Posted inଖେଳ

ଜାଡେଜାଙ୍କ ବିବାଦୀୟ ରନ ଆଉଟ

ଚେନ୍ନାଇ, ୧୬ା୧୨ (ପି.ଟି.)-ରବିବାର ଏଠାରେ ଅନୁଷ୍ଠିତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କୁ ଯେପରି ଭାବେ ଆଉଟ ଦିଆଗଲା ସେଥିରେ ଭାରତୀୟ ଅଧିନାୟକ ବିରାଟ କୋହଲୀ ଖୁବ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି। ୪୮ତମ ଓଭରରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଜାଡେଜା ଦ୍ରୁତ ସିଙ୍ଗଲ ରନ ନେଉଥିବାବେଳେ ଷ୍ଟ୍ରାଇକର ଏଣ୍ଡ୍‌ରୁ ଫିଲ୍ଡର ସିଧାସଳଖ ଥ୍ରୋ କରି ସଫଳ ହୋଇଥିଲେ। ଜାଡେଜା ଠିକଣା ସମୟରେ କ୍ରିଜ୍‌ରେ ପହଞ୍ଚତ୍ପାରି ନ ଥିବା ଯଦିଓ ଜଣାପଡୁଥିଲା, ଫିଲ୍ଡ ଅମ୍ପାୟାର ଶନ୍‌ ଜର୍ଜ କିନ୍ତୁ ତାଙ୍କୁ ଆଉଟ୍‌ ଦେଇ ନ ଥିଲେ। ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନଙ୍କ ତରଫରୁ କୌଣସି ଅପିଲ୍‌ ମଧ୍ୟ ହୋଇ ନ ଥିଲା। ମାତ୍ର ଜାଡେଜାଙ୍କ ଆଉଟ୍‌ ଯେତେବେଳେ ବଡ଼ ସ୍କ୍ରିନ୍‌ରେ ଦେଖାଗଲା ଫିଲ୍ଡ ଅମ୍ପାୟର ତୃତୀୟ ଅମ୍ପାୟରର ସହାୟତା ଲୋଡିଲେ। ଶେଷରେ ସେ ଆଉଟ ଦେଇଥିଲେ। ଜାଡେଜାଙ୍କ ଆଉଟ ଉପରେ ଖବରଦାତାମାନେ ଯେତେବେଳେ କୋହଲିଙ୍କ ମତାମତ ଜାଣିବାକୁ ଚାହିଁଲେ ସେ ଆଶ୍ଚର୍ଯ୍ୟ ପ୍ରକାଶ କରି କହିଥିଲେ, କ୍ରିକେଟରେ ଏଭଳି ଘଟଣା ନଜିର ନାହିଁ। ଫିଲ୍ଡର ‘ହାଓ ଇଜ୍‌ ଦ୍ୟାଟ’ ଅପିଲ କରିବାପରେ ଅମ୍ପାୟର ନଟଆଉଟ କହିଥାନ୍ତି ତେବେ କଥା ସେହିଠାରେ ଶେଷ ହୋଇଯାଇଥାଏ। ମାତ୍ର ପଡ଼ିଆ ବାହାରେ ଟିଭି ନିକଟରେ ବସିଥିବା ଲୋକ ପୁନର୍ବାର ରିଭ୍ୟୁ ପାଇଁ ଅମ୍ପାୟରକୁ କହିବା ଲାଗି ଫିଲ୍‌ଡରଙ୍କୁ ପ୍ରବର୍ତ୍ତାଇବା ବଡ଼ ବିଚିତ୍ର ଘଟଣା। କ୍ରିକେଟରେ ଏପରି କୌଣସି ନିୟମ ନାହିଁ, ଯେଉଁଥିରେ କି ଅମ୍ପାୟର ବିଳମ୍ବରେ ରେଫରାଲର ସହାୟତା ନେଇ ପାରିବେ ବୋଲି ଭାରତୀୟ ଅଧିନାୟକ ତାଙ୍କ ଅସନ୍ତୋଷ ପ୍ରକାଶ କରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବଙ୍କ ପାଇଁ ବଡ଼ ସୁଯୋଗ, ଟିମ ଇଣ୍ଡିଆ ପୂର୍ବରୁ ଦୁଲୀପ ଟ୍ରଫିରେ ଖେଳିବେ, BCCI ଘୋଷଣା କଲା ପୂରା ସୂଚୀ

ନୂଆଦିଲ୍ଲୀ, ୨୦।୮: ବୈଭବ ସୂର୍ଯ୍ୟବଂଶୀ ଭାରତୀୟ T20I ଟିମର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ପାଲଟିଛନ୍ତି। ସେପ୍ଟେମ୍ବରରେ ଆଫଗାନିସ୍ତାନ ବିପକ୍ଷ T20I ସିରିଜ ଜରିଆରେ ସେ ଟିମ ଇଣ୍ଡିଆ…

ପାକିସ୍ତାନ ବିପକ୍ଷରେ କମାଲ! ୫-୫ ୱିକେଟ୍ ନେଲେ ୨ ବୋଲର, ଗୋଟିଏ ବଲ୍‌କୁ ୨ ଭାଗ କରି ବାଣ୍ଟିଲା ଇଂଲଣ୍ଡ

ହେଡିଂଲି,୨୦।୮: ହେଡିଂଲିରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନରେ ଏକ ଅଜବ ଦୃଶ୍ୟ ଦେଖିବାକୁ ମିଳିଛି । ପାକିସ୍ତାନର ପ୍ରଥମ ପାଳି…

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ICC ରାଙ୍କିଂରେ ବଡ଼ ଓଲଟପାଲଟ: ଜୋ ରୁଟଙ୍କୁ ହଟାଇ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୨୦।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ତା’ର ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି। ହ୍ୟାରି ବ୍ରୁକ ବିଶ୍ୱର ନମ୍ବର-୧ ଟେଷ୍ଟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ସାଥୀ ଜୋ…

ପାକିସ୍ତାନକୁ ବିଶ୍ୱକପ୍‌ରୁ ବିଦା କଲା ଭାରତ

ନୂଆଦିଲ୍ଲୀ,୧୯।୮: FIH ହକି ବିଶ୍ୱକପ୍ ୨୦୨୬ ର ଏକ ରୋମାଞ୍ଚକର ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ପାକିସ୍ତାନକୁ ୫-୩ ଗୋଲ୍‌ରେ ପରାସ୍ତ କରି ପରବର୍ତ୍ତୀ ରାଉଣ୍ଡ…

୧୦ଟି ୱିକେଟ ନେବା ସତ୍ତ୍ୱେ ମାନବ ସୁଥରଙ୍କୁ କାହିଁକି ମିଳିଲା ନାହିଁ ‘ପ୍ଲେୟାର ଅଫ ଦି ମ୍ୟାଚ’ ପୁରସ୍କାର? ଜାଣନ୍ତୁ…

ନୂଆଦିଲ୍ଲୀ,୧୯।୮: ଗାଲେରେ ଶ୍ରୀଲଙ୍କା ବିପକ୍ଷରେ ପ୍ରଥମ ଟେଷ୍ଟରେ ଭାରତୀୟ ସ୍ପିନ ଅଲରାଉଣ୍ଡର ମାନବ ସୁଥର ୧୦ ୱିକେଟ ନେଇଥିଲେ। ସେ ପ୍ରଥମ ଇନିଂସରେ ୪ ଜଣ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri