Posted inରାଜ୍ୟ

ଜାତୀୟସ୍ତରରେ ଓଡ଼ିଶା ସ୍ବୟଂ ସହାୟକ ଗୋଷ୍ଠୀ ପୁରସ୍କୃତ

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି ଓଡ଼ିଶାର ମତ୍ସ୍ୟ ଉତ୍ପାଦକ ସ୍ବୟଂ ସହାୟକ ଗୋଷ୍ଠୀ। ଜାତୀୟ ମତ୍ସ୍ୟଚାଷୀ ଦିବସ ଅବସରରେ ଗଞ୍ଜାମ ଜିଲା ସାନଖେମୁଣ୍ଡିର ମା’ ବେହେରା ପାତ୍ର ପ୍ରାଥମିକ ମହିଳା ମତ୍ସ୍ୟ ଉନ୍ନୟନ ସମବାୟ ସମିତି ଜାତୀୟ ସ୍ତରରେ ଓଡ଼ିଶାର ଶ୍ରେଷ୍ଠ ମତ୍ସ୍ୟ ଉତ୍ପାଦନକାରୀ ଗୋଷ୍ଠୀ ଭାବେ ପୁରସ୍କୃତ ହୋଇଛି। ଉନ୍ନତ ପ୍ରଣାଳୀରେ ମାଛ ଉତ୍ପାଦନ କରି ସଫଳତା ହାସଲ କରିଥିବାରୁ ମା’ ବେହେରା ପାତ୍ର ପ୍ରାଥମିକ ମହିଳା ମତ୍ସ୍ୟ ଉନ୍ନୟନ ସମବାୟ ସମିତିକୁ ଜାତୀୟ ସ୍ତରରେ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୨୦୧୧ରେ ଗଠିତ ଏହି ସ୍ବୟଂ ସହାୟକ ଗୋଷ୍ଠୀରେ ବର୍ତ୍ତମାନ ୬୪ ଜଣ ସଦସ୍ୟ ଥିବାବେଳେ ଏମାନେ ବାର୍ଷିକ ୧,୨୦,୦୦୦ କିଲୋଗ୍ରାମ ମାଛ ଉତ୍ପାଦନ କରିଥାନ୍ତି। ଉତ୍ପାଦିତ ମାଛକୁ ସେମାନେ ସ୍ଥାନୀୟ ବଜାରରେ ବିକ୍ରି କରିବା ସହ ଅନ୍ୟ ଜିଲାକୁ ମଧ୍ୟ ବିକ୍ରି ପାଇଁ ପଠାଇଥାନ୍ତି। ମତ୍ସ୍ୟ ଚାଷରୁ ସମିତିର ପ୍ରତି ସଦସ୍ୟ ମାସକୁ ପ୍ରାୟ ୧୨ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରିଥାନ୍ତି। ମିଶନ ଶକ୍ତି କାର୍ଯ୍ୟକ୍ରମ ଜରିଆରେ ଆର୍ଥିକ ଲାଭବାନ ହୋଇଥିବା ସାନଖେମୁଣ୍ଡିର ଏହି ମହିଳା ମତ୍ସ୍ୟ ଉତ୍ପାଦକ ଗୋଷ୍ଠୀ ଏବେ ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ଆର୍ଥିକ ବିକାଶ ଦିଗରେ ପ୍ରେରଣା ପାଲଟିଛନ୍ତି। ସୂଚନାଯୋଗ୍ୟ, ୨୦୦୧ରୁ ଆରମ୍ଭ ହୋଇଥିବା ମିଶନ ଶକ୍ତି କାର୍ଯ୍ୟକ୍ରମରେ ଏବେ ୬ ଲକ୍ଷ ସ୍ବୟଂ ସହାୟକ ଗୋଷ୍ଠୀ ଜରିଆରେ ପ୍ରାୟ ୭୦ ଲକ୍ଷ ମହିଳା ଅନ୍ତର୍ଭୁକ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଇନ୍‌ସ୍ପାୟାର୍‌.. ଏମ୍‌ପାୱାର’ ଲୋକାର୍ପିତ

ଭୁବନେଶ୍ୱର,୭।୯(ବ୍ୟୁରୋ): ଓଡ଼ିଶାର କେତେଜଣ ଦିବ୍ୟାଙ୍ଗଙ୍କ ଅସାଧାରଣ ସଫଳତାର କାହାଣୀ ସମ୍ବଳିତ ଏକ କଫିଟେବୁଲ ବହି ‘ଇନ୍‌ସ୍ପାୟାର୍‌.. ଏମ୍‌ପାୱାର’ ସୋମବାର ଲୋକାର୍ପିତ ହୋଇଛି। ରାଜ୍ୟ ଭିନ୍ନକ୍ଷମ ଆୟୋଗ...

