ଜାମିଆ ଛାତ୍ରଙ୍କ ସପକ୍ଷରେ ବାହାରିଲେ ଅଭିନେତ୍ରୀ ସୋନମ କପୁର

ନାଗରିକତ୍ୱ ସଂଶୋଧନ ଆଇନକୁ ବିରୋଧ କରି ନୂଆଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟ ଚର୍ଚ୍ଚାକୁ ଆସିଛି। ଏଠାକାର ଛାତ୍ରମାନେ ଏହି ଆଇନକୁ ତୀବ୍ର ବିରୋଧ କରିଛନ୍ତି। ଏନେଇ ବିଶ୍ୱବିଦ୍ୟାଳୟ ପରିସର ଅଶାନ୍ତ ହୋଇପଡିଥିବାବେଳେ ସେମାନଙ୍କୁ ସମର୍ଥନ କରିଛନ୍ତି ଦେଶର ଅନ୍ୟ କେତେକ ବିଶ୍ୱବିଦ୍ୟାଳୟ ଓ ଛାତ୍ର ସଂଗଠନ। ବଲିଉଡ ସେଲେବ୍ରିଟିମାନେ ମଧ୍ୟ ଏନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ଏଥିରେ ସାମିଲ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର। ସେ ପ୍ରସିଦ୍ଧ ଚିତ୍ରକାର ଏମଏଫ ହୁସେନଙ୍କ ଦ ଇଣ୍ଡିଆନ୍‌ ସିଭିଲାଇଜେସନ୍‌ ସିରିଜ୍‌ର ଏକ ପେଣ୍ଟିଂ ପୋଷ୍ଟ କରି କ୍ଷୋଭ ପ୍ରକାଶ କରିଛନ୍ତି। ଏହି ପେଣ୍ଟିଂରେ ହିନ୍ଦୁ, ମୁସଲମାନ ଏବଂ ଶିଖ୍‌ ଏକ ପରିବାରରେ ରୂପରେ ଦେଖାଯାଇଛି। ସମସ୍ତ ପରିବାର ନିଜ ନିଜ ପୂଜା ପଦ୍ଧତି ମୁତାବକ କାମ କରୁଥିବା ନଜର ଆସିଛନ୍ତି। ସୋନମ ପୋଷ୍ଟରେ ଲେଖିଛନ୍ତି, ସାରା ବିଶ୍ୱ ଧୀରେ ଧୀରେ କ୍ରୁରତାରେ ପରିବର୍ତ୍ତନ ହେବାରେ ଲାଗିଛି। ମୁଁ ଆସିବାକୁ ଥିବା ତୋଫାନକୁ ଶୁଣିପାରୁଛି। ଲକ୍ଷ ଲକ୍ଷ ଲୋକଙ୍କ ଦୁଃଖକୁ ଅନୁଭବ କରିପାରୁଛି। କିନ୍ତୁ ଯେବେ ଆକାଶକୁ ଚାହୁଁଛି, ଲାଗୁଛି ଯେମିତି ସବୁକିଛି ବଦଳି ଯିବ। ଶାନ୍ତି ପୁଣି ଫେରିଆସିବ। ସୋନମଙ୍କ ଏହି ପୋଷ୍ଟକୁ ଅନେକ ୟୁଜର୍ସ ସମର୍ଥନ କରିଥିବାବେଳେ ଆଉ କେତେକ ୟୁଜର୍ସ ଟ୍ରୋଲ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝିଅ ହୋଇ ପୁଅ ଚରିତ୍ରରେ ନଜର ଆସୁଥିଲେ, ଏବେ ଛାଡ଼ିଲେ ଶୋ’

ବମ୍ବେ: ପରଦାରେ ପୁଅ ହେଲେ ବାସ୍ତବରେ ଝିଅ। ଆମେ କଥା ହେଉଛୁ ଟେଲି ଧାରାବାହିକ ‘ଛୋଟି ସରଦାରନୀ‘ରେ ପରମ ଭୂମିକାରେ ନଜର ଆସୁଥିବା ଶିଶୁ କଳାକାର...

