ଛେଣ୍ତିପଦା ସାଲୁଇଖମଣରେ ବାର୍‌ହା ଆତଙ୍କ: ଜୀବନ ରକ୍ଷା ଲାଗି ପୋଖରୀକୁ ଡେଇଁଲେ ବ୍ୟକ୍ତି

ଛେଣ୍ଡିପଦା,୫।୭(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ତିପଦା ବ୍ଲକ ସାଲୁଇଖମଣ ଗ୍ରାମରେ ଏକ ବାର୍‌ହା ଆକ୍ରମଣରେ ୨ ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ତ୍ରିଲୋଚନ ମାଝି, ଝୁନାରାଣୀ ସାହୁ। ସୂଚନାଯୋଗ୍ୟ, ଶୁକ୍ରବାର ସକାଳେ ଏକ ବାର୍‌ହା ନିକଟସ୍ଥ ଜଙ୍ଗଲରୁ ଗ୍ରାମ ଭିତରକୁ ପଶି ଆସିଥିଲା। ଗ୍ରାମବାସୀ ବାରହାକୁ ଘଉଡାଇବା ପାଇଁ ଚେଷ୍ଟା କରିବାରୁ ସେ ଏଣେତେଣେ ଦୌଡିଥିଲା। ଏହି ସମୟରେ ବଳଦ ବାନ୍ଧୁଥିବା ତ୍ରିଲୋଚନଙ୍କୁ ବାର୍‌ହା ଆକ୍ରମଣ କରିଥିଲା। ତାଙ୍କ ହାତରେ ଗଭୀର କ୍ଷତ ସୃଷ୍ଟି ହେବା ସହ ସେ ଜୀବନ ରକ୍ଷା ଲାଗି ନିକଟସ୍ଥ ପୋଖରୀକୁ ଡେଇଁପଡିଥିଲେ। ପରେ ବାର୍‌ହା ଝୁନାରାଣୀଙ୍କୁ ଆକ୍ରମଣକରି ଜଙ୍ଗଲକୁ ଚାଲିଯାଇଥିଲା। ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଭୟଙ୍କୁ ଛେଣ୍ଡିପଦା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେଠାରେ ଝୁନାରାଣୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଣୀ ଚିକିତ୍ସାକୁ ଉପେକ୍ଷା

ବଅଁରପାଳ,୨୪।୧୨(ଡି.ଏନ.ଏ.): ଗ୍ରାମାଞ୍ଚଳ ଅର୍ଥନୀତିକୁ ମଜଭୁତ କରେ ପ୍ରାଣୀ ସମ୍ପଦ। ଗୋପାଳନ ସହ ଛେଳି, ମେଣ୍ଢା, କୁକୁଡ଼ା ଆଦିରୁ ଅତିରିକ୍ତ ଆୟ କରନ୍ତି ଲୋକେ। ସେଥିପାଇଁ ସରକାର ଏସବୁ...

ପୋତି ହୋଇଗଲାଣି ବାଲିବନ୍ଧ ପ୍ରକଳ୍ପ

ଛେଣ୍ଡିପଦା,୯ା୮(ସ୍ବ.ପ୍ର.):ଲକ୍ଷ୍ୟ ଥିଲା ୭୦୦ ହେକ୍ଟର ଜମି ଜଳସେଚିତ ହେବ। ସେଥିପାଇଁ ୫୦ ବର୍ଷ ତଳେ ନିର୍ମାଣ କରାଯାଇଥିଲା ବାଲିବନ୍ଧ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ। ଉପକୃତ ହେଉଥିଲେ...

୬ଷ୍ଠ ଦିନରେ ଶ୍ରମିକ ସଙ୍ଗଠନର ଗଣଧାରଣା

ତାଳଚେର,୧୭।୭(ନି.ପ୍ର.) – ତାଳଚେରସ୍ଥିତ ଏମ୍‌ସିଏଲ୍‌ର ଭରତପୁର କୋଇଲା ଖଣିରେ ନୂତନ ସାଇଲୋ ଘରୋଇକରଣର ପ୍ରତିବାଦରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଶାନ୍ତିପୂର୍ଣ୍ଣ ଗଣଧାରଣା ଶନିବାର...

କନ୍ୟା ଭ୍ରୂଣ ହତ୍ୟା ରୋକିବାକୁ ଗୁରୁତ୍ୱ: ପ୍ରସବ ବିବରଣୀ ଦେବେ ଘରୋଇ କ୍ଲିନିକ୍‌

ଅନୁଗୋଳ ଅଫିସ, ୩୧।୮ – ଜିଲାରେ ଚାଲୁଥିବା ଅଲଟ୍ରାସାଉଣ୍ଡ କ୍ଲିନିକ ଓ ନର୍ସିଂହୋମରେ କଡାକଡି ପାଳନ ହେବ ଲିଙ୍ଗ ନିରୂପଣ ନିରୋଧୀ ସମ୍ପର୍କିତ ପିସିଆଣ୍ଡପିଏନ୍‌ଡିଟି ଆଇନ।...

ତହସିଲଦାରଙ୍କ ଉପସ୍ଥିତିରେ ଭଙ୍ଗାଗଲା ଇଟା ଭାଟି

ମାଧପୁର,୩।୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲ ଅନ୍ତର୍ଗତ ଟୁସର ଆର୍‌ଆଇ ସର୍କଲ ବାସୁଦେବପୁର ପଞ୍ଚାୟତର ସୁବର୍ଣ୍ଣପୁର ଏବଂ ମୁଚ୍ଛପୁରରେ ବେଆଇନ ଭାବରେ ନିିର୍ମାଣ କରାଯାଉଥିବା ମାଟି...

ଜମିବ ଜିରୋ ନାଇଟ୍‌

ଅନୁଗୋଳ ଅଫିସ, ୩୧ା୧୨: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ୨୦୨୨କୁ ଦିଆଯିବ ବିଦାୟ। ୨୦୨୩କୁ କରାଯିବ ଭବ୍ୟ ସ୍ବାଗତ। ଏଥିପାଇଁ ଅନୁଗୋଳରେ ଚାଲିଛି ଜୋର୍‌ଦାର...

ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରାଙ୍କୁ କରୋନା

ଭୁବନେଶ୍ୱର/ଛେଣ୍ଡିପଦା,୨୮।୯ (ବ୍ୟୁରୋ/ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ବିଧାୟକ ସୁଶାନ୍ତ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତେବେ ପୂର୍ବରୁ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ...

ଟ୍ରାନ୍ସଫର୍ମର ପୋଡ଼ି ୨ ଗାଁ ଅନ୍ଧାର

ବଇଣ୍ଡା, ୨୬।୧୦(ଡି.ଏନ୍‌.ଏ.): ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତର କୁଡ଼ାସାହି ଓ ବାଲିସାହିକୁ ବିଦ୍ୟୁତ୍‌ ଯୋଗାଉଥିବା ୬୩ କେଭି କ୍ଷମତା ବିଶିଷ୍ଟ ଟ୍ରାନ୍ସଫର୍ମର ୫ଦିନ ହେଲା ପୋଡ଼ିଯାଇଛି।...

Advertisement
Archives

Model This Week