Posted inଖେଳ

ଜାତୀୟ ଜୁନିୟର ଭଲିବଲ: ସମୀର, ପାର୍ବତୀଙ୍କୁ ଓଡ଼ିଶାର ନେତୃତ୍ୱ

ଭୁବନେଶ୍ୱର, ୨୪।୧ (ସ୍ପୋଟର୍‌ସ ବ୍ୟୁରୋ)- ଆନ୍ଧ୍ର ପ୍ରଦେଶର ଓ୍ବାଇଏସ୍‌ଆର୍‌ କଡପ୍ପା ଜିଲାସ୍ଥିତ ରାଜାମପେଟ୍‌ଠାରେ ଆସନ୍ତା ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଜାତୀୟ ଜୁନିୟର ଭଲିବଲ୍‌ (ବାଳକ/ବାଳିକା) ଚାମ୍ପିୟନଶିପ୍‌ର ୪୬ତମ ସଂସ୍କରଣ ଅନୁଷ୍ଠିତ ହେବ। ଏଥିଲାଗି ଓଡ଼ିଶା ବାଳିକା ଓ ବାଳକ ଦଳ ଘୋଷଣା କରାଯାଇଛି। କିଟ୍‌ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ-୮ରେ ଥିବା ଭଲିବଲ୍‌ କ୍ୟାମ୍ପସରେ ଓଡ଼ିଶା ଦଳ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମୀର ରଞ୍ଜନ ପାଲ୍‌ ଓ ପାର୍ବତୀ ଗଡ଼ବାଙ୍କୁ ଯଥାକ୍ରମେ ଓଡ଼ିଶା ବାଳକ ଓ ବାଳିକା ଦଳର ନେତୃତ୍ୱ ପ୍ରଦାନ କରାଯାଇଛି। ଏହି ଚୟନ ପ୍ରକ୍ରିୟା ଅବସରରେ ଓଡ଼ିଶା ଭଲିବଲ୍‌ ଆସୋସିଏଶନ (ଓଭା)ର ସମ୍ପାଦକ ଡ. ଗଗନେନ୍ଦୁ ଦାସ, ସଭାପତି ସୁବୋଧ କୁମାର ରାଉରରାୟ, କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ। ଓଡ଼ିଶା ଦଳ ଶୁକ୍ରବାର ଆନ୍ଧ୍ର ପ୍ରଦେଶ ଅଭିମୁଖେ ଗସ୍ତ କରିଛି।
ଓଡ଼ିଶା ବାଳକ ଦଳ: ସମୀର ରଞ୍ଜନ ପାଲ୍‌ (ଅଧିନାୟକ), ବିଶ୍ୱଜିତ୍‌ ମଣ୍ଡଳ, ଦୀନବନ୍ଧୁ ନାହକ, ସୂରଜ କରୁଆନ, ନିଶିକାନ୍ତ ପରିଡ଼ା, ରାଜୁ ପଟ୍ଟନାୟକ, ସୁଶାନ୍ତ ସିଂ, ଅମିତ୍‌ କୁମାର ହରିଜନ, ଓ୍ବାସିଉଜ ଜମାନ ଖଁା, ଟି. ଧନରାଜ, ବିବେକ ସାହୁ, ରମେଶ କୁଡୁକୁ (ଲିବେରୋ), ରଶ୍ମିରଞ୍ଜନ ନନ୍ଦ (କୋଚ୍‌), ଆଶିଷ କୁମାର ବିହାରୀ (ମ୍ୟାନେଜର)।
ଓଡ଼ିଶା ବାଳିକା ଦଳ: ପାର୍ବତୀ ଗଡ଼ବା (ଅଧିନାୟିକା), ଆଶା ମୁଣ୍ଡାରୀ, ଦୀପ୍ତିମୟୀ କବାସି, କୌଣଲ୍ୟା ମାଝି, ସରସ୍ବତୀ ଝୋଡ଼ିଆ, ମାମାଲି ନାଗ୍‌, ବି. ଅନିଶା, ପାୟଲ କାଣ୍ଡି, ରୋଜାଲିନ ଆଣ୍ଡିଆ, ଆରତୀ ହେର୍ପିକା, ସଞ୍ଜନା ସାହୁ, ଲିପ୍‌ସାରାଣୀ ମିଶ୍ର (ଲିବେରୋ), ଗୋବିନ୍ଦ ଚନ୍ଦ୍ର ସାହୁ (କୋଚ୍‌) ଓ ଜୟଶ୍ରୀ ପଲାଇ (ସହାୟକ କୋଚ୍‌)।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri