ଛାତ ପଡ଼ି ଶିଶୁପୁତ୍ରର ଜୀବନଗଲା, ମା’ ଗୁରୁତର

ଛତ୍ରପୁର,୨୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ମାଟିଖାଲ ଗାଁରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଭୋର୍‌ ସମୟରେ ମା ଓ ପୁଅ ଶୋଇଥିବା ବେଳେ ଘରର ଛାତ ତାଙ୍କ ଉପରେ ଖସି ପଡ଼ିଯାଇଥିଲା। ପରେ ମା’ ପୁଅଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ଶିଶୁପୁତ୍ରଟିକୁ ମୃତ ଘୋଷଣା କରିଥିବା ବେଳେ ମା’ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲା ଢୋଲିଆ ସାହି ଗାଁର ଭିକାରୀ ପ୍ରଧାନଙ୍କ ୨ ବର୍ଷର ପୁଅ ଚନ୍ଦନଜିତ୍‌ଙ୍କୁ ନେଇ ସ୍ତ୍ରୀ ଗୀତାଞ୍ଜଳି ତାଙ୍କ ବାପଘର ଗଞ୍ଜାମ ଜିଲା ମାଟିଖାଲ ଗାଁରେ ରହିଆସୁଥିଲେ। ଲକ୍‌ଡାଉନ୍‌ ଯୋଗୁ ସେ ଶାଶୁଘରକୁ ଫେରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ସଚେତନତା ପାଇଁ ବାଇକ ଶୋଭାଯାତ୍ରା

ବୌଦ୍ଧ,୩୦ା୫(ସ୍ବ.ପ୍ର.)-ବୌଦ୍ଧ ଜିଲାରେ କରୋନା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି। ଜିଲାରୁ ଚିହ୍ନଟ ହୋଇଥିବା ସମସ୍ତ ପଜିଟିଭ ସୁସ୍ଥ ହୋଇ ଶନିବାର ଘରକୁ ଫେରିଛନ୍ତି। ଏହା କରୋନା...

କୋର୍ଟ ଚାଲାଣ ବେଳେ ଖସିଗଲେ ଅଭିଯୁକ୍ତ

ବଡମ୍ବା,୧୩ା୨(ଡି.ଏନ୍‌.ଏ): ନରସିଂହପୁର ଅବକାରୀ ସ୍କ୍ବାର୍ଡ ପକ୍ଷରୁ ବୁଧବାର ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜଣେ ଖସି ପଳାଇଯାଇଥିଲେ। ପରେ ତାଙ୍କୁ ଗିରଫ କରାଯାଇଛି।...

ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିିରହିଛି ଶୀତଳଭଣ୍ଡାର

ଭବାନୀପାଟଣା,୧୮।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ଆଦିବାସୀ ହରିଜନ ଲୋକଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ସରକାରଙ୍କ ଅନେକ ଯୋଜନା ପ୍ରସ୍ତୁତ ହୋଇଛି...

ସମନ୍ବୟ ଅଭାବ, ପଛରେ ପଡ଼ିଛି ବିକାଶ

କେନ୍ଦ୍ରାପଡ଼ା ଅଫିସ,୨୯।୧: ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଇତିମଧ୍ୟରେ ୪ ବର୍ଷ ପୂରଣ ହୋଇଛି। ୨୦୨୨ରେ ଏହି ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ସଜବାଜ ଚାଲିଛି।...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୧୭-୯:ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ରେଡ ଫ୍ଲାଗ ତାଲିକାଭୁକ୍ତ ଏହି ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ...

୨ ପଞ୍ଚାୟତର ୨ ପ୍ରକଳ୍ପରେ ଗୋଟିଏ ଫଟୋ

ନାଉଗାଁ,୧୧ା୫(ସ୍ବ.ପ୍ର.): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ର ସଫଳ ରୂପାୟନ ସହ କାର୍ଯ୍ୟରେ ସ୍ବଚ୍ଛତା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରତ୍ୟେକ...

ମାଓବାଦୀଙ୍କୁ ନଜର ରଖିବ ଡ୍ରୋନ୍‌

ଫୁଲବାଣୀ ଅଫିସ/ ସୁନାବେଡ଼ା (ସ୍ବ.ପ୍ର.) ୧୪।୫: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ସୁନୀଲ ବଂଶଲ ଶନିବାର କୋରାପୁଟ ଓ କନ୍ଧମାଳ ଜିଲା ଗସ୍ତରେ ଆସି ବିଭିନ୍ନ...

ଓଟିଡିସି ପକ୍ଷରୁ ବଲାଙ୍ଗୀରରୁ ହରିଶଙ୍କରକୁ ବସ୍‌ସେବାର ଶୁଭାରମ୍ଭ

ବଲାଙ୍ଗୀର ଅଫିସ,୧୮ା୧୧ – ବଲାଙ୍ଗୀର ସଦର ମହକୁମାରୁ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀଗୁଡିକୁ ପର୍ଯ୍ୟଟକଙ୍କ ଯିବା ଆସିବାରେ ସୁବିଧା କରିବା ପାଇଁ ସୋମବାର ଏକ ବସ୍‌ସେବାର ଶୁଭାରମ୍ଭ...

Advertisement
Archives

Model This Week