ଜଗତ୍‌ସିଂହପୁର ବିଜେଡି ରାଜନୀତି: ମଙ୍ଗ ଧରିଲେ ବିଧାୟକ ପ୍ରଶାନ୍ତ

ଜଗତ୍‌ସିଂହପୁର ଅଫିସ୍‌,୨୩ା୨: ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଜଗତ୍‌ସିଂହପୁର ଜିଲା ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ସେତେବେଳେ ଦୀର୍ଘ ବର୍ଷ ଧରି ଦଳ ଜିଲା ସଭାପତି ଦାୟିତ୍ୱରେ ଥିବା ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ସ୍ଥାନରେ ଅମରେନ୍ଦ୍ର ଦାସଙ୍କୁ ଦାୟିତ୍ୱ ଦିଆଯିବା ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଥିଲା। ନିର୍ବାଚନ ସରିବା ୧ ବର୍ଷ ନ ପୁରୁଣୁ ଦଳର ଜିଲା ସଭାପତି ପୁଣି ବଦଳିଛନ୍ତି। ଶୁକ୍ରବାର ଏ ସମ୍ପର୍କରେ ବିଦ୍ଧିବଦ୍ଧ ଘୋଷଣା କରାଯାଇଛି। ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ପକ୍ଷରୁ ନୂଆ ଜିଲା ସଭାପତି ଦାୟିତ୍ୱ ଦିଆଯାଇଛି। ନିର୍ବାଚନ ପରବର୍ତ୍ତୀ ସମୟରେ ଜିଲା ବିଜେଡିରେ ଗୋଷ୍ଠୀ ବିବାଦ ଆରମ୍ଭ ହୋଇଥିବା ଆଲୋଚନା ହେଉଛି। ମନ୍ତ୍ରୀ ରଘୁନନ୍ଦନ ଦାସ, ଏମ୍‌ପି ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ କାଜୁ ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ଦଳ ଜିଲା ସଭାପତି ଅମରେନ୍ଦ୍ର ଦାସ ଆପାତତଃ ନିକଟତର ହୋଇଥିବା ବିଭିନ୍ନ ସମୟରେ ଚର୍ଚ୍ଚା ହୋଇ ଆସୁଛି। ଜଗତ୍‌ସିଂହପୁର ବିଧାୟକ ମୁଦୁଲି ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ କିନ୍ତୁ ଏହି ଗୋଷ୍ଠୀଠାରୁ ସମ ଦୂରତାରେ ଥିବା କୁହାଯାଉଛି। ଏପରିସ୍ଥିତିରେ ମୁଦୁଲିଙ୍କୁ ଜିଲା ସଭାପତି ଦାୟିତ୍ୱ ମିଳିବା ପରେ ଆଲୋଚନାକୁ ଖେରାକ ଯୋଗାଇଛି। ଅନ୍ୟପଟେ ମନ୍ତ୍ରୀ ରଘୁନନ୍ଦନ, ଏମ୍‌ପି ରାଜଶ୍ରୀ, ବିଧାୟକ ସମ୍ବିତ ଓ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଏକପ୍ରକାର ନୈରାଶ୍ୟଭାବ ପରିଲକ୍ଷିତ ହୋଇଥିବା କୁହାଯାଉଛି।
୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତଙ୍କୁ ଟିକଟ ମିଳିବା ପରେ ଜଗତ୍‌ସିଂହପୁର ନିର୍ବାଚନମଣ୍ଡଳୀରେ ବିଜେଡି ଗୋଷ୍ଠୀ ବିବାଦ ଉଗ୍ର ରୂପ ନେଇଥିଲା। ପ୍ରଶାନ୍ତଙ୍କ ପ୍ରାର୍ଥତ୍ତ୍ୱକୁ ଅମରେନ୍ଦ୍ର ଖୋଲାଖୋଲି ବିରୋଧ କରିଥିଲେ। ଏପରି କି ନବୀନ ନିବାସ ଆଗରେ ନିର୍ବାଚନମଣ୍ଡଳୀରେ ଶହସ୍ରାଧିକ ଦଳୀୟ ନେତା ଓ କମର୍ର୍ୀ ରୁଣ୍ଡ ହୋଇ ଅମରେନ୍ଦ୍ରଙ୍କ ସପକ୍ଷରେ ପୁନର୍ବିଚାର ପାଇଁ ହୋହଲ୍ଲା କରିଥିଲେ। ଶେଷରେ ବିଷ୍ଣୁଙ୍କ ସ୍ଥାନରେ ଅମରେନ୍ଦ୍ରଙ୍କୁ ଦଳ ଜିଲା ସଭାପତି ଘୋଷଣା କରାଯାଇଥିଲା। ନିର୍ବାଚନ ପରେ ଅମରେନ୍ଦ୍ରଙ୍କୁ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ପଦ ମିଳିଥିଲା। ଅମରେନ୍ଦ୍ରଙ୍କୁ ଦଳ ତରଫରୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏବେ ଜିଲା ସଭାପତି ପଦ କାଢି ନିଆଯିବା ଆଲୋଚନାର ବିଷୟ ହୋଇଛି। ଅମରେନ୍ଦ୍ର ବିଷ୍ଣୁଙ୍କ ଅନୁଗତ ଥିଲେ। ଗତ ନିର୍ବାଚନର ପାଖାପାଖି ୧ ବର୍ଷ ପୂର୍ବରୁ ବିଷ୍ଣୁ ଜଗତ୍‌ସିଂହପୁର ପରିବର୍ତ୍ତେ ତିର୍ତ୍ତୋଲ ବିଧାନସଭା ଆଶନରୁ ପ୍ରାର୍ଥୀ ହେବାକୁ ଇଛୁକ ବୋଲି ଘୋଷଣା କରିଥିଲେ। ଜଗତ୍‌ସିଂହପୁରରେ ତାଙ୍କ ସ୍ଥାନରେ ଅମରେନ୍ଦ୍ରଙ୍କୁ ପ୍ରାର୍ଥୀ କରାଯିବା ପାଇଁ ନିର୍ବାଚନମଣ୍ଡଳୀର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ। ଅମରେନ୍ଦ୍ର ମଧ୍ୟ ମାରାଥନ ପ୍ରଚାର କରିଥିଲେ। କିନ୍ତୁ ଦଳ ତାଙ୍କ ସ୍ଥାନରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ୨ ଥର ବିଧାୟକ ହୋଇଥିବା ପ୍ରଶାନ୍ତଙ୍କୁ ଜଗତ୍‌ସିଂହପୁର ଆଶନରେ ପ୍ରାର୍ଥୀ କରିଥିଲା। ଯେହେତୁ ପ୍ରଶାନ୍ତ ନୂଆ କରି ଜଗତ୍‌ସିଂହପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ତେଣୁ ପୂର୍ବତନ ଜଗତ୍‌ସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଜିତିବେ ବୋଲି ପୂର୍ବାନୁମାନ କରାଯାଉଥିଲା। ବିଜେଡିରେ ଗୋଷ୍ଠୀ କନ୍ଦଳ ଓ ପ୍ରଶାନ୍ତ ନିର୍ବାଚନ ମଣ୍ଡଳୀରେ ନୂଆ ତେଣୁ ଭୋଟ ବିଭାଜନ ହୋଇଯିବା ସମ୍ଭାବନା ପ୍ରକାଶ ପାଇଥିଲା। କିନ୍ତୁ ପ୍ରଶାନ୍ତଙ୍କ ରାଜନୈତିକ ବିଚକ୍ଷଣତା ଓ କୌଶଳ ଏ ସମସ୍ତ ସମ୍ଭାବନା ଉପରେ ପୂର୍ଣ୍ଣଛେଦ ପକାଇଥିଲା। ଚିରଞ୍ଜୀବଙ୍କୁ ୮,୬୪୨ ଖଣ୍ଡ ଭୋଟ ବ୍ୟବଧାନରେ ପଛରେ ପକାଇ ପ୍ରଶାନ୍ତ ବିଧାୟକ ହୋଇଥିଲେ। ତେଣୁ ସେ ମନ୍ତ୍ରୀ ହେବେ ବୋଲି ଆଶାବାଦୀ ଥିଲେ। ଦଳ ରାଜ୍ୟ ସଭାପତି କିନ୍ତୁ ତାଙ୍କୁ ମନ୍ତ୍ରୀ ପରିବର୍ତ୍ତେ ପୂର୍ବପରି ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀ ଦେଇଥିଲେ। ମନ୍ତ୍ରୀ ପଦ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ଦେଇଥିଲେ। ରଘୁନନ୍ଦନଙ୍କ ଓ ପ୍ରଶାନ୍ତ ଅତୀତରେ ଉଭୟ ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଥିଲା ବେଳେ କ୍ଷମତାକୁ ନେଇ ଲଢେଇ ହୋଇଥିଲା। ପ୍ରଶାନ୍ତ ଆଗେଇ ଯାଇଥିବାବେଳେ ରଘୁନନ୍ଦନ ପଛରେ ପଡି ଶେଷରେ ଦଳ ଛାଡିଥିଲେ। ରଘୁନନ୍ଦନ ଘର ବାହୁଡିଲାପରେ ବିଧାୟକ ହେବା ସହ ମନ୍ତ୍ରୀ ପଦ ପାଇଛନ୍ତି। ଏଭଳିସ୍ଥିତିରେ ପ୍ରଶାନ୍ତ ନିଜର ରାଜନୈତିକ ବିଚକ୍ଷଣତା ପ୍ରୟୋଗ କରି ଦଳ ଜିଲା ସଭାପତି ହୋଇଛନ୍ତି। ତେବେ ସମସ୍ତଙ୍କୁ ଏକାଠିକରି ପ୍ରଶାନ୍ତ ଏବେ କିପରି କାର୍ଯ୍ୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ଉଦଳା ଏନ୍‌ଏସିରେ ବାଘ ଆତଙ୍କ

ଉଦଳା,୨୭ା୮ (ଡି.ଏନ୍‌.ଏ.) – କପ୍ତିପଦା ଉପଖଣ୍ଡ ସଦର ମହକୁମା ଉଦଳା ଏନଏସିର ୧୨ ନଂ ୱାର୍ଡରେ ବାଘ ଆତଙ୍କ ଦେଖାଦେଇଛି। ରବିବାର ରାତିରେ ଏହି ଓ୍ବାର୍ଡକୁ...

ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗ

ଖୁଣ୍ଟା,୧୮ା୧୦(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଅବହେଳାରୁ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଗୁରୁବାର ଉତ୍ତେଜନା ସୃଷ୍ଟି ହୋଇଥିଲା।...

ବଦଳୁଛି ବିଦ୍ୟାଳୟ ରୂପ, ବଦଳୁନି ଶିକ୍ଷା ବ୍ୟବସ୍ଥା

ସୁନାବେଡ଼ା,୧୪ ।୮(ସ୍ବ.ପ୍ର.): ରାଜ୍ୟ ସରକାର ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ମାତ୍ର ଶିକ୍ଷା ଓ ଶିକ୍ଷାଦାନ ମାନ ବଦଳୁନି। କୋରାପୁଟ...

ବନ୍ଦ ଘରୁ ମିଳିଲା ମା’ଙ୍କ ସହ ଦୁଇ ପୁତ୍ରଙ୍କ ମୃତଦେହ

କେନ୍ଦୁଝର/ଚମ୍ପୁଆ (ସ୍ବ.ପ୍ର.): ଚମ୍ପୁଆ ଥାନା ଅନ୍ତର୍ଗତ ଦୁରୁକୁଳିଆ ଗ୍ରାମରେ ଏକ ଘରୁ ପୋଲିସ ଜଣେ ମହିଳା ଏବଂ ତାଙ୍କ ୨ ପୁଅଙ୍କ ମୃତଦେହ ଜବତ କରିଛି।...

ବଢୁଛି ଡେଙ୍ଗୁ ରୋଗୀ ସଂଖ୍ୟା, ଲୋକେ ଭୟଭୀତ

ଜଗତ୍‌ସିଂହପୁର ଅଫିସ, ୪ା୧୧:ଜଗତସିଂହପୁର ଜିଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ବଢୁଛି। ଗତ ଜାନୁୟାରୀରୁ ଏପର୍ଯନ୍ତ ଏହି ସଂଖ୍ୟା ବଢି ୩୦୫ରେ ପହଞ୍ଚତ୍ଲାଣି । ଲୋକେ ସଚେତନ...

ସାଟେଲାଇଟ ମାପଚୁପ ଆରମ୍ଭ

ଯାଜପୁର ଅଫିସ,୩୦ା୮:ଅନୁମୋଦନଠାରୁ ବହୁ ଗୁଣ ମୂଲ୍ୟବାନ ଗ୍ରାନାଇଟ ପଥର ଉତ୍ତୋଳନ ଉପରେ ସାଟେଲାଇଟ୍‌ ମାପଚୁପ ପ୍ରକ୍ରିୟା ସୋମବାରଠାରୁ ଆରମ୍ଭ ହୋଇଛି। କଟକସ୍ଥିତ ମାଇ ୱାର୍ଲଡ୍‌ କନସଲଟାନ୍ସିକୁ...

ମହିଳାଙ୍କୁ ଭୁଜାଲିରେ ହାଣି ଲୁଟ୍‌

ପଦ୍ମପୁର,୨୬ା୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନାୟକାଣୀଡିହି ପଞ୍ଚାୟତର ଗୋକୁଳପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଲୁଟ୍‌ ହୋଇଛି। ଦୁର୍ବୃତ୍ତମାନେ ରେବତୀ ମହାକୁଡ଼ଙ୍କ ବାପଘରୁ...

ଅବେବସ୍‌ତା ଘେରରେ ଦୁମଦୁମି ସେବାଶ୍ରମ ସ୍କୁଲ: ୧୦ଟା ଶ୍ରେଣୀକେ ୨୬୮ ଛାତ୍ରୀଛାତ୍ର, ୪ ଶିକ୍ଷକ

ଲୋଇସିଂହା, ୯।୧୨(ଡି.ଏନ.ଏ.)-  ଆଦିବାସୀ ଛାତ୍ରୀଛାତ୍ରକଁର ଶିକ୍ଷାର ବିକାଶ ଲାଗି ସରକାର ଖାସ୍‌ ପଦକ୍ଷେପ ନେଉଥିବାର କହୁଛନ୍‌। ହେଲେ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଦୁମଦୁମିରେ ଥିବାର...

Advertisement
Archives

Model This Week