ଛୋଟ ସହରରେ ଚାଲିବ ମେଟ୍ରୋଲାଇଟ୍‌ ଟ୍ରେନ୍‌

ନୂଆଦିଲ୍ଲୀ,୨୨ା୭: ମେଟ୍ରୋ ଟ୍ରେନ ପ୍ରଚଳନର ସଫଳତାକୁ ଦୃଷ୍ଟିରେ ରଖି ଛୋଟ ସହରରେ ଅର୍ବାନ୍‌ ରେଲ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ ‘ମେଟ୍ରୋଲାଇଟ୍‌’ ଟ୍ରେନ ଚଳାଇବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଛନ୍ତି। ମାତ୍ର ୨୫ କିମି ବେଗରେ ଗତି କରିପାରୁଥିବା ଏହି ଟ୍ରେନ୍‌ରେ ମାତ୍ର ୩ କୋଚ୍‌ ରହିବ।
ସଡ଼କ ତଥା ମାଟି ଉପରେ ନିର୍ମାଣ ହେବାକୁ ଥିବା ମେଟ୍ରୋଲାଇଟ୍‌ ଟ୍ରେନକୁ ନେଇ କେନ୍ଦ୍ର ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏକ ବିନିର୍ଦ୍ଦିଷ୍ଟ ବିବରଣୀ ମାନଦଣ୍ଡ ଜାରି କରାଯାଇଛି। ମନ୍ତ୍ରଣାଳୟର କହିବାନୁସାରେ ମେଟ୍ରୋଲାଇଟ୍‌ ଟ୍ରେନ ଅନ୍ୟ ମେଟ୍ରୋ ସିଷ୍ଟମଠାରୁ କମ ମୂଲ୍ୟରେ ବିକଶିତ ହୋଇପାରିବ। ଏହା ଉଚ୍ଚ କ୍ଷମତାଯୁକ୍ତ ମେଟ୍ରୋର ଫିଡର ସିଷ୍ଟମ ଭାବେ କାର୍ଯ୍ୟ କରିପାରିବ। ଜାତୀୟ ରାଜପଥରେ ଭିଡ଼କୁ ହ୍ରାସ କରିବା କ୍ଷେତ୍ରରେ ମେଟ୍ରୋଲାଇଟ ଟ୍ରେନ ମୁଖ୍ୟ ଭୂମିକା ନେଇପାରିବ। ଏହାର ନିର୍ମାଣ ଲାଗି ମେଟ୍ରୋ ଟ୍ରେନ ଭଳି ବିଶାଳ ଖର୍ଚ୍ଚ କରିବାକୁ ପଡିବ ନାହିଁ। ସଡ଼କ ପରିବହନ କ୍ଷେତ୍ରରେ ଏହା ପାରମ୍ପରିକ ଗାଡ଼ିର ବିକଳ୍ପ ହୋଇପାରିବ। ୩ କୋଚ୍‌ ବିଶିଷ୍ଟ ଏହି ଟ୍ରେନ୍‌ରେ ସର୍ବାଧିକ ୩୦୦ ଯାତ୍ରୀ ଯାଇପାରିବେ। ଅର୍ବାନ ରେଲ୍‌ ଟ୍ରାଞ୍ଜିଟ୍‌ ସିଷ୍ଟମ ନିର୍ମାଣ ଲାଗି ରାଜ୍ୟ ସରକାରଗୁଡ଼ିକୁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଯୋଗାଇ ଦେବେ। ଜାତୀୟ ରାଜପଥ କଡ଼ରେ ମେଟ୍ରୋଲାଇଟ ଟ୍ରେନ୍‌ ପାଇଁ ସ୍ବତନ୍ତ୍ର ରେଳ ଟ୍ରାକ୍‌ ନିର୍ମାଣ କରାଯିବ। ସଡ଼କ ପଥରେ ଟ୍ରାଫିକ ଭିଡଠାରୁ ଏହାକୁ ଦୂରେଇ ରଖିବା ଲାଗି ରେଳ ଟ୍ରାକ୍‌ର ଦୁଇକଡରେ ଲୌହ ବାଡ଼ ଦିଆଯିବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବର୍ତ୍ତମାନ ବଡ଼ ବଡ଼ ସହରରେ ଯାତାୟାତ ପାଇଁ ମେଟ୍ରୋ ଟ୍ରେନ ବ୍ୟବସ୍ଥା ନିର୍ମାଣ କରାଯାଉଛି। ଏଥିପାଇଁ ଅଧିକ ବ୍ୟୟଭାର ବହନ କରିବାକୁ ପଡୁଛି। ଅଧିକ ଟ୍ରେନ ଯାତ୍ରୀଙ୍କ ଯାତାୟାତକୁ ଦୃଷ୍ଟିରେ ରଖି ମେଟ୍ରୋ ଟ୍ରେନ ପ୍ରକଳ୍ପ ନିର୍ମାଣ କରାଯାଉଛି। ବିଭିନ୍ନ ସହରରେ ମେଟ୍ରୋ ଟ୍ରେନ ଚଳାଚଳର ସଫଳତାରେ ଉତ୍ସାହିତ କେନ୍ଦ୍ର ସରକାର ଏବେ ଛୋଟ ଛୋଟ ସହରରେ ମେଟ୍ରୋଲାଇଟ ଟ୍ରେନ ପ୍ରଚଳନ ଲାଗି ଉଦ୍ୟମ ଆରମ୍ଭ କରିଛନ୍ତି। ସାଧାରଣ ନିର୍ବାଚନ ବେଳେ ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ଦେଶର ୫୦ ସହରକୁ ମେଟ୍ରୋ ନେଟ୍‌ଓ୍ବର୍କ ସହ ଯୋଡାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ମେଟ୍ରୋଲାଇଟ୍‌ ବ୍ୟବସ୍ଥାରେ ଆଶ୍ରୟ ପ୍ଲାଟଫର୍ମ ନିର୍ମାଣ କରାଯିବ। ଏଥିରେ କୌଣସି ଏଏଫ୍‌ସି ଗେଟ୍‌, ପ୍ଲାଟଫର୍ମ ସ୍କ୍ରିନ ଡୋର୍‌, ଏକ୍ସ-ରେ ଏବଂ ବ୍ୟାଗେଜ ସ୍କାନର ରହିବ ନାହିଁ। ଟ୍ରେନ୍‌ର କୋଚ୍‌ ଏବଂ ସେଲ୍‌ଟର ପ୍ଲାଟଫର୍ମରେ ହିଁ ଟିକେଟ ଭାଲିଡେଟର ରହିବେ। ଏନ୍‌ସିଏମ୍‌ସି/ଅନ୍ୟାନ୍ୟ ଟିକେଟ ବ୍ୟବସ୍ଥା ଆପଣାଯିବ। ଯେକୌଣସି ସମୟରେ ଚେକିଂ କରାଯାଇ ବିନା ଟିକେଟ ଯାତ୍ରୀଙ୍କ ଠାରୁ ଭାରିମାତ୍ରାରେ ଜରିମାନା ଆଦାୟ କରାଯିବ। ଏଲିଭେଟେଡ ମେଟ୍ରୋଲାଇନ ସିଷ୍ଟମ ଯୋଜନା ସେତେବେଳେ କାମ କରାଯିବ ଯେତେବେଳେ ଆଟ୍‌ ଗ୍ରେଡ ପ୍ରଣାଳୀ ଲାଗୁ କରିବା ସମ୍ଭବ ନ ହେବ। କାର୍‌ ସଂରଚନା ସାମଗ୍ରୀ ଷ୍ଟେନଲେସ୍‌ ଷ୍ଟିଲ୍‌ ଅଥବା ଆଲୁମିନିୟମର ହେବ। ମେଟ୍ରୋଲାଇଟ୍‌ ଟ୍ରେନର ସର୍ବାଧିକ ଗତି ଘଣ୍ଟାପ୍ରତି ୬୦ କିମି ହେବ। ଯେକୌଣସି ମାମଲାରେ ଅନ୍‌ ବୋର୍ଡ ସିଗନାଲିଂ ବିଫଳ ହେବା କ୍ଷେତ୍ରରେ ଟ୍ରେନ୍‌ର ଗତିକୁ ଘଣ୍ଟା ପ୍ରତି ୨୫ କିମିକୁ ସୀମିତ କରାଯିବ। ସଡ଼କରେ ଟ୍ରେନ ଚଳାଚଳ ସମ୍ଭବ ନ ହେଲେ ମାଟିଠାରୁ ଉଚ୍ଚରେ ଏଭଳି ଟ୍ରେନ ଚଳାଚଳ ପାଇଁ ବିଚାର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ମିଳିବ ପ୍ରୋତ୍ସାହନ

