Posted inଫୁରସତ

ଚୋରି ହୋଇଥିବା ପୋଷାକୁକୁରକୁ ଖୋଜିବା ପାଇଁ ବିମାନ ବୁକ୍‌ କଲେ ମହିଳା

ଓ୍ବାଶିଂଟନ୍‌: ମଣିଷ ଏବଂ ପଶୁପକ୍ଷୀଙ୍କ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ନିବିଡ଼। ଏହାର ଅନେକ ଉଦାହରଣ ମଧ୍ୟ ରହିଛି। ସେଥିମଧ୍ୟରୁ ଏକ ଉଦାହରଣ ଆମେରିକାରେ ଦେଖିବାକୁ ମିଳିଛି। ଏଠାକାର ଜଣେ ମହିଳା ଚୋରି ହୋଇଯାଇଥିବା ନିଜର ପୋଷା କୁକୁରକୁ ଖୋଜିବା ପାଇଁ ବିମାନରେ ଟିକେଟ୍‌ ବୁକ୍‌ କରିଛନ୍ତି। ମାତ୍ର ଏ ପର୍ଯ୍ୟନ୍ତ କୁକୁରର କୌଣସି ସନ୍ଧାନ ପାଇପାରିନାହାନ୍ତି। ତଥାପି ଖୋଜିବା ଜାରି ରଖିଛନ୍ତି। ଖାଲି ଏତିକି ନୁହେଁ, କୁକୁରକୁ କେହି ଖୋଜି ଆଣିଦେଲେ ୫ ଲକ୍ଷ ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା ମଧ୍ୟ କରିସାରିଛନ୍ତି।

https://www.instagram.com/p/B3m2Gxlgi3B/?utm_source=ig_web_copy_link

ଏମିଲି ଟେଲେର୍ମୋ ନାମକ ଜଣେ ମହିଳାଙ୍କର ପୋଷାକୁକୁରକୁ କେହି ଚୋରି କରି ନେଇଯାଇଛି। ଏହାକୁ ଖୋଜିବା ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି। କାରଣ ସେ ତାଙ୍କ କୁକୁରକୁ ନିଜ ଜୀବନଠାରୁ ମଧ୍ୟ ବହୁତ ଭଲ ପାଆନ୍ତି। ଏମିଲିଙ୍କ ଅଷ୍ଟ୍ରେଲିଆନ୍‌ ଶେଫର୍ଡ ଜ୍ୟାକ୍‌ସନ୍‌ ୧୫ ଡିସେମ୍ବରରେ ଚୋରି ହୋଇଯାଇଛି। ସେ କହିଛନ୍ତି, ଯଦି କେହି ଖୋଜି ଆଣି ଦେବ ତେବେ ତାଙ୍କୁ ୭ ହଜାର ଡଲାର ଅର୍ଥାତ ଭାରତୀୟ ମୁଦ୍ରାରେ ୪.୯୭ ଲକ୍ଷ ଟଙ୍କା ପୁରସ୍କାର ମିଳିବ। କୁକୁରକୁ ଖୋଜିବା ପାଇଁ ଏକ ବିମାନରେ ୮୫ ହଜାର ଟଙ୍କାର ସେ ଟିକେଟ୍‌ ବୁକ୍‌ କରିଛନ୍ତି। ବିମାନରୁ ଫ୍ରାନ୍‌ସିସ୍କୋ ଏବଂ ଓକ୍‌ଲ୍ୟାଣ୍ଡ୍‌ର ପ୍ରତି ଗଳିକନ୍ଦି ନଜର କରୁଛନ୍ତି। ବିମାନରେ କୁକୁରଙ୍କୁ ଖୋଜିବା ପାଇଁ ଏକ ବ୍ୟାନର ବି ଲଗାଇଛନ୍ତି। ଯେଉଁଥିରେ ଓ୍ବେବ୍‌ସାଇଟ୍‌ www.bringjacksonhome.comରେ ସୂଚନା ଦେବାକୁ କୁହାଯାଇଛି। ଏମିଲି କହିଛନ୍ତି, ସିସିଟିଭି ଫୁଟେଜରୁ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି କୁକୁର ନିକଟକୁ ଯାଉଛନ୍ତି। ବ୍ୟକ୍ତିଜଣକ ମୁଖା ପିନ୍ଧିଥିବାରୁ ଚିହ୍ନି ହେଉନାହାନ୍ତି। ଏମିଲିି ତାଙ୍କର କୁକୁର ଖୋଜିବା ପାଇଁ ସବୁଆଡୁ ପ୍ରୟାସ ଜାରି ରଖିଛନ୍ତି ମାତ୍ର ଏ ପର୍ଯ୍ୟନ୍ତ କୌଣସି ସନ୍ଧାନ ପାଇପାରିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାରୁତି ସୁଜୁକି ନୂଆ ବାଲେନୋର ବଜାର ପ୍ରବେଶ

ଭୁବନେଶ୍ୱର,୯ା୯: ମାରୁତି ସୁଜୁକି ଇଣ୍ଡିଆ ପ୍ରସ୍ତୁତ ବାଲେନୋର ନୂତନ ଭର୍ସନ ମଙ୍ଗଳବାର ରାଜଭବନ ନିକଟସ୍ଥ ନେକ୍ସା(ନାରାୟଣୀ ମୋଟର୍ସ) ଏବଂ ହଂସପାଳ ଶୋ’ରୁମ୍‌ରେ ଉନ୍ମୋଚନ କରାଯାଇଛି। ଏହି ନୂତନ…

ଓମ୍‌ଫେଡ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଦୁଗ୍ଧଚାଷୀଙ୍କୁ ଲିଟର ପ୍ରତି ୨ ଟଙ୍କା ଅଧିକ ମିଳିବ

ଭୁବନେଶ୍ୱର,୯ା୯: ରାଜ୍ୟର ଦୁଗ୍ଧଚାଷୀମାନଙ୍କ ଜୀବିକା, ଆୟ ଓ ସ୍ବାର୍ଥକୁ ପ୍ରାଥମିକତା ଦେଇ ଓମ୍‌ଫେଡ୍‌ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ୧୧ ତାରିଖରୁ ଚାଷୀମାନଙ୍କଠାରୁ ଦୁଗ୍ଧ…

ମଦ ନିଶାରେ ବାପାଙ୍କୁ ପିଟି ହତ୍ୟା, ଥାନାରେ ଆତ୍ମସମର୍ପଣ କଲା ପୁଅ

ପାଟଣା, ୯/୯ (ବୀର କିଶୋର ଦାଶ): ପାରିବାରିକ କଳହକୁ କେନ୍ଦ୍ର କରି କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ନୁଆଖମଣ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି।…

ବିବାହ ପରେ ଏହି ୨ ରାଶିଙ୍କର ଖୋଲେ ଭାଗ୍ୟର ତାଲା, ହୁଅନ୍ତି କୋଟିପତି! ଜୀବନରେ ଆସେ ଧନ-ଐଶ୍ୱର୍ଯ୍ୟ

ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟେକ ରାଶିର ନିଜସ୍ବ ଗୁଣ ଓ ଗ୍ରହ ପ୍ରଭାବ ରହିଛି। ଜ୍ୟୋତିଷୀୟ ମାନ୍ୟତା ଅନୁସାରେ, କିଛି ରାଶିର ଲୋକଙ୍କ ପାଇଁ ବିବାହ ପରେ ଧନ,…

ବ୍ଲାକ୍‌ରୋଜ୍‌ ଜାହାଜ ବୁଡ଼ି ଘଟଣାକୁ ୧୭ ବର୍ଷ ପୂରିଲା: କାରଣ ଏବେବି ଅସ୍ପଷ୍ଟ

ପାରାଦୀପ, ୯।୯(ଶରତ ରାଉତ):ପାରାଦୀପ ବନ୍ଦରରୁ ଚାଇନା ଅଭିମୁଖେ ଯାଉଥିବା ଏମ୍‌ଭି ବ୍ଲାକରୋଜ୍‌ ଜାହାଜ ବୁଡ଼ିବା ଘଟଣାକୁ ଇତିମଧ୍ୟରେ ୧୭ ବର୍ଷ ପୂରିଗଲାଣି। ଉକ୍ତ ବ୍ଲାକରୋଜ୍‌ ବୁଡ଼ି ଘଟଣାକୁ…

୪୮ ଘଣ୍ଟା ପରେ ବଦଳିବ ଗ୍ରହଙ୍କ ଚଳନ: ଫେବୃଆରୀ ୨୦୨୭ ଯାଏ ବୃଷ ସମେତ ୪ ରାଶିଙ୍କୁ ମିଳିବ ଅପ୍ରତ୍ୟାଶିତ ଲାଭ, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ୟୁରେନସ୍‌କୁ ଅରୁଣ ଗ୍ରହ ବୋଲି କୁହାଯାଏ। ଆଧୁନିକ ଏବଂ ପାଶ୍ଚାତ୍ୟ ଜ୍ୟୋତିଷରେ ଏହି ଗ୍ରହକୁ ଅଚାନକ ପରିବର୍ତ୍ତନ, ନୂଆ ପରିସ୍ଥିତି ଓ ଅପ୍ରତ୍ୟାଶିତ…

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୫ ଓରାଙ୍ଗଉଟାନ: ଦେଖନ୍ତୁ…

ଭୁବନେଶ୍ୱର,୯।୯: ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଉଦୟପୁର ଫରେଷ୍ଟ ଅଫିସରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ନନ୍ଦନକାନନକୁ ଅଣାଯାଇଛି।…

ଫ୍ଲାଟ୍‌ରୁ ଝୁଲନ୍ତା ଅବସ୍ଥାରେ ମିଳିଲା ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ମୃତଦେହ, ଘଟଣାକୁ ନେଇ ଖେଳିଗଲା ଚାଞ୍ଚଲ୍ୟ

ନୂଆଦିଲ୍ଲୀ, ୯।୯: ଦିଲ୍ଲୀର ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ୧୯୭୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ରାକେଶ ମେହଟ୍ଟା (୭୪) ନୋଏଡ଼ା ସ୍ଥିତ ନିଜ ଫ୍ଲାଟ୍‌ରେ ଆତ୍ମହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri