ଜମିରେ ଜୀବନ

ଜାଲନା: କରୋନା ଭାଇରସ୍‌ ବିରୋଧୀ ଲଢ଼େଇରେ ସାମିଲ ହୋଇଛି ଭାରତ। ମହାମାରୀ ପାଲଟିଥିବା ଏହି ଭାଇରସ୍‌ ସଂକ୍ରମଣ ଦ୍ରୁତଗତିରେ ମାଡ଼ି ଚାଲିଥିବାବେଳେ ଏହାକୁ ଅଟକାଇବା ଲାଗି କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଦେଶକୁ ଲକ୍‌ଡାଉନ୍‌ କରିଦେଇଛନ୍ତି। ତଥାପି କେଉଁଠି, କେତେବେଳେ ଆଉ କାହା ମାଧ୍ୟମରେ ଏହି ଭୂତାଣୁ ସଂକ୍ରମିତ ହେବ ତାହାକୁ ନେଇ ସମସ୍ତଙ୍କ ମନରେ ଅଜଣା ଭୟ। ଏପରି ସମୟରେ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଭାଇରସ୍‌ ସଂକ୍ରମଣ ଭୟରେ ମହାରାଷ୍ଟ୍ର ରାଜ୍ୟ ଜାଲନା ଜିଲାର ଜାନେଫଲ ପଣ୍ଡିତ ଗ୍ରାମର ବାସିନ୍ଦା ଘରଦ୍ୱାର ଛାଡ଼ି ଜମିରେ ରହିବା ଆରମ୍ଭ କରିଦେଇଛନ୍ତି। ଏଥିରୁ କୋଭିଡ୍‌-୧୯ ଲୋକଙ୍କ ମାନସିକସ୍ତରକୁ କେତେମାତ୍ରାରେ ପ୍ରଭାବିତ କରିଛି ତାହା ସ୍ପଷ୍ଟ ହୋଇଛି।
୪୦୦୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଅଧିକାଂଶ ଘରେ ଏବେ ତାଲା ଝୁଲୁଛି। ଗଁ। ପରିବେଶରେ ଏବେ ରାଜୁତି କରୁଛି ନୀରବତା। ୩ଦିନ ତଳେ ଗ୍ରାମର ୨୦୦ ପରିବାର ଘରଦ୍ୱାର ଛାଡ଼ି ଖେତରେ ରହିବା ଆରମ୍ଭ କରିଦେଇଛନ୍ତି। ସେମାନେ କହିଛନ୍ତି, ଲକ୍‌ଡାଉନ କାରଣରୁ ସହରରୁ ହଜାର ହଜାର ସଂଖ୍ୟାରେ ଲୋକମାନେ ଗଁ।ମୁହଁ। ହୋଇଛନ୍ତି। ଏହାଦ୍ୱାରା ସେମାନଙ୍କୁ ଦିନରାତି ସଂକ୍ରମଣ ଭୟ ଘାରୁଛି। ଏହି କାରଣରୁ ସେମାନେ ଏବେ ଗଁ। ଛାଡ଼ି ଜମିରେ ରହିବା ଆରମ୍ଭ କରିଛନ୍ତି।
ଗ୍ରାମର ରମେଶ ପଣ୍ଡିତ କୁହନ୍ତି, ସେ ନିଜ ପରିବାରର ୯ଜଣ ସଦସ୍ୟଙ୍କ ସହ ଖେତରେ ରହୁଛନ୍ତି। ଏଥିଲାଗି ସେ ଜମିରେ ଏକ ଛୋଟ ଘର କରିଛନ୍ତି। ଲକ୍‌ଡାଉନ୍‌ ପରେ ସମସ୍ତ ଗ୍ରାମବାସୀ ଘରେ ରହୁଥିଲେ। ସହରରେ ରହୁଥିବା ଲୋକମାନେ ଗ୍ରାମାଞ୍ଚଳକୁ ଗଣପଳାୟନ କରୁଥିବା ଜଣାପଡ଼ିବା ପରେ ଅଜଣା ଭୟ ସୃଷ୍ଟି ହୋଇଛି। ଏଥିପାଇଁ ସେମାନେ ଘର ଛାଡ଼ି ଜମିରେ ରହିବା ଆରମ୍ଭ କରିଛନ୍ତି। କେବଳ ଏତିକି ନୁହେଁ, ସଂକ୍ରମଣ ପ୍ରତିରୋଧ କରିବାକୁ ସମସ୍ତ ବ୍ୟବସ୍ଥା ମଧ୍ୟ କରିଛନ୍ତି। ନିଜର ପରିବାରକୁ କରୋନା ଭଳି ମାରାତ୍ମକ ରୋଗରୁ ବଞ୍ଚାଇବାକୁ ସମସ୍ତେ ସଂକଳ୍ପ ନେଇଥିବା ରମେଶ କହିଛନ୍ତି। ଶାରଳା ତାୟଡେ କହିଛନ୍ତି, ପରିବାରର କେହି ଯେପରି କରୋନାରେ ପୀଡ଼ିତ ନ ହୁଅନ୍ତି ସେଥିଲାଗି ଗ୍ରାମବାସୀ ଏପରି ପଦକ୍ଷେପ ନେଇଛନ୍ତି। ଗ୍ରାମବାସୀଙ୍କ ସତର୍କତାମୂଳକ ପଦକ୍ଷେପ ଯୋଗୁ ଏ ଯାଏ ଗୋଟିଏ ବି ସଂକ୍ରମଣ ହୋଇନାହିଁ। କରୋନା ନିପାତ ନ ହେବା ଯାଏ ସେମାନେ ଜମିରେ ରହିବେ ବୋଲି ଶାରଳା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

ଜୁଆ ଆଡ୍ଡାରେ ପୋଲିସ ଚଢାଉ ବେଳେ ପୋଲିସ ଅଧିକାରୀଙ୍କୁ ଆକ୍ରମଣ: ହତ୍ୟା ଉଦ୍ୟମ ମାମଲା ରୁଜୁ କଲା…

ଦିଗପହଣ୍ଡି,୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଏସ.ଆଇ ରାଜ କିଶୋର ପାତ୍ର ସଦଳବଳେ ଲଙ୍ଗଳ ଦେଇ, ଅନନ୍ତେଇ ଇଲାକାରେ ଶୁକ୍ରବାର ସାନ୍ଧ୍ୟକାଳୀନ ପାଟ୍ରୋଲିଂ ସାରି…

ଟେଷ୍ଟ କ୍ରିକେଟକୁ ଫେରିବେ ବେନ ଷ୍ଟୋକ୍ସ; ପରବର୍ତ୍ତୀ ଆଶେସ ସିରିଜରେ ଖେଳିବେ!

ନୂଆଦିଲ୍ଲୀ,୧।୮: ଇଂଲଣ୍ଡର ପୂର୍ବତନ ଅଧିନାୟକ ବେନ ଷ୍ଟୋକ୍ସ ସମ୍ପ୍ରତି ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି, କିନ୍ତୁ ସମ୍ଭାବ୍ୟ ପୁନରାଗମନ ବିଷୟରେ ଆଲୋଚନା ଆରମ୍ଭ ହୋଇସାରିଛି। ଇଂଲଣ୍ଡ କ୍ରିକେଟ…

ମୋଦିଙ୍କ ଭିଡ଼ିଓକୁ ନେଇ କଡ଼ା ଟାର୍ଗେଟ କଲେ ରୋହଣୀ

ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଭିଡିଓ ଜାରି କରି କହିଛନ୍ତି ଯେ ସେ ତାଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ପିଲାମାନଙ୍କୁ କ୍ଷମା କରିଦେଇଛନ୍ତି। ସାମ୍ପ୍ରତିକ…

ଗୋରୁଙ୍କୁ ରାସ୍ତା କାଟି ଯିବାବେଳେ ସାଇକେଲରୁ ଖସି ୨ ଛାତ୍ର ଗୁରୁତର

ଥୁଆମୂଳ ରାମପୁର,୧।୮ (ଦୁର୍ଗା କୀର୍ତ୍ତି): ସକାଳୁ ସ୍କୁଲକୁ ଯିବା ବେଳେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ରାସ୍ତାରେ ଥିବା ଗାଈମାନଙ୍କୁ କାଟି ଯିବା ବେଳେ ସାଇକେଲର ଭାରସାମ୍ୟ…

ପାଟଣା ବ୍ଲକ୍ ସ୍ତରୀୟ ସ୍ୱାଧୀନତା ଦିବସରେ ସମ୍ବର୍ଦ୍ଧିତ ହେବେ କୃତୀ ପ୍ରତିଭା

ପାଟଣା, ୧।୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସଭାଗୃହରେ ଆସନ୍ତା ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri