ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପରାମର୍ଶଦାତା କମିଟି ବୈଠକ ଚିହ୍ନଟ: ବିସ୍ଥାପିତଙ୍କ ଥଇଥାନ ନେଇ ଗୁରୁତ୍ୱ

ବ୍ରହ୍ମପୁର ଅଫିସ,୧୪ା୮-ଅବିଭକ୍ତ ଗଞ୍ଜାମ -ଗଜପତି ଜିଲା ଆର.ଉଦୟଗିରି ବ୍ଲକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଛେଳିଗଡ଼ ନିକଟରେ ଦୀର୍ଘବର୍ଷରୁ ପ୍ରସ୍ତାବିତ ଛେଳିଗଡ଼ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ ବିଳମ୍ବ ହେଉଥିବାରୁ ୨୦୦୫ରେ ହୋଇଥିବା ପ୍ରାକ୍‌ ବ୍ୟୟ ଅଟ୍ଟକଳ ୯୭ କୋଟିରୁ ଏବେ ୭୦୬ କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଯୋଜନା ପାଇଁ ଚିହ୍ନଟ ହୋଇଥିବା ୫ ଗ୍ରାମ ବୁଡ଼ିବାକୁ ଥିବା ଏବଂ ସମ୍ପୃକ୍ତ ଗ୍ରାମଗୁଡ଼ିକରୁ ବିସ୍ଥାପିତ ହେବାକୁ ଥିବା କେତେକ ପରିବାର ବିରୋଧ କରୁଥିବାରୁ ନିର୍ମାଣ କାର୍ଯ୍ୟରେ ବାଧକ ସାଜିଛି। ଫଳରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଅନ୍ୟାନ୍ୟ କାମ ଚାଲିଥିଲେ ମଧ୍ୟ ପ୍ରକଳ୍ପର ହେଡୱାର୍କ ବା ମୁଖ୍ୟ ଡ୍ୟାମ ନିର୍ମାଣ ଅଦ୍ୟାବଧି ଆରମ୍ଭ ହୋଇ ନ ଥିବାରୁ ସମସ୍ୟା ଦେଖାଦେଇଛି। ଅଧିକ ବିଳମ୍ବ ହେଲେ ସଂଶୋଧିତ ବ୍ୟୟ ଅଟ୍ଟକଳ ଆହୁରି ବଢ଼ିବାର ଆଶଙ୍କା ଘନୀଭୂତ ହୋଇଛି।
ମଙ୍ଗଳବାର ବ୍ରହ୍ମପୁରରେ ଅନୁଷ୍ଠିତ ଛେଳିଗଡ଼ ଯୋଜନାର ଚତୁର୍ଥ ଥଇଥାନ ଓ ଉପାନ୍ତ ଅଞ୍ଚଳ ଉନ୍ନୟନ ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଦକ୍ଷିଣାଞ୍ଚଳ ଆରଡିସି ଟି.ଆଓ ଏଥିରେ ଅଧ୍ୟକ୍ଷତା କରିଥିବା ବେଳେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଯୋଗଦେଇ ସମୀକ୍ଷା କରିଥିଲେ। ଗଜପତି ଜିଲାପାଳ ଅନୁପମ ଶାହ, ଏସ୍‌ପି ସାରା ଶର୍ମା, ଜଳ ସମ୍ପଦ ବିଭାଗ ବ୍ରହ୍ମପୁରସ୍ଥ ମୁଖ୍ୟଯନ୍ତ୍ରୀ ଜ୍ୟୋତିର୍ମୟ ରଥ, ଅଧୀକ୍ଷଣ ଯନ୍ତ୍ରୀ ଅଶ୍ୱିନୀ କୁମାର ମହାନ୍ତି, ପ୍ରକଳ୍ପର ନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର ନାଥ ମହାରଣା, ସହକାରୀ ଯନ୍ତ୍ରୀ ଏସ୍‌କେ ପଟ୍ଟନାୟକ, ଗଜପତି ଜିଲା ଭୂ-ଅର୍ଜନ ଅଧିକାରୀ ଚିତ୍ତରଞ୍ଜନ ସାହୁ ଓ ଅନ୍ୟ ଅଧିକାରୀମାନେ ଯୋଗ ଦେଇ ଥିଲେ। ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଗଜପତି ଜିଲା ପରିଷଦ ଅଧ୍ୟକ୍ଷା ଅନିତା ବେହେରା, ଚନ୍ଦ୍ରଗିରି ସରପଞ୍ଚ ନର୍ମଦା ଦଳାଇ, ଛେଳିଗଡ଼ ସରପଞ୍ଚ ଦିବାକର ରଣସିଂ ନାୟକଙ୍କ ସମେତ ଅଞ୍ଚଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ବିସ୍ଥାପିତ ହେବାକୁ ଥିବା ସମସ୍ତ ପରିବାରକୁ ଉପଯୁକ୍ତ ଥଇଥାନ କରାଯିବା ପରେ ପ୍ରକଳ୍ପ ନିର୍ମାଣ କରିବାକୁ ରଣସିଂ ନାୟକ ଦୃଢ଼ ଦାବି କରିଥିଲେ।
ବୈଠକର ବିବରଣୀରୁ ଜଣାପଡ଼ିଛି, ପ୍ରକଳ୍ପର ଡ୍ୟାମ ନିର୍ମାଣ ପାଇଁ ଆଦିବାସୀ ଗ୍ରାମ ବିଦ୍ୟାଧରପୁର, କାକିଲି, ତିଳିଙ୍ଗା, ସୁବିଗା ଓ ଛେଳିଗଡ଼ ବୁଡ଼ିବ। ସମୁଦାୟ ୫୨୦ ପରିବାରଙ୍କୁ ବିସ୍ଥାପିତ ହେବାକୁ ପଡ଼ିବ। ସେମାନଙ୍କ ମଧ୍ୟରୁ ଅନୁସୂଚିତ ଜାତିର ମାତ୍ର ଗୋଟିଏ ପରିବାର ଥିବା ବେଳେ ଅନ୍ୟମାନେ ଆଦିବାସୀ। ଜଳ ସମ୍ପଦ ବିଭାଗ ପକ୍ଷରୁ ଏହା କୁହାଯାଇଥିଲା। ଯୋଜନା ନିର୍ମାଣ ସପକ୍ଷରେ ପ୍ରାୟ ୯୦ ପ୍ରତିଶତ ଅଛନ୍ତି। ଅଳ୍ପ କେତେକ ଏହାକୁ ବିରୋଧ କରୁଛନ୍ତି। ଇତିମଧ୍ୟରେ ଚିହ୍ନଟ ବିସ୍ଥାପିତଙ୍କ ମଧ୍ୟରୁ ଅନେକଙ୍କୁ ୨୯ କୋଟି ଟଙ୍କା କ୍ଷତିପୂରଣ ଦିଆଯାଇଛି। ବିକଳ୍ପ ଥଇଥାନ ଯୋଜନାରେ ଦିଗପହଣ୍ଡି ବ୍ଲକର ସାମନ୍ତରାପୁରରେ ୧୦୮ ଜଣଙ୍କ ପାଇଁ ନୂଆ କଲୋନୀ ନିର୍ମିତ ହୋଇଛି। ଅପରପକ୍ଷରେ ବାଲିପାଟରେ ୭୫ ଏବଂ ବାବୁଲି ବନ୍ଧରେ ୬୮ ଘର ସମସ୍ତ ସୁବିଧା ଉପଲବ୍ଧ ସହ ନିର୍ମାଣ କରାଯାଉଛି।
ସୂଚନାନୁସାରେ, ରାମଗିରି ପର୍ବତରୁ ନିର୍ଗତ ବୃହତ୍ତ ଝରଣାକୁ ନେଇ ଛେଳିଗଡ଼ ପ୍ରକଳ୍ପ ମୁଖ୍ୟବନ୍ଧ ନିର୍ମାଣର ନକ୍ସା ପ୍ରସ୍ତୁତ ହୋଇଛି। ଏହାଦ୍ୱାରା ଆର.ଉଦୟଗିରି, ମୋହନା, ଦିଗପହଣ୍ଡି, ସାନଖେମୁଣ୍ଡି ବ୍ଲକର ୩୬ ଶହ ହେକ୍ଟର ଚାଷଜମି ଜଳସେଚିତ ହେବ। ଏଥିରୁ ଦୈନିକ ୩୦ ମେଗାୱାଟ୍‌ ବିଦ୍ୟୁତ୍‌ ଉପତ୍ାଦିତ ହେବ। ତେଣୁ ଜନକଲ୍ୟାଣ ପାଇଁ ନିର୍ମାଣ କରାଯାଉଥିବା ଏହି ପ୍ରକଳ୍ପକୁ ବିରୋଧ ନ କରିବା ଉପରେ ଏମ୍‌ପି ଚନ୍ଦ୍ରଶେଖର ଉପସ୍ଥିତ ଅଞ୍ଚଳବାସୀଙ୍କ ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କ ଅନ୍ୟ ଦାବି ମଧ୍ୟ ପୂରଣ କରାଯିବାର ସେ ଆଶ୍ୱାସନା ଦେଇଥିଲେ। ସମସ୍ତେ ସହଯୋଗ କରିବାକୁ ଗୁରୁତ୍ୱ ଦେଇଥିଲେ। ଆରଡିସି ମଧ୍ୟ ପ୍ରକଳ୍ପ ନିର୍ମାଣରେ ଲୋକ ପ୍ରତିନିଧି ଓ ଅଞ୍ଚଳବାସୀ ସହଯୋଗ କରିବାକୁ ଆହ୍ବାନ ଦେଇଥିଲେ। ଆଗାମୀ ଦିନରେ ପୁଣି ସ୍ଥିତି ଅନୁଧ୍ୟାନ ଏବଂ ଯୋଜନାର ଅଗ୍ରଗତି ନେଇ ସମୀକ୍ଷା କରାଯିବାର ଗଣମାଧ୍ୟମକୁ ଏମ୍‌ପି ସାହୁ ସୂଚାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘଣ୍ଟାରେ ୧୦ଟା ବାଜିବା କ୍ଷଣି ମନେ ପଡ଼ିବେ ଭଗବାନ, ସ୍ମୃତି ଅନୁଭୂତି ବଖାଣି ବିଦ୍ୟାଳୟ କର୍ମଚାରୀ କହିଲେ…

ପାଟଣା,୩୦ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗାସ୍ଥିତ ଦଧିବାମନ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭଗବାନ ମହାନ୍ତ ବୁଧବାର ସରକାରୀ ଚାକିରିରୁ ଅବସର ଗ୍ରହଣ…

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ରୋଷେୟାଙ୍କୁ ଗିରଫ କଲା ପୋଲିସ, ସ୍ତ୍ରୀ ବିଦ୍ୟାଭାରତୀଙ୍କର…

ଗଜପତି,୩୦ା୯(ଗିରିଧାରୀ ପରିଚ୍ଛା): ବହୁଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଅନ୍ୟତମ ଅଭିଯୁକ୍ତ ରୋଷେୟା ମନ୍ମଥ କୁମ୍ଭଙ୍କୁ ପାରଳାଖେମୁଣ୍ଡି ପୋଲିସ ଗିରଫ କରିଛି। ଏସ୍‌ଡିଜେଏମ୍‌ ପାରଳାଖେମୁଣ୍ଡିଙ୍କ ଅଦାଲତରୁ…

୫୩ ବର୍ଷରେ କର୍ଲାମୁଣ୍ଡା ଦୁର୍ଗାପୂଜା: ନୂଆ କମିଟିରେ ଦେବେନ୍ଦ୍ର ସଭାପତି, ଚନ୍ଦ୍ରଭାନୁ ସମ୍ପାଦକ

କର୍ଲାମୁଣ୍ଡା, ୩୦।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ଦୁର୍ଗାମଣ୍ଡପରେ ଚଳିତ ବର୍ଷ ୫୩ତମ ବର୍ଷରେ ପଦାର୍ପଣ କରିଛି ଡୁକେରମାଲ ଦୁର୍ଗାପୂଜା। ଆଗାମୀ ଦୁର୍ଗାପୂଜାକୁ…

ମହାନଦୀର ପଛୁଆ ପାଣିରେ ବୁଡ଼ିଲା ରାସ୍ତାଘାଟ, ଡଙ୍ଗା ପାଲଟିଛି ସାହାରା

ଖୋର୍ଦ୍ଧା,୩୦ା୯(ପ୍ରଭାତ ପାଣିଗ୍ରାହୀ): ମହାନଦୀର ପଛୁଆ ପାଣି ପ୍ରବେଶ ଯୋଗୁ ଖୋର୍ଦ୍ଧା ବ୍ଲକରେ ବନ୍ୟାଜଳ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ବ୍ଲକ ଓରବରସିଂହ ପଞ୍ଚାୟତର ହିରୁମୂଳକୁ ସଂଯୋଗ କରୁଥିବା…

ଲଭ-ସେକ୍ସ-ଧୋକା: ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗ: ଅଭିଯୁକ୍ତ ଫେରାର

ଦିଗପହଣ୍ଡି, ୩୦।୯ (ଅଶେଷ ନାଥ ମିଶ୍ର): ଭଲ ପାଇବା, ବିବାହର ପ୍ରତିଶ୍ରୁତି ଏବଂ ପରେ ପ୍ରତାରଣା ଅଭିଯୋଗକୁ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଏକ ମାମଲା…

ପାଣି ପାଇଁ ତାତିଲେ ମହିଳା, ହାଣ୍ଡି-ମାଠିଆ ଧରି ରାସ୍ତାରେ ବସିଲେ

ପୁରୁଷୋତ୍ତମପୁର,୩୦ା୯(ସବିତା ମିଶ୍ର): ପାଣି ପାଇଁ ଫୁଟିଲା ଅସନ୍ତୋଷ। ହାଣ୍ଡି-ମାଠିଆ ଧରି ରାଜରାସ୍ତାକୁ ଓହ୍ଲାଇଲେ ମହିଳା। ଦୁଇ ମାସ ଧରି ପାନୀୟଜଳ ମିଳୁ ନ ଥିବା ଅଭିଯୋଗରେ ଗଞ୍ଜାମ…

ଲୋଇସିଂହାର ଗର୍ବ ଇଫ୍ରାତା: ‘ଇଣ୍ଡିଆ ଟ୍ୟାଲେଣ୍ଟ ଫାଇଟ’ରେ ଚମକିଲେ

ଲୋଇସିଂହା,୩୦।୯(ସୁଶାନ୍ତ ବାରିକ):ଜାତୀୟସ୍ତରୀୟ ରିଆଲିଟି ଶୋ’ ଟ୍ୟାଲେଣ୍ଟ ଫାଇଟସୁପର ମଡେଲ’ ଜୁନିୟର କାଟାଗୋରିରେ ଚାମ୍ପିୟନ ହୋଇ ଲୋଇସିଂହା ତଥା ବଲାଙ୍ଗୀର ଜିଲା ପାଇଁ ଗୌରବ ଆଣିଛନ୍ତି ଇଫ୍ରାତା। ତାଙ୍କ…

ମା’ ରାମଚଣ୍ଡୀ ପୀଠରେ ‘ସ୍ବଚ୍ଛତା ହିଁ ସେବା’: ପ୍ଲାଷ୍ଟିକମୁକ୍ତ ପାଇଁ ଶପଥ

ଗଞ୍ଜାମ, ୩୦।୯ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ନୀଳାଦ୍ରିପୁର ପାହାଡ଼ ଶିଖରରେ ଅବସ୍ଥିତ ପ୍ରସିଦ୍ଧ ମା’ ରାମଚଣ୍ଡୀ ପୀଠରେ ମଙ୍ଗଳବାର ବିଶାଳ ସଫେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?