ଜଙ୍ଗଲରୁ ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣା: ସମ୍ପର୍କୀୟ ବୋହୂ କୋର୍ଟଚାଲାଣ; କଟୁରି, ଲୁଗା ଜବତ

ବଡ଼ବିଲ,୧୩ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଗାଁ ନିକଟ ଜଙ୍ଗଲରୁ ରବିବାର ପୂର୍ବାହ୍ନରେ ଯୋଡ଼ା ଥାନା ଲହଣ୍ଡା ମୁଣ୍ଡା ସାହିର ୭୦ ବର୍ଷୀୟା ବୁଦୁନି ମୁଣ୍ଡାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ବଡ଼ବିଲ ପୋଲିସ। ଡାହାଣୀ ସନ୍ଦେହରେ ଶାଶୁ ବୁଦୁନିଙ୍କୁ ହତ୍ୟା ପରେ ପୋଡ଼ି ଦେଇଥିବା ଅଭିଯୋଗରେ ପୋଲିସ ବୁଦୁନିଙ୍କ ସମ୍ପର୍କୀୟ ବୋହୂ ସବିତା ମୁଣ୍ଡାଙ୍କୁ ବୁଧବାର ସକାଳେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। ପୋଲିସ ଅଭିଯୁକ୍ତ ସବିତାଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଏକ ରକ୍ତ ରଞ୍ଜିତ କଟୁରି ଓ ଲୁଗା ଜବତ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ସକାଳେ ବଡ଼ବିଲ ଥାନା ବଳିତା ଜଙ୍ଗଲରୁ ୭୦ ବର୍ଷୀୟା ବୁଦୁନି ମୁଣ୍ଡାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା। ତାଙ୍କୁ ହତ୍ୟା କରାଯାଇଥିବା ଓ ଏହି ଘଟଣାରେ ସମ୍ପର୍କୀୟ ବୋହୂର ସଂପୃକ୍ତି ନେଇ ବୁଦୁନିଙ୍କ ପୁଅ ସାହେବ ମୁଣ୍ଡା ଅଭିଯୋଗ କରିଥିଲେ। ଏ ନେଇ ବଡ଼ବିଲ ପୋଲିସ କେସ୍‌ ନଂ ୭୫/୨୦ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ପୋଲିସର ତଦନ୍ତରେ ସହାୟତା କରିଥିଲାବେଳେ ଏହି ଘଟଣାର ପର୍ଦ୍ଦାଫାଶ କରିବାକୁ ସକ୍ଷମ ହୋଇଛି ପୋଲିସ। ଘଟଣା ପରଠାରୁ ସମ୍ପର୍କୀୟ ବୋହୂ ସବିତା ଫେରାର ଥିବାରୁ ତାଙ୍କ ଉପରେ ପୋଲିସର ସନ୍ଦେହ ଘନୀଭୂତ ହୋଇଥିଲା। ଜଙ୍ଗଲରେ ଲୁଚି ରହିଥିବା ସବିତାଙ୍କୁ ପୋଲିସ ବୁଧବାର ଦିନ ଗିରଫ କରି ପଚରା ଉଚରା କରିବାରୁ ଡାହାଣୀ ସନ୍ଦେହରେ ଶାଶୁ ବୁଦୁନିଙ୍କୁ ହତ୍ୟା ପରେ ପୋଡ଼ି ଦେଇଥିବା ସେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଗରପଡା ମେଲଣରେ ୬୦ରୁ ଉର୍ଦ୍ଧ୍ୱ ବିମାନ

ବନ୍ତ, ୧୦ା୩(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡା ରାମଗଡ ମେଲଣରେ ୬୦ରୁ ଊର୍ଦ୍ଧ୍ୱ ସୁସଜ୍ଜିତ ବିମାନ ବିରାଜମାନ ହୋଇଛନ୍ତି। ମଙ୍ଗଳବାର ଭୋର ୪ଟାରେ ବାଣ ରୋଷଣୀ...

ଜିଲାସ୍ତରୀୟ ଶିଶୁ, କିଶୋର ଶ୍ରମିକ ସର୍ବେକ୍ଷଣ

ଦେବଗଡ, ୧୧।୧୨(ଡି.ଏନ.ଏ)-ଭାରତ ସରକାରଙ୍କ ଶ୍ରମ ଓ ରୋଜଗାର ମନ୍ତ୍ରଣାଳୟ ନିୟମ ଅନୁଯାୟୀ ଦେବଗଡ ଜିଲାରେ ୬ ରୁ ୧୮ ବର୍ଷ ବୟସର ଶିଶୁ ଓ କିଶୋର...

ହୋଲି ଖେଳିବାକୁ ଯାଇ ଗଛରେ ପିଟିହେଲା ବାଇକ୍‌, ଚାଲିଗଲା ଜଣଙ୍କ ଜୀବନ, ଦୁଇ ଗୁରୁତର

ପ୍ରୀତିପୁର,୮ା୩(ଡି.ଏନ୍‌.ଏ.): ବୁଧବାର ସାଙ୍ଗମାନଙ୍କ ସହ ମିଶି ହୋଲି ଖେଳିବା ନିମନ୍ତେ ବାଇକ୍‌ ଯୋଗେ ଯାଉଥିବା ସମୟରେ ଗଛରେ ପିଟି ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ...

ଗାଁରୁ ଗଡ଼ିପାରୁନି ବିଜୁ ଗାଁ ଗାଡ଼ି

ଆର.ଉଦୟଗିରି,୧୫।୫(ଡି.ଏନ୍‌.ଏ.) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗାଁରୁ ଗାଁକୁ ବିଜୁ ଗାଁ ଗାଡି ଯୋଜନା ପ୍ରଣୟନ କଲେ। ଉଦ୍ଦେଶ୍ୟ ଥିଲା ଗାଁର ଗରିବ ଆଦିବାସୀମାନେ ବିଭିନ୍ନ କାମଧନ୍ଦାରେ ବାହାରକୁ...

ରାସ୍ତା ଉପରେ ଧାନ ଗଦାକରି ବିରୋଧ ପ୍ରଦର୍ଶନ କଲେ ଚାଷୀ

ପଦ୍ମପୁର,୨୦।୧(ଡି.ଏନ.ଏ.)-ବରଗଡ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦୁଇ ମାସ ବିତି ଯାଇଛି। ଅଥଚ ଜିଲାର ପଦ୍ମପୁର ଉପଖଣ୍ଡରେ ଧାନ କିଣାବିକା ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରିନାହିଁ।...

ସ୍ତ୍ରୀଙ୍କୁ ଗୁଳି ମାରିଲେ ସ୍ବାମୀ

ଧରାକୋଟ,୧୯ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବଡ଼ଗଡ଼ ଥାନା ଅନ୍ତର୍ଗତ ରୁଗୁମୁ ପଞ୍ଚାୟତର ରାଶିବାଡ଼ି ଗ୍ରାମରେ ରହୁଥିବା ସ୍ବାମୀ ମହାଦେବ ପାତ୍ର ଓ ସ୍ତ୍ରୀ ଶୈଳେନ୍ଦ୍ରୀଙ୍କ...

ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଦୃଷ୍ଟିବାଧିତ କେଶବ

ପାରଳାଖେମୁଣ୍ଡି, ୧୧ା୩ (ଡି.ଏନ୍‌.ଏ): ଦୁନିଆ କ’ଣ ଦେଖିପାରୁ ନ ଥିଲେ ମଧ୍ୟ ରୋଜଗାର କରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ପରିବାର କିଭଳି ପ୍ରତିପୋଷଣ କରାଯାଏ...

ଅନୁଗୋଳରେ କାଳବୈଶାଖୀ:ଗଛ ଭାଙ୍ଗି ରାସ୍ତା ବନ୍ଦ, ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ

ଅନୁଗୋଳ ଅଫିସ, ୨୩।୪ଅନୁଗୋଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ଯୋଗୁ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ବହୁ ସ୍ଥାନରେ ଗଛ ଡାଳ ଭାଙ୍ଗି ରାସ୍ତା ଅବରୋଧ...

Advertisement
Archives

Model This Week