ଶ୍ରୀତମଙ୍କ ନୂଆ ଅବତାର

ଅଭିନେତା ଶ୍ରୀତମ ଦାସ ଖୁବ୍‌ ଶୀଘ୍ର ଦର୍ଶକଙ୍କ ସାମ୍‌ନାକୁ ଏକ ନୂଆ ଅବତାରରେ ଆସୁଛନ୍ତି। ରିଲିଜ ଅପେକ୍ଷାରେ ଥିବା ଚଳଚ୍ଚିତ୍ର ‘ମିତାଲି ଅପା’ର ଟାଇଟଲ ଭୂମିକାରେ...

ଶାହାରୁଖ୍‌ଙ୍କୁ ଦେଖିବା ପାଇଁ ତାଙ୍କ ଘର ସମ୍ମୁଖରେ ଘଣ୍ଟା ଘଣ୍ଟା ଅପେକ୍ଷା କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ରାଜକୁମାର ରାଓ ନିଜର ପ୍ରତିଭା ମାଧ୍ୟମରେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ପ୍ରତ୍ୟେକ ଫିଲ୍ମରେ ତାଙ୍କ କାମକୁ ପ୍ରଶଂସା...

ଭିକ୍କି-କ୍ୟାଟ୍ରିନାଙ୍କ ବିବାହରେ ସୁରକ୍ଷା ଦାୟିତ୍ୱ ନେବେ ୧୦୦ ବାଉଂସର୍ସ

ମୁମ୍ବାଇ: ବଲିଉଡ୍ ବିବାହକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଏଥିରେ ସବୁଠୁ ଆଗରେ ରହିଛନ୍ତି ଭିକ୍କି କୌଶଲ ଓ କ୍ୟାଟ୍ରିନା କୈଫ ।...

ବିବାହକୁ ନେଇ ମୁହଁ ଖୋଲିଲେ ଆଥିଆ

ବଲିଉଡ ଅଭିନେତ୍ରୀ ତଥା ଅଭିନେତା ସୁନୀଲ ସେଟ୍ଟୀଙ୍କ ଝିଅ ଆଥିଆ ସେଟ୍ଟୀ ତାଙ୍କ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଖୁବଶୀଘ୍ର ସେ କ୍ରିକେଟର କେ.ଏଲ...

କ୍ରିକେଟ ଖେଳୁଛନ୍ତି ସଲମାନ

ବଲିଉଡ ଅଭିନେତା ସଲମାନ ଖାନ ପ୍ରାରମ୍ଭରୁ ହିଁ ନିଜ ଫିଟନେସ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ଅନେକ ଚଳଚ୍ଚିତ୍ରରେ ଚରିତ୍ରକୁ ଦେଖି ସେ ନିଜକୁ ଫିଟ୍‌...

ଅନନ୍ୟାଙ୍କର ହେଲା ବ୍ରେକ୍ ଅପ୍‌ !

ମୁମ୍ବାଇ: ବଲିଉଡ ନବାଗତା ନାୟିକା ଅନନ୍ୟା ପାଣ୍ଡେ ଏବେ ତାଙ୍କ ପୁରୁଷ ବନ୍ଧୁଙ୍କଠାରୁ ଅଲଗା ହୋଇଯାଇଛନ୍ତି । ଅବଶ୍ୟ ଅନନ୍ୟା ଓ ଇସାନ ଖଟ୍ଟର ପରସ୍ପରକୁ...

ଆଉ କମେଡି କରିବେନି କପିଲ!

ମୁମ୍ବାଇ: କମେଡି କିଙ୍ଗ ଭାବେ ପରିଚିତ କପିଲ ଶର୍ମା ଏବେ କୁଆଡେ ଆଉ କମେଡି କରିବେ ନାହିଁ ବୋଲି ଆଲୋଚନା ହେଉଛି। ନିକଟରେ ତାଙ୍କର ଏକ...

Advertisement
Archives

Model This Week