ଜନ୍ମବେଦିରେ ପହଞ୍ଚିଲେ ଶ୍ରୀଜୀଉ

ଖୋର୍ଦ୍ଧା ଅଫିସ,୫।୭: ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ, ମକୁନ୍ଦପ୍ରସାଦ, ଉଇଲକିଶନନଗର ଓ ଦଧିମାଛଗାଡିଆଠାରେ ରଥଯାତ୍ରା ଅନୁରୂପ ଭାବେ ଅନୁଷ୍ଠିତ ହୋଇଯାଇଛି। ଗୁରୁଜଙ୍ଗର ବିଶ୍ୱନାଥ ମନ୍ଦିରରୁ ଏକକ ଜଗନ୍ନାଥ ରଥାରୂଢ ହୋଇ ଟାଙ୍ଗିସାହିସ୍ଥିତ ମାଉସୀ ମା’ ମନ୍ଦିରକୁ ଯାଇଥିଲେ। ଧର୍ମ ପ୍ରକାଶ ମହାନ୍ତି ଛେରା ପହଁରା କରିଥିଲେ। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟର ରୋଭର ରେଞ୍ଜର ଓ ମକୁନ୍ଦପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ଦଧିବାମନ ମନ୍ଦିରରୁ ଏକକ ଜଗନ୍ନାଥ ରଥାରୂଢ ହୋଇ ମେଳଣ ପଡିଆ ନିକଟସ୍ଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚତ୍ଛନ୍ତି। ହୁଲାସ ସାମନ୍ତରାୟ ଏଠାରେ ଛେରାପହଁରା କରିଥିଲେ। ରଥଯାତ୍ରା କମିଟିର ଆବାହକ ଅଧ୍ୟାପକ ଗୋପାଳକୃଷ୍ଣ ଦାସ ଏହାର ପରିଚାଳନା କରିଥିଲେ। ଦଧିମାଛଗାଡିଆରେ ଏକକ ଜଗନ୍ନାଥଙ୍କୁ ଭକ୍ତମାନେ ସନ୍ଧ୍ୟା ସୁନ୍ଧା ମହାବୀର ମନ୍ଦିର ନିକଟସ୍ଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚାଇଥିଲେ। ଏଠାରେ ମାନସ ପଟ୍ଟନାୟକ ଛେରା ପହଁରା କରିଥିଲେ। ଉଲକିଶନନଗରର ମଠାଧୀଶ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଠାକୁର ରଥାରୂଢ ହୋଇ ଅଁଳେଇ ମନ୍ଦିରସ୍ଥିତ ମାଉସୀ ମା’ ମନ୍ଦିରରେ ସନ୍ଧ୍ୟା ସୁଦ୍ଧା ପହଞ୍ଚତ୍ ଯାଇଛନ୍ତି। ସୁଦର୍ଶନ ବଳିଆଳସିଂ ଛେରାପହଁରା କରିଥିଲେ। ଓଳସିଂହରେ ପତିତପାବନ ଦେବଙ୍କ ପୀଠରେ ବ୍ରହ୍ମାନନ୍ଦ ମହାନ୍ତ, ଛଣଗିରିରେ ପତିତପାବନଦେବଙ୍କ ପୀଠରେ ଅଜୟ କୁମାର ମହାନ୍ତି ଓ କୁମାରବସ୍ତ ବରାଳସାହି ପତିତପାବନ ଦେବଙ୍କ ପୀଠରେ ଦିବ୍ୟସିଂହ ବରାଡ ଛେରା ପହଁରା କରିଥିଲେ। ବାଣପୁର ସହରାଞ୍ଚଳର ପଲଟନ ପଡିଆସ୍ଥିତ ବଡହନ୍ତୁଆଡର ଚରଣ ଚକାଦେବଙ୍କ ରଥଯାତ୍ରା ସହ ସାନ ହନ୍ତୁଆଡ ରଙ୍କନାଥ ଦେବଙ୍କର ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ଜଟଣୀ,(ଡି.ଏନ.ଏ.): ଜଟଣୀର ବିଭିନ୍ନ ସ୍ଥାନରେ ଗୁରୁବାର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କୁଦିଆରୀ ଗ୍ରାମରେ ଶତାଧିକ ଭକ୍ତ ଶ୍ରୀଜୀଉଙ୍କ ରଥ ଟାଣିଥିଲେ। ସେହିପରି ବାଛରାପାଟଣା, କୁଶମାଟି ଆଦି ସ୍ଥାନରେ ଆନନ୍ଦଉଲ୍ଲାସ ସହିତ ରଥଟଣା ଅନୁଷ୍ଠିତ ହୋଇଥିଲା।
ବୋଲଗଡ,(ଡି.ଏନ.ଏ.) : ବୋଲଗଡ ତୃତୀୟାଦେବଙ୍କ ପୀଠରେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରଣପୁର ମଠ ମହନ୍ତ ପର୍ଶୁରାମ ଦାସ ଛେରାପହଁରା କରିଥିଲେ। ଗୋଟିଏ ରଥରେ ତିନିଠାକୁର ମାଉସୀ ମା’ ମନ୍ଦିର ନନ୍ଦିଘୋଷ ଭବନରେ ପହଞ୍ଚତ୍ବା ପରେ ନୀଳାଦ୍ରିବିଜେ ହୋଇଛନ୍ତି। ସେହିଭଳି ରାଜସୁନାଖଳା, ସାଗର ଗାଁ , ବେଣାଗାଡିଆ, ଚମ୍ପାଇଲୋ ଓ ସାନକୁମାରୀରେ ଅନୁରୂପ ଭାବେ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି।
