Posted inଜାତୀୟ

ଜମ୍ମୁ-କଶ୍ମୀରରେ ନେତାଙ୍କୁ ନଜରବନ୍ଦୀ ଘଟଣାକୁ ନିନ୍ଦା କଲେ ପୂର୍ବତନ ଅର୍ଥମନ୍ତ୍ରୀ

ଶ୍ରୀନଗର,୫।୮: ଜମ୍ମୁ-କଶ୍ମୀରରେ ନେତାଙ୍କୁ ନଜରବନ୍ଦୀ ରଖାଯିବା ଘଟଣାକୁ ନେଇ ରାଜନୈତିକ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହାକୁ କିଛି ନେତା ବିରୋଧ କରିଛନ୍ତି। ସୋମବାର ପୂର୍ବତନ ଅର୍ଥମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ପି. ଚିଦାମ୍ବରମ୍‌ ଏହି ଘଟଣାକୁ ନିନ୍ଦା କରିବା ସହ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସରକାର ନିଜ ଉଦ୍ଦେଶ୍ୟ ପୂରଣ କରିବାକୁ ଯାଇ ସମସ୍ତ ଲୋକତାନ୍ତ୍ରିକ ମାନଦଣ୍ଡର ଅବହେଳା କରୁଛନ୍ତି। କଶ୍ମୀର ଘାଟିରେ ହଠାତ୍‌ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି ଓ ଓମାର ଅବଦୁଲ୍ଲାଙ୍କୁ ନଜରବନ୍ଦୀ କରିଦିଆଯାଇଥିଲା। ଅପରପକ୍ଷରେ କଶ୍ମୀର ସହିତ ଜମ୍ମୁର ବହୁ ଜିଲ୍ଲାରେ ୧୪୪ ଧାରା ଲାଗୁ କରାଯାଇଛି। ଏଥିସହ ସହରର ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯିବା ସହ ସମସ୍ତ ପରୀକ୍ଷାକୁ ବାତିଲ କରାଯାଇଛି। ସେହିପରି ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି। ଏହି ସବୁକୁ ଚିଦାମ୍ବରମ ବିରୋଧ କରିଛନ୍ତି। ଏହାପୂର୍ବରୁ କଂଗ୍ରେସ ନେତା ଶଶି ଥରୁର ମଧ୍ୟ ଏହି ଘଟଣାକୁ ନିନ୍ଦା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରୁ ଚୋରାରେ ଆସୁଛି ତେଲ

ନୂଆଦିଲ୍ଲୀ,୨୫ା୨: ଭାରତରେ ତେଲ ଦରରେ ନିଆଁ ଲାଗିଛି। ଦେଶର କେତେକ ଭାଗରେ ପେଟ୍ରୋଲ ଲିଟର ପିଛା ୧୦୦ରୁ ଅଧିକ ଟଙ୍କାରେ ବିକ୍ରି ହେଉଛି। ପେଟ୍ରୋଲ ପ୍ରଥମ...

‘କାଫେ ନିର୍ମଳା ତାଇ’ରେ ନାହିଁ ପିଆଜ ମେନ୍ୟୁ: କଂଗ୍ରେସ ଟୁଇଟ୍‌

ନୂଆଦିଲ୍ଲୀ,୫।୧୨: ପିଆଜ ଦାମ ବୃଦ୍ଧି ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତା ରମଣଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ନିର୍ମଳା ଲୋକ ସଭାରେ କହିଥିଲେ ଯେ,...

ଭାରତରେ ୧୭ କୋଟି ମୁସଲମାନଙ୍କ ପାଇଁ ପ୍ରାୟ ୭ ଲକ୍ଷ ମସଜିଦ୍‌, ୯୬ କୋଟି ହିନ୍ଦୁଙ୍କ ଲାଗି ୨୦ ଲକ୍ଷରୁ ଅଧିକ ମନ୍ଦିର…

ନୂଆଦିଲ୍ଲୀ, ୧୬।୫ : କାଶୀ, ମଥୁରା, ଦିଲ୍ଲୀ, ଆଗ୍ରା ଠାରୁ ମଧ୍ୟପ୍ରଦେଶର ଧାର ପର୍ଯ୍ୟନ୍ତ ମନ୍ଦିର-ମସଜିଦକୁ ନେଇ ବିବାଦ ଜାରି ରହିଛି। ହିନ୍ଦୁ ସଂଗଠନ ଦାବି...

‘ଶିବସେନା ମୁଖ୍ୟ ହେବା ପାଇଁ ଯୋଗ୍ୟ ନୁହଁନ୍ତି ଶିନ୍ଦେ’

ମୁମ୍ବାଇ,୫।୧୦: ଦଶହରାରେ ଶିବସେନାର ଉଭୟ ଦଳ ଅଲଗା ଅଲଗା ରାଲିର ଆୟୋଜନ କରିଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଦଳ ଶିବାଜୀ ପାର୍କରେ ଦଶହରା...

ଭାଜପାକୁ ପୁଣି ଟାର୍ଗେଟ କଲେ ରାହୁଲ

ନୂଆଦିଲ୍ଲୀ,୨୬।୭: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଲୋକତନ୍ତ୍ରର ସୁରକ୍ଷା ପାଇଁ ଏକଜୁଟ ହୋଇ ସ୍ବର ଉତ୍ତୋଳନ କରିବାକୁ ଅପିଲ କରିଛନ୍ତି। ଟୁଇଟର ମାଧ୍ୟମରେ ସେ...

ମୋଦି ରାମମନ୍ଦିର ଭୂମିପୂଜନ କରୁଥିବା ସମୟରେ ପଶିଆସିଲେ ୨ ଛେଳି, ଆଉ ତା’ ପରେ…

ନୂଆଦିଲ୍ଲୀ,୫ା୮: ରାମମନ୍ଦିର ଭୂମି ପୂଜା ସମୟରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଯାହାକି କଡ଼ା ସୁରକ୍ଷା ମଧ୍ୟରେ ଅଜବ ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରଧାନମନ୍ତ୍ରୀ...

ନୂଆ କଶ୍ମୀର ପାଳିଲା ପ୍ରଥମ ଇଦ୍‌-ଉଲ୍‌-ଜୁହା

ଶ୍ରୀନଗର,୧୨।୮:ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଓ ୩୫(ଏ) ଉଚ୍ଛେଦ କରାଯିବା ପରେ ପ୍ରଥମ କରି କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ପାଳନ କରାଯାଇଛି ଇଦ୍‌-ଉଲ୍‌-ଜୁହା। ନୂଆ କଶ୍ମୀରର ଏହି...

ଲଭ୍‌ ଜିହାଦ ରାଲିରେ ଉତ୍ତେଜନା, ଲାଠିରେ ପିଟିଲେ ପୋଲିସ…

ଅହମଦାବାଦ, ୩।୯ : ଗୁଜରାଟର ବନାସକାଣ୍ଠାରେ ଲଭ୍‌ ଜିହାଦ ବିରୋଧରେ ଶନିବାର ଏକ ରାଲିର ଆୟୋଜନ କରାଯାଇଥିଲା। ରାଲିରେ ଏକ ବିରାଟ ଜନସମାଗମ ହେବା ପରେ...

Advertisement
Archives

Model This Week