ଛାତ୍ରୀ ନିବାସ ପରିସରରେ ୨୦୦ ଚାରା ରୋପଣ

ଭଟଲି,୧୫ା୭(ଡି.ଏନ.ଏ) ଭଟଲି ଦଧିବାମନ ଡିଗ୍ରୀ ମହାବିଦ୍ୟାଳୟର ୟୁଜିସି ଛାତ୍ରୀ ନିବାସ ପରିସରରେ ରବିବାର ବନ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ଅଧ୍ୟାପକ ଶ୍ୟାମଲାଲ ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଛାତ୍ରୀ ନିବାସରେ ହୋଇଥିଲା । ପ୍ରତ୍ୟେକ ବର୍ଷ ଅତି କମ୍‌ରେ ଜଣେ ମଣିଷ ୫ଟି ଗଛ ଲଗାଇବା ଏବଂ ସେଗୁଡିକର ଉପଯୁକ୍ତ ଯତ୍ନ ନେବା ଉଚିତ ବୋଲି ମତପ୍ରକାଶ ପାଇଥିଲା । ଭଟଲି ରେଞ୍ଜର ଫରେଷ୍ଟର ସୁଦାମ ଜଗଦଲା ଯୋଗଦେଇ ସମସ୍ତେ ବ୍ୟାପକ ଜଙ୍ଗଲ ସୃଷ୍ଟି ଦିଗରେ ମନ ବଳାଇବାକୁ ଅନୁରୋଧ କରିଥିଲେ । ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ରବି ପଣ୍ଡା, ଲାଇବ୍ରେରିଆନ୍‌ ରସାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ା ପରେ ଛାତ୍ରୀ, ଅଧ୍ୟାପକ ଏବଂ ଅତିଥିମାନେ ମିଶି ଛାତ୍ରୀ ନିବାସ ପରିସରରେ ବିଭିନ୍ନ ପ୍ରକାରର ୨୦୦ ଚାରା ରୋପଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରସଙ୍ଗ: ଓକିଲଙ୍କ ତିନି ଦିନିଆ ଆନ୍ଦୋଳନ ଆରମ୍ଭ

ସମ୍ବଲପୁର,୨୧।୧୨(ବ୍ୟୁରୋ): ପଶ୍ଚିମ ଓଡ଼ିଶା ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବି ନେଇ ଶନିବାର ଓକିଲଙ୍କ ତିନି ଦିନିଆ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକ...

ମଣ୍ଡିରୁ ଧାନ ଉଠାଣ ଦାବି, ଗଜା ଧାନ ଧରି ଚାଷୀଙ୍କ ବିକ୍ଷୋଭ: ୮ ଘଣ୍ଟା ଚାଷୀଙ୍କ ୨୬ ନଂ. ଜାତୀୟ ରାଜପଥ ଅବରୋଧ

ଜୁନାଗଡ,୧୦।୭(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଚାରବାହାଲ ନିକଟସ୍ଥ ଝାରକୁଣ୍ଡାମାଲ ଛକଠାରେ ବୁଧବାର ମଣ୍ଡିରୁ ଧାନ ଉଠାଣ ଦାବିରେ ଚାରବାହାଲ ଓ ବେଲଗୁଡା ମଣ୍ଡିର ଚାଷୀମାନେ...

କାମରେ ଆସୁନି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ, ୧୯ ଲକ୍ଷ ମାଟିରେ ମିଶିଲା

ମନମୁଣ୍ଡା, ୧୩।୬ (ଡି.ଏନ.ଏ.) – ବୌଦ୍ଧ ଜିଲା କଙ୍କାଳି ପାହାଡ ତଥା ସଂରକ୍ଷିତ ଜଙ୍ଗଲ ପାଦଦେଶରେ ଥିବା ରତାଖଣ୍ଡି, କଲରାଝୁଲି, ହାତୀପାଲି ଅଞ୍ଚଳରେ ଜଳସେଚନ ସୁବିଧା...

ଝଡ଼ବର୍ଷା କ୍ଷୟକ୍ଷତିର ତୁରନ୍ତ ସହାୟତା ଦିଅ

କୁଚିଣ୍ଡା,୬ା୨(ଡି.ଏନ.ଏ.): କୁଚିଣ୍ଡା ବ୍ଲକରେ ଝଡ଼ବର୍ଷା ସାଙ୍ଗକୁ କୁଆପଥର ମାଡ଼ ହୋଇଛି। ଏଥିରେ ଘର ଭାଙ୍ଗିବା ସହ ବ୍ୟାପକ ପରିବା ଫସଲ ନଷ୍ଟ ହୋଇଛି। ପୂର୍ବରୁ ଅଦିନିଆ...

ହୀରାକୁଦ ଡ୍ୟାମରୁ ୩୨ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସନ: ସମ୍ବଲପୁର- ସୋନପୁର ରାଜପଥ ଯାତାୟତ ଠପ୍‌

ସମ୍ବଲପୁର, ୨୮ା୮ (ବ୍ୟୁରୋ): ସମ୍ବଲପୁର ଜିଲା ହୀରାକୁଦ ଡ୍ୟାମରୁ ଶୁକ୍ରବାର ୩୨ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଜଳଭଣ୍ଡାରକୁ ୬ଲକ୍ଷ ୩୮ ହଜାର...

ପିଇଲା ପାଏନ୍‌ ଲାଗି ହଟହଟା ବିନିକା ସହରବାସୀ

ବିନିକା,୨୭ା୪(ଡି.ଏନ୍‌.ଏ): ଏହେଦ୍‌କା ସାରା ରାଏଜେ ଖରାର ତେଜ୍‌ ବଢ଼ତେଲ ଯାଉଛେ। ବଡ଼ଭାଗି ସହରମାନକର ତାପମାନ ୪୦ ଡିଗ୍ରୀ ଉପରେ ରହୁଛେ। ଏନ୍‌ତାଥି ବିନିକା ସହରର ତାପ୍‌ମାନ...

ବିଧାୟକ-ପୋଲିସ ମୁହାଁମୁହିଁ

ସମ୍ବଲପୁର,୨୯।୭(ବ୍ୟୁରୋ): କରୋନା କଟକଣା ଯୋଗୁ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍‌ ଲାଗିଛି। ହେଲେ ମଙ୍ଗଳବାର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଭାଜପା...

ସିନାପାଲି ବ୍ଲକରେ ଆବାସ ଯୋଜନା ବାଟବନା

ନୂଆପଡା ଅଫିସ,୨୪ା୪- ସରକାର ସବୁ ଗରିବ୍‌ ପରିବାରକେ ପକାଘର ଆର ଜମି ପଟ୍ଟା ଦେବାର ବେବସ୍‌ତା କରୁଛନ୍‌। ହେଲେ ବହୁତ୍‌ ଜାଗାରେ ଇ ସବୁ ଯୋଜନା...

Advertisement
Archives

Model This Week