ଜମ୍ମୁ-କଶ୍ମୀରର ବିକାଶ ଚିତ୍ର

ଡ. ସନ୍ତୋଷ କୁମାର ମହାପାତ୍ର
କେନ୍ଦ୍ର ସରକାରଙ୍କ ଜମ୍ମୁ-କଶ୍ମୀର ନିଷ୍ପତ୍ତି ସପକ୍ଷରେ ଅନେକ ଯୁକ୍ତି ମଧ୍ୟରୁ ଏକ ପ୍ରମୁଖ ଯୁକ୍ତି ହେଉଛି ଧାରା ୩୭୦ ଓ ୩୫(ଏ) ଯୋଗୁ ଏହାର ବିକାଶ ହୋଇପାରିନି। ଏହାର ଅର୍ଥ ଜମ୍ମୁ-କଶ୍ମୀର ଅନ୍ୟ ସବୁ ରାଜ୍ୟ ତୁଳନାରେ ନିଶ୍ଚୟ ପଛୁଆ ଥିବ। କିନ୍ତୁ ବାସ୍ତବରେ ସ୍ଥିତି ଓଲଟା। ଜମ୍ମୁ-କଶ୍ମୀର ଅନେକ କ୍ଷେତ୍ରରେ ଦେଶରେ ଆଗୁଆ ଅଛି। ଏପରିକି ନରେନ୍ଦ୍ର ମୋଦିଙ୍କ ଗୁଜରାଟଠାରୁ ମଧ୍ୟ ଆଗରେ ଅଛି।
ଜମ୍ମୁ-କଶ୍ମୀରର ଆର୍ଥିକ ସ୍ଥିତି ଜାଣିବା ପାଇଁ ବିଭିନ୍ନ ସୂଚକାଙ୍କରେ ଏହାର ସ୍ଥିତିକୁ ଅନ୍ୟ ରାଜ୍ୟ ସହିତ ତୁଳନା କରି ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରିବାକୁ ଉଚିତ ମନେକଲୁ। ବିକାଶ ବା ଉନ୍ନତିର ଏକ ପ୍ରମୁଖ ସୂଚକାଙ୍କ ହେଉଛି ଦାରିଦ୍ର୍ୟ ହାର। ୨୦୧୧-୧୨ ପରେ ଆଉ ଦାରିଦ୍ର୍ୟ ହାର ଆକଳନ କରାଯାଇ ନାହିଁ। ସେହି ତଥ୍ୟ ଅନୁସାରେ ଜମ୍ମୁ-କଶ୍ମୀରରେ ଦାରିଦ୍ର୍ୟ ହାର ମାତ୍ର ୧୦.୩୫%। ଏହା ଜାତୀୟ ହାର (୨୧.୯୨%)ଠାରୁ ବହୁତ କମ୍‌। ଗୁଜରାଟ ୧୬.୬୩%, ଓଡ଼ିଶା (୩୨.୫୯%), ବିହାର (୩୩.୭୪%) ଉତ୍ତରପ୍ରଦେଶ (୨୯.୪୩%)ର ଦାରିଦ୍ର୍ୟ ହାର ଜମ୍ମୁ-କଶ୍ମୀରଠାରୁ ଅଧିକ। ଦାରିଦ୍ର୍ୟ ହାର ଦୃଷ୍ଟିରୁ କେରଳରେ ଏହା ମାତ୍ର (୭.୦୫%)। କେବଳ ୨୮ଟି ରାଜ୍ୟ ମଧ୍ୟରୁ ୨୧ଟି ରାଜ୍ୟର ଦାରିଦ୍ର୍ୟ ହାର ଜମ୍ମୁ-କଶ୍ମୀରଠାରୁ ଅଧିକ। ପୁନଶ୍ଚ ୨୦୧୩ ରଘୁରାମ ରାଜନଙ୍କ ଅଧ୍ୟକ୍ଷତାରେ ୧୦ଟି ସୂଚକାଙ୍କ ଯଥା ଶିକ୍ଷା, ସ୍ବାସ୍ଥ୍ୟ, ପାରିବାରିକ ସୁବିଧା, ଦାରିଦ୍ର୍ୟ, ମହିଳା ସାକ୍ଷରତା ହାର, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ମୁଣ୍ଡପିଛା ଆୟ ଆଦିକୁ ନେଇ ଗଠିତ କମିଟି ରାଜ୍ୟମାନଙ୍କୁ ୩ଟି ପର୍ଯ୍ୟାୟରେ ବିଭକ୍ତ କରିଥିଲେ। ପ୍ରଥମଟି ହେଉଛି ସର୍ବାଧିକ କମ୍‌ ବିକାଶ ବା ପଛୁଆ ରାଜ୍ୟ। ତାଙ୍କ ରିପୋର୍ଟ ଅନୁଯାୟୀ ୧୦ଟି ରାଜ୍ୟ ପଛୁଆ, ଯେଉଁଥିରେ ଜମ୍ମୁ-କଶ୍ମୀର ନାହିଁ। କିନ୍ତୁ ଓଡ଼ିଶା ୧ ନମ୍ବର ପଛୁଆ ରାଜ୍ୟ ହୋଇଥିଲା ବେଳେ ବିହାର ୨ ନମ୍ବରରେ ରହିଛି। କିନ୍ତୁ ସର୍ବାଧିକ ବିକାଶ ବା ତୁଳନାତ୍ମକ ଭାବେ ଅଧିକ ବିକାଶ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରେ ଗୋଆ ୧ ନମ୍ବରରେ ଥିଲାବେଳେ କେରଳ ୨ ନମ୍ବର ସ୍ଥାନରେ ରହିଛି। ବିକାଶ ଦୃଷ୍ଟିରୁ ୧୪ଟି ରାଜ୍ୟ ଜମ୍ମୁ-କଶ୍ମୀର ପଛରେ ଅଛନ୍ତି।
ବିକାଶର ଏକ ମୁଖ୍ୟ ମାନଦଣ୍ଡ ହେଉଛି ମାନବିକ ଉନ୍ନୟନ ସୂଚକାଙ୍କ ଯାହା ହାରାହାରି ଆୟୁ, ଶିକ୍ଷା ଓ ମୁଣ୍ଡପିଛା ଆୟକୁ ଭିତ୍ତିକରି ପ୍ରସ୍ତୁତ ହୋଇଥାଏ। ୨୦୧୭ରେ ୩୬ଟି ଭାଷା ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଏହି ସୂଚକାଙ୍କରେ ଜମ୍ମୁ-କଶ୍ମୀର ୧୭ଶ ସ୍ଥାନରେ ଅଛି। ଏହାର ମାନବିକ ଉନ୍ନୟନ ସୂଚକାଙ୍କ ମୂଲ୍ୟ (୦.୬୮୪) ଜାତୀୟ ହାର (୦.୬୪୦)ଠାରୁ ଅଧିକ। ବିହାର ସବା ନିମ୍ନରେ (୩୬ତମ ସ୍ଥାନ) ରହିଲାବେଳେ ଉତ୍ତରପ୍ରଦେଶ ୩୫ତମ ଓ ଓଡିଶା ୩୨ତମ ସ୍ଥାନରେ ଅଛନ୍ତି। ଗୁଜରାଟ ୨୪ତମ ସ୍ଥାନରେ ରହିଛି। ଅର୍ଥାତ୍‌ ଜମ୍ମୁ-କଶ୍ମୀର ପଛରେ। କେରଳ ସର୍ବାଗ୍ରେ ୧ ନମ୍ବର ସ୍ଥାନରେ ରହିଛି। ସେହିପରି ମୁଣ୍ଡପିଛା ଡିଏସ୍‌ଡିପି ମଧ୍ୟ ଏକ ବିକାଶର ମାନଦଣ୍ଡ। ୨୦୧୮-୧୯ରେ ଭାରତର ହାରାହାରି ମୁଣ୍ଡପିଛା ଆୟ ୧,୨୬,୪୦୬ ଟଙ୍କା ହୋଇଥିଲା ବେଳେ ଜମ୍ମୁ-କଶ୍ମୀରରେ ଏହା ୯୪,୯୯୨ ଟଙ୍କା। ଅର୍ଥାତ୍‌ ଜାତୀୟ ହାରଠାରୁ କମ୍‌, କିନ୍ତୁ ୩୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ୯ଟି ଜମ୍ମୁ-କଶ୍ମୀର ତଳେ ଅଛନ୍ତି। ଗୋଆ ସର୍ବାଗ୍ରେ ରହିଲା ବେଳେ କେରଳ ୧୨ଶ ସ୍ଥାନରେ। ଗୁଜରାଟ ୧୪ଶ ସ୍ଥାନରେ ରହିଛି। ସର୍ବନିମ୍ନରେ ବିହାର ଥିଲାବେଳେ ତା’ ତଳକୁ ଉତ୍ତରପ୍ରଦେଶ, ମଣିପୁର ଓ ଝାଡ଼ଖଣ୍ଡ ରହିଛି।
ବିକାଶ ମାପିବାର ଆଉ ଏକ ମାନଦଣ୍ଡ ହେଉଛି ନୀତି ଆୟୋଗର ସ୍ବାସ୍ଥ୍ୟ ସୂଚକାଙ୍କ। ଏହା ଭିତ୍ତି ବର୍ଷ ୨୦୧୫-୧୬ ଏବଂ ରେଫରେନ୍ସ ବର୍ଷ ୨୦୧୭-୧୮ ଉପରେ ପର୍ଯ୍ୟବସିତ। ଏହା ନବଜାତ ଶିଶୁ ମୃତ୍ୟୁହାର, ୫ ବର୍ଷ ବୟସରୁ କମ୍‌ ଶିଶୁ ମୃତ୍ୟୁହାର, କମ୍‌ ଓଜନର ଶିଶୁ ଜନ୍ମ, ଯକ୍ଷ୍ମା, ଏଚ୍‌ଆଇଭି, ସରକାରୀ ସ୍ବାସ୍ଥ୍ୟ ଭିତ୍ତିଭୂମି ଆଦି ୨୩ଟି ସ୍ବାସ୍ଥ୍ୟଭିତ୍ତିକ ସୂଚକାଙ୍କ ଉପରେ ପର୍ଯ୍ୟବସିତ। ୨୧ଟି ବଡ଼ ରାଜ୍ୟ ମଧ୍ୟରେ କେରଳ ସର୍ବାଗ୍ରେ ରହିଲା ବେଳେ ଜମ୍ମୁ-କଶ୍ମୀର ୭ମ ସ୍ଥାନରେ ଅର୍ଥାତ୍‌ ୧୪ଟି ବଡ଼ ରାଜ୍ୟ ଆଗରେ ଅଛି। ଗୁଜରାଟଠାରୁ ମାତ୍ର ୩ଟି ସ୍ଥାନ ପଛରେ। କିନ୍ତୁ ଉତ୍ତରପ୍ରଦେଶ ସବାତଳେ ବା ୨୧ତମ ସ୍ଥାନରେ ରହିଲା ବେଳେ ବିହାର ୨୦ତମ, ଓଡିଶା ୧୯ତମ ସ୍ଥାନରେ ରହିଛି। ଉତ୍ତରପ୍ରଦେଶ ସବୁଠାରୁ ସ୍ବାସ୍ଥ୍ୟସେବା ଦୃଷ୍ଟିରୁ ଖରାପ ସ୍ଥିତିରେ ରହିଛି। ସେହିପରି ୧ ବର୍ଷରୁ କମ୍‌ ଶିଶୁ ମୃତ୍ୟୁହାର ମଧ୍ୟ ବିକାଶର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକାଙ୍କ। ୨୦୧୬ରେ ପ୍ରତି ୧୦୦୦ରେ ଏହି ମୃତ୍ୟୁହାର ଜମ୍ମୁ-କଶ୍ମୀରରେ ୨୪ ହୋଇଥିବା ବେଳେ ଗୁଜରାଟରେ ୩୦। ଜାତୀୟ ହାର (୩୪) ଆହୁରି ଅଧିକ। ସେହିପରି ମା’ ମୃତ୍ୟୁହାରରେ ଜମ୍ମୁ-କଶ୍ମୀରରେ ଜାତୀୟ ହାରଠାରୁ କମ୍‌। କେରଳରେ ଏହା ସର୍ବନିମ୍ନ। ଯଦି ଜଣେ ସରକାରୀ ଡାକ୍ତର କେତେଜଣ ଜନତାଙ୍କୁ ସେବା ପ୍ରଦାନ କରିବା ବିଚାରକୁ ନିଆଯାଏ ତେବେ ଜମ୍ମୁ-କଶ୍ମୀରରେ ଏହା ୩୦୬୦। କେବଳ ୬ଟି ରାଜ୍ୟ ଜମ୍ମୁ-କଶ୍ମୀରଠାରୁ ଉନ୍ନତ ସ୍ଥିତିରେ ଅଛନ୍ତି। ବିହାର ସବୁଠାରୁ ଖରାପ ସ୍ଥିତିରେ ରହିଛି।
ହାରାହାରି ଆୟୁକୁ ମଧ୍ୟ ଏକ ବିକାଶ ସୂଚକାଙ୍କ ଭାବେ ବିଚାର କରାଯାଏ। ସାମ୍ପଲ୍‌ ରେଜିଷ୍ଟ୍ରେଶନ ସର୍ଭେ (୨୦୧୦-୨୦୧୪) ଏବଂ ୟୁଏନ୍‌ଡିପି ରିପୋର୍ଟ ୨୦୧୧ ଅନୁସାରେ ଜମ୍ମୁ-କଶ୍ମୀରରେ ହାରାହାରି ଆୟୁ ୭୨.୬ ବର୍ଷ ଯାହା ଜାତୀୟସ୍ତର (୬୭.୯ ବର୍ଷ)ଠାରୁ ଅଧିକ। ଓଡ଼ିଶାରେ ହାରାହାରି ଆୟୁ ୬୫.୮ ବର୍ଷ, ଉତ୍ତରପ୍ରଦେଶରେ ୬୪.୧ ବର୍ଷ ଏବଂ କେରଳରେ ସର୍ବାଧିକ ୭୪.୯ ବର୍ଷ। ଆସାମ (୬୩ .୯ ବର୍ଷ) ସର୍ବନିମ୍ନରେ ରହିଛି। ସେହିପରି ସାକ୍ଷରତା ହାର କଥା ବିଚାର କଲେ ପିନ୍‌କୋଡ ଇଣ୍ଡିଆ ନେଟ୍‌ ଅନୁସାରେ ୨୦୧୭-୧୮ରେ କେରଳରେ ଏହା ସର୍ବାଧିକ (୯୩.୯୧%) ହୋଇଥିଲା ବେଳେ ବିହାର (୬୩.୮୨%) ସର୍ବନିମ୍ନ ସ୍ତରରେ ରହିଛି। ଜମ୍ମୁ-କଶ୍ମୀରର ସାକ୍ଷରତା ହାର ୬୮.୭୪%। ଗୁଜରାଟ (୭୯.୩୧), ଓଡିଶା (୭୩.୪୫) ଓ ଉତ୍ତରପ୍ରଦେଶ (୬୯.୭୨) ଜମ୍ମୁ-କଶ୍ମୀରଠାରୁ ଆଗରେ ଅଛନ୍ତି। କିନ୍ତୁ ବିହାର, ଝାଡଖଣ୍ଡ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, ଅରୁଣାଚଳପ୍ରଦେଶ, ତେଲେଙ୍ଗାନା ଆଦି ଜମ୍ମୁ-କଶ୍ମୀରଠାରୁ ପଛରେ ଅଛନ୍ତି। ଯେଉଁ ରାଜ୍ୟରେ ବେକାରି ହାର କମ୍‌, ସେହି ରାଜ୍ୟ ସେତେ ଉନ୍ନତ ବୋଲି ବିଚାର କରାଯାଏ। ବେକାରି ହାର ପରିସଂଖ୍ୟାନ ମନ୍ତ୍ରଣାଳୟ ତରଫରୁ ପ୍ରକାଶ ପାଉଥିବା ରିପୋର୍ଟ ଅନ ପିରିୟଡିକ୍‌ ଲେବର ଫୋର୍ସ ସର୍ଭେରୁ ଜଣାପଡ଼ିଥାଏ। ୨୦୧୭-୧୮ରେ ବେକାରି ହାର ଜାତୀୟ ସ୍ତରରେ ୬.୧% ହୋଇଥିଲା ବେଳେ ଜମ୍ମୁ-କଶ୍ମୀରରେ ଏହି ହାର ମାତ୍ର ୫.୩%। ୨୭ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବେକାରି ହାର ଜମ୍ମୁ-କଶ୍ମୀରଠାରୁ ଅଧିକ। ଗୁଜରାଟରେ ଏହା ୪.୮% ହୋଇଥିଲା ବେଳେ ଓଡ଼ିଶାରେ ୭.୧%, ଉତ୍ତରପ୍ରଦେଶରେ ୬.୪%, ବିହାରରେ ୭.୨%, କେରଳରେ ୧୧.୨%। ଉପରୋକ୍ତ ତଥ୍ୟରୁ ସହଜରେ ପ୍ରତିପାଦିତ ହେଉଛି ଯେ, ଜମ୍ମୁ-କଶ୍ମୀର ବିଭିନ୍ନ ସୂଚକାଙ୍କରେ କିଛି ରାଜ୍ୟଠାରୁ ଆଗୁଆ ଥିଲାବେଳେ କିଛି ରାଜ୍ୟଠାରୁ ପଛୁଆ ଅଛି। ଏଠାରେ ବିକାଶ ହୋଇନି ବୋଲି ଯାହା କୁହାଯାଉଛି ତାହା ଠିକ୍‌ ନୁହେଁ।
ଡିଭାଇନ ନଗର, ଚାଉଳିଆଗଞ୍ଜ, କଟକ, ମୋ-୯୪୩୭୨୦୮୭୬୨, skmohapatra67@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri