Posted inଜାତୀୟ

ଚିଦାମ୍ବରମ ଗିରଫ

ନୂଆଦିଲ୍ଲୀ,୨୧ା୮:  ଦୁଇଦିନର ଡ୍ରାମାବାଜି ପରେ ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଗିରଫ ହୋଇଛନ୍ତି। ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ବୁଧବାର ରାତିରେ ସିବିଆଇ ଓ ଇଡି ଟିମ୍‌ ତାଙ୍କୁ ଗିରଫ କରିଛି। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟ ଆଗୁଆ ଜାମିନ ଆବେଦନ ଖାରଜ କରିଦେବା ପରେ ବରିଷ୍ଠ କଂଗ୍ରେସ ନେତା ଚିଦାମ୍ବରମ ହଠାତ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ତାଙ୍କୁ ଗିରଫ କରିବା ପାଇଁ ସିବିଆଇ ଏବଂ ଇଡି ଟିମ୍‌ ଜାଲ ବିଛାଇଥିଲେ ମଧ୍ୟ ଧରିବାରେ ସଫଳ ହୋଇ ନ ଥିଲେ। ଦୀର୍ଘ ୨୭ ଘଣ୍ଟାର ଅନ୍ତର୍ଦ୍ଧାନ ପରେ ଚିଦାମ୍ବରମ ବୁଧବାର ରାତି ୯ଟାରେ ଏଆଇସିସି କାର୍ଯ୍ୟାଳୟରେ ପହଞ୍ଚତ୍ ଏକ ଖବରଦାତା ସମ୍ମିଳନୀରେ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ। ସେ ଆଇନଠାରୁ ନିଜକୁ ଲୁଚାଇ ରଖି ନାହାନ୍ତି। ସୁପ୍ରିମକୋର୍ଟରେ ପିଟିଶନ୍‌ ଦାଖଲ କରିବା ପାଇଁ ସେ ଆଇନଜୀବୀମାନଙ୍କ ସହ ମଙ୍ଗଳବାର ରାତିରେ କାଗଜପତ୍ର ପ୍ରସ୍ତୁତିରେ ବ୍ୟସ୍ତ ଥିବା କହିଥିଲେ। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ତାଙ୍କର କିଛି ଦୋଷ ନାହିଁ। ସେ ଅଭିଯୁକ୍ତ ନୁହନ୍ତି। କୋର୍ଟରେ ତାଙ୍କ ବିରୋଧରେ ସିବିଆଇ କିମ୍ବା ଇଡି ଚାର୍ଜଶିଟ୍‌ ଦାଖଲ କରି ନ ଥିବା ଚିଦାମ୍ବରମ ଖବରଦାତା ସମ୍ମିଳନୀରେ କହିଥିଲେ। ସିବିଆଇ ଟିମ୍‌ କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚତ୍ଥିଲେ ମଧ୍ୟ ଦଳୀୟ କର୍ମୀମାନଙ୍କ ବିରୋଧ ଯୋଗୁ ଭିତରେ ପଶିପାରି ନ ଥିଲା। ଚିଦାମ୍ବରମ ତାଙ୍କ ବାସଭବନକୁ ଫେରିଯିବା ପରେ ସିବିଆଇର ୩ଟି ଟିମ୍‌ ସମେତ ଇଡି ଟିମ୍‌ ସେଠାରେ ପହଞ୍ଚତ୍ଥିଲେ। ସିବିଆଇ ଅଧିକାରୀମାନେ ପାଚେରୀ ଡେଇଁ ଚିଦାମ୍ବରମଙ୍କ ବାସଭବନରେ ପ୍ରବେଶ କରିବା ପରେ ତାଙ୍କୁ ଜେରା କରିଥିଲା। ପରେ ତାଙ୍କୁ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ କୋଠରୀରେ କ’ଣ ଘଟିଥିଲା? ଇସ୍ତଫା ଦେବା ପାଇଁ ହରମନପ୍ରୀତଙ୍କ ଉପରେ BCCI ଚାପ ପକାଇଥିଲା କି? ଜାଣନ୍ତୁ ଅଧିନାୟକ ପଦରୁ ଓହରିବାର…

ନୂଆଦିଲ୍ଲୀ,୬।୧୦: ମାତ୍ର ୨୪ ଘଣ୍ଟା ପୂର୍ବ ପର୍ଯ୍ୟନ୍ତ ହରମନପ୍ରୀତ କୌର ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟିକା ଥିଲେ; ତେବେ ହଠାତ ସେ କାହିଁକି ନିଜ ପଦରୁ…

ପାକିସ୍ତାନୀ ମୁସଲମାନଙ୍କୁ ନେଇ ମିକା ସିଂଙ୍କ ବଡ଼ ବୟାନ, ଖରାପ ନୁହଁନ୍ତି….

