Advertisement

ଜନତା କର୍ଫ୍ୟୁ ପୂର୍ବରୁ ଦେଶବାସୀଙ୍କୁ ମୋଦିଙ୍କ ଆହ୍ବାନ: ସତର୍କ ହୁଅ, ଭୟ କରନି

ନୂଆଦିଲ୍ଲୀ,୨୨।୩: ଜନତା କର୍ଫ୍ୟୁ ପାଳନର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ପୁଣିଥରେ ଦେଶବାସୀଙ୍କ ସହଯୋଗ ଲୋଡ଼ିଛନ୍ତି। କରୋନା ସଂକ୍ରମଣ ରୋକିବା ଦିଗରେ ସତର୍କ ରୁହନ୍ତୁ କିନ୍ତୁ ଭୟଭୀତ ହୁଅନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲୋକମାନଙ୍କୁ ଘରେ ରହିବା ଲାଗି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଏହି ଅବସରରେ ସେ ନାଟଓ୍ବେଷ୍ଟ ଟ୍ରଫି ଫାଇନାଲର ଉଦାହରଣ ଦେଇଛନ୍ତି। ଏହି ମ୍ୟାଚ୍‌ରେ ଯୁବରାଜ ସିଂ ଏବଂ ମହମ୍ମଦ କେଫ୍‌ଙ୍କ ଯୋଡ଼ି ଭଳି ଉଦ୍ୟମ ଦ୍ୱାରା କରୋନା ବିରୋଧରେ ଆମେ ଲଢ଼ିପାରିବା ବୋଲି ମୋଦି କହିଛନ୍ତି।
କରୋନା ସଂକ୍ରମଣ ବିରୋଧରେ ପ୍ରଧାନମନ୍ତ୍ରୀଙ୍କ ଜନତା କର୍ଫ୍ୟୁ ଡାକରାକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି। ଅଧିକାଂଶ ରାଜ୍ୟ ଏହାକୁ ସମର୍ଥନ କରି ରବିବାର ବିଭିନ୍ନ ପରିବହନ ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। କ୍ରିକେଟ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ଜନତା କର୍ଫ୍ୟୁକୁ ସମର୍ଥନ ଜଣାଇଛନ୍ତି। କରୋନା ଭୂତାଣୁକୁ ପ୍ରଭାବଶାଳୀ ଢଙ୍ଗରେ ମୁକାବିଲା କରିବାକୁ ହେଲେ ରବିବାର ଘରେ ରହିବା ଲାଗି ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ଆକ୍ରାନ୍ତଙ୍କ ଶରୀରରୁ ଏହି ଭୂତାଣୁ ଅନ୍ୟ ଦେହକୁ ବ୍ୟାପୁଥିବାରୁ ସାମାଜିକ ଦୂରତ୍ୱ ରକ୍ଷା କରିବା ଲାଗି ସେ ପରାମର୍ଶ ଦେଇଛନ୍ତି। ଏହାଦ୍ୱାରା ନିଜର ଓ ଅନ୍ୟମାନଙ୍କର ଯତ୍ନ ନିଆଯାଇପାରିବ। ସ୍ବାସ୍ଥ୍ୟ ବିଶେଷଜ୍ଞ ଓ ବିଶ୍ୱ ସଂଗଠନର ପରାମର୍ଶକୁ ପାଳନ କରିବା ଲାଗି ଉପରାଷ୍ଟ୍ରପତି କହିଛନ୍ତି। କରୋନା ମହାମାରୀ ବିରୋଧରେ ମିଳିତ ଲଢ଼େଇ ପାଇଁ ସେ ସମସ୍ତ ରାଜନୈତିକ ଦଳ, ସିଭିଲ ସୋସାଇଟି ସଂଗଠନ ଆଦିଙ୍କୁ ଅନୁରୋଧ କରିଛନ୍ତି। କରୋନା ମୁକାବିଲା ଓ ସଚେତନତା ସୃଷ୍ଟି ଦିଗରେ ଜନତା କର୍ଫ୍ୟୁ ଭଲ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି।

ରାଜ୍ୟ ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ରର ପତ୍ର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନକ୍ରମେ ରବିବାର ଜନତା କର୍ଫ୍ୟୁ ଯେପରି ଉପଯୁକ୍ତ ଭାବେ ପାଳନ ହେବ ତାହା ସୁନିଶ୍ଚିତ କରିବା ଲାଗି ସ୍ବରାଷ୍ଟ୍ର ସଚିବ ଅଜୟ ଭାଲ୍ଲା ଶନିବାର ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ କହିଛନ୍ତି। ଏଥିସହିତ କରୋନା ରୋଗ ବିରୋଧରେ ସଂଘର୍ଷ କରୁଥିବା ଲୋକମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ରବିବାର ସନ୍ଧ୍ୟାରେ ଅଗ୍ନିଶମ, ପୋଲିସ ଓ ସ୍ଥାନୀୟ ସୁରକ୍ଷା ବଳର ଗାଡ଼ିଗୁଡ଼ିକ ସାଇରନ ଓ ଘଣ୍ଟି ବଜାଇବାକୁ କୁହାଯାଇଛି। ରବିବାର ସକାଳ ୭ରୁ ରାତି ୯ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ଘରେ ରହିବାକୁ କୁହାଯାଇଛି। ଜରୁରୀ ସେବା ସହ ସମ୍ପୃକ୍ତ ବ୍ୟକ୍ତି ବାହାରକୁ ଯାଇପାରିବେ ବୋଲି ଭାଲ୍ଲା ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଗ୍ରବାଦ, ଆତଙ୍କବାଦ ଇସଲାମ ଧର୍ମ ବିରୋଧୀ: ଅଜିତ ଡୋଭାଲ

ନୂଆଦିଲ୍ଲୀ,୨୯।୧୧: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସୀମା ପାର ଆତଙ୍କବାଦ ଏବଂ ଆଇଏସଆଇଏସ ଦ୍ୱାରା ପ୍ରେରିତ ଆତଙ୍କବାଦକୁ ମାନବିକତା ବିରୋଧରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ୍‌...

