ଜଳେଶ୍ୱରରୁ ୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଜଳେଶ୍ୱର,୧୮।୨(ସ୍ବ.ପ୍ର)- ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପାନ୍ତରେ ଅବସ୍ଥିତ ଜଳେଶ୍ୱରକୁ ଦେଶର ବିଭିନ୍ନ ସ୍ଥାନରୁ ବ୍ରାଉନ୍‌ସୁଗାର ଅଣାଯାଇ ମହଜୁଦ କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲଣ କରାଯାଇ ଆସୁଛି। ଏପରି ଘଟଣାର ସୁରାକ ପାଇ ଜଳେଶ୍ୱର ପୋଲିସ୍‌ ଏଠାରୁ ପୁରୀ ଯାଉଥିବା ଏକ କାର୍‌କୁ ଜବତ୍‌ କରିବା ସହିତ ୩ ଅଭିଯୁକ୍ତ, ନଗଦ ଟଙ୍କା ଓ ବ୍ରାଉନ୍‌ସୁଗାର ଜବତ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀଧର ନାୟକ (୩୦), ଲିଟୁ ଦୋରା (୨୯) ଓ ଦେବାଶିଷ ଓରଫ ଅଜୁ ମହାନ୍ତି (୩୦)ଙ୍କୁ ପୋଲିସ୍‌ ଗିରଫ କରି ଥାନାକୁ ନେଇଛି।

ଜଳେଶ୍ୱରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ବାରମ୍ବାର ବ୍ରାଉନ୍‌ସୁଗାର ବିଭିନ୍ନ ଅଞ୍ଚଳକୁ ଯାଉଥିବା ଓ ସେମାନଙ୍କୁ ଆର୍ଥିକ ସହାୟତା କରି ଆସୁଥିବା କେତେକ ବିଶେଷ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ୍‌ ନିକଟରେ ଖବର ରହିଛି। ମଙ୍ଗଳବାର ଏ ସମ୍ପର୍କରେ ସୂଚନା ପାଇ ଜଳେଶ୍ୱର ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାରଙ୍କ ନେତୃତ୍ୱରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ବିଭିନ୍ନ ସ୍ଥାନରେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ। ଜଳେଶ୍ୱରରୁ ଏକ ଇଣ୍ଡିଗୋ କାର୍‌ (ନଂ. ଓଆର୍‌୦୨ବିଟି-୯୧୬୧) ବାହାରି ପୁରୀ ଅଭିମୁଖେ ଗଲାବେଳେ ସେକ୍‌ସରାଇ ରେଳ ଓଭରବ୍ରିଜ୍‌ ଠାରେ ପୋଲିସ୍‌ର ଏକ ଟିମ୍‌ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ପୁରୀ ଜିଲା ଅନ୍ତର୍ଗତ କୁମ୍ଭାରପଡ଼ା ଥାନା ନରେନ୍ଦ୍ରକାନା ଗାଁର ୩ଜଣଙ୍କୁ ପୋଲିସ ଗିରଫ କରିଛି। କିନ୍ତୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସେକ୍‌ ସଫିରୁଦ୍ଦିନ (୩୬) ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଛି। ଅଭିଯୁକ୍ତଙ୍କ ନିକଟରୁ ନଗଦ ୩ଲକ୍ଷ ୧୪ହଜାର ଟଙ୍କା ଓ ୧୦୦ ଗ୍ରାମ ବ୍ରାଉନ୍‌ସୁଗାରକୁ ପୋଲିସ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ। ଏହି ଚଢ଼ାଉରେ ଏସ୍‌ଆଇ ଦିଲ୍ଲୀପ ସାମଲଙ୍କ ସହିତ ଜଳେଶ୍ୱର ଥାନାର ବହୁ କର୍ମଚାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଦ ବିରୋଧରେ ତାତିଲେ ମହିଳା

ଲୋଇସିଂହା,୨୫।୭(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ବୁର୍ଡା ଗ୍ରାମର ମହିଳାମାନେ ସଟ୍ଟା ଏବଂ ମଦ ବିରୋଧୀ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ଗୁରୁବାର ବୁର୍ଡା-ସୋନପୁର ରାସ୍ତାରେ...

ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା

ଖଇରା,୨୭।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅଗ୍ନିପୁର ଗ୍ରାମବାସୀ ଓ ମହିଳା ଗୋଷ୍ଠୀଙ୍କ ତରଫରୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଆର୍ଥତ୍କ ସହାୟତା ପ୍ରଦାନ କରାଯାଇଛି...

ମୋବାଇଲ ପାଇ ଫେରାଇଲେ ଖବରଦାତା

ଧର୍ମଶାଳା,୨୩ା୨(ଡି.ଏନ୍‌.ଏ.): ୧୬ ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ପଡ଼ିଥିବା ଏକ ସ୍ମାର୍ଟ ମୋବାଇଲ ଫୋନ ପାଇ ଫେରାଇଛନ୍ତି ଜଣେ ଖବରଦାତା। ମିଳିଥିବା ସୂଚନା ଅନୁସାରେ ୪ଦିନ...

ସ୍ବାସ୍ଥ୍ୟକେନ୍ଦ୍ରର ନାମ ଶହୀଦ ରଘୁଦିବାକର ରଖିବାକୁ ପ୍ରସ୍ତାବ

ରଣପୁର, ୧୭।୮(ସ୍ବ.ପ୍ର.)-ନୟାଗଡ ଜିଲାର ରଣପୁର ସ୍ବାସ୍ଥ୍ୟକେନ୍ଦ୍ରର ନାମ ପରିବତ୍ତର୍ର୍ନ କରାଯାଇ ଶହୀଦ ରଘୁଦିବାକରଙ୍କ ନଁାରେ ରଖିବାକୁ ରଣପୁର ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ...

ମନ୍ଦିରରେ ବି ମା’ଙ୍କୁ ଛାଡ଼ିଲେନି ଦୁର୍ବୃତ୍ତ, ତାଡ଼ିନେଲେ ଆଖି

ଚୌଦ୍ୱାର,୧୯ା୧୧(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ଥର୍ମାଲ ରୋଡ୍‌ସ୍ଥିତ ଦକ୍ଷିଣକାଳୀ ମନ୍ଦିରରେ ବୁଧବାର ବିଳମ୍ବିତ ରାତିରେ ହୋଇଛି ଚୋରି। ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଦ୍ୱାରର ତାଲା ଭାଙ୍ଗି...

ବାପଘରକୁ ଯିବା ପାଇଁ ବାରମ୍ବାର ଜିଦ୍‌ କରୁଥିଲେ ସ୍ତ୍ରୀ, ସ୍ବାମୀ ନେଲେ ଏମିତି ପଦକ୍ଷେପ; ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜୟପୁର,୧୬ା୮: ରାଜସ୍ଥାନର ବୁଣ୍ଡି ଜିଲାରୁ ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ସ୍ତ୍ରୀ ବାରମ୍ବାର ବାପଘରକୁ ଯିବାକୁ ଜିଦ୍‌ ଧରିବାରୁ କ୍ରୋଧିତ ହୋଇ ଠେଙ୍ଗାରେ...

ହାତୀ ଗଳିତ ମୃତଦେହ ଉଦ୍ଧାର

ବନ୍ତଳା,୧୯ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ଥାନା ପମ୍ପାସର ରେଞ୍ଜ ବଡ଼ଖେତା ଗ୍ରାମ ନିକଟ କୁରୁ ରିଜର୍ଭ ଜଙ୍ଗଲ ୫ ନମ୍ବର କମ୍ପାର୍ଟମେଣ୍ଟରେ ଶୁକ୍ରବାର...

ଅମାନିଆଙ୍କ ପାଇଁ କଠୋର

ସମ୍ବଲପୁର,(ବ୍ୟୁରୋ)-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଦେଶକୁ ଲକଡାଉନ କରି କେତେକ କଟକଣା ଘୋଷଣା କରାଯାଇଛି । ହେଲେ କେତେକ ଏହାକୁ ମାନୁ ନାହାନ୍ତି। ଏଣୁ...

Advertisement
Archives

Model This Week