ଜାଲଚାଷୀ ଠାବ ପରେ ଏବେ ଚିହ୍ନଟ ହେବେ ଭାଗଚାଷୀ

ଜୟପୁର,୧୧।୧(ଡି.ଏନ୍‌.ଏ.): ଜୟପୁର ବ୍ଲକ ଫାମ୍ପୁଣି ପଞ୍ଚାୟତରେ ଜାଲଚାଷୀ ଧରାପଡ଼ିବା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଜିଲାର ସମସ୍ତ ବ୍ଲକରେ ପ୍ରକୃତ ଭାଗଚାଷୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ଏନେଇ ବ୍ଲକର ଯୋଗାଣ ନିରୀକ୍ଷକ, ରାଜସ୍ବ ନିରୀକ୍ଷକ ଓ କୃଷି ଗ୍ରାମସେବକଙ୍କୁ ନେଇ ଗଠିତ ସ୍କ୍ବାଡ୍‌ ଯାଞ୍ଚ ଆରମ୍ଭ କରିଛନ୍ତି। ତଦନ୍ତ ପରେ ପ୍ରକୃତ ଭାଗଚାଷୀ କେତେ ରହିଛନ୍ତି, ସେନେଇ ତଥ୍ୟ ମିଳିବା ପରେ ଜାଲ ଭାଗଚାଷୀଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ମଣ୍ଡିରେ ଧାନ ବିକ୍ରି ହୋଇସାରିଥିଲେ ମଧ୍ୟ ଭାଗଚାଷୀ ଜାଲ ବୋଲି ଯାଞ୍ଚ ବେଳେ ଜଣାପଡ଼ିଲେ ପଦକ୍ଷେପ ନେବ ପ୍ରଶାସନ।
ଉଲ୍ଳେଖଯୋଗ୍ୟ, ଜିଲାରେ ୪୨୭୪ ଜଣ ଭାଗଚାଷୀ ନାମ ପଞ୍ଜିକରଣ କରିଛନ୍ତି। କିନ୍ତୁ ଏନେଇ ମାତ୍ର ୪୨୫୨ ଜଣ ଜମି ମାଲିକଙ୍କଠାରୁ ଭାଗଚାଷ କରୁଥିବା ସମ୍ପର୍କିତ ସମସ୍ତ କାଗଜପତ୍ର କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଛନ୍ତି। ଅବଶିଷ୍ଟ ୨୮ ଜଣ ଏନେଇ କୌଣସି କାଗଜାତ ଦାଖଲ କରିପାରି ନାହାନ୍ତି। ପଞ୍ଜିକୃତ ଭାଗଚାଷୀଙ୍କ ମଧ୍ୟରେ ବୋରିଗୁ୍‌ମ୍ମା ବ୍ଲକରେ ସର୍ବାଧିକ ୧୬୦୬ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୬୦୦ ଜଣ ଏନେଇ ସମସ୍ତ କାଗଜପତ୍ର ଦେଇଛନ୍ତି। ସେହିପରି ଜୟପୁର ବ୍ଲକରେ ୧୦୯୫ ଜଣଙ୍କ ମଧ୍ୟରୁ ୧୦୯୧ ଜଣ, କୁନ୍ଦୁରା ବ୍ଲକରେ ୭୨୧ ଜଣଙ୍କ ମଧ୍ୟରୁ ୭୧୫ ଜଣ, କୋଟପାଡ଼ରେ ୪୬୭ ଜଣଙ୍କ ମଧ୍ୟରୁ ୪୬୨ ଜଣ ଏବଂ ସେମିଳିଗୁଡ଼ାରେ ୨ ଜଣଙ୍କ ମଧ୍ୟରୁ ଜଣେ ଭାଗଚାଷୀ ସମସ୍ତ କାଗଜପତ୍ର ଦାଖଲ କରିଛନ୍ତି। ବନ୍ଧୁଗାଁରେ ୭, ବୈପାରୀଗୁଡ଼ା ୩୧୦, ଦଶମନ୍ତପୁର ୪୭, କୋରାପୁଟ ୬, ଲମତାପୁଟ ୮, ନନ୍ଦପୁର ୩, ପଟ୍ଟାଙ୍ଗିରେ ୨ ଜଣ ଭାଗଚାଷୀ ରହିଛନ୍ତି। ନାରାୟଣପାଟଣା ଓ ଲକ୍ଷ୍ମୀପୁର ପଞ୍ଚାୟତରେ କୌଣସି ଭାଗଚାଷୀ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୃଥକ ୨ ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ, ଗହଣା ଜବତ

କୋରାପୁଟ,୧୯।୩(ସ୍ବ.ପ୍ର.): କୋରାପୁଟ ଟାଉନ ଥାନା ପୋଲିସ ପୃଥକ ଦୁଇଟି ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି। ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଜଣେ ଅଭିଯୁକ୍ତଙ୍କୁ ପୋଲିସ...

ମଦ ବନ୍ଦ ପାଇଁ ମହିଳାଙ୍କ ସଙ୍କଳ୍ପ:ଥାନା, ଅବକାରୀ କାର୍ଯ୍ୟାଳୟ ଘେରାଉ ପାଇଁ ଚେତାବନୀ

କୁନ୍ଦୁରା,୧୨ା୧୦(ଡି.ଏନ୍‌.ଏ.)କୋରାପୁଟ ଜିଲା କୁନ୍ଦୁରା ଅଧୀନସ୍ଥ ନବଗଠିତ ପଖନାଗୁଡ଼ା ପଞ୍ଚାୟତର ତ୍ରିନାଥ ମନ୍ଦିରରେ ୫ ଶହରୁ ଊର୍ଦ୍ଧ୍ୱ ମହିଳା ଦେଶୀ ମଦ ତିଆରି ଏବଂ ବିକ୍ରି ବନ୍ଦ...

ପୌରାଧ୍ୟକ୍ଷ ୩, କାଉନସିଲରରୁ ୫ ପ୍ରାର୍ଥୀ କଟିଲେ

ଜୟପୁର,୧୦ା୩ (ନି.ପ୍ର .): ଜୟପୁର ପୌରପାଳିକା ନିର୍ବାଚନ ପାଇଁ ବୁଧବାର ଯାଞ୍ଚ ଶେଷ ହୋଇଛି। ପୌର ଅଧ୍ୟକ୍ଷ ପାଇଁ ୨୨ଟି ନାମାଙ୍କନ ହୋଇଥିବା ବେଳେ ଯାଞ୍ଚ...

କୋରାପୁଟ ଜୟପୁର ଆକାଶବାଣୀ କେନ୍ଦ୍ର ଜାତୀୟସ୍ତରରେ ପୁରସ୍କୃତ

ଜୟପୁର,୩୧।୧୨(ଡି.ଏନ.ଏ)ରାଜ୍ୟର ଅନ୍ୟତମ ପୁରାତନ ଜୟପୁର ଆକାଶବାଣୀ କେନ୍ଦ୍ର ଜାତୀୟସ୍ତରରେ ପୁରସ୍କୃତ ହୋଇଛି ା ଗତ ମଙ୍ଗଳବାର ଦିଲ୍ଲୀ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ୪୪ତମ ବାର୍ଷିକ ପୁରସ୍କାର...

ଥାନାଧିକାରୀ ୧୦ ହଜାର ଲାଞ୍ଚ ନେବା ମାମଲା: ଅଭିଯୁକ୍ତଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର,୨୩।୧୦(ଡି.ଏନ୍‌.ଏ): କୋରାପୁଟ ଜିଲା ଜୟପୁରସ୍ଥିତ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ଥାନାଧିକାରୀ ୧୦ ହଜାର ଲାଞ୍ଚ ନେଉଥିବା ମାମଲାରେ ବୁଧବାର ରାୟ ପ୍ରକାଶ ପାଇଛି । ଏଥିରେ...

ବଜ୍ରପାତରେ ବାପପୁଅ ମୃତ

ଜୟପୁର/ବୋରିଗୁମା,୭।୧୦ (ଡି.ଏନ୍‌. ଏ)- କୋରାପୁଟ ଜିଲା ବୋରିଗୁମା ଥାନା କେବିଡ଼ି ଗାଁରେ ରବିବାର ବଜ୍ରପାତ ଘଟି ବାପପୁଅ ପ୍ରାଣ ହରାଇଛନ୍ତି। ସେମାନେ ହେଲେ ଉକ୍ତ ଗାଁର...

ସୁନାବେଡ଼ା ପୌରାଞ୍ଚଳରେ ୨ କାରୋନା ପଜିଟିଭ୍‌ ଚିହ୍ନଟ

ଜୟପୁର,୭।୬(ଡି.ଏନ୍‌.ଏ): କୋରାପୁଟ ଜିଲା ସୁନାବେଡ଼ା ପୌରାଞ୍ଚଳରେ ରବିବାର ୨ କାରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଉଭୟ ସ୍ତ୍ରୀ ସ୍ବାମୀ ହୋଇଥିବା ଜଣାପଡ଼ିଛି। ତେବେ ସ୍ତ୍ରୀ ଗର୍ଭବତୀ...

୧୨ପରିବାରଙ୍କ ଘର ଉଜାଡ଼ିଲା ଅଦିନିଆ ଝଡ଼ବର୍ଷା

ଦଶମନ୍ତପୁର,୨୫ା୫ (ଡି.ଏନ୍‌.ଏ.)-କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ଚ଼ଣାବାଡ଼ ପଞ୍ଚାୟତର ଏସ୍‌.ଡଣ୍ଡାବାଡ଼ ଗ୍ରାମରେ ରବିବାର ଅପରାହ୍ନରେ ଅଦିନିଆ ଝଡ଼ବର୍ଷା ହୋଇଛି। ଫଳରେ ଗ୍ରାମର ୧୨ ଜଣଙ୍କ...

Advertisement
Archives

Model This Week