ଶ୍ରୀଶ୍ରୀ ଦାଦାଙ୍କ ଅସ୍ଥି ବିସର୍ଜନ

ହରିଦ୍ୱାର,୨୧।୫: ହରିଦ୍ବାରଠାରେ ସତ୍‌ସଙ୍ଗର ପୂର୍ବତନ ଆଚାର୍ଯ୍ୟଦେବ ଶ୍ରୀଶ୍ରୀ ଦାଦା (ଶ୍ରୀଶ୍ରୀ ଅଶୋକ ଚକ୍ରବର୍ତ୍ତୀ)ଙ୍କ ପବିତ୍ର ଅସ୍ଥି ଓ ଚିତାଭସ୍ମ ବିସର୍ଜନ କରାଯାଇଛି। ତାଙ୍କର କନିଷ୍ଠାତ୍ମଜ ପୂଜନୀୟ...

କମଳା ନେହେରୁ ହସ୍ପିଟାଲରେ ଲାଗିଲା ନିଆଁ: ୪ ଶିଶୁ ମୃତ, ୩୬ ସୁରକ୍ଷିତ

ଭୋପାଳ,୯ ।୧୧: ମଧ୍ୟପ୍ରଦେଶ ଭୋପାଳର ହମିଦିୟା ହସ୍ପିଟାଲ କ୍ୟାମ୍ପସରେ ଥିବା କମଳା ନେହେରୁ ହସ୍ପିଟାଲରେ ସୋମବାର ରାତିରେ ନିଆଁ ଲାଗି ଯାଇଛି । ଏହା ବିଲଡିଂର...

ରାଜ୍ୟକୁ ୫୨ କୋଟିରୁ ଅଧିକ ଡୋଜ ଭ୍ୟାକ୍ସିନ ଯୋଗାଇ ଦେଲାଣି କେନ୍ଦ୍ର

ନୂଆଦିଲ୍ଲୀ,୮ ।୮: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି କି ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୫୨.୩୭ କୋଟିରୁ ଅଧିକ...

୬୦ ଯୁବକ ନିଖୋଜ ନେଇ କଶ୍ମୀର ଜୋନ୍‌ ପୋଲିସର ଉତ୍ତର, ଗୁଜବ ବୋଲି କହିଲେ ଆଇଜି…

ଶ୍ରୀନଗର,୧।୯: ଜମ୍ମୁ-କଶ୍ମୀର ୬୦ ଯୁବକ ନିଖୋଜ ହୋଇଥିବା ନେଇ କିଛି ଖବର ପ୍ରକାଶ ପାଇବା ପରେ କଶ୍ମୀର ଜୋନ୍‌ ପୋଲିସ ପକ୍ଷରୁ ଏନେଇ ବିବୃତ୍ତି ଜାରି...

ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ ଲଗାଇଲେ ଛାତ୍ର

ଇମ୍ଫାଲ୍‌,୨୭।୪: ମଣିପୁରରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ୬ ଜଣ ଛାତ୍ର ସ୍ଥାନୀୟ କାଥଲିକ୍‌ ସ୍କୁଲର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନରେ ଉତ୍‌କ୍ଷୀପ୍ତ ହୋଇ ସ୍କୁଲରେ ନିଆଁ...

ଛାତ୍ରୀଛାତ୍ରଙ୍କୁ ଅଷ୍ଟ୍ରେଲିଆ ମନା

ନୂଆଦିଲ୍ଲୀ,୧।୧୦: ଧିରେଧିରେ କୋଭିଶିଲ୍ଡକୁ ଅନେକ ଦେଶ ମାନ୍ୟତା ଦେଉଛନ୍ତି। ଏବେ ଅଷ୍ଟ୍ରେଲିଆ ମଧ୍ୟ କୋଭିଶିଲ୍ଡକୁ ଦେଇଛି ସବୁଜ ସଙ୍କେତ। ଶୁକ୍ରବାର ଅଷ୍ଟ୍ରେଲିଆ ସେରମ୍‌ ଇନଷ୍ଟିଚ୍ୟୁଟ୍‌ ଦ୍ୱାରା...

ଉପଗ୍ରହ ଇଓଏସ୍‌-୦୧ ଉତ୍‌କ୍ଷେପଣ ପାଇଁ କାଉଣ୍ଟଡାଉନ୍‌ ଆରମ୍ଭ

ହାଇଦ୍ରାବାଦ୍‌,୭।୧୧: ଇସ୍ରୋ ପକ୍ଷରୁ ଇଓଏସ୍‌-୦୧ ଉପଗ୍ରହକୁ ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ୍‌ ସେଣ୍ଟରରୁ ମହାକାଶକୁ ଶନିବାର ଅପରାହ୍ନ ୩ଟା ୨ରେ ପ୍ରେରଣ କରାଯିବ। ଏନେଇ କାଉଣ୍ଟଡାଉନ...

Advertisement
Archives

Model This Week