କୃଷ୍ଣପ୍ରସାଦ,(ଡି.ଏନ୍‌.ଏ.): ରଥଯାତ୍ରା ଅବସରରେ ଗୁରୁବାର ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ଶିଆଳଗାଁରେ ଏକ ନିଆରା ଢଙ୍ଗରେ ପିଲା ରଥଯାତ୍ରା ଆୟୋଜିତ ହେଉଛି। ଉଲ୍ଲେଖଯୋଗ୍ୟ, ୨୨ ବର୍ଷ ପୂର୍ବେ ଅନିରୁଦ୍ଧ ପଣ୍ଡା ନାମକ ଶ୍ରଦ୍ଧାଳୁ ପିଲାଟିଏ ନଡିଆ ଖଡ଼ିିକାରେ ରଥ ଓ ନଡ଼ିଆରେ ଅଙ୍କିତ ୩ ମୂର୍ତ୍ତି ସ୍ଥାପନ କରି ଗାଁ ଦାଣ୍ଡରେ ଟାଣିଥିଲେ। ପିଲା, ମହିଳାମାନେ ଏହା ଟାଣିଥିଲେ। ନଗେନ୍ଦ୍ର ଜଗଦେବ ନାୟକ ଛେରାପହଁରା କରିଥିଲେ। ସେହିଭଳି ପାରିକୁଦଗଡ଼ରେ ପାରିକୁଦ ରାଜ ପୁରୋହିତ, ତିତିପ ଗାଁରେ ଭଗବାନ ପଣ୍ଡା ଛେରାପହଁରା କରିଥିଲେ। ଗୁରୁବାଈ, ଗୋରାପୁର, ମାଲୁଦର ଦଧିବାମନ ଦେବ, ବଜ୍ରକୋଟସ୍ଥିତ ଜଗନ୍ନାଥ ମନ୍ଦିରରେ ମଧ୍ୟ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା।
ଟାଙ୍ଗୀ(ଖୋର୍ଦ୍ଧା),(ଡି.ଏନ୍‌.ଏ.)-ଚିଲିକା ଉପକୂଳସ୍ଥିତ ଭୁଷଣ୍ଡପୁର ଓ କୁହୁଡ଼ିଠାରେ ଅନୁଷ୍ଠିତ ରଥଯାତ୍ରାରେ ଛେରାପହଁରା କାର୍ଯ୍ୟ ସମ୍ପାଦନ କରିଥିଲେ ପାରିକୁଦ ରାଜା ସନ୍ତୋଷ ସିଂହ ମର୍ଦ୍ଦରାଜ ଭ୍ରମରବର ରାୟବାହାଦୁର। ରଥଯାତ୍ରା କମିଟି ତରଫରୁ ରାଜାଙ୍କୁ ବାଲିପାଟପୁର ପଞ୍ଚାୟତ କାର୍ଯ୍ୟାଳୟଠାରୁ ରାଜାଙ୍କୁ ପାଛୋଟି ନିଆଯାଇଥିଲା  ଡିଏସ୍‌ପି ସତୀଶ ପାଢ଼ୀ, ଟାଙ୍ଗୀ ଥାନାଧିକାରୀ ସରୋଜ କୁମାର ଉପାଧ୍ୟାୟ ଓ ଭୁଷଣ୍ଡପୁର ଫାଣ୍ଡି ଅଧିକାରୀ ହରିବନ୍ଧୁ ଦାସଙ୍କ ନେତୃତ୍ୱରେ ୧ ପ୍ଲାଟୁନ ଫୋର୍ସ ପୋଲିସ ନିୟୋଜିତ ହୋଇଥିଲେ। ଶ୍ରୀଗୁଣ୍ଡିଚାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତି ସନ୍ଧ୍ୟାରେ ଦୋଳପଡିଆଠାରେ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ବାଘେଇ ମନ୍ଦିରଠାରୁ ହାଟନୂଆସାହି ମନ୍ଦିର ପର୍ଯ୍ୟନ୍ତ ରଥଟଣା କାର୍ଯ୍ୟକ୍ରମରେ ବାଘନାଚ, ଘୋଡାନାଚ, ଡିଜେ, କରତାଳ, ଘଣ୍ଟଘଣ୍ଟି, କାହାଳି ଓ ମୁଦଙ୍ଗ ବାଜି ଉଠିଥିଲା। ଚଣ୍ଡେଶ୍ୱର, ସୋରଣ, ରତନପୁର, ହାଟବରଡିହ ଆଦି ଅଞ୍ଚଳର ଶ୍ରଦ୍ଧାଳୁମାନେ ରଥ ଟାଣିଥିଲେ। ଏହି କାର୍ଯ୍ୟକ୍ରମରେ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ଜେନା, କୁହୁଡ଼ି ସରପଞ୍ଚ ବିପିନ ଉଦୟସିଂହ, ଡାକ୍ତର ଟୁନି ମହାରଣା ଓ ପ୍ରାକ୍ତନ ସରପଞ୍ଚ ପବିତ୍ର ହରିଚନ୍ଦନ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ଟାଙ୍ଗୀଠାରେ ଅନୁଷ୍ଠିତ ରଥଯାତ୍ରାରେ ପ୍ରଶାସନିକ ଅଧିକାରୀ ଭାରତ ଭୂଷଣ ଜଗଦେବ ଛେରାପହଁରା କରିଥିଲେ। ଭକ୍ତମାନେ ଦୋଳପଡିଆଠାରୁ ପ୍ରାୟ ଦେଢ କିମି ଦୂର ବଳରାମଦେବ ମନ୍ଦିର ପର୍ଯ୍ୟନ୍ତ ରଥକୁ ଟାଣି ଟାଣି ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମେ’ ୩ରୁ ମାଟ୍ରିକ, ୧୫ରୁ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର,୨।୧(ବ୍ୟୁରୋ) : କୋଭିଡ୍‌ କଟକଣା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବା ବେଳେ ଚଳିତମାସ ୮ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ।...

ଲଘୁଚାପ: ତୁହାକୁ ତୁହା ବର୍ଷା

ଭୁବନେଶ୍ୱର,୯ା୮(ବ୍ୟୁରୋ):ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅବପାତ(ଡିପ୍ରେଶନ)ରେ ପରିଣତ ହେବ। ଏଥିସହିତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ...

ହସ୍ପିଟାଲ ଆଇସୋଲେଶନରେ ୨୩, ଦୁଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର

ଭୁବନେଶ୍ୱର, ୨୨।୩(ବ୍ୟୁରୋ): ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭୦ଜଣଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ସେଥିମଧ୍ୟରୁ ୬୯ଟି ରିପୋର୍ଟ ଆସିଥିବାବେଳେ ଗୋଟିଏ ରିପୋର୍ଟ ଆସିନାହିଁ। ଆସିଥିବା ରିପୋର୍ଟ...

ଜୁନ୍‌ ୩୦ ଯାଏ ଚାଲିବ ରବି ଧାନ କିଣା

ଭୁବନେଶ୍ୱର,୯।୬(ବ୍ୟୁରୋ): ବର୍ତ୍ତମାନ ରାଜ୍ୟର ୧୭ ଜିଲାରେ ରବି ଧାନ ସଂଗ୍ରହ ଚାଲିଛି। ୮ଜୁନ୍‌ ପର୍ଯ୍ୟନ୍ତ ୧୦ ଲକ୍ଷ ୯୧ ହଜାର ମେଟ୍ରିକ୍‌ ଟନ୍‌ ଧାନ କିଣା...

ବଢ଼ୁଛି ଦୈନିକ ସଂକ୍ରମଣ: ଦିନକରେ ୧୧୦୮୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୮।୧(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସଂକ୍ରମଣ ହୁ ହୁ ହୋଇ ବଢ଼ୁଛି। ମଙ୍ଗଳବାର ରାଜ୍ୟରେ ୧୧୦୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ...

ରାଜଧାନୀରେ ସ୍ଥାପନ ହେଲା ୪ଇଭି ଚାର୍ଜିଂ ପଏଣ୍ଟ

ଭୁବନେଶ୍ୱର, ୨।୩(ବ୍ୟୁରୋ): ସ୍ମାର୍ଟ ସିଟି ଭୁବନେଶ୍ୱରରେ ବୈଦ୍ୟୁତିକ ଯାନ (ଇଭି) ଚାର୍ଜିଂ ପଏଣ୍ଟ ସ୍ଥାପନ ହୋଇଛି। ପ୍ରଥମ ପର୍ଯ୍ୟାୟରେ ୭ଟି ଇଭି ଚାର୍ଜିଂ ପଏଣ୍ଟ ସ୍ଥାପନ...

ଆଜି ରାଜ୍ୟରେ ଆଖି ବୁଜିଲେ ଆଉ ୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୨।୪(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା କାୟା ବିସ୍ତାର କରିଚାଲିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ଆଜି...

ରାଜଧାନୀରେ ଯୁବକଙ୍କ ଉନ୍ମତ୍ତକାଣ୍ଡ: ସ୍କୁଟି ଆଗକୁ ଡେଇଁ ମାଡ଼ ମାରିଲେ, ତଣ୍ଟି ଚିପିଦେଲେ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ରାଜଧାନୀରେ ସୋମବାର ଜଣେ ଯୁବକଙ୍କ ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। ଯୁବକ ଜଣକ ରାସ୍ତାରେ ଲୋକଙ୍କୁ ଆକ୍ରମଣ କରିବା ସହ ପୋଲିସ ଶିବିରକୁ ମଧ୍ୟ ଭଙ୍ଗାରୁଜା...

Advertisement
Archives

Model This Week