ଜି.ଉଦୟଗିରି,୬ା୯(ଡି.ଏନ.ଏ.)- ଜି.ଉଦୟଗିରି ଥାନା ପେଟାଗୁଡ଼ା ଜଙ୍ଗଲରୁ ମଙ୍ଗଳବାର ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ବିବାହ ପ୍ରଲୋଭନ ଦେଖାଇ ୨ବର୍ଷ ଶାରିରୀକ ସମ୍ପର୍କ ରଖିବା ପରେ ବିବାହ ପାଇଁ ମନା କରିବାରୁ ମହିଳା ଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ନଂ.୧୦୭/୧୯ ଦଫା ୩୭୬ (୨) (ଏନ୍)/୩୦୬ ଆଇପିସିରେ ମାମଲା ରୁଜୁକରି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପୋଲିସ ଗିରଫ ପରେ କୋର୍ଟ ଚାଲାଣ କରିଛି। ସେ ହେଲେ କୁମ୍ଭାରକୃପା ଗ୍ରାମର ବୁଦ୍ଧିସପ୍ତ ମହାନ୍ତି (୨୭)। ପୋଲିସ ସୂଚନା ଅନୁଯାୟୀ, ମହିଳା ଜଣଙ୍କ ୧୦ ବର୍ଷ ପୂର୍ବେ ରାଇକିଆରେ ବିବାହ କରିଥିଲେ। ସ୍ବାମୀଙ୍କ ସହ ମନୋମାଳିନ୍ୟ ଯୋଗୁ ପ୍ରାୟ ୩ବର୍ଷ ହେବ ୮ ବର୍ଷର ପୁଅ ଓ ୬ ବର୍ଷର ଝିଅଙ୍କୁ ଶାଶୁଘରେ ଛାଡି ବାପଘରେ ଆସି ରହୁଥିଲେ। ୨ବର୍ଷ ହେବ ଜି.ଉଦୟଗିରିରେ ଏକ ଗ୍ୟାରେଜରେ କାମ କରୁଥିବା ବୁଦ୍ଧିସପ୍ତଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ବୁଦ୍ଧିସପ୍ତ ତାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖି ଆସୁଥିଲେ। ଘଟଣାଦିନ ମହିଳାଙ୍କୁ ଫୋନ କରି ସେ ଡାକିଥିଲେ। ଗଣେଶ ପୂଜା ଥିବାରୁ ଉଭୟେ ବୁଲାବୁଲି କରିଥିଲେ। ଅପରାହ୍ନରେ ଖାଇବା ପ୍ୟାକେଟ ଆଣି ନାନ୍ଦା ନିକଟସ୍ଥ ପେଟାଗୁଡ଼ା ଜଙ୍ଗଲକୁ ଯାଇଥିଲେ। ସେଠାରେ ଖାଇବା ପରେ ପୁଣି ଶାରିରୀକ ସମ୍ପର୍କ ରଖିଥିଲେ। ମହିଳା ଜଣଙ୍କ ଯୁବକଙ୍କୁ ବିବାହ କରିବାକୁ କହିବାରୁ ସେ ମନା କରିଦେଇଥିଲେ। ବିବାହ ନ କଲେ ଆତ୍ମହତ୍ୟା କରିବି ବୋଲି ମହିଳା ଜଣକ ଧମକ ଦେଇଥିଲେ। କିନ୍ତୁ ବୁଦ୍ଧିସପ୍ତ ତାଙ୍କ କଥାକୁ ଗୁରୁତ୍ୱ ନଦେଇ ଜଙ୍ଗଲରେ ଶୋଇ ପଡିଥିଲେ। ପରେ ମହିଳା ଜଣକ ନିକଟରେ ଥିବା ଗଛରେ ଚୁନୀରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ। ବୁଦ୍ଧିସପ୍ତ ଶବ୍ଦ ଶୁଣି ଉଠି ପଡିଥିଲେ। ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ ବୋଲି ଜେରା ବେଳେ ଅଭିଯୁକ୍ତ ସୂଚନା ଦେଇଥିବା ଜି.ଉଦୟଗିରି ଏସ୍ଡିପିଓ ଜୟକୃଷ୍ଣ ବେହେରା ଓ ଆଇଆଇସି ଚିତ୍ତରଞ୍ଜନ ବେହେରା କହିଛନ୍ତି। ଘଟଣା ପରେ ସେ ଫେରାର ହୋଇଯାଇଥିଲେ। ତାଙ୍କ ମୋବାଇଲ ଫୋନ ଟ୍ରାକିଂ କରି ଗିରଫ କରିଥିଲା।
ଜଙ୍ଗଲରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣା: ପ୍ରତାରଣା ଯୋଗୁ ଆତ୍ମହତ୍ୟା, ଜଣେ ଗିରଫ
Posted inଆମ ଜିଲା ଖବର, କନ୍ଧମାଳ View All

ପହଣ୍ଡିବିଜେରେ ଆକର୍ଷଣ ଟାହିଆ
ରଥଯାତ୍ରାର ଅନ୍ୟତମ ଆକର୍ଷଣ ହେଲା ପହଣ୍ଡିବିଜେ। ପହଣ୍ଡିରେ ଦିଅଁ ଆସନ୍ତି ଝୁଲି ଝୁଲି। ବଡ ଠାକୁର ବଳଭଦ୍ର, ମହାପ୍ରଭୁଙ୍କ ଜଗନ୍ନାଥଙ୍କ ପହଣ୍ଡିବିଜେ ଦେଖିବା ପାଇଁ ଭକ୍ତ...

