Posted inଜାତୀୟ

‘ଜନତା କର୍ଫ୍ୟୁ’: ବାତିଲ ହେଲା ୩ହଜାର ୭ଶହ ଟ୍ରେନ୍‌

ନୂଆଦିଲ୍ଲୀ,୨୧।୩: କୋଭିଡ-୧୯ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି। ଏହାକୁ ନେଇ ଏବେ ସାରା ବିଶ୍ୱ ଏକ ପ୍ରକାର ସ୍ଥାଣୁ ପାଲଟି ଯାଇଛି କହିଲେ ଚଳେ। ଭାରତରେ କରୋନାର ପ୍ରଭାବକୁ ଦେଖି ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୨ ତାରିଖ ଅର୍ଥାତ୍‌ ରବିବାରକୁ ‘ଜନତା କର୍ଫ୍ୟୁ’ ଘୋଷଣା କରିଛନ୍ତି। ଏହି ସମୟରେ ଲୋକେ ନିଜ ଇଚ୍ଛାରେ ଘରେ ରହିବାକୁ ଅନୁରୋଧ କରାଯାଇଛି। ଜରୁରୀ ନ ଥିଲେ କେହି ଘରୁ ବାହାରକୁ ଆସନ୍ତୁ ନାହିଁ ବୋଲି କୁହାଯାଇଛି। ଏହାକୁ ଦେଖି ରେଲଓ୍ବେ ପକ୍ଷରୁ ପ୍ରାୟ ୩ ହଜାର ୭ ଶହ ଟ୍ରେନ୍‌ ଚଳାଚଳକୁ ବାତିଲ କରାଯାଇଥିବା ଜଣାପଡିଛି। ସମସ୍ତ ପାସେଞ୍ଜର ଓ ଏକ୍ସପ୍ରେସ୍‌ ଟ୍ରେନକୁ ବାତିଲ କରାଯାଇଛି। ସେପଟେ ପୂର୍ବରୁ ଛାଡି ସାରିଥିବା ଟ୍ରେନକୁ ତା’ର ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାକୁ ଅନୁମତି ପ୍ରଦାନ କରାଯିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶଙ୍କ ସହ ପୁଣି ହାତ ମିଳାଇବେ ତେଜସ୍ୱୀ!

ପାଟନା,୨୩ ।୮: ବିହାର ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ବିରୋଧି ଦଳ ନେତା ତେଜସ୍ୱୀ ଯାଦବଙ୍କୁ ଆଜିକାଲି ଏକାଠି ଦେଖିବାକୁ ମିଳୁଛି । ରବିବାର...

ମାଡ଼ି ଆସୁଛି ନୂଆ ବିପଦ, ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ୍‌ ଭାକ୍ସିନ୍‌କୁ ପ୍ରଭାବହୀନ କରିବା ଆଶଙ୍କା…

ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଡେଲ୍ଟା ଭାରିଆଣ୍ଟ୍‌ ଯୋଗୁ ଦେଶରେ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା...

ଏକ୍‌ଜିଟ୍‌ ପୋଲ ବାସ୍ତବିକ ପରିଣାମ ନୁହେଁ: ଉପରାଷ୍ଟ୍ରପତି

ନୂଆଦିଲ୍ଲୀ,୨୦।୫: ରବିବାର ପ୍ରକାଶ ପାଇଥିବା ଏକ୍‌ଜିଟ୍‌ ପୋଲ ବାସ୍ତବିକ ପରିଣାମ ନୁହେଁ ବୋଲି ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁ। ‘ଆମକୁ ବୁଝିବା ଦରକାର ଯେ, ଏକ୍‌ଜିଟ୍‌ ପୋଲ...

ସିଏଏ ନେଇ ଯୋଗୀ ସରକାରଙ୍କ କଡ଼ା ଆଇନ: ସର୍ବସାଧାରଣ ସମ୍ପତ୍ତି ନଷ୍ଟ କଲେ ଜବତ ହେବ ନିଜ ସମ୍ପତ୍ତି

ଲକ୍ଷ୍ନୌ,୧୯।୧୨: ସିଏଏକୁ ବିରୋଧ କରୁଥିବା ପ୍ରଦର୍ଶନକାରୀଙ୍କ ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର କଡ଼ା ଆଇନ କରିଛନ୍ତି। ଏଣିକି ସର୍ବସାଧାରଣ ସମ୍ପତ୍ତି ନଷ୍ଟ କରୁଥିବା...

ସ୍ବାମୀଙ୍କ ଅନ୍ତିମ ସଂସ୍କାର କରାଇ ଦେଲେ ନାହିଁ ସ୍ତ୍ରୀ, ଚିତାରୁ ମୃତଦେହ ଉଠାଇ ନେଲା ପୋଲିସ

ମୁରାଦାବାଦ୍‌,୧୩।୧: ଉତ୍ତର ପ୍ରଦେଶର ମୁରାଦାବାଦ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତକଙ୍କ ସ୍ତ୍ରୀ ଅଭିଯୋଗ ଆଣିଛନ୍ତି ଯେ,...

ଦୈନିକ ମୃତ୍ୟୁ ସଂଖ୍ୟା ୩ ଶହ ତଳେ…

ନୂଆଦିଲ୍ଲୀ,୬।୯: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ପରେ ଏବେ ତୃତୀୟ ଲହର ଆଶଙ୍କା ଦେଖାଦେଇଛି। ଫଳରେ ଲୋକେ ଆତଙ୍କିତ ହେବାରେ ଲାଗିଛନ୍ତି। ଦୈନିକ...

ଭୁଶୁଡିଲା କୋଠା:୨ ମୃତ, ଅନେକ ଆହତ

ଅହମ୍ମଦାବାଦ୍‌,୨୦।୧୦: ଗୁଜରାଟର ଭଦୋଦରାରେ ଏକ ନିର୍ମାଣାଧୀନ କୋଠା ଭୁଶୁଡି ପଡିଛି। ଫଳରେ ୨ ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଦମକଳବାହିନୀ...

ରାହୁଲ, ମମତାଙ୍କୁ ଶାହାଙ୍କ ଚାଲେଞ୍ଜ: କେମିତି ନାଗରିକତ୍ୱ ଯିବ ପ୍ରମାଣ ଦିଅ

ଜବଲପୁର,୧୩ା୧(ପି.ଟି.): ସିଏଏ କାର୍ଯ୍ୟକାରୀ ହେବାର ଦୁଇଦିନ ପରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା କଂଗ୍ରେସ ଓ ଟିଏମ୍‌ସି ଉପରେ ବର୍ଷିଛନ୍ତି। ଅଯଥାରେ ଏହି ଦୁଇଦଳ ଲୋକଙ୍କୁ ବିଭ୍ରାନ୍ତ...

Advertisement


Archives

Model This Week