Posted inଖେଳ

ଜାଣନ୍ତି ଶତକ ହାସଲ ପରେ କାହିଁକି ଜିଭ କାଢନ୍ତି ରସ୍‌ ଟେଲର

ହାମିଲଟନ, ୭।୨: ସେଡନ ପାର୍କ ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଦିନିକିଆ ମ୍ୟାଚରେ ନ୍ୟୁଜିଲାଣ୍ଡ ଅଭିଜ୍ଞ ରସ ଟେଲରଙ୍କ ଅପରାଜିତ ଶତକ ସହାୟତାରେ ଭ୍ରମଣକାରୀ ଭାରତକୁ ୧୧ଟି ବଲ ବାକି ରଖି ୪ ଉଇକେଟରେ ପରାସ୍ତ କରିଛି। ଟେଲର ୮୪ଟି ବଲ ଖେଳି ୧୦ ଚୌକା ଓ ୪ ଛକା ସହ ୧୦୯ ରନର ଶତକୀୟ ପାଳି ଖେଳି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଶତକ ଅର୍ଜନ ପରେ ଟେଲର ନିଜ ଚିରାଚରିତ ଢଙ୍ଗରେ ଜିଭ କାଢି ସେଲିବ୍ରେଶନ କରିଥିଲେ। କେବଳ ଏହି ମ୍ୟାଚରେ ନୁହେଁ, ପୂର୍ବରୁ ମଧ୍ୟ ସେ ଶତକ ଅର୍ଜନ ପରେ ଜିଭ କାଢିଥାନ୍ତି। ଏହା ପଛରେ ଏକ କାରଣ ମଧ୍ୟ ରହିଛି। ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଲର ଜୀବନର ଦ୍ୱିତୀୟ ଏକଦିବସୀୟ ଶତକ ଲଗାଇଥିଲେ। ଏହି ମ୍ୟାଚରେ ବାରମ୍ବାର ସେ ଆଉଟ୍‌ ହେବାରୁ ବର୍ତ୍ତିଥିଲେ। ଅଷ୍ଟ୍ରେଲିଆ ଫିଲ୍ଡରମାନେ ତାଙ୍କ କ୍ୟାଚ୍‌ ଧରିପାରୁ ନ ଥିଲେ। ଯେତେଥର କ୍ୟାଚ୍‌ ମିସ୍‌ ହେଉଥିଲା ସେତେଥର ଟେଲର ଜିଭ କାଢୁଥିଲେ। ଟିଭିରେ ପିତାଙ୍କୁ ଜିଭ କାଢୁଥିବାର ଦେଖି କୁନି ଝିଅ ମ୍ୟାକେଞ୍ଜି ବହୁତ ଖୁସି ହେଉଥିଲେ। ଏହା ଜାଣିବା ପରଠାରୁ ଟେଲର ଶତକ ହାସଲ ପରେ ଜିଭ କାଢନ୍ତି। ଏବେ ତାଙ୍କ ପୁଅ ମଧ୍ୟ ପିତାଙ୍କ ଜିଭ କାଢିବାକୁ ବେଶ୍‌ ପସନ୍ଦ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦିବାରାତ୍ର ଟେଷ୍ଟ: ଆନନ୍ଦ-କାର୍ଲସେନ ଇଡେନ ଘଣ୍ଟି ବଜାଇବେ

କୋଲକାତା, ୮।୧୧(ପି.ଟି.)- ଆସନ୍ତା ୨୨ରୁ ୨୬ ତାରିଖ ମଧ୍ୟରେ ଇଡେନ ଗାର୍ଡେନ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ଦିବାରରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳାଳିବ। ଭାରତ...

କୋହଲିଙ୍କୁ ଟ୍ରୋଲ କଲେ ଜୁନିୟର ବଚ୍ଚନ

ନୂଆଦିଲ୍ଲୀ,୨୫।୫- ଇଂଲଣ୍ଡରେ ହେବାକୁ ଥିବା ଆଇସିସି ବିଶ୍ୱକପ୍‌ ଲାଗି ଭାରତୀୟ ଦଳ ସହ ପ୍ରସ୍ତୁତ ହେଉଥିବା ଅଧିନାୟକ ବିରାଟ କୋହଲି ଟୋଟେନହାମ ହଟସପୁର ଷ୍ଟାର ହାରି...

ଜାତୀୟ ସିନିୟର ଭଲିବଲ: ଓଡ଼ିଶା ପୁରୁଷ ଦଳର କ୍ରମାଗତ ତୃତୀୟ ବିଜୟ

ଭୁବନେଶ୍ୱର, ୨୮।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶାର ଦଳର...

ଧୋନୀଙ୍କ ପରେ ଚେନ୍ନାଇ ମଙ୍ଗ ଧରିବେ ଏହି କ୍ରିକେଟର! କିଛି ଏଭଳି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୧୫।୧: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୧୫ତମ ସଂସ୍କରଣରେ ଚେନ୍ନାଇ ସୁପରକିଙ୍ଗ୍ସ(ସିଏସ୍‌କେ)ର ନୂଆ ଟିମ୍‌ର ମଙ୍ଗ ଧରିବ କିଏ। ସେନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହେଲାଣି। ଏମ୍‌ଏସ୍‌...

ମେ ୫ରେ କିରଣଙ୍କ ବାହାଘର

ଭୁବନେଶ୍ୱର, ୧୭।୩(କ୍ରୀଡ଼ା ପ୍ରତିନିଧି)- ଚେସ୍‌ ଜଗତରେ ଅନେକ ନାଁ କମାଇଥିବା ଓଡ଼ିଶାର ପ୍ରଥମ ମହିଳା ଗ୍ରାଣ୍ଡମାଷ୍ଟର କିରଣ ମନୀଷା ମହାନ୍ତି ଆସନ୍ତା ମେ ୫ରେ ନୂଆ...

ରଣଜୀ ଟ୍ରଫି ଫାଇନାଲ: ଦୃଢ଼ ସ୍ଥିତିରେ ସୌରାଷ୍ଟ୍ର

କୋଲକାତା,୧୯ା୨: କୋଲକାତାର ଇଡେନ ଗାର୍ଡେନରେ ଅନୁଷ୍ଠିତ ଟାଇଟଲ ମୁକାବିଲାରେ ଦ୍ୱିତୀୟ ଥର ପାଇଁ ରଣଜୀ ଟ୍ରଫି ଦାବିଦାରୀକୁ ଦୃଢ କରିଛି ସୌରାଷ୍ଟ୍ର। ପ୍ରଥମ ଇନିଂସରେ ୨୩୦...

ଜାତୀୟ ବାସ୍କେଟବଲ ଶିବିରରେ ଫୟାଜ୍‌

କଟକ ଅଫିସ, ୧।୬- ୧୬ବର୍ଷରୁ କମ୍‌ ଜାତୀୟ ବାସ୍କେଟବଲ ଶିବିରରେ ଓଡ଼ିଶାର ଏକମାତ୍ର ଖେଳାଳି ଭାବେ ସ୍ଥାନ ପାଇଛନ୍ତି ସେଖ୍‌ ଫୟାଜ। ବେଙ୍ଗାଲୁରୁ ବିଦ୍ୟାନଗରସ୍ଥିତ ଜୟପ୍ରକାଶ...

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ କ୍ୟାପିଟାଲ୍ସ

ଦୁବାଇ, ୧୪।୧୦: ଚଳିତ ଆଇପିଏଲ୍‌ର ୩୦ତମ ମ୍ୟାଚ୍‌ରେ ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ସାମ୍ନା ସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ୍‌ କ୍ରିକେଟ୍‌...

Advertisement
Archives

Model This Week