ରାଜ୍ୟ ସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୧।୬: ରାଜ୍ୟ ସଭା ପାଇଁ ବିଜୁ ଜନତା ଦଳ(ବିଜେଡି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି,...

ପୁଣି ରାଜ୍ୟରେ ୧୫ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୯।୯(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୫ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୨୮ ରେ ପହଞ୍ଚିଥିବା...

ରାଜ୍ୟ ଯୋଜନା ବୋର୍ଡର ବୈଠକ: ନିଆଯାଇପାରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ଭୁବନେଶ୍ୱର, ୯।୬(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡର ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ଅପରାହ୍ନ ସାଢ଼େ ୪ଟାରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ...

ଜଳବାୟୁ ପରିବର୍ତ୍ତନ: ସଂଶୋଧିତ ଆକ୍ସନ୍‌ ପ୍ଲାନ୍‌ ପ୍ରସ୍ତୁତ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ପାଇଁ ଆଗାମୀ ଦିନରେ ଆହୁରି ବିପଦ ସୃଷ୍ଟି କରିବ। ଇଣ୍ଡିଆନ୍‌ ନ୍ୟାଶନାଲ୍‌ ସେଣ୍ଟର ଫର ଓସନ୍‌ ଇନ୍‌ଫର୍ମେଶନ ସର୍ଭିସେସ୍‌...

ନଦୀ ଜଳଧାରଣ କ୍ଷମତା କମୁଛି

ଭୁବନେଶ୍ୱର, ୧୫।୯(ବ୍ୟୁରୋ):ରାଜ୍ୟର ପ୍ରମୁଖ ନଦୀଗୁଡ଼ିକର ଜଳପ୍ରବାହ ଗତ ୨୦ ବର୍ଷ ଭିତରେ ଯଥେଷ୍ଟ ହ୍ରାସ ପାଇଛି। ଜଳବାୟୁ ପରିବର୍ତ୍ତନ, ଦୁର୍ବଳ ମୌସୁମୀ ପ୍ରଭାବରେ ନଦୀଗୁଡ଼ିକୁ ଶୁଷ୍କ...

ଭୁଶୁଡ଼ିଲା ଇନ୍ଦ୍ରଦ୍ୟୁମ୍ନ ପୁଷ୍କରିଣୀ ପାଚେରି

ପୁରୀ ଅଫିସ,୧୬ା୯ : ବିପଦସଙ୍କୁଳ ଅବସ୍ଥାରେ ଥିବା ଇନ୍ଦ୍ରଦ୍ୟୁମ୍ନ ପୁଷ୍ପରିଣୀ ପାଚେରି ରବିବାର ଭୁଶୁଡ଼ି ପଡ଼ିଛି। ଏହା ସହ ପୋଖରୀର ଏକ ପାର୍ଶ୍ୱ ପାଚେରି ଦବିଯାଇଛି।...

ବିଏସ୍‌ସିଏଲ୍‌ ପାଇଲା ସାଣ୍ଡଭିକ୍‌ ଇଣ୍ଡିଆ ଜେଣ୍ଡର ଆଓ୍ବାର୍ଡ

ଭୁବନେଶ୍ୱର, ୩୦।୭(ବ୍ୟୁରୋ): ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ(ବିଏସ୍‌ସିଏଲ୍‌)ର ସ୍ମାର୍ଟ ସାମାଜିକ ପ୍ରକଳ୍ପ ସାଣ୍ଡଭିକ୍‌ ଇଣ୍ଡିଆ ଜେଣ୍ଡର ଆଓ୍ବାର୍ଡ ୨୦୧୯ର ତୃତୀୟ ସଂସ୍କରଣର ବିଜେତା ହୋଇଛି। ଗତ ଶନିବାର...

Advertisement
Archives

Model This Week