Posted inଜାତୀୟ

ଜାନୁୟାରୀ ୩୦ ଭିତରେ ହୋଇପାରେ ରାମ ମନ୍ଦିର ଟ୍ରଷ୍ଟ ଘୋଷଣା: ଅଯୋଧ୍ୟାର ଏହି ସନ୍ଥ ହୋଇପାରନ୍ତି ଅଧ୍ୟକ୍ଷ

ଆଯୋଧ୍ୟା,୨୨।୧: ରାମ ଜନ୍ମଭୂମି ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ଏବେ ସମସ୍ତଙ୍କ ନଜର ରହିଛି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠନ ହେବାକୁ ଥିବା ରାମ ମନ୍ଦିର ଟ୍ରଷ୍ଟ ଉପରେ। କାରଣ ୩ ମାସ ମଧ୍ୟରେ ରାମ ମନ୍ଦିର ଟ୍ରଷ୍ଟ ଗଠନ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ଏଥିରେ କେଉଁମାନଙ୍କୁ ସାମିଲ କରାଯିବ ସେନେଇ ସମସ୍ତେ ଅପେକ୍ଷା କରି ରହିଛନ୍ତି। ସୂଚନା ମୁତାବକ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଟ୍ରଷ୍ଟର ରୂପରେଖ ନେଇ ସମସ୍ତ ପ୍ରସ୍ତୁତି କରାଯାଇଛି। କେବଳ ଜାନୁୟାରୀ ୩୦ ମଧ୍ୟରେ ଏହାକୁ ଘୋଷଣା କରାଯିବ। ଏହି ଟ୍ରଷ୍ଟରେ ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ଥିବା ସାଧୁସନ୍ଥ, ବିଶ୍ୱ ହିନ୍ଦୁ ପରିଷଦ(ଭିଏଚ୍‌ପି) ଓ ଆରଏସ୍‌ଏସ୍‌ ସହ ଜଡିତ ଥିବା ବ୍ୟକ୍ତିଙ୍କୁ ହିଁ ସାମିଲ କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ରାମ ମନ୍ଦିର ଟ୍ରଷ୍ଟର ଅଧ୍ୟକ୍ଷ ପଦ ପାଇଁ ଅଯୋଧ୍ୟାର ସନ୍ଥମାନେ ରାମ ଜନ୍ମଭୂମି ନ୍ୟାସର ଅଧ୍ୟକ୍ଷ ମହନ୍ତ ନୃତ୍ୟ ଗୋପାଳ ଦାସଙ୍କ ନାମକୁ ଚୟନ କରିଛନ୍ତି। ଭିଏଚ୍‌ପି ମଧ୍ୟ ତାଙ୍କର ନାମକୁ ସମର୍ଥନ କରିଛି। ଏତଦ୍‌ ବ୍ୟତୀତ ଏହି ଟ୍ରଷ୍ଟରେ ୧୧ଜଣ ସଦସ୍ୟ ରହିବାକୁ ଥିବା ବେଳେ ଏଥିରେ ପ୍ରଧାନମନ୍ତ୍ରୀ, ସ୍ବରାଷ୍ଟ୍ରମନ୍ତ୍ରୀ, ରାଜ୍ୟପାଳ ଓ ଅଯୋଧ୍ୟାର ଜିଲାପାଳଙ୍କୁ ମଧ୍ୟ ସ୍ଥାନ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡା ହେଲେ ମହିଳା ପୋଲିସ ଅଧିକାରୀ

କୋଚି,୧୭।୧୧: କେରଳର ଜଣେ ମହିଳା ପୋଲିସ ଅଧିକାରୀ ଲଣ୍ଡା ହେବାର ଫଟୋ ଓ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହେଲେ ଏହା...

ଦଳିତ ଏମ୍‌ପିଙ୍କୁ ଗାଁରେ ପୂରାଇଦେଲେନି

ବେଙ୍ଗାଲୁରୁ,୧୮ା୯: କର୍ନାଟକର ଦଳିତ ଏମ୍‌ପି ଏ. ନାରାୟଣସ୍ବାମୀଙ୍କୁ ତାଙ୍କ ସଂସଦୀୟ କ୍ଷେତ୍ରର ଏକ ଗାଁରେ ଗୋଲ୍ଲା (ଓବିସି) ସମ୍ପ୍ରଦାୟର ଲୋକେ ପୂରାଇଦେଲେ ନାହିଁ। ଚିତ୍ରଦୁର୍ଗ ଆସନରୁ...

ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଅଲ୍‌-ବଦରର ୩ ଆତଙ୍କବାଦୀ ଗିରଫ

ଶ୍ରୀନଗର,୧୨।୨: ଜମ୍ମୁ-କଶ୍ମୀରର ସୋପୋରେ ଜିଲାର ଡାଙ୍ଗିୱାଚା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଡାଙ୍ଗିୱାଚା ଅଞ୍ଚଳରୁ ଅଲ୍‌-ବଦରର ୩ଜଣ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଏହି...

ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ୨୫ କୋଟି ଲୋକଙ୍କୁ ଦିଆଯିବ କରୋନା ଭ୍ୟାକ୍ସିନ: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୪ ।୧୦: କରୋନା ଭାଇରସ ସଂକ୍ରମଣ ବଢି ଚାଲଥିବା ବେଳେ ଏବେ ସମସ୍ତଙ୍କ ନଜର ରହିଛି କରୋନା ଭ୍ୟାକ୍ସିନ ବା ଟିକା ଉପରେ । କେତେକ...

ଆନ୍ଦୋଳନ ରତ କୃଷକଙ୍କ ଗରମ ପୋଷାକ ପାଇଁ ଦିଲଜିତ ଦାନ କରିଛନ୍ତି ଏକ କୋଟି ଟଙ୍କା !

ନୂଆଦିଲ୍ଲୀ,୬ ।୧୨: କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ରତ କୃଷକଙ୍କୁ ଶନିବାର ଅଭିନେତା ତଥା ଗାୟକ ଦିଲଜିତ ଦୋସାଞ୍ଝ ଭେଟିଥିଲେ...

ଯୋଗୀଙ୍କ ଟିମ୍‌ ଛାଡ଼ିଲେ ଆଉ ଜଣେ ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧: ସ୍ବାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟ୍‌ ଛାଡ଼ିଛନ୍ତି ଆଉ ଜଣେ ମନ୍ତ୍ରୀ ଦାରା ସିଂ ଚୌହ୍ବାନ। ଦୁଇ ଦିନରେ ଭାଜପା...

ପିଲାଙ୍କୁ ଟିକା ଦିଆଯିବା ନେଇ ପ୍ରଶ୍ନ ଉଠାଇଲେ ଏମ୍ସ ବିଷେଷଜ୍ଞ

ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାତିରେ ଦେଶକୁ ସମ୍ବୋଧିତ କରି ୧୫ ରୁ ୧୮ ବର୍ଷ ବୟସର ପିଲାମାନଙ୍କ ପାଇଁ କରୋନା ଟିକା ଦିଆଯିବ...

କ୍ରୋଧରେ କହିଥିଲି: ସତ୍ୟପାଲ୍‌

ଶ୍ରୀନଗର,୨୩ା୭(ପି.ଟି.)-ଆତଙ୍କବାଦୀମାନେ ନିରୀହ ଲୋକଙ୍କୁ ନ ମାରି ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଗୁଳି କରିବା ଉଚିତ ବୋଲି ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିବା ଜମ୍ମୁ-କଶ୍ମୀର ରାଜ୍ୟପାଳ ସତ୍ୟପାଲ...

Advertisement
Archives

Model This Week