ମୁମ୍ବାଇ,୬-୧୦: ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ଲାଗି ରିଜର୍ଭ ବ୍ୟାଙ୍କ ଶନିବାର ଘୋଷଣା କରିଛି। କ୍ଷୁଦ୍ର ବ୍ୟବସାୟ ପ୍ରତିଷ୍ଠାନଗୁଡିକରେ ଭିତ୍ତିଭୂମି ନିର୍ମାଣକୁ ରିଜର୍ଭ ବ୍ୟାଙ୍କ...

ପୋଷ୍ଟ ଅଫିସ୍‌ରେ ହେବ ଆୟକର ରିଟର୍ନ

ଭୁବନେଶ୍ୱର,୧୮।୭: ଦେଶର ସମସ୍ତ କରଦାତାଙ୍କ ପାଇଁ ରିଟର୍ନ ଦାଖଲ କରିବା ପ୍ରକ୍ରିୟାକୁ ଆହୁରି ସରଳ କରିଛି ଆୟକର ବିଭାଗ। ବର୍ତ୍ତମାନ କରଦାତା ନିକଟରେ ଥିବା ଡାକଘରେ ସେମାନଙ୍କର...

ଆୟୁଷ୍ମାନ୍‌ ଭାରତ ଯୋଜନାକୁ ଆମେରିକାର ପ୍ରଶଂସା

ଓ୍ବାଶିଂଟନ,୧୨-୫: ଏନ୍‌ଡିଏ ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ଯୋଜନା ‘ଆୟୁଷ୍ମାନ ଭାରତ’କୁ ଆମେରିକାର ଥିଙ୍କଟ୍ୟାଙ୍କ  ସେଣ୍ଟର ଫର୍‌ ଗ୍ଲୋବାଲ ଡେଭଲପ୍‌ମେଣ୍ଟ(ସିଜିଡି) ପ୍ରଶଂସା କରିଛି। ଏହି ଯୋଜନା ୟୁନିଭର୍ସାଲ ହେଲ୍‌ଥ...

ମହଙ୍ଗା ମାଡ଼ ଜାରି

ନୂଆଦିଲ୍ଲୀ, ୧୩ା୧: ଦେଶରେ ମହଙ୍ଗା ମାଡ଼ ଜାରି ରହିଛି। ଖାଉଟିଙ୍କୁ ଦରଦାମ ବୃଦ୍ଧିଜନିତ ବୋଝରୁ ଆଶ୍ୱସ୍ତି ମିଳିପାରୁନାହିଁ। ଖାଦ୍ୟ ସାମଗ୍ରୀରେ ଅହେତୁକ ମୂଲ୍ୟବୃଦ୍ଧି ଯୋଗୁ ଖୁଚୁରା...

ଯାତ୍ରୀବାହୀ ଯାନ ବିକ୍ରିରେ ବୃହତ୍‌ ହ୍ରାସ

କରୋନା ପ୍ରଭାବରେ ଯାତ୍ରୀବାହୀ ଯାନ ବିକ୍ରି ବୃହିତ ପରିମାଣର ହ୍ରାସ ଘଟିଛି। ଏହାବାଦ ୨ ଚକିଆ ବିକ୍ରି ଉପରେ ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଛି।...

ଇଏମ୍‌ଆଇରେ ୩ ମାସର ଆଶ୍ୱସ୍ତି; ରେପୋ କମାଇଲା ଆର୍‌ବିଆଇ

ମୁମ୍ବାଇ,୨୮। ୩: କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସରକାର ୨୧ଦିନିଆ ଲକ୍‌ଡାଉନ ଘୋଷଣା କରିଥିବାରୁ ଏହାଦ୍ୱାରା ଦେଶର ଅର୍ଥ ବ୍ୟବସ୍ଥା ଗଭୀର ଭାବେ ପ୍ରଭାବିତ...

ପାନ୍‌-ଆଧାର ଲିଙ୍କ୍‌ ହୋଇ ନ ଥିଲେ ଜରିମାନା

ନୂଆଦିଲ୍ଲୀ,୩୧।୩(ପି.ଟି.): ମାର୍ଚ୍ଚ ୩୧ ସୁଦ୍ଧା ଟିକସଦାତାମାନେ ସେମାନଙ୍କ ସ୍ଥାୟୀ ଆକାଉଣ୍ଟ ନମ୍ବର (ପାନ୍‌) ସହ ଆଧାର ନମ୍ବର ଲିଙ୍କ୍‌ କରି ନ ଥିଲେ ୫୦୦ରୁ ୧,୦୦୦...

ଏସ୍‌ପ୍ଲାନେଡରେ ମିଡ୍‌ ନାଇଟ ସେଲ୍‌ ଆଜି

ଭୁବନେଶ୍ୱର, ୧୫-୮(ବ୍ୟୁରୋ) ସ୍ବାଧିନତା ଦିବସ ଅବସରରେ ଏସ୍‌ପ୍ଲାନେଡ ଓ୍ବାନ ମଲ୍‌ରେ ମିଡ୍‌ ନାଇଟ ସେଲ୍‌ ସମ୍ପର୍କରେ ଘୋଷଣା କରାଯାଇଛି। ୧୦୦ରୁ ଉର୍ଦ୍ଧ୍ୱ ଜାତୀୟ ତଥା ଅନ୍ତର୍ଜାତୀୟ...

Advertisement
Archives

Model This Week