ଜଗତ୍‌ସିଂହପୁର ବିଜେଡି ରାଜନୀତି: ମଙ୍ଗ ଧରିଲେ ବିଧାୟକ ପ୍ରଶାନ୍ତ

ଜଗତ୍‌ସିଂହପୁର ଅଫିସ୍‌,୨୩ା୨: ଗତ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଜଗତ୍‌ସିଂହପୁର ଜିଲା ରାଜନୀତିରେ ବ୍ୟାପକ ପରିବର୍ତ୍ତନ ଲକ୍ଷ୍ୟ କରାଯାଇଥିଲା। ସେତେବେଳେ ଦୀର୍ଘ ବର୍ଷ ଧରି ଦଳ ଜିଲା ସଭାପତି ଦାୟିତ୍ୱରେ ଥିବା ବରିଷ୍ଠ ନେତା ବିଷ୍ଣୁ ଦାସଙ୍କ ସ୍ଥାନରେ ଅମରେନ୍ଦ୍ର ଦାସଙ୍କୁ ଦାୟିତ୍ୱ ଦିଆଯିବା ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହୋଇଥିଲା। ନିର୍ବାଚନ ସରିବା ୧ ବର୍ଷ ନ ପୁରୁଣୁ ଦଳର ଜିଲା ସଭାପତି ପୁଣି ବଦଳିଛନ୍ତି। ଶୁକ୍ରବାର ଏ ସମ୍ପର୍କରେ ବିଦ୍ଧିବଦ୍ଧ ଘୋଷଣା କରାଯାଇଛି। ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ପକ୍ଷରୁ ନୂଆ ଜିଲା ସଭାପତି ଦାୟିତ୍ୱ ଦିଆଯାଇଛି। ନିର୍ବାଚନ ପରବର୍ତ୍ତୀ ସମୟରେ ଜିଲା ବିଜେଡିରେ ଗୋଷ୍ଠୀ ବିବାଦ ଆରମ୍ଭ ହୋଇଥିବା ଆଲୋଚନା ହେଉଛି। ମନ୍ତ୍ରୀ ରଘୁନନ୍ଦନ ଦାସ, ଏମ୍‌ପି ରାଜଶ୍ରୀ ମଲ୍ଲିକ, ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଓ କାଜୁ ନିଗମ ଅଧ୍ୟକ୍ଷ ତଥା ପୂର୍ବତନ ଦଳ ଜିଲା ସଭାପତି ଅମରେନ୍ଦ୍ର ଦାସ ଆପାତତଃ ନିକଟତର ହୋଇଥିବା ବିଭିନ୍ନ ସମୟରେ ଚର୍ଚ୍ଚା ହୋଇ ଆସୁଛି। ଜଗତ୍‌ସିଂହପୁର ବିଧାୟକ ମୁଦୁଲି ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ କିନ୍ତୁ ଏହି ଗୋଷ୍ଠୀଠାରୁ ସମ ଦୂରତାରେ ଥିବା କୁହାଯାଉଛି। ଏପରିସ୍ଥିତିରେ ମୁଦୁଲିଙ୍କୁ ଜିଲା ସଭାପତି ଦାୟିତ୍ୱ ମିଳିବା ପରେ ଆଲୋଚନାକୁ ଖେରାକ ଯୋଗାଇଛି। ଅନ୍ୟପଟେ ମନ୍ତ୍ରୀ ରଘୁନନ୍ଦନ, ଏମ୍‌ପି ରାଜଶ୍ରୀ, ବିଧାୟକ ସମ୍ବିତ ଓ କାଜୁ ନିଗମ ଅଧ୍ୟକ୍ଷ ଅମରେନ୍ଦ୍ରଙ୍କ ସମର୍ଥକଙ୍କ ମଧ୍ୟରେ ଏକପ୍ରକାର ନୈରାଶ୍ୟଭାବ ପରିଲକ୍ଷିତ ହୋଇଥିବା କୁହାଯାଉଛି।
୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର ବିଧାନସଭା ଆସନ ପାଇଁ ପ୍ରଶାନ୍ତଙ୍କୁ ଟିକଟ ମିଳିବା ପରେ ଜଗତ୍‌ସିଂହପୁର ନିର୍ବାଚନମଣ୍ଡଳୀରେ ବିଜେଡି ଗୋଷ୍ଠୀ ବିବାଦ ଉଗ୍ର ରୂପ ନେଇଥିଲା। ପ୍ରଶାନ୍ତଙ୍କ ପ୍ରାର୍ଥତ୍ତ୍ୱକୁ ଅମରେନ୍ଦ୍ର ଖୋଲାଖୋଲି ବିରୋଧ କରିଥିଲେ। ଏପରି କି ନବୀନ ନିବାସ ଆଗରେ ନିର୍ବାଚନମଣ୍ଡଳୀରେ ଶହସ୍ରାଧିକ ଦଳୀୟ ନେତା ଓ କମର୍ର୍ୀ ରୁଣ୍ଡ ହୋଇ ଅମରେନ୍ଦ୍ରଙ୍କ ସପକ୍ଷରେ ପୁନର୍ବିଚାର ପାଇଁ ହୋହଲ୍ଲା କରିଥିଲେ। ଶେଷରେ ବିଷ୍ଣୁଙ୍କ ସ୍ଥାନରେ ଅମରେନ୍ଦ୍ରଙ୍କୁ ଦଳ ଜିଲା ସଭାପତି ଘୋଷଣା କରାଯାଇଥିଲା। ନିର୍ବାଚନ ପରେ ଅମରେନ୍ଦ୍ରଙ୍କୁ ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ପଦ ମିଳିଥିଲା। ଅମରେନ୍ଦ୍ରଙ୍କୁ ଦଳ ତରଫରୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏବେ ଜିଲା ସଭାପତି ପଦ କାଢି ନିଆଯିବା ଆଲୋଚନାର ବିଷୟ ହୋଇଛି। ଅମରେନ୍ଦ୍ର ବିଷ୍ଣୁଙ୍କ ଅନୁଗତ ଥିଲେ। ଗତ ନିର୍ବାଚନର ପାଖାପାଖି ୧ ବର୍ଷ ପୂର୍ବରୁ ବିଷ୍ଣୁ ଜଗତ୍‌ସିଂହପୁର ପରିବର୍ତ୍ତେ ତିର୍ତ୍ତୋଲ ବିଧାନସଭା ଆଶନରୁ ପ୍ରାର୍ଥୀ ହେବାକୁ ଇଛୁକ ବୋଲି ଘୋଷଣା କରିଥିଲେ। ଜଗତ୍‌ସିଂହପୁରରେ ତାଙ୍କ ସ୍ଥାନରେ ଅମରେନ୍ଦ୍ରଙ୍କୁ ପ୍ରାର୍ଥୀ କରାଯିବା ପାଇଁ ନିର୍ବାଚନମଣ୍ଡଳୀର ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଘୋଷଣା କରିଥିଲେ। ଅମରେନ୍ଦ୍ର ମଧ୍ୟ ମାରାଥନ ପ୍ରଚାର କରିଥିଲେ। କିନ୍ତୁ ଦଳ ତାଙ୍କ ସ୍ଥାନରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ ୨ ଥର ବିଧାୟକ ହୋଇଥିବା ପ୍ରଶାନ୍ତଙ୍କୁ ଜଗତ୍‌ସିଂହପୁର ଆଶନରେ ପ୍ରାର୍ଥୀ କରିଥିଲା। ଯେହେତୁ ପ୍ରଶାନ୍ତ ନୂଆ କରି ଜଗତ୍‌ସିଂହପୁର ଆସନରୁ ପ୍ରାର୍ଥୀ ହୋଇଥିଲେ ତେଣୁ ପୂର୍ବତନ ଜଗତ୍‌ସିଂହପୁର ବିଧାୟକ ଚିରଞ୍ଜୀବ ବିଶ୍ୱାଳ ଜିତିବେ ବୋଲି ପୂର୍ବାନୁମାନ କରାଯାଉଥିଲା। ବିଜେଡିରେ ଗୋଷ୍ଠୀ କନ୍ଦଳ ଓ ପ୍ରଶାନ୍ତ ନିର୍ବାଚନ ମଣ୍ଡଳୀରେ ନୂଆ ତେଣୁ ଭୋଟ ବିଭାଜନ ହୋଇଯିବା ସମ୍ଭାବନା ପ୍ରକାଶ ପାଇଥିଲା। କିନ୍ତୁ ପ୍ରଶାନ୍ତଙ୍କ ରାଜନୈତିକ ବିଚକ୍ଷଣତା ଓ କୌଶଳ ଏ ସମସ୍ତ ସମ୍ଭାବନା ଉପରେ ପୂର୍ଣ୍ଣଛେଦ ପକାଇଥିଲା। ଚିରଞ୍ଜୀବଙ୍କୁ ୮,୬୪୨ ଖଣ୍ଡ ଭୋଟ ବ୍ୟବଧାନରେ ପଛରେ ପକାଇ ପ୍ରଶାନ୍ତ ବିଧାୟକ ହୋଇଥିଲେ। ତେଣୁ ସେ ମନ୍ତ୍ରୀ ହେବେ ବୋଲି ଆଶାବାଦୀ ଥିଲେ। ଦଳ ରାଜ୍ୟ ସଭାପତି କିନ୍ତୁ ତାଙ୍କୁ ମନ୍ତ୍ରୀ ପରିବର୍ତ୍ତେ ପୂର୍ବପରି ଜିଲା ଯୋଜନା କମିଟି ଅଧ୍ୟକ୍ଷ ପଦବୀ ଦେଇଥିଲେ। ମନ୍ତ୍ରୀ ପଦ ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସଙ୍କୁ ଦେଇଥିଲେ। ରଘୁନନ୍ଦନଙ୍କ ଓ ପ୍ରଶାନ୍ତ ଅତୀତରେ ଉଭୟ ଗୋଟିଏ ନିର୍ବାଚନ ମଣ୍ଡଳୀରେ ବିଜେଡିରେ ଥିଲା ବେଳେ କ୍ଷମତାକୁ ନେଇ ଲଢେଇ ହୋଇଥିଲା। ପ୍ରଶାନ୍ତ ଆଗେଇ ଯାଇଥିବାବେଳେ ରଘୁନନ୍ଦନ ପଛରେ ପଡି ଶେଷରେ ଦଳ ଛାଡିଥିଲେ। ରଘୁନନ୍ଦନ ଘର ବାହୁଡିଲାପରେ ବିଧାୟକ ହେବା ସହ ମନ୍ତ୍ରୀ ପଦ ପାଇଛନ୍ତି। ଏଭଳିସ୍ଥିତିରେ ପ୍ରଶାନ୍ତ ନିଜର ରାଜନୈତିକ ବିଚକ୍ଷଣତା ପ୍ରୟୋଗ କରି ଦଳ ଜିଲା ସଭାପତି ହୋଇଛନ୍ତି। ତେବେ ସମସ୍ତଙ୍କୁ ଏକାଠିକରି ପ୍ରଶାନ୍ତ ଏବେ କିପରି କାର୍ଯ୍ୟ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?