଦେଇଛନ୍ତି। ଚାକିରି ଛାଡ଼ୁଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ମଧ୍ୟରୁ ଅଧିକାଂଶ ଜିଲାର ଏକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନର ସାର୍ଟିଫିକେଟ୍‌ ଦାଖଲ କରିଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ଯାଞ୍ଚ ତାଲିକାରେ ରହିଛି। ତେବେ ଯାଞ୍ଚ ବେଳେ ଅନ୍ୟ କେତେକ ସମସ୍ୟା ମୁଣ୍ଡ ଟେକୁଛି। ଯେପରିକି ବର୍ତ୍ତମାନ ପର୍ଯ୍ୟନ୍ତ ମାଟ୍ରିକ୍‌ ସାର୍ଟିଫିକେଟ୍‌ ଯାଞ୍ଚ ହୋଇପାରୁଛି। କିନ୍ତୁ ତଦୁର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ସାର୍ଟିଫିକେଟ୍‌ ଯାଞ୍ଚରେ ସମସ୍ୟା ମୁଣ୍ଡ ଟେକୁଛି। ଅନେକ ଶିକ୍ଷକ ନିଜର ନିଯୁକ୍ତି ସମୟରେ ରାଜ୍ୟ ବାହାରର ବିଇଡି ପ୍ରମାଣପତ୍ର ଦାଖଲ କରିଛନ୍ତି। ଏଣୁ କୌଣସି ଜଣେ ନିର୍ଦ୍ଦିଷ୍ଟ ଶିକ୍ଷକଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ପାଇଁ ଅଧିକାରୀମାନେ ବାହାର ରାଜ୍ୟକୁ ଯିବା ସମ୍ଭବ ହେଉନାହିଁ। ସେହିଭଳି ନିଯୁକ୍ତି ସମୟରେ ଶିକ୍ଷୟିତ୍ରୀ ଶିକ୍ଷକମାନେ ଏକାଧିକ ଶିକ୍ଷାନୁଷ୍ଠାନର ପ୍ରମାଣପତ୍ର ଦାଖଲ କରିଥାନ୍ତି। ସେଥିରେ ପୁଣି ଭିନ୍ନକ୍ଷମ, ଜାତିଗତ ଏବଂ ଆର୍ଥିକ ସ୍ଥିତି ସମ୍ପର୍କିତ ପ୍ରମାଣପତ୍ର ମଧ୍ୟ ରହୁଛି। ଏତେଗୁଡ଼ିକ ସାର୍ଟିଫିକେଟ୍‌କୁ ଯାଞ୍ଚ କରିବାରେ ସମସ୍ୟା ଦେଖାଦେଉଛି। ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ କହିବାନୁଯାୟୀ, ଜାଲ୍‌ ସାର୍ଟିଫିକେଟ୍‌ରେ ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବର୍ତ୍ତମାନ ସେମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରାଯାଉଛି। ଭୟରେ ଅନେକ ଚାକିରି ଛାଡ଼ୁଥିବା ଦୃଷ୍ଟିକୁ ଆସିଛି। ତେବେ ସେମାନେ ଚାକିରି ଛାଡ଼ିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ, ଥାନାରେ ଏତଲା ଦିଆଯିବ। ଅନ୍ୟମାନଙ୍କ ସାର୍ଟିଫିକେଟ୍‌ ଯାଞ୍ଚ ଚାଲିଛ, ପର୍ଯ୍ୟାୟକ୍ରମେ ଏହା ଚାଲିବ। ଯେଉଁମାନଙ୍କ ବିରୋଧରେ ଏତଲା ଦିଆଯାଇଛି, ସେମାନଙ୍କୁ ତୁରନ୍ତ ଗିରଫ କରିବା ଦିଗରେ ପଦକ୍ଷେପ ନେବା ପାଇଁ ପୋଲିସ ସହ ଆଲୋଚନା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚୋରା ମହୁଲ ବୋଝେଇ ଟ୍ରକ ଜବତ

କେନ୍ଦୁଝର, ୧୦ା୬ (ସ୍ବ.ପ୍ର.)-କେନ୍ଦୁଝର ଅବକାରୀ ସ୍କ୍ବାଡ ମଙ୍ଗଳବାର ଏକ ଚୋରା ମହୁଲ ବେଝେଇ ଟ୍ରକ ଜବତ କରିଛି। ଅବକାରୀ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା...

ପାଣି ପାଇଁ ଲୋକେ ହନ୍ତସନ୍ତ

କୋରୁକୋଣ୍ଡା ୧୩।୩(ଡି.ଏନ.ଏ): ପାଣି ପାଇଁ ଲୋକେ ହନ୍ତସନ୍ତ। ଏଭଳି ଘଟଣା ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ସଦରରେ ଦେଖିବାକୁ ମିଳିଛି । ବ୍ଲକ ସଦର ଇରିକେଶନ...

ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ବାଇପାସ ପାଲଟିଛି ବସ୍‌ଷ୍ଟାଣ୍ଡ

ପଟ୍ଟାମୁଣ୍ଡାଇ,୨୬ା୮(ସ୍ବ.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ସବୁଠି ବିକାଶ ଲାଗି ବିଭିନ୍ନ ଯୋଜନାରେ ଅର୍ଥ ବ୍ୟୟ କରି ଚାଲିଛନ୍ତି। ହେଲେ କେନ୍ଦ୍ରାପଡ଼ା...

ପିଏମ୍‌ଜିଏସ୍‌ୱାଇ କାମକୁ ଠିକାଦାରଙ୍କ ଅନାଗ୍ରହ

ଯାଜପୁର ଅଫିସ,୨୬ା୯: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ମାଓବାଦୀମାନେ ଦୀର୍ଘଦିନ ହେଲା ସକ୍ରିୟ ରହିଛନ୍ତି। ବିଭିନ୍ନ ସମୟରେ ବଡ଼ ହିଂସା ଘଟାଇ ଭୟର ବାତାବରଣ ସୃଷ୍ଟି କରୁଛନ୍ତି।...

ସହର ସାରା ଦେଶୀ ମଦ ପାଉଚ ବିକ୍ରି

ରାଉରକେଲା ଅଫିସ, ୮ା୬: ରାଉରକେଲା ସହରରେ ପ୍ରାୟ ୧୪ ମାସ ହେଲା ଲାଇସେନ୍ସପ୍ରାପ୍ତ ଦେଶୀ ମଦଭାଟି ଖୋଲୁନାହିଁ। ତଥାପି ସହର ସାରା ଦେଶୀ ମଦ ପାଉଚ...

ଦଣ୍ଡ ଭୟ

ଆମ ସମାଜରେ ଦେଖାଯାଏ, ଅନେକେ ଅଭ୍ୟାସଗତ ଆଇନ ଭଙ୍ଗକାରୀ। ଛେପ ପକାଇବାକୁ ଯେଉଁଠି ବାରଣଥିବ, ସେଠାରେ ହିଁ ସେମାନେ ଛେପ ପକାଇବେ। କିନ୍ତୁ ତା’ ପାଖରେ...

ଯାଜପୁର ଜିଲାରେ ଆବାସ ତାଲିକା: ୨୬ ରୁ ୧୯ ପଞ୍ଚାୟତରେ ଗରିବ ନାହାନ୍ତି

ଯାଜପୁର ଅଫିସ,୨୦ା୧: ଖୁସିର ଖବର ଯାଜପୁର ଜିଲା ସଦର ବ୍ଲକରେ ଗରିବ ଲୋକଙ୍କ ସଂଖ୍ୟା କମିଛି। ଏହି ବ୍ଲକରେ କୁଡିଆ କିମ୍ବା ମାଟି ଘରେ ରହୁଥିବା...

ହୋଇପାରୁନାହିଁ ଆଇଆଇସି ନିଯୁକ୍ତି

କଟକ ଅଫିସ,୧୧ା୧୧: କମିଶନରେଟ୍‌ ପୋଲିସ ଅଧୀନ କଟକ ପୂର୍ବାଞ୍ଚଳର ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ସିଆର୍‌ଆର୍‌ଆଇ) ଥାନା ଉଦ୍‌ଘାଟନ ହେବାର ୨ ମାସ ବିତିଲାଣି। ହେଲେ ଏଠାରେ...

Advertisement
Archives

Model This Week