‘ପ୍ରବୃତ୍ତି ନୁହେଁ, ବୃତ୍ତିକୁ ଅଗ୍ରାଧିକାର ଦିଆଯାଏ’

ଜଗତ୍‌ସିଂହପୁର ଅଫିସ,୨୩ା୨: ପ୍ରବୃତ୍ତି ଅପେକ୍ଷା ବୃତ୍ତିକୁ ସର୍ବଦା ଅଗ୍ରାଧିକାର ଦିଆଯାଏ। କାରଣ କରଦାତାଙ୍କ କରରେ ସରକାରୀ କର୍ମଚାରୀ ଦରମା ପାଇଥାନ୍ତି। ତେଣୁ ସେମାନଙ୍କ ବୃତ୍ତି ପାଇଁ ନିଷ୍ଠା ଓ ଜନସାଧାରଣଙ୍କ ପ୍ରତି ଉତ୍ତରଦାୟିତ୍ୱ ରହିବା ଦରକାର। ବୃତ୍ତିରେ ଶତପ୍ରତିଶତ ସଫଳତା ପାଇବା ଜରୁରୀ। ଶନିବାର ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ସାରସ୍ବତ ବାତାୟନର ୫ମ ବୈଠକରେ ମୁଖ୍ୟଅତିଥିଭାବେ ଯୋଗଦେଇ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀ ଏହା କହିଛନ୍ତି। ବାତାୟନର ବିଷୟ ଥିଲା ବୃତ୍ତି ଓ ପ୍ରବୃତ୍ତି। ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଡ. ପାଣିଗ୍ରାହୀ ତାଙ୍କ ଅତୀତର କଥା ବଖାଣି କହିଥିଲେ, ଯେତେବେଳେ ୟୁପିଏସ୍‌ସି (ୟୁନିୟନ ପବ୍ଲିକ ସର୍ଭିସ କମିଶନ) ପରୀକ୍ଷା ଦେବାକୁ ଚାହିଁଥିଲେ ଓଡ଼ିଆ ଭାଷାକୁ ବାଛିଥିଲେ। ସେ ଓଡ଼ିଆରେ ସ୍ନାତକ କିମ୍ବା ସ୍ନାତକୋତ୍ତର କରି ନ ଥିଲେ ସୁଦ୍ଧା ପରୀକ୍ଷା ଦେବାର ୪ ମାସ ପୂର୍ବରୁ ଏହି ଭାଷା ବାଛି ପରୀକ୍ଷା ଦେବାକୁ ପ୍ରସ୍ତୁତ ହୋଇଥିଲେ। ଫଳ ପ୍ରକାଶ ପାଇଲା ପରେ ସେ ୬୦% ମାର୍କ ରଖିଥିବାବେଳେ ସାରା ଦେଶରେ ୯୬ତମ ର଼୍ୟାଙ୍କରେ ରହିଥିଲେ। ଓଡ଼ିଆରେ ସେତେବେଳେ ୬୦% ମାର୍କ ରଖିବା ସହଜ କଥା ନ ଥିଲା, ଯେଉଁ କାରଣରୁ ଦୀର୍ଘ ବର୍ଷ ପର୍ଯ୍ୟନ୍ତ କେହି ତାଙ୍କ ରେକର୍ଡ ଭାଙ୍ଗିପାରି ନ ଥିଲେ। କହିବାକୁ ଗଲେ କେବଳ ଓଡ଼ିଆ ଯୋଗୁ ସେ ଏହି ସଫଳତା ପାଇ ପାରିଥିଲେ। ଏଠି ପ୍ରବୃତ୍ତି ତାଙ୍କୁ ବୃତ୍ତି ଦେଇଥିବା ଡ. ପାଣିଗ୍ରାହୀ କହିବା ନିଆରା ପରିବେଶ ସୃଷ୍ଟି କରିଥିଲା। ନିଜର ବୃତ୍ତି ଓ ପ୍ରବୃତ୍ତିକୁ ନେଇ ସେ ତୁଳନାତ୍ମକ ଉପସ୍ଥାପନ କରିଥିଲେ। ଯେହେତୁ ପୋଲିସ ବିଭାଗରେ ଚାକିରି କରିଛନ୍ତି, ତେଣୁ ବୃତ୍ତିରେ ଧୂଷର ରଙ୍ଗର ପୋଷାକ ପିନ୍ଧୁଛନ୍ତି। କିନ୍ତୁ ପ୍ରବୃତ୍ତି ସାହିତ୍ୟ ରଚନା, ଯାହାର ରଙ୍ଗ ହେଉଛି ସବୁଜ। ସବୁଜ ଓ ଧୂଷର ମଧ୍ୟରେ ସମନ୍ବୟ ରହିବା ଜରୁରୀ। ଯଦିଓ ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ବିଛିନ୍ନତା ରହିଛି, କିନ୍ତୁ ଏହା ଶତପ୍ରତିଶତ ନୁହେଁ। ଅନେକ ସମୟରେ ଗୋଟିଏ ଅନ୍ୟ ଭିତରେ ଅନୁପ୍ରବେଶ କରିବାର ମଧ୍ୟ ନଜିର ରହିଛି। ଅନେକ ବ୍ୟକ୍ତି ବୃତ୍ତି ଅପେକ୍ଷା ପ୍ରବୃତ୍ତିରେ ସୁନାମ ଅର୍ଜନ କରିଛନ୍ତି। ସେମାନଙ୍କ ମଧ୍ୟରେ ଶିବବ୍ରତ ଦାଶଙ୍କ କଥା ଆଲୋଚନା କରାଯାଇପାରେ। ଦାଶ ପୋଲିସ ଅଧିକାରୀ ହୋଇ ମଧ୍ୟ ଜଣେ ସୁନାମଧନ୍ୟ ଗୀତିକାର ହୋଇ ପାରିଥିଲେ। ତାଙ୍କ ରଚିତ ନଦୀର ନାଁ ଅଳସ କନ୍ୟା…ଭଳି ଲୋକପ୍ରିୟ ଗୀତ ଅକ୍ଷୟ ମହାନ୍ତି ଗାଇଥିଲେ। ସେହିପରି ବଙ୍କିମଚନ୍ଦ୍ର, ଫକୀରମୋହନ ସେନାପତି, ଗୋପୀନାଥ ମହାନ୍ତି, ସଚ୍ଚି ରାଉତରାୟ, ଅଖିଳ ମୋହନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଅକ୍ଷୟ ମହାନ୍ତିଙ୍କ ପର୍ଯ୍ୟନ୍ତ ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରି ପାରିଥିଲେ ସୁଦ୍ଧା ସେମାନଙ୍କ ବୃତ୍ତି ନିଆରା ଥିଲା। କିନ୍ତୁ ସାହିତ୍ୟ ସାଧନା ଥିଲା ସେମାନଙ୍କ ପ୍ରବୃତ୍ତି। ଏହି ପ୍ରବୃତ୍ତି ଅନେକ ସମୟରେ ବୃତ୍ତି ଉପରେ ଭାରି ପଡିଥାଏ। ମନ ଯାହା ଚାହେଁ ତାହା ସବୁ ସମୟରେ ସମସ୍ତଙ୍କୁ ମିଳେନା। ପ୍ରବୃତ୍ତିକୁ ଚାହିଁ ବୃତ୍ତିରେ ରହିବା ଉଚିତ। କିନ୍ତୁ ସମ୍ପ୍ରତ୍ତି ଚାକିରି ସମସ୍ୟା ଏଥିରେ ବାଧକ ସାଜିଛି। ବ୍ୟକ୍ତି ହିସାବରେ ଘଟଣା ପ୍ରବାହରେ କାହାନେଇ ମର୍ମାହତ ବା କ୍ଷତାକ୍ତ ହୋଇପାରନ୍ତି। ମନ ବ୍ୟଥିତ ହୋଇପାରେ। ମାତ୍ର ପ୍ରଶାସନରେ ଏଭଳି ସମ୍ବେଦନଶୀଳତାର ସ୍ଥାନ ନାହିଁ। ଯାହା କର୍ମ ତାହା କରବା ଉଚିତ ବୋଲି ଡ. ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ। ରେଭେନ୍ସାରେ ପଢିଲାବେଳେ ଡ. ପାଣିଗ୍ରାହୀଙ୍କ ସହ କାଟିଥିବା ଯୁବ ବୟସର ସାହିତ୍ୟ ଆସରର ସ୍ମୃତିଚାରଣ କରିଥିଲେ ଜିଲାପାଳ ମହାପାତ୍ର। ବୈଠକରେ ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ ଅତିଥି ପରିଚୟ ଓ ସ୍ବାଗତ ଭାଷଣ ଦେଇଥିବାବେଳେ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀରଞ୍ଜନ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏସ୍‌ପି ପ୍ରକାଶ ଆର୍‌, ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତିଙ୍କ ସମେତ ପ୍ରଶାସନିକ ଅଧିକାରୀ, ବୁଦ୍ଧିଜୀବୀମାନେ ଯୋଗଦେଇ ଅନ୍ତରଙ୍ଗ ଆଳାପରେ ଭାଗ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, ଭଞ୍ଜନଗରରେ ରୋଗୀ ସେବା ପ୍ରଭାବିତ, ମୃତଦେହ ବ୍ୟବଚ୍ଛେଦ ହୋଇ ନ ପାରିବାରୁ…

ଭଞ୍ଜନଗର,୧ା୭(ବାବୁଲା ପ୍ରଧାନ): ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (OMSA)ର ଆହ୍ବାନ କ୍ରମେ ବିଭିନ୍ନ ଦାବି ଏବଂ ଡାକ୍ତରମାନଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଡାକ୍ତରମାନେ…

ପାରିବାରିକ କଳହ ହେଲା କାଳ, ଦିଅରର ଆକ୍ରମଣରେ ଚାଲିଗଲା ଭାଉଜଙ୍କ ଜୀବନ

ବେଲଗୁଣ୍ଠା,୧ା୭( କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଘରୋଇ ଅଶାନ୍ତିରୁ ଚାଲିଗଲା ମହିଳାଙ୍କ ଜୀବନ। ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲଗୁଣ୍ଠା ବ୍ଳକ୍ ତଥା ଗାଙ୍ଗପୁର ଥାନା ଅନ୍ତର୍ଗତ…

ଦୁର୍ଘଟଣାଗ୍ରସ୍ତଙ୍କୁ ଡାକ୍ତରଖାନା ନେଲେ ଭାଜପା ନେତା

ହାଟଡିହୀ,୧ା୭(ଶୁଭକାନ୍ତ ନାୟକ): ସାହାଯ୍ୟ ଏବଂ ମହାନତାର ପ୍ରମାଣ ଦେଖାଇଛନ୍ତି କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡର ଭାଜପା ନେତା ଆଲୋକ ସେଠୀ। ବୁଧବାର ଆଲୋକ ଏକ କାର୍ଯ୍ୟକ୍ରମରେ ଯୋଗ…

ଆଷାଢ଼ରେ ନାହିଁ ବର୍ଷା; ପୋଡ଼ିଗଲାଣି ଧାନ ତଳି, ଘୋଡ଼ାହାଡ଼ ଡ଼୍ୟାମକୁ ଦିଗପହଣ୍ଡି-ସାନଖେମୁଣ୍ଡି ଚାଷୀଙ୍କ ଭରସା  

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଆଷାଢ଼ରେ ଗଞ୍ଜାମ ଜିଲା ଦିଗପହଣ୍ଡି ଓ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ବର୍ଷା ନାହିଁ ।ଚାଷୀ ବୃନ୍ଦ ଖରିଫ ଧାନ ଚାଷ ପାଇଁ ବିହନ…

ବିଜେଡିରୁ ଭାଜପା, ପୁଣି ବିଜେଡିକୁ ଆସିବା ପରେ ଏବେ ହରଡ଼ଘଣାରେ ବ୍ଲକ ଅଧ୍ୟକ୍ଷା

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ବିଜେଡିରୁ ଭାଜପା ଓ ପୁଣି ବିଜେଡିକୁ ଆସିବା ପରେ ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧ୍ୟକ୍ଷା କେ.ପ୍ରିୟଦର୍ଶିନୀ ଆଚାରୀ ଏବେ ହରଡ଼ଘଣାରେ ପଡ଼ିଯାଇଛନ୍ତି। ଅଧ୍ୟକ୍ଷାଙ୍କ…

୧୦ ଦଫା ଦାବି ନେଇ ଡାକ୍ତରଙ୍କ ଧର୍ମଘଟ, ସରକାର ଆମ ଦାବି ପୂରଣ ନ କଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): ଜୁଲାଇ ୧ରେ ଡାକ୍ତର ଦିବସରେ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନର ନିର୍ଦ୍ଦେଶ କ୍ରମେ କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ବୁଧବାରଠାରୁ ଆରମ୍ଭ…

ପାଟପୁର ଥାନା ପକ୍ଷରୁ ନିଆରା ପ୍ରୟାସ, ନିଶା ଦ୍ରବ୍ୟ ସେବନ ବିରୋଧରେ ନେଲେ ଶପଥ 

ଦିଗପହଣ୍ଡି,୧ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଆମ ପୋଲିସ ସମିତି ପକ୍ଷରୁ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ ଆନୁକୁଲ୍ୟରେ ସଚେତନତା ସଭା…

ସମ୍ପର୍କରେ କଳଙ୍କ: ନାବାଳିକା ଶାଳୀଙ୍କୁ ଗର୍ଭବତୀ କଲେ ଭିଣୋଇ, ଏମିତି ଧରାପଡିଲା…

ପାରଳାଖେମୁଣ୍ଡି,୧ା୭(ଗିରିଧାରୀ ପରିଛା): ଗଜପତି ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ରାୟଗଡ଼ ବ୍ଲକର ସାନ ଅନତାରସିଂ ଗ୍ରାମରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବିବାହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri