ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶରୁ ବିମାନରେ ଫେରିିଲେ ୩୧୦ ପ୍ରବାସୀ  

ଭୁବନେଶ୍ୱର,୭।୬(ବ୍ୟୁରୋ): ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶର ଅପହଞ୍ଚ ଇଲାକାରେ ଫସି ରହିଥିବା ଓଡ଼ିଆମାନଙ୍କୁ ରବିବାର ରାଜ୍ୟ ସରକାର ଫେରାଇ ଆଣିଛନ୍ତି। ଏୟାର ଏସିଆର ୩ଟି ବିମାନରେ ୩୧୦ଜଣ ପ୍ରବାସୀ ଭୁବନେଶ୍ୱରରେ ପହଞ୍ଚତ୍ଛନ୍ତି। ଏମାନଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରର ଥିବାବେଳେ ଅନ୍ୟମାନେ ରାଜ୍ୟର ବିଭିନ୍ନ ଜିଲାର ବୋଲି ଜଣାପଡ଼ିଛି। ଏହି ପ୍ରବାସୀମାନେ ଜମ୍ମୁ-କଶ୍ମୀରର ଅନନ୍ତନାଗ, ରାଜୌରା, ପୁଞ୍ଚ, ଜମ୍ମୁ ଓ ସାମ୍ବା ଜିଲା ଏବଂ ହିମାଚଳ ପ୍ରଦେଶର କାଙ୍ଗ୍ରା ଓ ଉନ୍ନା ଜିଲାରେ ଅଟକି ରହିଥିଲେ। ରାଜ୍ୟ ସରକାରଙ୍କ ଉତ୍ସର୍ଗୀକୃତ ଅଧିକାରୀମାନଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଟିମ୍‌ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ରହିବା ସହ ସମ୍ପୃକ୍ତ ରାଜ୍ୟ ସରକାରଙ୍କ ସହ ଆଲୋଚନା କରିଥିଲେ। କୋଭିଡ-୧୯ ନିୟମାବଳୀ ଅନୁଯାୟୀ ଆବଶ୍ୟକ ଔପଚାରିକତା ପରେ ଜମ୍ମୁ-କାଶ୍ମୀର ଏବଂ ହିମାଚଳ ପ୍ରଦେଶ ବିମାନବନ୍ଦରରୁ ସେମାନଙ୍କୁ ଆଣିବାର ସମସ୍ତ ବନ୍ଦୋବସ୍ତ ହୋଇଥିଲା। ଅନ୍ୟପକ୍ଷରେ ସୋମବାର ଦିନ ୧୨ଟା ୩୦ରେ ଆଣ୍ଡାମାନ ଓ ନିକୋବର ଦ୍ୱୀପରେ ଫସି ରହିଥିବା ଓଡ଼ିଆଙ୍କୁ ନେଇ ଅନ୍ୟଏକ ସ୍ବତନ୍ତ୍ର ବିମାନ ଭୁବନେଶ୍ୱରରେ ପହଞ୍ଚତ୍ବ ବୋଲି ସୂଚନା ମିଳିଛି।
ସୂଚନାଯୋଗ୍ୟ, କରୋନା ମହାମାରୀ ପରିପ୍ରେକ୍ଷୀରେ ସମଗ୍ର ଦେଶରେ ଲକ୍‌ଡାଉନ ଯୋଗୁ ରାଜ୍ୟ ସରକାର ଦେଶର ବିଭିନ୍ନ ପ୍ରାନ୍ତରେ ଫସି ରହିଥିବା ପ୍ରବାସୀ ଓଡ଼ିଆଙ୍କୁ ନିରାପଦରେ ରାଜ୍ୟକୁ ଫେରାଇ ଆଣିବା ଅଭିଯାନ ହାତକୁ ନେଇଛନ୍ତି। ଯେଉଁଠାରେ ରେଳ ସେବା ଉପଲବ୍ଧ ନାହିଁ କିମ୍ବା ଅନ୍ୟ କୌଣସି ଗାଡ଼ିରେ ଆଣିବା ସମ୍ଭବ ହେଉନି, ସେଠାରୁ ବିମାନ ଦ୍ୱାରା ପ୍ରବାସୀଙ୍କୁ ଆଣିବାର ବ୍ୟବସ୍ଥା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ ସର୍ତ୍ତାବଳୀ ହଟାଅ: ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର, ୭।୧(ବ୍ୟୁରୋ):ଆସନ୍ତା ୧୧ ତାରିଖରୁ ରାଜ୍ୟର ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିବ। ଏଥିପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇ...

କେନ୍ଦୁଝର ଜିଲାପାଳଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ

କେନ୍ଦୁଝର,୧୨।୪(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ ଜାରି ହୋଇଛି। ଜାତୀୟ ଅନୁସୂଚିତ ଜନଜାତି କମିଶନ ପକ୍ଷରୁ ଏହି ଓ୍ବାରେଣ୍ଟ ଅଫ ଆରେଷ୍ଟ...

ଖର୍ଚ୍ଚ ହେଉଛି, ଦୁର୍ଘଟଣା କମୁନି

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁକୁ ରୋକିବା ଲାଗି ବିଭିନ୍ନ ସମୟରେ ସରକାର ନୂଆ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି। ହେଲେ ଦୁର୍ଘଟଣା ବଢ଼ୁଥିବାରୁ ସେଗୁଡ଼ିକ କିଛି...

ଭୋକ ଓପାସରେ ବାହାର ରାଜ୍ୟର ୯ ଶ୍ରମିକ

ଖଇରା, ୬।୪(ଡି.ଏନ.ଏ.): ବାହାର ରାଜ୍ୟର ୯ଜଣ ଶ୍ରମିକ ୨ଦିନ ହେଲା ଭୋକଓପାସରେ ରହିଛନ୍ତି। ସେମାନେ ବାଲେଶ୍ୱର ଜିଲା ଖଇରା ବ୍ଲକ ଝିଙ୍କିରିଆ ପଞ୍ଚାୟତ ଅଧୀନ ସିଂହିପୁର...

‘ଆଗାମୀ ୨୫ ବର୍ଷରେ ଯୁବଗୋଷ୍ଠୀ ହେବେ ଆତ୍ମନିର୍ଭର’

ଭୁବନେଶ୍ୱର,୧୮।୯(ବ୍ୟୁରୋ):  ଆଗାମୀ ଦିନରେ ଦେଶରେ ଉତ୍ପାଦନ ଏବଂ ଅର୍ଥନୀତିକୁ ବଢ଼ାଇବା ପାଇଁ ଦେଶର ଯୁବତୀଯୁବକଙ୍କୁ ସ୍କିଲ୍‌ ମାଧ୍ୟମରେ ସ୍ବାବଲମ୍ବୀ କରାଯିବ। ଏହି ପୃଷ୍ଠଭୂମିରେ ସେମାନଙ୍କୁ ଆତ୍ମନିର୍ଭର...

ନିରାଡ଼ମ୍ବର ଭାବେ ଜନ୍ମଦିନ ପାଳନ କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୬।୧୦(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶନିବାର ଜନ୍ମଦିନ। ହେଲେ କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିବେନି। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ...

କରୋନା ସଚେତନତା କାର୍ଯ୍ୟକ୍ରମ

ଦେବଗଡ଼,୧୮।୧୨(ଡି.ଏନ.ଏ.) ଦେବଗଡ ନେହେରୁ ଯୁବକେନ୍ଦ୍ର ଓ ବାରକୋଟ ବ୍ଲକ ଶିରିଗିଡା ବାବା ବାଣେଶ୍ୱର କ୍ଲବ ମିଳିତ ଆନୁକୂଲ୍ୟରେ ଶିରିଗିଡା ଗ୍ରାମରେ ଏସ୍‌ଏଚଜି ସଦସ୍ୟାଙ୍କୁ ନେଇ କରୋନା...

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଅଭିଭାବକ

ଭୁବନେଶ୍ୱର,୧୪ା୧୨(ବ୍ୟୁରୋ):ସ୍କୁଲ୍‌ ଫି’ ଛାଡ଼ ପ୍ରସଙ୍ଗକୁ ନେଇ ଅର୍ଗାନାଇଜେଶନ ଅଫ୍‌ ପ୍ୟାରେଣ୍ଟ୍‌ସ ଫେଡ଼େରେଶନ(ଓଫାଫ୍‌) ପକ୍ଷରୁ ରବିବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ବାସଭବନକୁ...

Advertisement
Archives

Model This Week