ଜାଲଚାଷୀ ଠାବ ପରେ ଏବେ ଚିହ୍ନଟ ହେବେ ଭାଗଚାଷୀ

ଜୟପୁର,୧୧।୧(ଡି.ଏନ୍‌.ଏ.): ଜୟପୁର ବ୍ଲକ ଫାମ୍ପୁଣି ପଞ୍ଚାୟତରେ ଜାଲଚାଷୀ ଧରାପଡ଼ିବା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଛି। ଜିଲାର ସମସ୍ତ ବ୍ଲକରେ ପ୍ରକୃତ ଭାଗଚାଷୀଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିଛି ପ୍ରଶାସନ। ଏନେଇ ବ୍ଲକର ଯୋଗାଣ ନିରୀକ୍ଷକ, ରାଜସ୍ବ ନିରୀକ୍ଷକ ଓ କୃଷି ଗ୍ରାମସେବକଙ୍କୁ ନେଇ ଗଠିତ ସ୍କ୍ବାଡ୍‌ ଯାଞ୍ଚ ଆରମ୍ଭ କରିଛନ୍ତି। ତଦନ୍ତ ପରେ ପ୍ରକୃତ ଭାଗଚାଷୀ କେତେ ରହିଛନ୍ତି, ସେନେଇ ତଥ୍ୟ ମିଳିବା ପରେ ଜାଲ ଭାଗଚାଷୀଙ୍କୁ ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ମଣ୍ଡିରେ ଧାନ ବିକ୍ରି ହୋଇସାରିଥିଲେ ମଧ୍ୟ ଭାଗଚାଷୀ ଜାଲ ବୋଲି ଯାଞ୍ଚ ବେଳେ ଜଣାପଡ଼ିଲେ ପଦକ୍ଷେପ ନେବ ପ୍ରଶାସନ।
ଉଲ୍ଳେଖଯୋଗ୍ୟ, ଜିଲାରେ ୪୨୭୪ ଜଣ ଭାଗଚାଷୀ ନାମ ପଞ୍ଜିକରଣ କରିଛନ୍ତି। କିନ୍ତୁ ଏନେଇ ମାତ୍ର ୪୨୫୨ ଜଣ ଜମି ମାଲିକଙ୍କଠାରୁ ଭାଗଚାଷ କରୁଥିବା ସମ୍ପର୍କିତ ସମସ୍ତ କାଗଜପତ୍ର କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିଛନ୍ତି। ଅବଶିଷ୍ଟ ୨୮ ଜଣ ଏନେଇ କୌଣସି କାଗଜାତ ଦାଖଲ କରିପାରି ନାହାନ୍ତି। ପଞ୍ଜିକୃତ ଭାଗଚାଷୀଙ୍କ ମଧ୍ୟରେ ବୋରିଗୁ୍‌ମ୍ମା ବ୍ଲକରେ ସର୍ବାଧିକ ୧୬୦୬ ଜଣ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୧୬୦୦ ଜଣ ଏନେଇ ସମସ୍ତ କାଗଜପତ୍ର ଦେଇଛନ୍ତି। ସେହିପରି ଜୟପୁର ବ୍ଲକରେ ୧୦୯୫ ଜଣଙ୍କ ମଧ୍ୟରୁ ୧୦୯୧ ଜଣ, କୁନ୍ଦୁରା ବ୍ଲକରେ ୭୨୧ ଜଣଙ୍କ ମଧ୍ୟରୁ ୭୧୫ ଜଣ, କୋଟପାଡ଼ରେ ୪୬୭ ଜଣଙ୍କ ମଧ୍ୟରୁ ୪୬୨ ଜଣ ଏବଂ ସେମିଳିଗୁଡ଼ାରେ ୨ ଜଣଙ୍କ ମଧ୍ୟରୁ ଜଣେ ଭାଗଚାଷୀ ସମସ୍ତ କାଗଜପତ୍ର ଦାଖଲ କରିଛନ୍ତି। ବନ୍ଧୁଗାଁରେ ୭, ବୈପାରୀଗୁଡ଼ା ୩୧୦, ଦଶମନ୍ତପୁର ୪୭, କୋରାପୁଟ ୬, ଲମତାପୁଟ ୮, ନନ୍ଦପୁର ୩, ପଟ୍ଟାଙ୍ଗିରେ ୨ ଜଣ ଭାଗଚାଷୀ ରହିଛନ୍ତି। ନାରାୟଣପାଟଣା ଓ ଲକ୍ଷ୍ମୀପୁର ପଞ୍ଚାୟତରେ କୌଣସି ଭାଗଚାଷୀ ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟ ଲୋକ ସଭା ଆସନରେ ୩ ପ୍ରାର୍ଥୀ, ୩ ବିଧାନସଭା ଆସନରେ ୯ ପ୍ରାର୍ଥୀ ଦାଖଲ କଲେ ନାମାଙ୍କନପତ୍ର

କୋରାପୁଟ,୨୪ା୪(ଅମିତାଭ ବେହେରା): ବୁଧବାର ନାମାଙ୍କନପତ୍ର ଦାଖଲର ଷଷ୍ଠ ଦିନରେ କୋରାପୁଟ ଲୋକ ସଭା ଆସନ ନିମନ୍ତେ ଭାଜପା ସମେତ ୩ ପ୍ରାର୍ଥୀ ସେମାନଙ୍କ ନାମାଙ୍କନପତ୍ର ଦାଖଲ...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ରଙ୍କ ନାମାଙ୍କନପତ୍ର ଦାଖଲ

କୋରାପୁଟ,୨୨ା୪(ଅମିତାଭ ବେହେରା): ଲକ୍ଷ୍ମୀପୁର ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ପବିତ୍ର ସାଉଁତା କୋରାପୁଟ ଅତିରିକ୍ତ ଜିଲାପାଳ ଲଗ୍ନଜିତ୍‌ ରାଉତଙ୍କଠାରେ ନାମାଙ୍କନପତ୍ର ଦାଖଲ କରୁଛନ୍ତି। ଏହି ଅବସରରେ...

ଦୀର୍ଘବର୍ଷ ପରେ ପୂଜା ପାଇବେ ପ୍ରଭୁ ରଘୁନାଥଜୀଉ, ମାଳିପୁଟ ଉତ୍ସବମୁଖର

ପଟାଙ୍ଗି,୨୨ା୪(ଶରତ ଧଳ): ଦୀର୍ଘବର୍ଷ ଧରି ଗ୍ରାମବାସୀଙ୍କ ଶ୍ରମଦାନ ଓ ଜଣେ ବ୍ୟକ୍ତିଙ୍କ ସ୍ବେଚ୍ଛାକୃତ ଅର୍ଥଦାନରେ ଗଢ଼ି ଉଠିଥିବା ମନ୍ଦିର ପ୍ରତିଷ୍ଠା କରି ସମସ୍ତଙ୍କ ପାଇଁ ଉଦାହରଣ...

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି...

ପାହାଡ଼ ଜଙ୍ଗଲରେ ନିଆଁ

ଦାମନଯୋଡ଼ି,୨୧ା୪(ମାନସ ରଞ୍ଜନ କର): ଲୋକ ସଚେତନତା ଅଭାବରୁ ଜଙ୍ଗଲରେ ନିଆଁ ହୁତୁହୁତୁ ହୋଇ ଜଳୁଛି। ଜଙ୍ଗଲ ପାହାଡ଼ ନିଆଁ ଯୋଗୁ ଜଙ୍ଗଲ ଜୀବଜନ୍ତୁ ଭୟଭୀତ ହୋଇପଡ଼ିଥିବା...

ବେସରକାରୀ ଛାତରେ ଲାଗିଛି ସରକାରୀ ହୋର୍ଡିଂ

ସୁନାବେଡା,ସେମିଳିଗୁଡା,୨୧ା୪କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼: ସୁନାବେଡା ପୌର ପରିଷଦ ଅଧୀନ ସେମିଳିଗୁଡା ଗୋପବନ୍ଧୁ ନଗରଠାରେ ମିଶନ୍‌ ଶକ୍ତି ଏବଂ ନୂଆ-ଓ ର ଦୁଇଟି ବଡ ହୋର୍ଡିଂ ଲାଗିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri