ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ଚାଲିଛି ଗଛକଟା

ଦାରିଙ୍ଗବାଡ଼ି,୨୪।୮(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଦିନକୁ ଦିନ ଗରମ ବୃଦ୍ଧି ପାଇବା ସହ ଅସ୍ବାଭାବକି ଭାବେ ପାଣିପାଗର ପରିବର୍ତ୍ତନ ହେଉଛି। ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ସାଙ୍ଗକୁ କଂକ୍ରିଟ ରାସ୍ତା, ଘର ବୃଦ୍ଧି ପାଉଛି। ସେହିପରି ଜନବସତି ବୃଦ୍ଧି ଯୋଗୁ ଜଙ୍ଗଲ ମଧ୍ୟ କ୍ଷୟ ହେବାରେ ଲାଗିଛି। ଅନ୍ୟପଟେ ଜନସଂଖ୍ୟା ଅନୁଯାୟୀ ଯାନବାହନ ବୃଦ୍ଧି ପାଇଛି। ଏବେ ପୁଣି ଜଙ୍ଗଲ ସଫା ଆଉଏକ ମୁଣ୍ଡବ୍ୟଥାର କାରଣ ପାଲଟିଛି। ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳ ଏବେ ଜଙ୍ଗଲ ସଫା ଯୋଗୁ ନିଜ ସୌନ୍ଦର୍ଯ୍ୟ ହରାଇବାକୁ ବସିଲାଣି। ଗୋଟିଏ ପଟେ କାଠ ମାଫିଆ ଜଙ୍ଗଲ ସଫା କରିଆସୁଥିବାବେଳେ ଜିଲା ପ୍ରଶାସନ ଜଙ୍ଗଲଜମି ଲୋକଙ୍କୁ ପ୍ରଦାନ ପରେ ଜଙ୍ଗଲ ନିଜ ଅସ୍ତିତ୍ୱ ହରାଇବାକୁ ବସିଲାଣି। ସେପଟେ ରାଇପୁର ଠାରୁ ଗୋପାଳପୁର ପର୍ଯ୍ୟନ୍ତ ୫୯ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ହୋଇଥିବାବେଳେ ଏବେ ବାଲିଗୁଡ଼ା ଠାରୁ ଦାରିଙ୍ଗବାଡ଼ି ପର୍ଯ୍ୟନ୍ତ ସମ୍ପ୍ରସାରଣ କାର୍ଯ୍ୟ ଜୋରଦାର ଚାଲିଛି। ଏଥିପାଇଁ ରାଜପଥ କଡ଼ରେ ରହିଥିବା ପ୍ରାୟ ୨୫ଶହ ଗଛ କଟାଯିବ। ତେବେ ବନ ବିଭାଗର ଉଦ୍ୟମରେ ପ୍ରାୟ ୧ହଜାର ଗଛକୁ ନୂତନ ଜ୍ଞାନକୌଶଳରେ ରାଜପଥ କଡ଼ରୁ ନେଇ ଜଙ୍ଗଲ ଭିତରେ ପୁନଃରୋପଣ କରାଯାଇଛି। ତେବେ ବଳକା ଗଛ ଏବେ ବନ ବିଭାଗର କର୍ପୋରେସନ ପକ୍ଷରୁ କଟା ଚାଲିଛି। ଫଳରେ ଅଞ୍ଚଳରେ ପୁଣି ଗରମ ଦ୍ୱିଗୁଣିତ ହେବା ଆଶଙ୍କା କରାଯାଉଛି। ଦାରିଙ୍ଗବାଡିର ଜଙ୍ଗଲ, ପାହାଡ଼, ଝରଣା ଏହି ପର୍ଯ୍ୟଟନ କେନ୍ଦ୍ରକୁ ଆସିବା ପାଇଁ ଦର୍ଶକଙ୍କୁ ଆକୃଷ୍ଟ କରିଥାଏ। ଗଛ କଟାଯିବା ପରେ ରାଜପଥରେ ଯାଉଥିବା ପଥିକ ମାନେ ଆଉ ଗଛ ଛାଇ ପାଇପାରିବେ ନାହିଁ। ବନ ବିଭାଗ ଗଛ ସ୍ଥାନାନ୍ତର ପ୍ରକ୍ରିୟା ବିଫଳ ହୋଇଛି। ଅଧାରୁ ଉର୍ଦ୍ଧ୍ୱ ଗଛ କଟାଯାଉଥିବାବେଳେ ତା ପରିବର୍ତ୍ତେ ପୁଣି ୧୦ଗୁଣ ଗଛ ଲାଗାଯିବ ବୋଲି କର୍ପୋରେସନର ଫିଲ୍ଡ ଆଶିଷ୍ଟାଣ୍ଟ ଦେବାନନ୍ଦ ପାଣି କହିଛନ୍ତି। ପୁଣି ଚାରାରୋପଣ କରାଗଲେ ମଧ୍ୟ ତାହା ବଢ଼ିବା ପାଇଁ ବହୁ ସମୟ ଦରକାର। ବନବିଭାଗ ଉଦ୍ୟମ କରି କିଛି ଗଛ ବଞ୍ଚାଇବା ଆବଶ୍ୟକ ବୋଲି ବୁଦ୍ଧିଜୀବୀମାନେ ଦାବି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫ ବର୍ଷରେ ଗଲାଣି ୨୫ ହଜାର ଜୀବନ

ଭୁବନେଶ୍ୱର,୨୯।୭(ବ୍ୟୁରୋ): ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତା ବଢ଼ାଇବାରେ ଲାଗିଛି। ସୁପ୍ରିମକୋର୍ଟ ସୁରକ୍ଷା କମିଟି ପରାମର୍ଶ ସତ୍ତ୍ୱେ ରାଜ୍ୟରେ ଦୁର୍ଘଟଣା ହାର ବଢ଼ିଚାଲିଛି। ଗତ ୫ ବର୍ଷରେ...

ଭଦ୍ରକର ୫ ପଞ୍ଚାୟତ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା: ସମସ୍ତ ପ୍ରବେଶ ପଥ ସିଲ୍‌

ଭଦ୍ରକ ଅଫିସ,୨୦ା୪: ଭଦ୍ରକ ଜିଲାରେ ସୋମବାର ଆଉ ୫ କରୋନା ରୋଗୀ ଚି଼ହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ୫ଟି ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଭାବେ...

ଟିକାକରଣକୁ ବର୍ଷେ, ତଥାପି ଅପହଞ୍ଚ

ଭୁବନେଶ୍ୱର, ୧୬ା୧(ବ୍ୟୁରୋ): ମହାମାରୀ କରୋନା ବିରୋଧରେ ଗତବର୍ଷ ଆଜିର ଦିନରେ ଆରମ୍ଭ ହୋଇଥିଲା ନିର୍ଣ୍ଣାୟକ ଲଢ଼େଇ। ବିପନ୍ନ ହୋଇପଡ଼ିଥିବା ଜୀବନ, ଜୀବିକା ପାଇଁ ନୂଆ ଆଶା...

ଫାଇନାନ୍ସ କର୍ମଚାରୀଙ୍କଠାରୁ ୩ଲକ୍ଷ ଲୁଟ୍‌

ନିଆଳି,୫ା୧୦(ଡି.ଏନ୍‌.ଏ): ନିଆଳି ବ୍ଲକ ନିକଟରୁ ଶୁକ୍ରବାର ୩ ଲୁଟେରା ଏକ ଫାଇନାନ୍ସ ସଂସ୍ଥାର ଦୁଇ କର୍ମଚାରୀଙ୍କୁ ମାଡ଼ ମାରି ୩ଲକ୍ଷ ୧୮ହଜାର ୧୩୦ଟଙ୍କା ଲୁଟି ନେଇଥିବା...

ଜମି ସେଟଲ୍‌ମେଣ୍ଟ ଆକ୍ଟ ୧୯୮୩ରେ ସଂଶୋଧନ

ଭୁବନେଶ୍ୱର,୫ା୫(ବ୍ୟୁରୋ): ରାଜ୍ୟ ସରକାର ଜମି ସେଟଲମେଣ୍ଟ ଆକ୍ଟ ୧୯୮୩ରେ ସଂଶୋଧନ କରିଛନ୍ତି। ମାଓବାଦୀ ବିରୋଧୀ କାର୍ଯ୍ୟନୁଷ୍ଠାନରେ ପ୍ରାଣ ହରାଇଥିବା ଆମ ରାଜ୍ୟର ପାରା ମିଲିଟାରି ଫୋର୍ସ...

ଖୁବ୍‌ଶୀଘ୍ର ଦେବଝରଣରେ ବୋଟିଂ ସେବା

ସମ୍ବଲପୁର,୧୩ା୧(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଇକୋଟୁରିଜମ ଦେବଝରଣରେ ବୋଟିଂ ସେବା ଖୁବ୍‌ଶୀଘ୍ର ଆରମ୍ଭ ହେବ। ବୁଧବାର ଡ୍ୟାମ୍‌ରେ ବନ ବିଭାଗ ପକ୍ଷରୁ ପ୍ଲାଟଫର୍ମ ନିର୍ମାଣ...

୫ ଜିଲାରେ କୁଆପଥର ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୮।୫(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୫ଟି ଜିଲାରେ ବଜ୍ରପାତ ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ...

‘ବନ୍ୟା ସ୍ଥିତିର ମୁକାବିଲା ପାଇଁ ନିଆଯାଉଛି ପଦକ୍ଷେପ’

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ଲଘୁଚାପ ବର୍ଷା ପ୍ରଭାବରେ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବନ୍ୟା ସ୍ଥିତିକୁ ନେଇ ବୁଧବାର ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା...

Advertisement
Archives

Model This Week