ଜଳେଶ୍ୱରରୁ ୨୦ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

ଜଳେଶ୍ୱର,୧୮।୨(ସ୍ବ.ପ୍ର)- ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପାନ୍ତରେ ଅବସ୍ଥିତ ଜଳେଶ୍ୱରକୁ ଦେଶର ବିଭିନ୍ନ ସ୍ଥାନରୁ ବ୍ରାଉନ୍‌ସୁଗାର ଅଣାଯାଇ ମହଜୁଦ କରିବା ପରେ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲଣ କରାଯାଇ ଆସୁଛି। ଏପରି ଘଟଣାର ସୁରାକ ପାଇ ଜଳେଶ୍ୱର ପୋଲିସ୍‌ ଏଠାରୁ ପୁରୀ ଯାଉଥିବା ଏକ କାର୍‌କୁ ଜବତ୍‌ କରିବା ସହିତ ୩ ଅଭିଯୁକ୍ତ, ନଗଦ ଟଙ୍କା ଓ ବ୍ରାଉନ୍‌ସୁଗାର ଜବତ କରିବାରେ ସକ୍ଷମ ହୋଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଶ୍ରୀଧର ନାୟକ (୩୦), ଲିଟୁ ଦୋରା (୨୯) ଓ ଦେବାଶିଷ ଓରଫ ଅଜୁ ମହାନ୍ତି (୩୦)ଙ୍କୁ ପୋଲିସ୍‌ ଗିରଫ କରି ଥାନାକୁ ନେଇଛି।

ଜଳେଶ୍ୱରର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରୁ ବାରମ୍ବାର ବ୍ରାଉନ୍‌ସୁଗାର ବିଭିନ୍ନ ଅଞ୍ଚଳକୁ ଯାଉଥିବା ଓ ସେମାନଙ୍କୁ ଆର୍ଥିକ ସହାୟତା କରି ଆସୁଥିବା କେତେକ ବିଶେଷ ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସ୍‌ ନିକଟରେ ଖବର ରହିଛି। ମଙ୍ଗଳବାର ଏ ସମ୍ପର୍କରେ ସୂଚନା ପାଇ ଜଳେଶ୍ୱର ଏସ୍‌ଡ଼ିପିଓ ଅଙ୍କିତା କୁମ୍ଭାରଙ୍କ ନେତୃତ୍ୱରେ ଜଳେଶ୍ୱର ଆଇଆଇସି ଧନେଶ୍ୱର ସାହୁ ବିଭିନ୍ନ ସ୍ଥାନରେ ତୀକ୍ଷ୍ଣ ଦୃଷ୍ଟି ରଖିଥିଲେ। ଜଳେଶ୍ୱରରୁ ଏକ ଇଣ୍ଡିଗୋ କାର୍‌ (ନଂ. ଓଆର୍‌୦୨ବିଟି-୯୧୬୧) ବାହାରି ପୁରୀ ଅଭିମୁଖେ ଗଲାବେଳେ ସେକ୍‌ସରାଇ ରେଳ ଓଭରବ୍ରିଜ୍‌ ଠାରେ ପୋଲିସ୍‌ର ଏକ ଟିମ୍‌ ଚଢ଼ାଉ କରିଥିଲେ। ଏହି ଚଢ଼ାଉରେ ପୁରୀ ଜିଲା ଅନ୍ତର୍ଗତ କୁମ୍ଭାରପଡ଼ା ଥାନା ନରେନ୍ଦ୍ରକାନା ଗାଁର ୩ଜଣଙ୍କୁ ପୋଲିସ ଗିରଫ କରିଛି। କିନ୍ତୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର ଗ୍ରାମର ସେକ୍‌ ସଫିରୁଦ୍ଦିନ (୩୬) ଘଟଣାସ୍ଥଳରୁ ଫେରାର୍‌ ହୋଇ ଯାଇଛି। ଅଭିଯୁକ୍ତଙ୍କ ନିକଟରୁ ନଗଦ ୩ଲକ୍ଷ ୧୪ହଜାର ଟଙ୍କା ଓ ୧୦୦ ଗ୍ରାମ ବ୍ରାଉନ୍‌ସୁଗାରକୁ ପୋଲିସ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୦ଲକ୍ଷ ଟଙ୍କା ହେବ। ଏହି ଚଢ଼ାଉରେ ଏସ୍‌ଆଇ ଦିଲ୍ଲୀପ ସାମଲଙ୍କ ସହିତ ଜଳେଶ୍ୱର ଥାନାର ବହୁ କର୍ମଚାରୀ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri