ଜମିକୁ ମାଡୁନି କେନାଲ ପାଣି, ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ

ଦିଗପହଣ୍ଡି,୨୧ା୮(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କୟାଁନାଳ କ୍ଷୁଦ୍ର ଜଳସେଚନ ଯୋଜନା କେନାଲ ନିର୍ମାଣର ୧୮ ବର୍ଷ ବିତିଲା। ଚାଷୀ ନିୟମିତ ଜଳକର ପୈଠ କରୁଛନ୍ତି। କିନ୍ତୁ ଚାଷ ଜମିକୁ କେନାଲ ପାଣି ମାଡୁନି। କେନାଲ ଯୋଗେ ଚାଷୀଙ୍କ ଜମିକୁ ପାଣି ଯୋଗାଇ ଦେବା ପାଇଁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ବି.ତୁରୁବୁଡ଼ି, ଲକ୍ଷ୍ମୀନାରାୟଣପୁର, ଝରିପଦର, ଦଶିପୁର, କାଣ୍ଡେଶ୍ୱର, ସାନଡୁମ୍ବୁଳା ଗ୍ରାମର ଚାଷୀବୃନ୍ଦ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କାଣ୍ଡେଶ୍ୱର ପ୍ରାଥମିକ ସେବା ସମବାୟ ସମିତି ସଭାପତି କେ. ସଞ୍ଜୀବ କୁମାର ରେଡ୍ଡୀଙ୍କ ନେତୃତ୍ୱରେ ଏସ୍‌. ସୋମନାଥ ରେଡ୍ଡୀ, ଇ. ବିପ୍ରଚରଣ ଦୋରା, ଏସ୍‌. ସଲୀଲ ରେଡ୍ଡୀ, କେ. ତ୍ରିନାଥ ରେଡ୍ଡୀ, କେ. ଭାସ୍କର ରେଡ୍ଡୀ ପ୍ରମୁଖ ବି.ତୁରୁବୁଡ଼ି ଗ୍ରାମରେ ଆୟୋଜିତ ଜିଲାସ୍ତରୀୟ ମୋ ଗେହ୍ଲାଝିଅ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ଗଞ୍ଜାମ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ। ସେହିପରି ଘୋଡ଼ାହାଡ଼ ଜଳସେଚନ ଯୋଜନା ଅଧୀନ ଭୀମପୁର ୨୧ନଂ. କେନାଲକୁ ସମ୍ପ୍ରସାରଣ କରାଯାଇ ନରସିଂହପୁର ରାଜଘାଇକୁ ସଂଯୋଗ କରାଯାଇଛି। ଉକ୍ତ କେନାଲକୁ ଲକ୍ଷ୍ମୀନାରାୟଣପୁରରୁ ଦଶିପୁର ପାତ୍ରବନ୍ଧ ଓ କାଣ୍ଡେଶ୍ୱର ଗ୍ରାମ ଜାଗିଲି ବନ୍ଧ ସହ ସଂଯୋଗ କରି ସାନଡୁମ୍ବୁଳା ଗ୍ରାମ ବାସନାବନ୍ଧ ଯାଏ କେନାଲ ସଂଯୋଗୀକରଣ କରାଗଲେ ସମସ୍ତ ଗ୍ରାମର ଚାଷଜମି ଗୁଡ଼ିକୁ ପାଣି ଯୋଗାଇ ଦିଆଯାଇପାରିବ ବୋଲି ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଜିଲାପାଳ ଏନେଇ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ବି.ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ୧୯୯୭ରେ ପ୍ରତିଷ୍ଠା କରାଯାଇଛି । ଉକ୍ତ ହାଇସ୍କୁଲରେ ଶୌଚାଳୟ, ନଳକୂପ ଆଦି ନ ଥିବ ନେଇ ସ୍କୁଲ ପରିଚାଳନା କମିଟି ପକ୍ଷରୁ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ସମସ୍ୟାର ସାମଧାନ ପାଇଁ ସେ ଉପସ୍ଥିତ ବିଡିଓ ହଳଧର ଶବରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

ଜିଅନ୍ତା ଜଳିଗଲେ ସ୍ତ୍ରୀ, ସ୍ବାମୀ ଗୁରୁତର, ହତ୍ୟା ଅଭିଯୋଗ ଆଣି ବାପଘର ଲୋକେ କହିଲେ…

ଖଲ୍ଲିକୋଟ,୨୨।୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ମଥୁରା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ନିଆଁରେ ପୋଡ଼ି ହୋଇ ସ୍ତ୍ରୀ,…

ବାଲିଘାଟରେ ହତ୍ୟାକାଣ୍ଡ ଅଭିଯୋଗ: ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ଦ୍ୱିତୀୟ ଦିନରେ ବି ଉତ୍ତେଜନା..

ଦେବଗଡ଼, ୨୨/୬ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ସିଙ୍ଗଶାଳ-ଚଟିଆପାଲି ବାଲିଘାଟରେ ଜଣେ ଯୁବକଙ୍କୁ ହତ୍ୟା କରି ଶବକୁ ବାଲି ଭିତରେ ପୋତି…

ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଆତ୍ମୀୟଙ୍କ ପାଇଁ ୪ ଲକ୍ଷ ସହାୟତା ଘୋଷଣା

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍‌ ଲିକ୍‌ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।…

୪୪ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କଲା ଗଞ୍ଜାମ ପୋଲିସ

ଛତ୍ରପୁର, ୨୨/୬ (ଦିଲ୍ଲୀପ ସାମଲ): ଗଞ୍ଜାମ ପୋଲିସ ଜିଲାର ବିଭିନ୍ନ ଥାନାର ତ୍ୱରିତ ଏବଂ ସମନ୍ୱିତ ପ୍ରୟାସ ଫଳରେ ୧୫ ଜୁନ ୨୦୨୬ରୁ ୨୧ ଜୁନ ୨୦୨୬…

ବିକାଶ ଧାରା ଓଡ଼ିଶା ସାରା, ଲୋକଙ୍କୁ ସରକାରଙ୍କ ଯୋଜନା ବିଷୟରେ ଜଣାଇ…

ଥୁଆମୂଳ ରାମପୁର,୨୨ା୬(ଦୁର୍ଗା କୀର୍ତ୍ତି): ରାଜ୍ୟରେ ଭାଜପା ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର, ଡୁମେରପଦର ଓ ଥୁଆମୂଳ ପଞ୍ଚାୟତଠାରେ ‘ବିକାଶ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି, ୫ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ସ୍ପଷ୍ଟ କଲେ ମନ୍ତ୍ରୀ

ଭୁବନେଶ୍ୱର,୨୨।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୫ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା…

ଜଙ୍ଗଲରୁ ଠାବ ହେଲା ମାଓବାଦୀଙ୍କ ବୃହତ୍ ଅସ୍ତ୍ରଶସ୍ତ୍ର ଭଣ୍ଡାର

କୋରାପୁଟ, ୨୨/୬ (ଅମିତାଭ ବେହେରା): କୋରାପୁଟ ଜିଲାର ବୈପାରୀଗୁଡ଼ା ଥାନା ଅଧୀନ ବଡ଼ଲିପାହାଡ଼ ଜଙ୍ଗଲରେ ସୁରକ୍ଷାବାହିନୀ ପକ୍ଷରୁ ଚାଲିଥିବା ଚଢ଼ାଉ ବେଳେ ମାଓବାଦୀଙ୍କ ଏକ ବୃହତ୍ ଅସ୍ତ୍ରଶସ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri