Posted inଜାତୀୟ

ଜାମିନ ଚାହୁଁଥିଲେ ଲଗାଇବାକୁ ପଡିବ ୫ ଚାରା ୬ ମାସ ପର୍ଯ୍ୟନ୍ତ ଯତ୍ନ ବି ନେବେ

ଲକ୍ଷ୍ନୌ,୩୦।୮: ଉତ୍ତର ପ୍ରଦେଶ ବାନ୍ଦା ଜିଲା ନରେନିର ମାଜିଷ୍ଟ୍ରେଟ୍‌ ବୃକ୍ଷରୋପଣର ଏକ ନିଆରା ସୂତ୍ର ବାହାର କରିଛନ୍ତି। ‘ହରିୟାଲି ଦଣ୍ଡ’ ବା ‘ସବୁଜ ଦଣ୍ଡ’ ନାମକ ଏକ ଦଣ୍ଡ ବିଧାନର ବ୍ୟବସ୍ଥା କରି ଅପରାଧିମାନଙ୍କୁ ଏବେ ସେ ସର୍ତ୍ତମୂଳକ ଜାମିନ ଦେଉଛନ୍ତି। ଉକ୍ତ ସର୍ତ୍ତ ଅନୁଯାୟୀ, ଯେଉଁମାନେ ଜାମିନରେ ଯାଉଛନ୍ତି ସେମାନେ ୫ଟି ଚାରା ଲଗାଇବା ସହ ୬ ମାସ ପର୍ଯ୍ୟନ୍ତ ଏହାର ଯତ୍ନ ନେବାକୁ କହିଛନ୍ତି ମାଜିଷ୍ଟ୍ରେଟ୍‌ ବନ୍ଦିତା ଶ୍ରୀବାସ୍ତବ। ଏପର୍ଯ୍ୟନ୍ତ ଏହି ନିୟମ ଅନୁଯାୟୀ ପାଖାପାଖି ୫ ସହ ବୃକ୍ଷରୋପଣ କରାଯାଇଥିବା ସେ କହିଛନ୍ତି। ଜାମିନ ପାଇଥିବା ବ୍ୟକ୍ତିମାନେ ନିଜ ବାଡି ଅବା ସୁବିଧାଜନକ ସ୍ଥାନରେ ଏହି ଗଛ ଲାଗାଇଥିବା ସେ କହିଛନ୍ତି। ଏଥିରେ କୌଣସି ନିୟମକୁ ଉଲ୍ଲଂଘନ କରାଯାଇ ନ ଥିବା ବେଳେ ଲୋକଙ୍କ ଭିତରେ ପରିବେଶ ପ୍ରତି ସଚେତନା ସୃଷ୍ଟି କରାଯାଇଥିବା ସେ ପ୍ରକାଶ କରିଛନ୍ତି। ତେବେ ବ୍ୟକ୍ତି ଜଣକ ଜାମିନ ପାଇଛନ୍ତି କି ନା ତାହା ସ୍ପଷ୍ଟ କରିବାକୁ ଏମାନେ କୋର୍ଟରେ ହାଜର ହେବା ଦିନ ଲଗାଇଥିବା ଗଛ ସହ ସେଲ୍‌ଫି ନେଇ ତା’ର ଏକ କପି ଦାଖଲ କରିବାକୁ କୁହାଯାଇଛି। ପ୍ରଶ୍ନ ଉଠିଛିକି ଜଣେ ଯଦି ଏହି ସର୍ତ୍ତରେ ରାଜି ନ ହୁଅନ୍ତି ତେବେ କ’ଣ ତାଙ୍କୁ ଜାମିନ ମିଳିବନି? ଏହାର ଉତ୍ତରରେ ବନ୍ଦିତା କହିଛନ୍ତି, ସେମିତି କିଛି ନିୟମ ନାହିଁ। କିନ୍ତୁ ଯେଉଁମାନଙ୍କୁ ଜାମିନ ମିଳୁଛି ସେମାନଙ୍କୁ ଗଛ ଲଗାଇବାକୁ ପ୍ରେରଣା ଦିଆଯାଉଛି। ଆଉ ଯେଉଁମାନଙ୍କର ଗଛ ଲଗାଇବାକୁ ନିଜସ୍ବ ସ୍ଥାନ ନାହିଁ ସେମାନେ ବିଦ୍ୟାଳୟ, ପଞ୍ଚାୟତ ପୋଖରୀ ସଂଲଗ୍ନ ସ୍ଥାନରେ ଗଛ ଲଗାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଆସିଲା ୟୁଜିସିର ନୂଆ ଗାଇଡ୍‌ଲାଇନ

ନୂଆଦିଲ୍ଲୀ,୧।୧୦: ବିଦେଶୀ ଛାତ୍ରୀଛାତ୍ରଙ୍କ ପାଇଁ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ୨୫ ପ୍ରତିଶତ ପର୍ଯ୍ୟନ୍ତ ଅତିରିକ୍ତ ସିଟ୍‌ ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଅନୁମତି...

ଉତ୍ତର ପ୍ରଦେଶରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

ଲକ୍ଷ୍ନୌ,୧୮ ।୪: ଦେଶରେ କରୋନା ମହାମାରୀର ଚତୁର୍ଥ ଲହର ଆରମ୍ଭ ହୋଇଯାଇଛି ବୋଲି ଅନୁମାନ କରାଯାଉଛି । କିଛିଦିନ ହେବ କରୋନା ସଂକ୍ରମଣ କମ୍ ହୋଇଥିବା...

ଟିକେଟ ବୁକିଂ ବନ୍ଦ ରଖିବାକୁ ଗୋ ଫାଷ୍ଟକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୯ା୫: ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ତୁରନ୍ତ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଟିକେଟ ବୁକିଂ ଏବଂ ବିକ୍ରି ବନ୍ଦ କରିବା ପାଇଁ ବେସାମରିକ ବିମାନ ଚଳାଚଳ...

ପଶ୍ଚିମବଙ୍ଗରେ ଲକ୍‌ଡାଉନ ଉଲ୍ଲଂଘନ

ନୂଆଦିଲ୍ଲୀ,୧୨।୪(ପି.ଟି.): ପଶ୍ଚିମବଙ୍ଗରେ ଲକ୍‌ଡାଉନ କଟକଣା ଧୀରେ ଧୀରେ କୋହଳ ହେଉଥିବା ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପ୍ରତିବାଦ ଜଣାଇଛି। ଅଣଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ଲାଗି ସେଠାରେ...

ସଂଘର୍ଷ ମଧ୍ୟରେ ୟୁକ୍ରେନରୁ ୨୨୫୦୦ରୁ ଊର୍ଦ୍ଧ୍ୱ ଛାତ୍ର ସ୍ବଦେଶ ଫେରିଛନ୍ତି

ନୂଆଦିଲ୍ଲୀ,୧୫।୩: ଲଗାତର ୨୦ ଦିନ ହେଲାଣି ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ୟୁକ୍ରେନରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ବର୍ହିବ୍ୟାପାର ମନ୍ତ୍ରୀ...

ରାଜନୈତିକ ପରମ୍ପରା ରହିଲା ବଜାୟ: ଅଖିଳେଶଙ୍କ ବିପକ୍ଷରେ ପ୍ରାର୍ଥୀ ଦେଲାନି କଂଗ୍ରେସ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହୋଇଛି। ଦଳଗୁଡିକ ପ୍ରତ୍ୟେକ ଆସନ ପାଇଁ ପ୍ରାର୍ଥୀ ଚୟନ କରିବାରେ ବ୍ୟସ୍ତ ଥିବାବେଳେ ମୁଲାୟମ...

ଚାରି ଧାମ ଯାତ୍ରା ସମୟରେ ଭିଡରୁ ମିଳିବ ମୁକ୍ତି

ଡେରାଡୁନ,୧ ।୫: ପବିତ୍ର ଚାରି ଧାମ ଯାତ୍ରା ମେ’ ୩ରୁ ଆରମ୍ଭ ହେବାକୁ ଯାଉଛି । ଏବେ ଏହି ଯାତ୍ରାକୁ ନେଇ ଉତ୍ତରାଖଣ୍ଡ ସରକାର ସମ୍ପୂର୍ଣ୍ଣ...

ହରର ସିରିଏଲ ଦେଖି ଆତ୍ମହତ୍ୟା କଲେ ୧୨ବର୍ଷର ଝିଅ

ଭୋପାଳ, ୨୬।୬: ମଧ୍ୟ ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି। ହରର ସିରିଏଲ ଦେଖି ଭୋପାଳର ଜଣେ ୧୨ ବର୍ଷର ଝିଅ ଆତ୍ମହତ୍ୟା କରିଛନ୍ତି। ସିରିଏଲରେ...

Advertisement
Archives

Model This Week