ଟ୍ରେନ୍ ଆଗକୁ ଡେଇଁ ଛାତ୍ରୀ ଆତ୍ମହତ୍ୟା ଘଟଣା: ନିରପେକ୍ଷ ତଦନ୍ତ ଦାବି
ଭଦ୍ରକ ଅଫିସ, ୭।୨-ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ଜଣେ କଲେଜ ଛାତ୍ରୀ ୧୯ ଦିନ ତଳେ ଭଦ୍ରକ ଷ୍ଟେଶନରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ।...

ମନେପଡ଼େ କଳାବେଠିଆଙ୍କ ସେବା
ପୁରୀ ଅଫିସ,୧୯।୪: ଶାସ୍ତ୍ରରେ ରହିଛି ରଥେ ତୁ ବାମନଂ ଦୃଷ୍ଟ୍ବା, ପୁନର୍ଜନ୍ମ ନ ବିଦ୍ୟତେ। ଅର୍ଥାତ୍ ରଥ ଉପରେ ମହାପ୍ରଭୁଙ୍କୁ ବାମନ ରୂପରେ ଦର୍ଶନ କଲେ...

ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ଉଦ୍ଯାପିତ ପଞ୍ଚୁପାଣ୍ଡବଙ୍କ ନାମରେ ଯଜ୍ଞକୁଣ୍ଡ
ଗଣିଆ,୩।୧୨(ଡି.ଏନ.ଏ.)-ନୟାଗଡ଼ ଜିଲା ଗଣିଆ ବ୍ଲକ ମା’ କଳାପାଟ ପୀଠ ପରିସରରେ ଗତ ୩ଦିନ ଧରି ଚାଲୁ ରହିଥିବା ମଣିଭଦ୍ରା ବିଶ୍ୱଶାନ୍ତି ମହାଯଜ୍ଞ ସୋମବାର ଓଢ଼ଣଷଷ୍ଠୀ ତିଥିରେ...

ଭୁବନେଶ୍ୱର ସ୍ଥାନାନ୍ତର ହେଲେ ଦୁଇ କରୋନା ସଂକ୍ରମିତ
ବଲାଙ୍ଗୀର ଅଫିସ, ୭ା୫- ବଲାଙ୍ଗୀର ଜିଲା ଲିଖିରିଆ ଗଁାର ଦୁଇଜଣ କରୋନା ସଂକ୍ରମିତ ଯୁବକଙ୍କୁ ଗୁରୁବାର ବଲାଙ୍ଗୀର କୋଭିଡ୍ ହସ୍ପିିଟାଲରୁ ଭୁବନେଶ୍ୱର କିମ୍ସ କୋଭିଡ୍ ହସ୍ପିଟାଲକୁ...

ଆଇଆଇଏମ୍ସିରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା:‘ସହଯୋଗ ମିଳିଲେ କମିବ ପ୍ରଦୂଷଣ’
ଢେଙ୍କାନାଳ ଅଫିସ, ୨୦ା୧୦ ଢେଙ୍କାନାଳସ୍ଥିତ ଆଇଆଇଏମ୍ସି ଏବଂ ଶିକାଗୋ ବିଶ୍ୱବିଦ୍ୟାଳୟ ଏନର୍ଜି ପଲିସି ଇନ୍ଷ୍ଟିଚ୍ୟୁଟ୍ର ମିଳିତ ସହଯୋଗରେ ଶୁକ୍ରବାର ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ...

୩୦୦ ପରିବାରକୁ ରାଶନ ସାମଗ୍ରୀ ବଣ୍ଟନ
ପିପିଲି,୨୮।୪(ଡି.ଏନ୍.ଏ./ସ୍ବ.ପ୍ର.): ପିପିଲି ବ୍ଲକ ଅଧୀନ ତେଇସିପୁର ପଞ୍ଚାୟତର ନୂଆଗୋଡି ଗ୍ରାମରେ ଦିଗମ୍ବର ଜୈନ ସମାଜ ସଂଗଠନ ପକ୍ଷରୁ ଲକଡାଉନ ଯୋଗୁ ଅସୁବିଧାରେ ଥିବା ୩୦୦ ଗରିବ...

କଟରା ରଶ୍ମିରଞ୍ଜନ ହତ୍ୟା ମାମଲା: ଆତ୍ମସମର୍ପଣ କଲେ ମାଷ୍ଟରମାଇଣ୍ଡ ମହାଦେବ
ତିର୍ତ୍ତୋଲ,୬ା୧୧(ଡି.ଏନ.ଏ.): ତିର୍ତ୍ତୋଲ ଥାନା ଅଧୀନ କଟରା ପଞ୍ଚାୟତ ଜଜାଙ୍ଗ ଗ୍ରାମର ରଶ୍ମିରଞ୍ଜନ ସ୍ବାଇଁ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ ମହାଦେବ କାଣ୍ଡି ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ...