ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ଧାରଣା, ରାସ୍ତାରୋକୋ

ଆସିକା,୧୫ା୨ (ଡି.ଏନ୍‌.ଏ.) – ଆସିକା ଏନ୍‌ଏସି ପକ୍ଷରୁ ଗୁରୁବାର ଆସିକା ସହରର ଜନଗହଳିପୂର୍ଣ୍ଣ କୁମ୍ଭାରସାହି ଛକ, ବିନାୟକ ବଜାର, ଲକ୍ଷ୍ମୀ ବଜାର, ବସ୍‌ଷ୍ଟାଣ୍ଡ, କଳିଙ୍ଗା ରୋଡ ଆଦି ଅଞ୍ଚଳରେ ଥିବା ବେଆଇନ ନିର୍ମାଣ ଓ ଦୋକାନ ପ୍ରଶାସନ ପକ୍ଷରୁ ଉଚ୍ଛେଦ କରାଯାଇଛି। ଏହାର ପ୍ରତିବାଦରେ ଶୁକ୍ରବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଗୁରୁବାର ମଧ୍ୟ ରାତ୍ରରୁ କଳିଙ୍ଗା ରୋଡ ଟେଲିଫୋନ ଭବନ ସମ୍ମୁଖରେ କରାଯାଇଥିବା ଉଚ୍ଛେଦର ପ୍ରତିବାଦରେ କେତେକ ବାସହୀନ ଆସିକା ଏନ୍‌ଏସି ଅଫିସ ସମ୍ମୁଖରେ ଧାରଣା ଦେଇଛନ୍ତି। ଗରିବ ବାସହୀନଙ୍କୁ ପୂର୍ବ ସୂଚନା ନଦେଇ ଓ ବିକଳ୍ପ ବାସସ୍ଥାନ ବ୍ୟବସ୍ଥା ନକରି ଏନ୍‌ଏସି କର୍ତ୍ତୃପକ୍ଷ ଘର ଭାଙ୍ଗି ଦେଇଥିବା ଧାରଣାର ନେତୃତ୍ୱ ନେଇଥିବା ସିପିଏମ୍‌ ରେଡ ଷ୍ଟାର ନେତା ଶଙ୍କର ସାହୁ ଅଭିଯୋଗ କରିଛନ୍ତି। ସେହିଭଳି ଏହି ଉଛେଦରେ ସଂପୃକ୍ତ ସ୍ଥାନରେ ଥିବା ସିପିଏମ୍‌ ଦଳୀୟ କାର୍ଯ୍ୟାଳୟକୁ ଭାଙ୍ଗି ଦିଆଯାଇଥିବା ପ୍ରତିବାଦରେ ସିପିଏମ୍‌ ନେତା ଲକ୍ଷ୍ମଣ ପାଢୀ ସମର୍ଥକଙ୍କ ସହ ଧାରଣାରେ ସାମିଲ ହୋଇଛନ୍ତି। ସନ୍ଧ୍ୟାରେ ପ୍ରତିବାଦର ସ୍ବର ତୀବ୍ର ହୋଇଛି। କୁମ୍ଭାର ସାହି ଛକଠାରେ ରାସ୍ତାରେ ଦଉଡି ବାନ୍ଧି କ୍ଷତିଗ୍ରସ୍ତ ପରିବାର ବସି ରହିଛନ୍ତି। ସେହିଭଳି ବ୍ରହ୍ମପୁର-ଫୁଲବାଣୀ ମୁଖ୍ୟ ରାସ୍ତାର କଳିଙ୍ଗା ରୋଡ ସଂଲଗ୍ନ ପିଏନ୍‌ବି ଛକ ଓ ଟେଲିଫୋନ ଭବନ ନିକଟରେ ଜନସାଧାରଣଙ୍କ ପକ୍ଷରୁ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଛି। ଫଳରେ ଗମନାଗମନରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଆସିକା ତହସିଲଦାର ସଦାନନ୍ଦ ସେଠୀ, ପୋଲିସ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ, ଥାନାଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଜନସାଧାରଣଙ୍କୁ ବୁଝାଶୁଝା କରି ପରିସ୍ଥିତି ନିୟନ୍ତ୍ରଣ ଲାଗି ଉଦ୍ୟମ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥାନାନ୍ତର ହେଲା ଇଭିଏମ୍‌, କଲେଜରୁ ସୁରକ୍ଷା ହଟିଲା

ଭଞ୍ଜନଗର, ୩୧।୫(ଡି.ଏନ.ଏ.)- ଭୋଟ ଗଣତି ସରିବା ପରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କଲେଜରେ ଥିବା ଆସିକା, ଭଞ୍ଜନଗର ଓ ସୋରଡ଼ା ନିର୍ବାଚନମଣ୍ଡଳୀର ଇଭିଏମ୍‌, ଭିଭିପିଏଟି...

ଗଞ୍ଜାମର ଫେରିଛନ୍ତି ୧୯,୨୯୫

ଛତ୍ରପୁର,୧୦ା୫(ଡି.ଏନ.ଏ.)- ପ୍ରବାସୀମାନେ ଶୁକ୍ରବାର ସୁଦ୍ଧା ୧୯ଟ୍ରେନ୍‌ ଯୋଗେ ଗଞ୍ଜାମ ଜିଲା ଜଗନ୍ନାଥପୁର ଷ୍ଟେଶନରେ ଆସି ପହଞ୍ଚିଥିଲେ। ହାଇକୋର୍ଟର ସ୍ଥଗିତାଦେଶ ଯୋଗୁ ଶନିବାର କୌଣସି ଟ୍ରେନ୍‌ ଆସି...

ଛାତ୍ରୀଙ୍କ ପ୍ୟାଣ୍ଟ ଖୋଲି ହରଡ଼ଘଣାରେ ଶିକ୍ଷୟିତ୍ରୀ: ଥାନାରେ ଅଣ୍ଡର ଟେକିଂ ଲେଖି ମୁକୁଳିଲେ

ବ୍ରହ୍ମପୁର ଅଫିସ,୧୫।୨: ଗଞ୍ଜାମ ଜିଲା ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଏକ ଘରୋଇ ସ୍କୁଲରେ ଅଭାବନୀୟ ଘଟଣା ଘଟିଛି। ଶ୍ରେଣୀଗୃହରେ ଜଣେ ଶିକ୍ଷୟିତ୍ରୀ ଜଣେ ଛାତ୍ରୀଙ୍କ ପ୍ୟାଣ୍ଟ...

କୋଭିଡ୍‌ ହସ୍ପିଟାଲରେ ଏଏସ୍‌ଆଇଙ୍କ ମୃତ୍ୟୁ

ବ୍ରହ୍ମପୁର ଅଫିସ୍‌,୩୧ା୭- ଗଞ୍ଜାମ ଜିଲାରେ କରେନା କାୟା ବିସ୍ତାର କରି ଚାଲିଛି। ଏହାକୁ ପ୍ରତିହତ କରିବା କାର୍ଯ୍ୟରେ ନିୟୋଜିତ କରୋନା ଯୋଦ୍ଧାମାନେ ମଧ୍ୟ ସଂକ୍ରମିତ ହେଉଛନ୍ତି।...

ଗଞ୍ଜାମର ୫୪୮୧ ହୋମ୍‌ କ୍ୱାରାଣ୍ଟାଇନ୍‌ରେ, ୭.୮୧ ଲକ୍ଷ ଘରେ ସ୍ବାସ୍ଥ୍ୟ ସମ୍ପର୍କିତ ଯାଞ୍ଚ

ଛତ୍ରପୁର,୧୭ା୪(ଡି.ଏନ୍‌.ଏ.) : କରୋନା ଭୂତାଣୁ ପ୍ରତିହତ ଲାଗି ଗଞ୍ଜାମ ଜିଲାକୁ ବିଦେଶ ଓ ଅନ୍ୟ ରାଜ୍ୟ ଫେରନ୍ତାଙ୍କୁ ହୋମ୍‌ କ୍ୱାରାଣ୍ଟାଇନରେ ରଖାଯାଇଥିଲା। ଅପରପକ୍ଷରେ ଗଞ୍ଜାମ ଜିଲାକୁ...

ଦିଗପହଣ୍ଡି ଗ୍ରାମାଞ୍ଚଳରେ ଯୁବ ସଙ୍ଗଠନ ପକ୍ଷରୁ ଜନସଚେତନତା

ଦିଗପହଣ୍ଡି,୨୫।୩(ଡି.ଏନ୍‌.ଏ.): କରୋନା (କୋଭିଡ-୧୯)ର ମୂକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରୀ...

ପାଖେଇ ଆସୁଛି ଚୈତ୍ରଯାତ୍ରା: ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ତାରାତାରିଣୀଙ୍କ ଉନ୍ନୟନ କାର୍ଯ୍ୟ

ପୁରୁଷୋତ୍ତମପୁର,୨୯।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଚୈତ୍ରଯାତ୍ରା ପାଖେଇ ଆସୁଛି। ଏ ନେଇ ମନ୍ଦିର ଉନ୍ନୟନ କାର୍ଯ୍ୟ ଲାଗି ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ...

ସାକ୍ଷୀଙ୍କୁ ଘାତକ ଆକ୍ରମଣ ମାମଲା: ପ୍ରତ୍ୟେକ୍ଷଦର୍ଶୀଙ୍କୁ ପଚାରିଲେ ଏଏସ୍‌ପି

ବ୍ରହ୍ମପୁର ଅଫିସ , ୪ା୬ – ସଦରଥାନା ଅନ୍ତର୍ଗତ ରୋହିଗାଁରେ ଗତମାସ ୯ ତାରିଖରେ ଏକ ହତ୍ୟା ମାମଲାର ସାକ୍ଷୀଥିବା ପୂର୍ଣ୍ଣ ଜେନାଙ୍କୁ ସଂଘବଦ୍ଧ ଆକ୍ରମଣ...

Coronavirus Update


Archives

Model This Week

Why Dharitri