ନୂଆଦିଲ୍ଲୀ,୬।୧୦: ବଲିଉଡ୍‌ର ଲୋକପ୍ରିୟ ସିଙ୍ଗର୍ ମିକା ସିଂ ନିଜର ବେବାକ୍ ଅନ୍ଦାଜ ପାଇଁ ବେଶ୍ ପରିଚିତ। ଭାରତ-ପାକିସ୍ତାନ ସମ୍ପର୍କ ଏବଂ ଦୁଇ ଦେଶର କଳାକାରଙ୍କୁ ନେଇ ମଧ୍ୟ…

ଆଜି ଆର୍ଜେଣ୍ଟିନା ପାଇଁ ମେସିଙ୍କ ଶେଷ ମ୍ୟାଚ୍‌

ବୁଏନସ ଆରିଜ,୬ା୧୦: ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ମଙ୍ଗଳବାର ଇଷ୍ଟାଡିଓ ମାନୁମେଣ୍ଟାଲଠାରେ ବେନିନ ବିପକ୍ଷରେ ଆର୍ଜେଣ୍ଟିନା ପାଇଁ ତାଙ୍କର ବିଦାୟୀ ମ୍ୟାଚ୍‌ ଖେଳିବେ। ଡିଏଗୋ ମାରାଡୋନାଙ୍କ ପରେ…

ହରମନପ୍ରୀତ କୌରଙ୍କ ପରେ ଭାରତୀୟ ଦଳର ପରବର୍ତ୍ତୀ ଅଧିନାୟିକା କିଏ? ନାମ ଆସିଲା ସାମ୍ନାକୁ

ନୂଆଦିଲ୍ଲୀ,୬।୧୦: ଗୁଆହାଟୀରେ ଅନୁଷ୍ଠିତ BCCI ସମୀକ୍ଷା ବୈଠକର ମାତ୍ର ଗୋଟିଏ ଦିନ ପରେ, ହରମନପ୍ରୀତ କୌର ସମସ୍ତ ଫର୍ମାଟରୁ ଅଧିନାୟକ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇ ସମସ୍ତଙ୍କୁ…

CECଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଛନ୍ତି ବିରୋଧି; ରାହୁଲ-ପ୍ରିୟଙ୍କା ଅଟକ

ନୂଆଦିଲ୍ଲୀ,୬।୧୦: ଭୋଟର ତାଲିକାରେ କଥିତ ଅନିୟମିତତାକୁ ନେଇ ବିରୋଧୀ ଦଳଗୁଡ଼ିକ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ କରିଛନ୍ତି। ତାଙ୍କ ଇସ୍ତଫା…

ସର୍ବପିତୃ ଅମାବାସ୍ୟାରେ ଶୁଭ ସଂଯୋଗ: ୩ ରାଶିର ହେବ ଭାଗ୍ୟୋଦୟ, ଚାକିରିରେ ମିଳିବ ଅପୂର୍ବ ସଫଳତା

ଅକ୍ଟୋବର ୧୦ରେ ପାଳନ ହେବ ସର୍ବପିତୃ ଅମାବାସ୍ୟା। ପିତୃପକ୍ଷର ଏହି ଶେଷ ତିଥିକୁ ଧାର୍ମିକ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଏ। ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ମଧ୍ୟ…

ଅକ୍ଟୋବରରେ କଲବଲ କରୁଛି ତାତି, ୧୩୦ ବର୍ଷ ଇତିହାସରେ ପୁରୀରେ ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ବର,୬।୧୦: ପୁରୀ ସହରରେ ଗତ ସୋମବାର ଦିନ ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ ହୋଇଛି । ଅକ୍ଟୋବର ୫ ତାରିଖରେ ପୁରୀ ସହର ତାପମାତ୍ରା ୩୬.୬°C…

ବିଦାୟ ନେଲେ ଅଜିତ ଅଗରକର, ପରବର୍ତ୍ତୀ ମୁଖ୍ୟ ଚୟନକର୍ତ୍ତା କିଏ ହେବେ? ରେସ୍‌ରେ ଅଛନ୍ତି ଏମାନେ..

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟେରେ ବଡ଼ ଧରଣର ପରିବର୍ତ୍ତନ ହେବାକୁ ଯାଉଛି। ବିସିସିଆଇ (BCCI)ର ବରିଷ୍ଠ ଚୟନ କମିଟିର ମୁଖ୍ୟ ଅଜିତ ଅଗରକରଙ୍କ କାର୍ଯ୍ୟକାଳ ଅକ୍ଟୋବର ୪ ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?