ଛତ୍ରପୁର ହସ୍ପିଟାଲରେ ଡାକ୍ତର ଅଭାବ

ଛତ୍ରପୁର,୬।୭(ଡି.ଏନ.ଏ)-ଛତ୍ରପୁର ହସ୍ପିଟାଲ ରୋଗୀ କଲ୍ୟାଣ ସମିତି ବୈଠକ ଶୁକ୍ରବାର ସନ୍ଧ୍ୟାରେ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ହସ୍ପିଟାଲର ପରିମଳ ବ୍ୟବସ୍ଥା ସୁଦୃଢ କରିବା ସହ ରୋଗୀଙ୍କୁ ଉତ୍ତମ ସେବା ଦେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ହସ୍ପିଟାଲରେ ୨୨ ଜଣ ଡାକ୍ତର ଆବଶ୍ୟକ ଥିବା ବେଳେ ମାତ୍ର ୭ ଜଣ ଅଛନ୍ତି ବୋଲି ସୂଚନା ଦିଆଯାଇଥିଲା। ଏହାଫଳରେ ରୋଗୀ ସେବା ବିଶେଷ ଭାବେ ପ୍ରଭାବିତ ହେଉଛି। ହସ୍ପିଟାଲରେ ଖାଲି ପଡିଥିବା ଡାକ୍ତର ପଦବୀ ପୂରଣ ନେଇ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି ବିଧାୟକ ବେହେରା କହିଥିଲେ। ବିଗତ ରୋଗୀ କଲ୍ୟାଣ ସମିତି ବୈଠକରେ କେଉଁ କେଉଁ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି ସେସମ୍ପର୍କରେ ଆଲୋଚନା ହୋଇଥିଲା। ଉକ୍ତ ହସ୍ପିଟାଲ ଉପରେ ଛତ୍ରପୁର ବ୍ଲକ, ଗଂଜାମ ବ୍ଲକ ଏବଂ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକର ଲୋକେ ନିର୍ଭର କରୁଛନ୍ତି। ବର୍ତ୍ତମାନ ହସ୍ପିଟାଲରେ ବିଭିନ୍ନ ବିଭାଗ ପକ୍ଷରୁ ଚାଲିଥିବା କାର୍ଯ୍ୟ ତୁରନ୍ତ ସାରିବାକୁ ଗୁରୁତ୍ୱାରୋପ କରାଯାଇଥିଲା। ନିରାମୟ ଯୋଜନାରେ ଅତି ଆବଶ୍ୟକ ଔଷଧ ଷ୍ଟକ ଅଭାବରୁ ମିଳୁନି। ଅଧିକ ପରିମାଣ ଷ୍କକ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ହସ୍ପିଟାଲରେ ଇନ୍‌ଡୋର ରୋଗୀ ସଂଖ୍ୟା କମୁଥିବାରୁ ଉତ୍ତମ ସେବା ଯୋଗାଇଦେବାକୁ କୁହାଯାଇଥିଲା। ମୃତଦେହ ସଂରକ୍ଷଣ ରଖିବାକୁ ଥିବା ଫ୍ରିଜର ଅଚଳ ରହିଛି। ଏଣୁ ନୂଆ ଫ୍ରିଜର ଦେବା ପାଇଁ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖାଯିବାକୁ ବୈଠକରେ ସ୍ଥିର ହୋଇଛି। ହସ୍ପିଟାଲକୁ ଆସୁଥିବା ରୋଗୀମାନଙ୍କୁ ଡିଜାଟାଲ ଏକ୍ସରେ ଫିଲ୍ମ ଦିଆଯାଉ ନ ଥିବା ଆଲୋଚନା ହୋଇଥିଲା। ଫଳରେ ରୋଗୀମାନେ ଅନ୍ୟ କୈାଣସି ଡାକ୍ତର କିମ୍ବା ହସ୍ପିଟାଲକୁ ଗଲେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ତଙ୍କୁ ସେମାନଙ୍କର ଏକ୍ସରେ ଫିଲ୍ମ ଏଣିକି ଦିଆଯିବ। ଜିଲାର ସଦର ମହକୁମାରେ ଉକ୍ତ ହସ୍ପିଟାଲ ହୋଇଥିଲେ ମଧ୍ୟ ମହାପ୍ରାଣାୟ ଗାଡି ନାହିଁ। ମୃତଦେହ ନେବାକୁ ବେସରକାରୀ ଗାଡି ଉପରେ ନିର୍ଭର କରିବାକୁ ପଡୁଛି। ଗ୍ରାସୀମ କମ୍ପାନୀକୁ ଏକ ଗାଡି ପ୍ରଦାନ କରିବା ପାଇଁ ଚିଠି ଲେଖାଯିବ। ଛତ୍ରପୁର ବ୍ଲକରେ ଖରାପ ହୋଇ ରହିଥିବା ଆମ୍ବୁଲାନ୍ସକୁ ଅଣାଯିବ। ବ୍ଲଡ ବ୍ୟାଙ୍କ ଷ୍ଟୋରେଜର ଲାଇସେନ୍ସ ଅବଧି ସରିଯାଇଛି। ଏହାର ଲାଇସେନ୍ସ ନବୀକରଣ କରି କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି। ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ଲକ ଅଧ୍ୟକ୍ଷ ଏମ୍‌ ଧନଞ୍ଜୟ ରେଡ୍ଡୀ, ସୁପରିଟେଣ୍ଡେଣ୍ଟ ଡା.କାହ୍ନୁଚରଣ ପାତ୍ର, ଡା. ଜିତେନ୍ଦ୍ର ମୋହନ ବେବର୍ତା, କମିଟି ସଦସ୍ୟ ସୁବୂର୍ଣ୍ଣମାଳା ବିଷୋଇ, ବିଜୟ ପଟ୍ଟନାୟକ, ବସନ୍ତ ମହାରଣା, କୃପାସିନ୍ଧୁ ପଣ୍ଡା, ହସ୍ପିଟାଲ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡା, ବିଇସ ଅବିନାଶ ଶତପଥୀ, ସିଡିପିଓ କ୍ରିଷ୍ଣା କୁମାରୀ ନନ୍ଦ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନର କଡ଼ା ଆଭିମୁଖ୍ୟ: ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡକୁ ଗଲା ସରକାରୀ ଓ ବେସରକାରୀ ବସ୍

ଦିଗପହଣ୍ଡି, ୭।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର ଦିଗପହଣ୍ଡି ସହରରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଟ୍ରାଫିକ ସମସ୍ୟାର ସମାଧାନ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ଶିଶୁ କନ୍ୟାଙ୍କୁ ଝୁଣି ଦେଲେ ୨ ବୁଲା କୁକୁର: ୩ ସ୍ଥାନରେ ଲାଗିଛି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମହାନାଳା ଗ୍ରାମର ସରସ୍ଵତୀ ଶିଶୁ ମନ୍ଦିରରେ ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପାଟପୁର ଗ୍ରାମର ପ୍ରମୋଦ ସାହୁଙ୍କ…

ଦାଦା ବଟି ଯୋଜନା ପଣ୍ଡ: ୨ ପିସ୍ତଲ ସହ ୪ ଗିରଫ

ଭଞ୍ଜନଗର,୭।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ଧରଣର ଅପରାଧୀ ଗୋଷ୍ଠୀକୁ କାବୁ କରିବାରେ ସକ୍ଷମ ହୋଇଛି। ପୋଲିସ ଦାଦା ବଟି ମାଗିବା ଯୋଜନା କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri