ଜଜାଙ୍ଗ ଖଣିରେ ବିଦ୍ରୋହସହସ୍ରାଧିକ ଶ୍ରମିକ ବନ୍ଦ କଲେ ଖଣିବ୍ୟାପକ ପୋଲିସଫୋର୍ସ ମୁତୟନ

ଯୋଡ଼ା, ୨୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ଖଣିରେ ବର୍ଦ୍ଧିତ ଦରମା ପ୍ରଦାନ ଦାବୀରେ ସୋମବାର ସହସ୍ରାଧିକ ଶ୍ରମିକ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଉକ୍ତ ଖଣିରେ କାର୍ଯ୍ୟ କରୁଥିବା ଶ୍ରମିକ ବିଦ୍ୟାଧର ପାତ୍ର, ରତ୍ନାକର ହଂସ, ଗଣେଶ ପାତ୍ର ପ୍ରମୁଖ ଅଭିଯୋଗରେ କହିଛନ୍ତି ଯେ, ଖଣି କମ୍ପାନୀ, ଆସିଷ୍ଟାଣ୍ଟ ଲେବର କମିଶନର ଓ ଖଣିର ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ମଧ୍ୟରେ ଏକ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିଲା। ଚୁକ୍ତି ଅନୁଯାୟୀ ପ୍ରତି ୪ବର୍ଷରେ ବାର୍ଷିକ ବର୍ଦ୍ଧିତ ଦରମା ଶ୍ରମିକ ମାନଙ୍କୁ ଦିଆଯିବା ପାଇଁ ସ୍ଥିର ହୋଇଥିଲା।
ଏହି କମ୍ପାନୀ ୨୦୧୨ ମସିହାରେ ଏହି ବର୍ଦ୍ଧିତ ଦରମା ମଧ୍ୟ ଶ୍ରମିକମାନଙ୍କୁ ଦେଇସାରିଛି। ତେବେ ଆଜିକୁ ୪ବର୍ଷ ବିତିଯାଇଥିଲେ ହେଁ କମ୍ପାନୀ ଏହି ବର୍ଦ୍ଧିତ ଦରମା ପ୍ରଦାନ କରୁ ନାହିଁ। ଏ ନେଇ ଶ୍ରମିକମାନେ କମ୍ପାନୀ ଓ ଶ୍ରମିକ ସଙ୍ଗଠନର ଦୃଷ୍ଟି ଆକର୍ଷଣ କରିବାରୁ ଚଳିତ ନିର୍ବାଚନ ପରେ ଏହା ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦିଆଯାଇଥିଲା। ନିର୍ବାଚନ ଶେଷ ହୋଇଯାଇଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ ଏହାର କୌଣସି ସମାଧାନ ନ କରିବାରୁ ବାଧ୍ୟ ହୋଇ ଖଣିରେ କାର୍ଯ୍ୟ କରୁଥିବା ପ୍ରାୟ ୧୮ଶହରୁ ଊର୍ଦ୍ଧ୍ୱ ଶ୍ରମିକ ରବିବାର ପୂର୍ବାହ୍ନ ୧୧ଟାରୁ କାର୍ଯ୍ୟବନ୍ଦ କରି ଖଣିର ଫାଟକ ସମ୍ମୁଖରେ ବସିରହିଥିଲେ। ଘଟଣାସ୍ଥଳରେ ଯୋଡ଼ା ଆଇଆଇସି ମନୋଜ ରାଉତ, ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ପୋଲିସ ଫୋର୍ସ ସହିତ ପହଞ୍ଚି ଆନ୍ଦୋଳନକାରୀ ଶ୍ରମିକଙ୍କ ସହିତ ଆଲୋଚନା କରିଥିଲେ। ତେବେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ସମ୍ପର୍କରେ ଲିଖିତଭାବେ ପୋଲିସକୁ କିମ୍ବା କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଜଣାଇ ନ ଥିବା ଆଇଆଇସି ମନୋଜ ରାଉତ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ରବିବାର ଠାରୁ ଏହି ଆନ୍ଦୋଳନ ହୋଇଥିଲେ ହେଁ କମ୍ପାନୀ କର୍ତ୍ତୃପକ୍ଷ କିଛି ଶୁଣୁ ନ ଥିବା ଶ୍ରମିକମାନେ ଅଭିଯୋଗ କରିଛନ୍ତି। ଏହାର ସମାଧାନ କରା ନ ଗଲେ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକମାନେ ଚେତାବନୀ ଦେଇଛନ୍ତି। ଶ୍ରମିକଙ୍କ ଦାବି ସମ୍ପର୍କରେ ଆଲୋଚନା କରି ଏହାର ସମାଧାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସ ପରିଚୟ ଦେଇ ଲୋକଙ୍କୁ ପିଟିଲେ: ୩ ଗିରଫ, କାର୍‌ ଜବତ

ରୂପ୍‌ସା, ୧୫।୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସରକାର ଦେଶବ୍ୟାପୀ ଲକଡାଉନ୍‌ ଘୋଷଣା କରିଛନ୍ତି। ଅସହାୟ, ନିରାଶ୍ରୟମାନଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଣ ହେଉଛି। ସହରଠାରୁ...

ପୋଖରୀକୁ ଭୁଶୁଡ଼ିଲା ଗାର୍ଡଓ୍ବାଲ

ବାସୁଦେବପୁର,୩୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଲବଗାସ୍ଥିତ ଝାଡ଼େଶ୍ୱର ମହାଦେବଙ୍କ ପୋଖରୀ ଗାର୍ଡଓ୍ବାଲ ଭୁଶୁଡ଼ି ପଡ଼ିଛି। ଏହି ପୋଖରୀରେ ଗତ କିଛିମାସ ତଳେ ନିର୍ମାଣ ହୋଇଥିବା ଗାର୍ଡଓ୍ବାଲ...

ନାବାଳିକାଙ୍କୁ ସିନ୍ଦୂର ପିନ୍ଧାଇ ୪ ଗିରଫ

କୁଳିଅଣା, ୨୩।୬ (ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ଚାନ୍ଦୁଆ ଥାନା ଅନ୍ତର୍ଗତ କେଉଟୁଣୀମାରି ପଞ୍ଚାୟତ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳ ପୂର୍ବକ ବିବାହ କରିବା ଲାଗି ତାଙ୍କ ମଥାରେ...

ଶିକ୍ଷକ ଅଭାବ ନେଇ ତାଲା ପକାଇଲେ ଗ୍ରାମବାସୀ: ବର୍ଷାରେ ଭିଜି ପ୍ରତିବାଦ କଲେ

ବାହାନଗା, ୨୫ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ଥିବା ୟୁଜିୟୁପି ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀ ଓ ପରିଚାଳନା କମିଟି ସଦସ୍ୟାସଦସ୍ୟମାନେ ଗୁରୁବାର...

ହାତୀ ଘଉଡ଼ାଇବା ବେଳେ ଦୁଇ ରାଜ୍ୟବାସୀ ମୁହାଁମୁହିଁ

ଜଳେଶ୍ୱର,୧୯।୨(ସ୍ବ.ପ୍ର.)-ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକର ସୀମାନ୍ତରେ ଦୀର୍ଘ ୧ମାସ ଧରି ୧୮ଟି ହାତୀ ରାଇବଣିଆ ଅଞ୍ଚଳରେ ବ୍ୟାପକ କ୍ଷତି କରିଆସୁଥିବାବେଳେ ସୋମବାର ବାଲେଶ୍ୱର ବନବିଭାଗର ୭ଟି...

ଉଚ୍ଛେଦକୁ ନେଇ ନୀଳଗିରି ବିଧାୟକ-ତହସିଲଦାର ମୁହାଁମୁହିଁ: ପ୍ରତିବାଦରେ ଅନଶନରେ ବସିଲେ ବିଧାୟକ

ସଜନାଗଡ଼, ୪।୧୦(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ନୀଳଗିରି ବିଧାୟକ ସୁକାନ୍ତ ନାୟକ ଓ ତହସିଲଦାର ସୁଶ୍ରୀତା ଟୁଡ଼ୁଙ୍କ ମଧ୍ୟରେ ଶୁକ୍ରବାର ମୁହାଁମୁହିଁ ହୋଇଛି। ତହସିଲ କଚେରି ପରିସରରେ...

୩ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଲେ ୨୪୫ ଶିକ୍ଷାକର୍ମୀ

ସିମୁଳିଆ,୧୯ା୧୧(ଡି.ଏନ୍‌.ଏ.): ଓଡ଼ିଶା ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଆହ୍ବାନରେ ଶନିବାର ସିମୁଳିଆର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ଦ୍ୱାରା ୩ ଦଫା ଦାବି ନେଇ ଶିକ୍ଷକ...

ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା: ଜେଲ ଗଲେ ଅଭିଯୁକ୍ତ

ରୂପ୍‌ସା, ୧୪।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ରୂପ୍‌ସା ଥାନା ଲଚ୍ଛମନଖୁଣ୍ଟା ଗ୍ରାମର ଅଭିଯୁକ୍ତ ମକରା ଦେହୁରୀଙ୍କୁ ଗୁରୁବାର କୋର୍ଟଚାଲାଣ କରାଯାଇଛି ା ଜଣେ ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ...

Advertisement
Archives

Model This Week